Hindi News >>Home >>Odisha Trending

Indian Train: ୪ ଭାରତୀୟ ଟ୍ରେନ ଯିଏ କରିଥାଏ ବିଦେଶ ଯାତ୍ରା, କିଛି ଘଣ୍ଟାରେ ପୂରଣ ହୋଇଯିବ ଆପଣଙ୍କ ବିଦେଶ ଯାତ୍ରା ସ୍ୱପ୍ନ

Indian Train who Travel Foreign:  ବିଦେଶ ଯାତ୍ରା ପାଇଁ ସାଧାରଣତଃ ବିମାନ ବ୍ୟବହାର କରାଯାଇଥାଏ। ହେଲେ କେବେ ଶୁଣିଛନ୍ତି ଟ୍ରେନ ଯୋଗେ ମଧ୍ୟ କରିହେବ ବିଦେଶ ଯାତ୍ରା।ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ହେଲେ ଏହା ସତ୍ୟ 

Advertisement
Indian Train: ୪ ଭାରତୀୟ ଟ୍ରେନ ଯିଏ କରିଥାଏ ବିଦେଶ ଯାତ୍ରା, କିଛି ଘଣ୍ଟାରେ ପୂରଣ ହୋଇଯିବ ଆପଣଙ୍କ ବିଦେଶ ଯାତ୍ରା ସ୍ୱପ୍ନ
Stop
Zee Odisha Desk|Updated: Feb 20, 2023, 05:16 PM IST

Indian Train who Travel Abroad: ଦେଶର ଜୀବନରେଖା ଭାବେ ଜଣାଶୁଣା ଭାରତୀୟ ରେଳବାଇ। କାରଣ ଦେଶର ପ୍ରତ୍ୟେକ କୋଣ ଅନୁକୋଣକୁ ପରସ୍ପର ସହ ଯୋଡ଼ିଥାଏ। କୌଣସି ସ୍ଥାନକୁ ଯାତ୍ରା ଲାଗି ଟ୍ରେନ୍ ହେଉଛି ଏକ ଉପଯୁକ୍ତ ମାଧ୍ୟମ। ରେଳଯାତ୍ରା ଆପଣଙ୍କୁ କେବଳ ପ୍ରକୃତି ସହ ପରିଚୟ କରେନାହିଁ ବରଂ ଆପଣ ଟ୍ରେନ ଯାତ୍ରା କରିବା ବେଳେ ଚଳଚ୍ଚିତ୍ର ଦେଖିବା କିମ୍ବା ଉପନ୍ୟାସ ପଢିବା ଭଳି ଅନେକ କାର୍ଯ୍ୟ କରିପାରିବେ। ଯଦିଓ ଆପଣ କେବଳ ଦେଶରେ କୌଣସି ସ୍ଥାନକୁ ଯାତ୍ରା କରିବାକୁ ହେଲେ ଆପଣ ଘରୋଇ ଟ୍ରେନ୍ ସହାୟତାରେ ଯାତ୍ରା କରିବେ। ହେଲେ କେବେ ଆପଣ କେବେ ଭାବିଛନ୍ତି ଏପରିକି କିଛି ଆନ୍ତର୍ଜାତୀୟ ଟ୍ରେନ୍ ଅଛି ଯିଏ ବିଦେଶକୁ ଯାତ୍ରା କରିଥାଏ। ବିଦେଶ ଯାତ୍ରା କରିବାକୁ ହେଲେ ଆପଣଙ୍କୁ ବିମାନ ବ୍ୟବହାର କରିବାକୁ ପଡ଼ିଥାଏ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏପରି କିଛି ଭାରତୀୟ ଟ୍ରେନ ରହିଛି ଯିଏ ବିଦେଶକୁ ଯାତ୍ରା କରିଥାଏ। ଏହି ଟ୍ରେନ ଯୋଗେ ଯାତ୍ରା କଲେ ଆପଣଙ୍କ ବିଦେଶ ଯାତ୍ରା ସ୍ୱପ୍ନ ପୂରଣ ହୋଇଯିବ। ଏପରି ଟ୍ରେନ ସାହାଯ୍ୟରେ ଆପଣ କିଛି ଘଣ୍ଟା ମଧ୍ୟରେ ବିଦେଶରେ ପହଞ୍ଚି ପାରିବେ। ଆମେ ଆପଣଙ୍କୁ ସେହି ଟ୍ରେନ୍ ବିଷୟରେ କହିବାକୁ ଯାଉଛୁ। 

ସମଝୌତା ଏକ୍ସପ୍ରେସ (Samjhauta Express)
ସମଝୌତା ଏକ୍ସପ୍ରେସ ସପ୍ତାହରେ ଦୁଇ ଥର ଭାରତର ରାଜଧାନୀ ନୂଆଦିଲ୍ଲୀ ଏବଂ ଅଟାରୀ ଠାରୁ ପାକିସ୍ଥାନ ଲାହୋର ମଧ୍ୟରେ ଯାତ୍ରା କରିଥାଏ। ଭାରତ-ପାକିସ୍ତାନ ଆଦି ଦେଶ ଦ୍ୱୟକୁ ଯୋଡ଼ଥିବା ସମଝୌତା ଏକ୍ସପ୍ରେସ ଟ୍ରେନ ସେବା ୧୯୭୬ ମସିହାରେ ଆରମ୍ଭ ହୋଇଥିଲା। ୧୯୯୪ ମସିହା ପର୍ଯ୍ୟନ୍ତ ଏହା ଏକ ଦୈନିକ ଟ୍ରେନ୍ ଥିଲା। ଯଦି ଆପଣଙ୍କ ପାଖରେ ବୈଧ ପାକିସ୍ତାନ ଭିସା ରହିଛି, ତାହେଲେ ଆପଣ ଅମୃତସରସ୍ଥିତ ଅଟାରୀ ଜଙ୍କସନ ଠାରୁ ଏହି ଟ୍ରେନ୍ ପାଇଁ ଟିକେଟ କିଣି ପାରିବେ। ଟ୍ରେନ୍ ଦ୍ୱାରା ଆପଣ ୪ ଘଣ୍ଟାରେ ୨୭ କିଲୋମିଟର ଦୂରତା ଅତିକ୍ରମ କରି ଆରାମରେ ପହଞ୍ଚି ପାରିବେ। ଟ୍ରେନ୍ କେବଳ ପଞ୍ଜାବ ୱାଘା ଷ୍ଟେସନ ଠାରେ ଅଟକି ରହିଥାଏ |

ଥାର୍ ଲିଙ୍କ୍ ଏକ୍ସପ୍ରେସ୍ (Thar Link Express) 
ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ଥାର୍ ଲିଙ୍କ୍ ଏକ୍ସପ୍ରେସ୍ ସପ୍ତାହରେ ଥରେ ଏହାର ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥାଏ। ଏହି ଅନ୍ତର୍ଜାତୀୟ ଟ୍ରେନ୍ ରାଜସ୍ଥାନ ଯୋଧପୁରସ୍ଥିତ ଭଗବତ କି କୋଠି ରେଳ ଷ୍ଟେସନ ଏବଂ ପାକିସ୍ତାନ ମୁନାବାୱ ଜଙ୍କସନ ମଧ୍ୟରେ ଚଳାଚଳ କରିଥାଏ। ଏହି ଟ୍ରେନ୍ କୌଣସି ଷ୍ଟେସନ ଠାରେ ଅଟକେ ନାହିଁ। ଘଣ୍ଟାପ୍ରତି ୫୪ କିଲୋମିଟର ବେଗରେ ଚାଲୁଥିବା ଏହି ଟ୍ରେନ ସାହାଯ୍ୟରେ ଆପଣ ୬ ଘଣ୍ଟାରେ ଆରାମରେ ପହଞ୍ଚି ପାରିବେ। ଭଗବତ କି କୋଠି ଠାରୁ ମୁନାବାୱ ଜଙ୍କସନ ମଧ୍ୟରେ ଦୂରତା ହେଉଛି ୩୨୫ କିଲୋମିଟର। ଏହି ଟ୍ରେନ ସ୍ଲିପର କ୍ଲାସ୍ ଏବଂ ୯ SRL କୋଚ ସହିତ ସଂଯୁକ୍ତ। 

ମୈତ୍ରୀ ଏକ୍ସପ୍ରେସ (Maitree Express)
ଗତ ୨୦୦୮ ବର୍ଷରେ ଆରମ୍ଭ ହୋଇଥିବା ମୈତ୍ରୀ ଏକ୍ସପ୍ରେସ ସପ୍ତାହରେ ୬ ଦିନ ଭାରତର ସାସ୍କୃତିକ ରାଜଧାନୀ କୋଲକାତା ଠାରୁ ବାଂଲାଦେଶ ରାଜଧାନୀ ଢାକା ମଧ୍ୟରେ ଚଳାଚଳ କରିଥାଏ। ୯ ଘଣ୍ଟାରୁ କମ୍ ସମୟ ମଧ୍ୟରେ ୩୭୫ କିମି ଦୂରତା ଅତିକ୍ରମ କରିଥାଏ ଏହି ଟ୍ରେନ। କୋଲକାତା ରେଳ ଷ୍ଟେସନ ଠାରେ ମୈତ୍ରୀ ଏକ୍ସପ୍ରେସ ଲାଗି ଟିକେଟ୍ ଉପଲବ୍ଧ ହୋଇଥାଏ। ହେଲେ ଯାତ୍ରା କରିବା ପାଇଁ ଆପଣଙ୍କର ଏକ ବୈଧ ବାଂଲାଦେଶ ଭିସା ରହିଥିବା ଆବଶ୍ୟକ। ଏହି ଟ୍ରେନ୍ ଦୁଇଟି ପ୍ରମୁଖ ନଦୀ ଅତିକ୍ରମ କରିଥାଏ। ତାହା ହେଉଛି ୧୦୦ ବର୍ଷର ପୁରୁଣା ହାର୍ଡିଙ୍ଗ୍ ବ୍ରିଜ୍ ଉପରେ ପଦ୍ମ ନଦୀ ଏବଂ ବଙ୍ଗବାନ୍ଧୁ ବ୍ରିଜ୍ ଉପରେ ଜମୁନା ନଦୀ।

ବନ୍ଧନ ଏକ୍ସପ୍ରେସ (Bandhan Express) 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨୦୧୭ ବର୍ଷରେ ଆରମ୍ଭ ହୋଇଥିଲା ବନ୍ଧନ ଏକ୍ସପ୍ରେସ ଟ୍ରେନ ସେବା। ଏହି ଟ୍ରେନ ଭାରତର ସାସ୍କୃତିକ ରାଜଧାନୀ କୋଲକାତା ଠାରୁ ବାଂଲାଦେଶ ଖୁଲନା ମଧ୍ୟରେ ଚଳାଚଳ କରିଥାଏ।   ବନ୍ଧନ ଏକ୍ସପ୍ରେସ ପ୍ରତି ସପ୍ତାହରେ ଭାରତରୁ ବାଂଲାଦେଶ ଅଭମୁଖେ ଯାତ୍ରା କରିଥାଏ। ଲାଲ୍-ଧୂସର ଏବଂ ଆକାଶ ନୀଳ ରଙ୍ଗର କୋଚ୍ ସହିତ ଏହି ଟ୍ରେନ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଟ୍ରେନ୍। ଏହି ଟ୍ରେନ ଯୋଗେ ଯାତ୍ରା କରିବାକୁ ହେଲେ ଆପଣଙ୍କ ପାଖରେ ବୈଧ ଭିସା ରହିବା ଆବଶ୍ୟକ। ଅଧିକ ଯାତ୍ରୀଙ୍କୁ ନେବା ପାଇଁ ଏହି ଟ୍ରେନ ଜେସୋର ଠାରେ ମାତ୍ର ୩ ମିନିଟ ଲାଗି ଅଟକିଥାଏ। 

 

 

Read More
{}{}