Hindi News >>Home >>Odisha Trending

ଏଠାରେ ଟ୍ରେନକୁ ଅଟକାଇ ଫାଟକ ବନ୍ଦ କରନ୍ତି ରେଳକର୍ମୀ; ଦେଖନ୍ତୁ ଭିଡିଓ

Indian Railway: କୁହାଯାଏ ଯେ ଏଠାରେ ଫାଟକ ବନ୍ଦ କରିବାକୁ କେହି ନାହାଁନ୍ତି । ଏହି ଫାଟକ ବନ୍ଦ ଘଟଣା କ୍ୟାମେରାରେ ସୁଟ କରାଯାଇଛି, ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି ।   

Advertisement
ସୌ: ସୋସିଆଲ ମିଡିଆ
Stop
Jagdish Barik|Updated: Aug 06, 2022, 05:20 PM IST

Indian Railway: ଏହି ଆଶ୍ଚର୍ଯ୍ୟଜନକ ମାମଲା ବିହାରର ସିୱାନର ଅଟେ । ଦେଶରେ ଯଦି କୌଣସି ରେଳ ଫାଟକ ଦେଇ ଟ୍ରେନ୍ ଆସିବାର ସମୟ ହୋଇଯାଏ, ତେବେ ଏହାର କିଛି ସମୟ ପୂର୍ବରୁ ଫାଟକକୁ ବନ୍ଦ କରି ଦିଆଯାଏ, କିନ୍ତୁ ବିହାର ସିୱାନରେ ଟ୍ରେନରୁ ଓହ୍ଲାଇ ରେଳ କର୍ମଚାରୀଙ୍କୁ ଫାଟକ ବନ୍ଦ କରିବାକୁ ପଡେ । ଏହି ଭିଡିଓକୁ ସିୱାନ୍-ମଶରକ୍ ରେଳ ବିଭାଗରେ ସ୍ଥିତ ମହାରାଜଗଞ୍ଜ ରାଗଡ଼ଗଞ୍ଜର ସୁଟ କରଯାଇଛି ।

କୁହାଯାଏ ଯେ ଏଠାରେ ଫାଟକ ବନ୍ଦ କରିବାକୁ କେହି ନାହାଁନ୍ତି । ଏହି ଫାଟକ ବନ୍ଦ ଘଟଣା କ୍ୟାମେରାରେ ସୁଟ କରାଯାଇଛି, ଯାହାର ଭିଡିଓ ମଧ୍ୟ ଭାଇରାଲ ହେଉଛି । ରାଗଡ଼ଗଞ୍ଜ ଢାଲା ନିକଟରେ ରହୁଥିବା କିଛି ସ୍ଥାନୀୟ ଲୋକଙ୍କ ଅନୁଯାୟୀ ଏହି ପ୍ରକ୍ରିୟା ଗତ କିଛି ବର୍ଷ ଧରି ଚାଲିଆସୁଛି । ଲୋକମାନେ କହିଥିଲେ ଯେ କେବଳ ଏତିକି ନୁହେଁ, ବେଳେବେଳେ ଟ୍ରେନ୍ ଫାଟକ ନ ଦେଇ ପାର ହୋଇଯାଏ । 

ସ୍ଥାନୀୟ ଲୋକମାନେ କୁହନ୍ତି ଯେ ଫାଟକ ଆସିବା ପୂର୍ବରୁ କିଛି ଟ୍ରେନ୍ ଅଟକି ଯାଇଥାଏ । ଫାଟକକୁ ବନ୍ଦ କରିବା ପରେ ରେଳ କର୍ମଚାରୀ ଟ୍ରେନର ଡ୍ରାଇଭରକୁ ସୂଚାଇଥାଏ ଓ ଟ୍ରେନ୍ ଗେଟ୍ ପାର ହୋଇଯାଏ । ଏହି ଅସାବଧାନତା ଯେକୌଣସି ସମୟରେ ଏକ ବଡ଼ ଦୁର୍ଘଟଣାର କାରଣ ହୋଇପାରେ ।

ଏହି ବିଷୟରେ ବାରାଣାସୀ ରେଳ ବିଭାଗର ଲୋକସମ୍ପର୍କ ଅଧିକାରୀ ଅଶୋକ କୁମାରଙ୍କ କହିଛନ୍ତି ଯେ ଏହାକୁ ଏକକ ଟ୍ରେନ୍ ସିଷ୍ଟମ କୁହାଯାଏ । ଯେଉଁଠାରେ ଏହା ଘଟେ, ନିୟମଗୁଡ଼ିକ ସ୍ଥିର ଅଟେ । ସେ କହିଛନ୍ତି, "ଏଠାରେ ଆମର ଏକ ନିୟମ ଅଛି ଯେ ଟ୍ରେନ୍ ବନ୍ଦ କରି ଲେଭଲ୍ କ୍ରସିଂ ଗେଟ୍ ବନ୍ଦ ରହିବ । ଅନ୍ୟପକ୍ଷରେ ଗୋରଖପୁର ରେଳ ବିଭାଗର ସିନିୟର ସେକ୍ସନ୍ ଇଞ୍ଜିନିୟର ଉପେନ୍ଦ୍ର ସିଂ କହିଛନ୍ତି ଯେ ମହାରାଜଗଞ୍ଜ-ମଶ୍ରକ୍ ରେଳ ମାର୍ଗରେ କୌଣସି କ୍ରସିଂ ଷ୍ଟେସନ୍ ନାହିଁ । ଏହି କାରଣରୁ ଟ୍ରେନ୍ ଅଟକିବା ପରେ ଗେଟ୍ ବନ୍ଦ କରାଯାଏ । ଏହି ସମସ୍ୟା ମଧ୍ୟ ଖୁବ୍ ଶୀଘ୍ର ଦୂର ହୋଇଯିବ ।"

ଏହା ବି ପଢ଼ନ୍ତୁ: ଜେଡିୟୁ-ବିଜେପି ସମ୍ପର୍କରେ ଫାଟ! ପିଏମ ମୋଦିଙ୍କ ବୈଠକରୁ ନିଜକୁ ଦୁରେଇ ରଖିବେ ନୀତିଶ

ଏହା ବି ପଢ଼ନ୍ତୁ: ଡଙ୍ଗାରେ ରାନ୍ଧିବାବେଳେ ବିସ୍ଫୋରଣ ହେଲା ସିଲିଣ୍ଡର, ଜଳି ପାଉଁଶ ହୋଇଗଲା ୫ ଜଣ

 

Read More
{}{}