Hindi News >>Home >>Odisha Trending

Trains Cancelled: ବାତିଲ୍ ହେଲା ଏହି ୧୦ଟି ଟ୍ରେନ୍, ଦେଖନ୍ତୁ ପୂରା ତାଲିକା

Indian Railways Cancelled Trains: ଆପଣ ଯଦି ଆଗାମୀ ଦିନରେ ଟ୍ରେନ୍ ଯୋଗେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ଜାଣି ରଖନ୍ତୁ ଯେ ଭାରତୀୟ ରେଳବାଇ ଦ୍ୱାରା ଅନେକ ଟ୍ରେନ୍ ବାତିଲ କରାଯାଇଛି। କେଉଁ ମାର୍ଗରେ ଓ କେବେ କେଉଁ ଟ୍ରେନ୍ ବାତିଲ୍ ହେବ ଏଠାରେ ଦେଖନ୍ତୁ।  

Advertisement
Indian Railways Canceled Trains List
Stop
Zee Odisha Desk|Updated: Apr 25, 2024, 05:04 PM IST

Indian Railways Canceled Trains List: ଭାରତରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଟ୍ରେନରେ ଯାତ୍ରା କରନ୍ତି ଓ ଏଭଳି ପରିସ୍ଥିତିରେ ଭାରତୀୟ ରେଳ ଯାତ୍ରୀମାନଙ୍କ ସୁବିଧା ପାଇଁ ଅନେକ ପରିବର୍ତ୍ତନ କରିଥାଏ। ଅନେକ କାରଣରୁ ଟ୍ରେନ୍ ବାତିଲ୍, ଡାଇଭର୍ଟ କିମ୍ବା ପୁନଃ ନିର୍ଦ୍ଧାରିତ କରାଯାଏ। ନିକଟରେ ଭାରତୀୟ ରେଳବାଇ ସୂଚନା ଦେଇଛି ଯେ ଭୋପାଳରୁ ହାଇଦ୍ରାବାଦ ଯାଉଥିବା ଅନେକ ଟ୍ରେନକୁ ବାତିଲ କରାଯାଇଛି। ହାଇଦ୍ରାବାଦ ନିକଟରେ ରେଳ ଟ୍ରାକ୍ ରକ୍ଷଣାବେକ୍ଷଣ ଯୋଗୁଁ ଏହା କରାଯାଇଛି। ଯଦି ଆପଣ ମଧ୍ୟ ଏହି ମାର୍ଗ ଦେଇ କୌଣସି ସ୍ଥାନକୁ ଯାତ୍ରା କରିବାକୁ ଚିନ୍ତା କରୁଛନ୍ତି, ତେବେ ପ୍ରଥମେ ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରି ନିଅନ୍ତୁ।

କେଉଁ ତାରିଖରେ ବାତିଲ୍ ହୋଇଛି କେଉଁ ଟ୍ରେନ୍?
12641 କନ୍ୟାକୁମାରୀ- ହଜରତ ନିଜାମୁଦ୍ଦିନ ଏକ୍ସପ୍ରେସ ୨୬ ଏପ୍ରିଲ, ୧, ୩, ୮,୧୫ ଓ ୧୭ ମଇ
12642 ହଜରତ ନିଜାମୁଦ୍ଦିନ-କାନିକୁମାରୀ ଏକ୍ସପ୍ରେସ ୨୯ ଏପ୍ରିଲ, ୪, ୬, ୧୧, ୮ ଓ ୨୦ ମଇ
12643 ଥିରୁବନନ୍ତପୁରମ୍-ହଜରତ ନିଜାମୁଦ୍ଦିନ ଏକ୍ସପ୍ରେସ ୩୦ ଏପ୍ରିଲ, ୭, ୧୪ ଓ ୨୧ ମଇ
12644 ହଜରତ ନିଜାମୁଦ୍ଦିନ-ଥିରୁବନନ୍ତପୁରମ୍ ଏକ୍ସପ୍ରେସ ୩, ୧୦, ୧୭ ଓ ୨୪ ମଇ
12645 ଏର୍ନାକୁଲମ୍-ହଜରତ ନିଜାମୁଦ୍ଦିନ ଏକ୍ସପ୍ରେସ ୨୭ ଏପ୍ରିଲ, ୪ ଓ ୧୮ ମଇ
12646 ହଜରତ ନିଜାମୁଦ୍ଦିନ-ଏର୍ନାକୁଲମ ଏକ୍ସପ୍ରେସ ୩୦ ଏପ୍ରିଲ, ୭ ଓ ୨୧ ମଇ 
22645 ଇନ୍ଦୋର କୋଚୁଭେଲି ଏକ୍ସପ୍ରେସ ୨୯ ଏପ୍ରିଲ, ୬ ଓ ୨୦ ମଇ 
22646 କୋଚୁଭେଲି ଇନ୍ଦୋର ଏକ୍ସପ୍ରେସ ଟ୍ରେନ୍ ୨୭ ଏପ୍ରିଲ, ୪ ଓ ୧୮ ମଇ
06509 କେଏସଏଆର ବେଙ୍ଗାଲୁରୁ-ଦାନପୁର ଏକ୍ସପ୍ରେସ ସ୍ୱତନ୍ତ୍ର ଟ୍ରେନ୍ ୯ ଏପ୍ରିଲ, ୬, ୧୩ ଓ ୨୦ ମଇ
06510 ଦାନାପୁର-କେଏସଆର ବେଙ୍ଗାଲୁରୁ ଏକ୍ସପ୍ରେସ ସ୍ପେଶାଲ ଟ୍ରେନ୍ ୧,୮, ୧୫ ଓ ୨୨ ମଇ

ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ଟ୍ରେନ୍ ପ୍ରଭାବିତ
ଆପଣଙ୍କୁ କହିରଖୁଛୁ ଯେ ଏହା ପୂର୍ବରୁ କୃଷକଙ୍କ ଆନ୍ଦୋଳନ ଯୋଗୁଁ ଅନେକ ଟ୍ରେନ୍ ବାତିଲ ହୋଇଯାଇଥିଲା। ବୁଧବାର ଦିନ ଅମ୍ବାଲା ଡିଭିଜନରୁ ଚାଲୁଥିବା ପ୍ରାୟ ୭୮ଟି ଟ୍ରେନକୁ ବାତିଲ କରାଯାଇଛି। ସେଥିମଧ୍ୟରୁ ୮ ଟି ଟ୍ରେନ୍ ଚଣ୍ଡିଗଡ଼ ଦେଇ ଯାଇଥିଲା। ଏହି ପରିପ୍ରେକ୍ଷୀରେ ଅଧିକାରୀମାନେ କହିଥିଲେ ଯେ ଯେପର୍ଯ୍ୟନ୍ତ କୃଷକମାନେ ଟ୍ରାକରୁ ଦୂରେଇ ନ ଯାଆନ୍ତି, ସେ ପର୍ଯ୍ୟନ୍ତ ଯାତ୍ରୀମାନେ ଟ୍ରେନ୍ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବେ କାରଣ ଏହି କାରଣରୁ ଟ୍ରେନ୍ ପ୍ରଭାବିତ ହେବ।

Read More
{}{}