Hindi News >>Home >>Odisha Trending

Railway Knowledge: ରେଳ ଧାରଣା କଡ଼ରେ କାହିଁକି ଲେଖା ହୋଇଥାଏ H ଶବ୍ଦ? ଜାଣନ୍ତୁ ଏହାର କାରଣ

Railway Sign Board: ଅନେକ ରେଳ ଷ୍ଟେସନ ଠାରେ  ରେଳ ଧାରଣା କଡ଼ରେ H ଶବ୍ଦ ଲେଖା ଯାଇଥାଏ। ହେଲେ ଏହି ଶବ୍ଦ ଲେଖାଯିବା ପଛରେ ଅନେକ କାରଣ ରହିଛି। 

Advertisement
Railway Knowledge: ରେଳ ଧାରଣା କଡ଼ରେ କାହିଁକି ଲେଖା ହୋଇଥାଏ H ଶବ୍ଦ? ଜାଣନ୍ତୁ ଏହାର କାରଣ
Stop
Zee Odisha Desk|Updated: May 06, 2023, 05:35 PM IST

Railway Interesting Facts: ଦେଶର ଜୀବନ ରେଖା ଭାବରେ ଜଣାଶୁଣା ଭାରତୀୟ ରେଳବାଇ। କାରଣ ଦେଶର ଅନୁକୋଣକୁ ପରସ୍ପର ସହ ଯୋଡ଼ିଥାଏ ରେଳବାଇ। ଦୈନିକ କୋଟି କୋଟି ଲୋକ ରେଳଯାତ୍ରା କରିଥାନ୍ତି। ଭାରତୀୟ ରେଳବାଇ ରେଳଯାତ୍ରୀଙ୍କ ପାଇଁ ୨୪ ଘଣ୍ଟା ସେବା ଯୋଗାଇଥାଏ। ଏହି ୨୪ ଘଣ୍ଟାରେ ପ୍ରତ୍ୟେକ ମୁହୂର୍ତ୍ତ ଉପରେ ବିଶେଷ ଧ୍ୟାନ ଦିଆଯାଏ। ଯାହାଦ୍ୱାରା କୌଣସି ପ୍ରକାର ଦୁର୍ଘଟଣା ଘଟିବ ନାହିଁ। ସେଥିପାଇଁ ରେଳବାଇ ଏକ ଶକ୍ତିଶାଳୀ ବ୍ୟବସ୍ଥା ମଧ୍ୟ ପ୍ରସ୍ତୁତ କରିଛି। ଆଜିର ସ୍ୱୟଂଚାଳିତ ଯୁଗରେ ମଧ୍ୟ କିଛି ଅଧିକାରୀ ଏବଂ କର୍ମଚାରୀ କେବଳ ଟ୍ରେନ ଚଳାଚଳ ସୁରକ୍ଷିତ ଭାବରେ ଚାଲିଛି ନା ନାହିଁ ତାହା ଉପରେ ଧ୍ୟାନ ଦେଇଥାନ୍ତି। ଏନେଇ ଅନେକ ପ୍ରକାରର ପ୍ରତୀକ ଏବଂ ସାଇନ୍ ବୋର୍ଡ ବ୍ୟବହାର କରାଯାଏ। ଏବେ ଆମେ ଆପଣଙ୍କୁ ରେଳ ଟ୍ରାକ୍ ପାର୍ଶ୍ୱରେ ଦେଖାଯାଇଥିବା 'H' ପ୍ରତୀକ ବିଷୟରେ କହିବାକୁ ଯାଉଛୁ।

ଲୋକୋ ପାଇଲଟ୍ ପାଇଁ ହୋଇଥାଏ ପ୍ରତୀକ
କେବଳ 'H' ନୁହେଁ ବରଂ ଏପରି ଅନେକ ପ୍ରତୀକ ଅଛି ଯାହା ଲୋକ ପାଇଲଟ (Loco Pilot) ଅର୍ଥାତ ଟ୍ରେନ ଡ୍ରାଇଭର ଲାଗି ବ୍ୟବହୃତ ହୋଇଥାଏ। ଏହି ପ୍ରତୀକ ଦେଖି ଲୋକୋ ପାଇଲଟ୍ ଟ୍ରେନ ଚଳାଇଥାନ୍ତି। 'H' ପ୍ରତୀକ ମଧ୍ୟ ଏହା ମଧ୍ୟରୁ ଗୋଟିଏ। ଏହି ପ୍ରତୀକ କେବଳ ଲୋକୋ-ପାଇଲଟ ଲାଗି ବ୍ୟବହାର କରାଯାଏ। "ହଲ୍ଟ" (Railway Halt)  ସମ୍ପର୍କରେ ସୂଚାଇବା ପାଇଁ H ପ୍ରତୀକ ବ୍ୟବହାର କରାଯାଏ।

Also Read: Railway Waiting Ticket: କେତେ ପ୍ରକାରର ୱେଟିଂ ଟିକେଟ୍ ଜାରି କରିଥାଏ ରେଳବାଇ? ପ୍ରଥମେ କେଉଁ ଟିକେଟ ହୋଇଥାଏ ନିଶ୍ଚିତ?

 

ସ୍ଥାନୀୟ ଯାତ୍ରୀବାହୀ ଟ୍ରେନ୍ ପାଇଁ ବ୍ୟବହୃତ ହୋଇଥାଏ 'H' ପ୍ରତୀକ
'H' ପ୍ରତୀକ ସାଧାରଣତଃ ସ୍ଥାନୀୟ ଯାତ୍ରୀବାହୀ ଟ୍ରେନ (Local Passenger Train) ଚଳାଚଳ ପ୍ରକ୍ରିୟାରେ ବ୍ୟବହୃତ ହୋଇଥାଏ। ଯାତ୍ରୀବାହୀ ଟ୍ରେନକୁ ଗନ୍ତବ୍ୟ ସ୍ଥଳକୁ ନେଇ ଯାଉଥିବା ଲୋକୋ-ପାଇଲଟ୍ 'H' ପ୍ରତୀକକୁ ଦେଖି ବୁଝିପାରନ୍ତି ଯେ ଆଗରେ "ହଲ୍ଟ"ରହିଛି। ଏହି 'H' ପ୍ରତୀକ କୌଣସି ରେଳ ଷ୍ଟେସନ (Railway Station) ଠାରୁ କିଛି ଦୂରରେ କିମ୍ବା ଏକ କିଲୋମିଟର ଦୂରରେ ଅବସ୍ଥିତ ରହିଥାଏ। 

Also Read: Indian Railway: ଅନ୍ୟ ଟ୍ରେନ୍ ପରି ନାହିଁ ଇଞ୍ଜିନ? ହେଲେ କିପରି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଉଛନ୍ତି ଲୋକ ପାଇଲଟ?

 

ଏହି ପ୍ରତୀକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ 
ଲୋକୋ-ପାଇଲଟ୍ ଏହି ପ୍ରତୀକ ଦେଖିବା ପରେ ଟ୍ରେନ ଗତି ମନ୍ଥର କରି ଦେଇଥାନ୍ତି। "ହଲ୍ଟ" ଶବ୍ଦର ଅର୍ଥ ହେଉଛି ବନ୍ଦ। ଏହି "ହଲ୍ଟ ଷ୍ଟେସନ" (Halt Railway Station) ଯେକୌଣସି ଗ୍ରାମ କିମ୍ବା ସହର ପାଇଁ ପ୍ରସ୍ତୁତ ହୋଇଥାଏ। ଏହି ରେଳ ଷ୍ଟେସନ ଠାରେ ସମସ୍ତ ଟ୍ରେନ୍ ଅଟକି ରହେନାହିଁ। କିଛି ବିଳମ୍ବ ପାଇଁ କେବଳ କିଛି ମନୋନୀତ ଟ୍ରେନ୍ ଏହି ଷ୍ଟେସନ ଠାରେ ଅଟକିଯାଏ। ଜରୁରୀକାଳୀନ ପରିସ୍ଥିତିରେ ଦ୍ରୁତଗାମୀ ଟ୍ରେନ୍ (Express Train) ଏହି ହଲ୍ଟ ଷ୍ଟେସନ ଠାରେ ଅଟକାଇ ଦିଆଯାଏ। 

Read More
{}{}