Hindi News >>Home >>Odisha Trending

Shocking News: ଟିକେଟ୍ ଦେଖାଇଲେ ନାହିଁ ଯାତ୍ରୀ, ଘୋଷାରୀ ପଟିଲେ ଟିଟିଇ

Indian Railway Viral Video:  ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗତ ୨ ତାରିଖରେ ଘଟିଥିବା କୁହାଯାଉଛି। ସମସ୍ତିପୁର ରେଳ ମଣ୍ଡଳ ଅଧିନସ୍ଥ ଢୋଲି ରେଳ ଷ୍ଟେସନ ନିକଟରେ ଦୁଇ ଜଣ ଟିଟିଇ ଲୋକମାନ୍ୟ ତିଲକ ଟର୍ମିନାଲ ଠାରୁ ଜୟନଗର ଯାଉଥିବା ପୱନ ଏକ୍ସପ୍ରେସ ସାଧାରଣ ବଗିରେ ଯାତ୍ରୀଙ୍କ ଟିକେଟ ଯାଞ୍ଚ କରୁଥିଲେ।

Advertisement
Shocking News: ଟିକେଟ୍ ଦେଖାଇଲେ ନାହିଁ ଯାତ୍ରୀ, ଘୋଷାରୀ ପଟିଲେ ଟିଟିଇ
Stop
Zee Odisha Desk|Updated: Jan 08, 2023, 04:37 PM IST

TTE Beat Railway Passenger: ଆଜିର ଇଣ୍ଟରନେଟ ଦୁନିଆରେ ପ୍ରତିଦିନି ଭାଇରାଲ ହେଉଛି ବହୁ ମଜାଳିଆ ଭିଡ଼ିଓ। ସଦ୍ୟ ଏପରି ଏକ ଭିଡ଼ିଓ ଦେଖିବାକୁ ମିଳିଛି। ଏହି ଘଟଣା ଭାରତୀୟ ରେଳବାଇ ସହ ଜଡିତ। ଟ୍ରେନ ଟିକେଟ ପାଇଁ ସୃଷ୍ଟି ହୋଇଛି ତୁମୁଳକାଣ୍ଡ। ଏହି ଘଟଣାରେ ଜଣେ ରେଳଯାତ୍ରୀଙ୍କୁ ମାଡ଼ ମାରିଛନ୍ତି ଟ୍ରେନ ଟିକେଟ୍ ପରୀକ୍ଷକ। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।     

ନିକଟରେ ଟ୍ରେନ୍ ଭିତରେ ଥିବା ଜଣେ ଯାତ୍ରୀ ଟ୍ରେନ ଟିକେଟ୍ ପରୀକ୍ଷକ (Travelling Ticket Examiner) ଟିଟିଇ (TTE) ସହିତ ଝଗଡା କରୁଥିବା ଦେଖିବାକୁ ମିଳିଥିଲା। ସେହି ସମୟରେ ଅନେକ ଯୁକ୍ତିତର୍କ ପରେ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଏନେଇ କୁହାଯାଉଛି ଯେ ଲୋକମାନ୍ୟ ତିଲକ ଟର୍ମିନାଲ ଠାରୁ ଜୟନଗର ଯାଉଥିବା ପୱନ ଏକ୍ସପ୍ରେସ (Lokmanya Tilak Jaynagar Pawan Express) ସାଧାରଣ ବଗିରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା।  

ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗତ ୨ ତାରିଖରେ ଘଟିଥିବା କୁହାଯାଉଛି। ସମସ୍ତିପୁର ରେଳ ମଣ୍ଡଳ (Samastipur Railway Division) ଅଧିନସ୍ଥ ଢୋଲି ରେଳ ଷ୍ଟେସନ (Dholi Railway Station) ନିକଟରେ ଦୁଇ ଜଣ ଟିଟିଇ ଲୋକମାନ୍ୟ ତିଲକ ଟର୍ମିନାଲ (Lokmanya Tilak Terminal) ଠାରୁ ଜୟନଗର (Jaynagar) ଯାଉଥିବା ପୱନ ଏକ୍ସପ୍ରେସ (Pawan Express) ସାଧାରଣ ବଗିରେ ଯାତ୍ରୀଙ୍କ ଟିକେଟ ଯାଞ୍ଚ କରୁଥିଲେ। ଏହି ସମୟରେ ଟିଟିଇ ଜଣେ ଯାତ୍ରୀଙ୍କୁ ଟିକେଟ୍ ଦେଖାଇବାକୁ କହିଥିଲେ। ଯାତ୍ରୀ ଜଣଙ୍କ ନିଜକୁ ପ୍ରଥମେ ଟ୍ରେନ ଲୋକୋ ପାଇଲଟ୍ (Train Lok Pilot) ବୋଲି କହିଥିଲେ। ଏହା ପରେ ଟିଟିଇ ଯାତ୍ରୀ ଜଣଙ୍କୁ ତାଙ୍କ ଲୋକୋ ପାଇଲଟ୍ ପରିଚୟ ପତ୍ର (Lok Pilot ID Card) ଦେଖାଇବାକୁ କହିଥିଲା। ଏହା ପରେ ଯାତ୍ରୀ ଜଣଙ୍କ ପୁନର୍ବାର ନିଜକୁ ଜଣେ ବଡ ଅଧିକାରୀ ବୋଲି କହିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ। 

ଯୁକ୍ତିତର୍କ ଏତେ ବଢିଯାଇଥିଲା ଯେ ସେହି ଯାତ୍ରୀ ଜଣଙ୍କ ଟ୍ରେନ ଟିକେଟ୍ ପରୀକ୍ଷକଙ୍କୁ ଧକ୍କା ମାରି ଦେଇଥିଲେ। ଏହା ପରେ ଟିଟିଇ ତାଙ୍କୁ ଧକ୍କା ମାରିଥିବା ଯାତ୍ରୀଙ୍କୁ ଘୋଷାରୀ ନେଇ ପଟିଥିଲେ। ଟିଟିଇ ଜଣଙ୍କ ଯାତ୍ରୀଙ୍କୁ ଏତେ ମାଡ଼ ମାରିଥିଲେ ଯେ ସେ ବେହୋଶ ହୋଇଯାଇଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଯାତ୍ରୀ ଜଣଙ୍କ ବେହୋଶ ହୋଇଯାଇଛନ୍ତି। ହେଲେ ଏହା ସତ୍ତ୍ୱେ ଯାତ୍ରୀଙ୍କୁ ମାଡ ମାରିବାରେ ଲାଗିଥିଲେ ଟିଟିଇ। ଏହି ଭିଡିଓ ଦେଖିବା ଲୋକେ ତାତି ଉଠିଛନ୍ତି। 

ଏହି ଘଟଣାର ଭିଡିଓ ରେକର୍ଡିଂ କରିବା ପରେ ଜଣେ ଯାତ୍ରୀ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥିଲେ। ଯାହା ପରେ ଭାଇରାଲ ହେବାରେ ଲାଗିଥିଲା। ଏହି ଭିଡ଼ିଓ ଦେଖିବା ପରେ ବରିଷ୍ଠ ରେଳବାଇ ଅଧିକାରୀ ଅଭିଯୁକ୍ତ ଟିଟିଇ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କୁହାଯାଉଛି ଯେ ରେଳ ପ୍ରଶାସନ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଭୟ ଟ୍ରେନ ଟିକେଟ୍ ପରୀକ୍ଷକଙ୍କୁ ନିଲମ୍ବିତ କରିଛି। ଏହା ଉପରେ ପ୍ରତିକ୍ରିୟା ରଖି କିଛି ଲୋକ କହିଛନ୍ତି ଯେ ରେଳବାଇ ତତ୍କାଳ ପ୍ରଭାବରେ ଏହାର କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ନଥିଲା। ଅନ୍ୟପଟେ କିଛି ଲୋକ ରେଳବାଇ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ଯଥାର୍ଥ ବୋଲି କହିଛନ୍ତି।

Read More
{}{}