Hindi News >>Home >>Odisha Trending

Vande Bharat: କାହିଁକି ଭାଙ୍ଗୁଛି ସ୍ନାକ୍ସ ଟ୍ରେ? ଫଟୋ ସେୟାର କରି ଜଣାଇଦେଲେ ରେଳବାଇ ଅଧିକାରୀ

Vande Bharat Express: ସଦ୍ୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ସହ ଜଡ଼ିତ ଏକ ଫଟୋ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଫଟୋ ଭାଇରାଲ ହେବା ପରେ  ସୋସିଆଲ ମିଡ଼ିଆ ୟୁଜର ବିଭିନ୍ନ ପ୍ରତିକ୍ରିୟା ରଖିଛନ୍ତି।

Advertisement
Vande Bharat: କାହିଁକି ଭାଙ୍ଗୁଛି ସ୍ନାକ୍ସ ଟ୍ରେ? ଫଟୋ ସେୟାର କରି ଜଣାଇଦେଲେ ରେଳବାଇ ଅଧିକାରୀ
Stop
Updated: Nov 23, 2023, 12:44 AM IST

Vande Bharat Train: ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ରହିଛି ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ସେମୀ ହାଇସ୍ପୀଡ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ। ସଦ୍ୟ ବନ୍ଦେ ଭାରତ ସହ ଜଡି଼ତ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଯାତ୍ରା ବେଳେ ଟ୍ରେନ ମଧ୍ୟରେ ସ୍ୱଚ୍ଛତାର ଅଭାବ କିମ୍ବା ଖରାପ ଖାଦ୍ୟ ପରିବେଷଣକୁ ନେଇ ରେଳବାଇ ନିକରେ ପ୍ରତିଦିନ ଅଭିଯୋଗ କରିଥାନ୍ତି ଯାତ୍ରୀ। ହେଲେ ଏଥର ଜଣେ ରେଳବାଇ ଅଧିକାରୀ ଯାତ୍ରୀଙ୍କ ଆଚରଣ ଉପରେ ଅଭିଯୋଗ କରିଛନ୍ତି।

ଅନନ୍ତ ରୂପାନାଗୁଡି ନାମକ ଜଣେ ରେଳବାଇ ଅଧିକାରୀ ସୋସିଆଲ ମିଡିଆ ଆପ୍ ଏକ୍ସ ମାଧ୍ୟମରେ ଦୁଇ ଜଣ ପିଲାଙ୍କ ଫଟୋ ସେୟାର କରିଛନ୍ତି। ଏ ସମ୍ପର୍କରେ ସେ ଦାବି କରିଛନ୍ତି ଯେ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଅନ୍ୟାନ୍ୟ ଟ୍ରେନ୍ ରେ ସ୍ନାକ୍ସ ଟ୍ରେ ଭାଙ୍ଗିଯିବା କିମ୍ବା ନଷ୍ଟ ହୋଇଯିବା ହୋଇଯିବା ପଛରେ ଏହା ହେଉଛି ଏକ ମୁଖ୍ୟ କାରଣ। ଯେଉଁମାନେ ଅଭିଯୋଗ କରନ୍ତି ସେମାନେ କହିବେ ଯେ ମୁଁ କେବଳ ଯାତ୍ରୀଙ୍କୁ ଦାୟୀ କରୁଛି। ରେଳବାଇ ଅଧିକାରୀଙ୍କ ଦ୍ୱାରା ସେୟାର କରାଯାଇଥିବା ଫଟୋ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁଥିରେ ଦୁଇ ଜଣ ପିଲା ଏକ ଟ୍ରେନ୍ ରେ ବସିଥିବାର ନଜର ଆସିଛନ୍ତି। ଏହି ଫଟୋ ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ତଥ୍ୟ ମିଳିନାହିଁ। ଖବର ଲେଖିସରିବା ପର୍ଯ୍ୟନ୍ତ ରୁପାନାଗୁଡିଙ୍କ ପୋଷ୍ଟ ୨ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି। ଏହା ସହିତ ଏହାକୁ ୩ ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ଏହା ବ୍ୟତୀତ ଏହି ପୋଷ୍ଟ ୮ ଶହରୁ ଅଧିକ ଥର ସେୟାର କରିଛନ୍ତି।

ଫଟୋ ଭାଇରାଲ କ'ଣ କହିଲେ ସୋସିଆଲ ମିଡ଼ିଆ ୟୁଜର?
ରେଳବାଇ ଅଧିକାରୀଙ୍କ ପୋଷ୍ଟ ଉପରେ ପ୍ରତିକ୍ରିୟା ରଖିଛନ୍ତି ସୋସିଆଲ ମିଡ଼ିଆ ୟୁଜର। ଏନେଇ ଜଣେ ଉପଭୋକ୍ତା କହିଛନ୍ତି ଯେ ପିଲାଙ୍କ ପିତାମାତାଙ୍କ ଠାରୁ ଜରିମାନା ନିଆଯିବା ଆବଶ୍ୟକ। ଅନ୍ୟ ଜଣେ ଉପଭୋକ୍ତା କହିଛନ୍ତି ଯେ ଏଭଳି ସମସ୍ୟାର ସମାଧାନ କରିବା ପାଇଁ କିଛି କରନ୍ତୁ। ଅନ୍ୟ ଜଣେ କହିଛନ୍ତି ଦେଶରେ କିଭଳି ପ୍ରକାରର ଲୋକ ବସବାସ କରୁଛନ୍ତି। ଖବର ଲେଖିବା ପର୍ଯ୍ୟନ୍ତ ରେଲବଇ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ।

 

Read More
{}{}