Hindi News >>Home >>Odisha Trending

Indian Railway Facts: ଗୋଟିଏ ଟ୍ରେନ ନିର୍ମାଣ ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ? ଇଞ୍ଜିନ-ଡବା ମୂଲ୍ୟ କେତେ? ଜାଣନ୍ତୁ


Indian Railway: ଦେଶରେ ଦୈନିକ କୋଟି କୋଟି ଲୋକ ରେଳଯାତ୍ରା କରିଥାନ୍ତି। ହେଲେ କଣ ଆପଣ ଜାଣିଛନ୍ତି ଗୋଟିଏ ରେଳଗାଡ଼ି ନିର୍ମାଣ କରିବା ପାଇଁ ରେଳବାଇ କେତେ ଟଙ୍କା ଖର୍ଚ୍ଚ କରିଥାଏ?

Advertisement
 Indian Railway Facts: ଗୋଟିଏ ଟ୍ରେନ ନିର୍ମାଣ ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ? ଇଞ୍ଜିନ-ଡବା ମୂଲ୍ୟ କେତେ? ଜାଣନ୍ତୁ
Stop
Zee Odisha Desk|Updated: May 18, 2023, 11:43 PM IST

How Much Does It Cost To Build Train: ଦେଶର ଜୀବନ ରେଖା ଭାବରେ ଜଣାଶୁଣା ଭାରତୀୟ ରେଳବାଇ। କାରଣ ଦେଶର ପ୍ରତ୍ୟେକ କୋଣ ଅନୁକୋଣକୁ ପରସ୍ପର ସହ ଯୋଡ଼ିଥାଏ ରେଳବାଇ। ଦୈନିକ କୋଟି ଲୋକ ଲୋକ ରେଳ ଯାତ୍ରା କରିଥାନ୍ତି।  ଯାତ୍ରା କରିବାର ସହଜ ମାଧ୍ୟମ ଭାବରେ ଏହାକୁ ବିବେଚନା କରାଯାଏ। ଟ୍ରେନ ଯୋଗେ ଯାତ୍ରା କରିବା ସହଜ ହେବା ବ୍ୟତୀତ ଏହାର ମୂଲ୍ୟ ମଧ୍ୟ ବହୁତ ଶସ୍ତା ହୋଇଥାଏ। ହେଲେ କ'ଣ ଆପଣ ଜାଣିଛନ୍ତି ଗୋଟିଏ ଟ୍ରେନ୍ ନିର୍ମାଣ ହେବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ? ପୁରା ଟ୍ରେନ୍ କିଣିବା ପାଇଁ ଆପଣଙ୍କୁ କେତେ ଟଙ୍କା ଦେବାକୁ ହେବ।

ପ୍ରତ୍ୟେକ ଟ୍ରେନ ମୂଲ୍ୟ ହୋଇଥାଏ ଅଲଗା? ଭାରତୀୟ ରେଳବାଇ ଦ୍ୱାାର ପରିଚାଳିତ ପ୍ରତ୍ୟେକ ଟ୍ରେନ ଠାରେ ଭିନ୍ନ ଭିନ୍ନ ସୁବିଧା ଉପଲବ୍ଧ ରହିଛି। ପ୍ରତ୍ୟେକ ଟ୍ରେନ ସହ ବିଭିନ୍ନ ପ୍ରକାରର କୋଚ୍ ଯୋଡ଼ି ହୋଇଥାଏ। ଏହାର ମୂଲ୍ୟ ଟ୍ରେନ କୋଚ୍ ଏବଂ ଏହାର ସୁବିଧା ଉପରେ ନିର୍ଭର କରେ। ଜେନେରାଲ ବଗି, ସ୍ଲିପର କ୍ଲାସ, ପ୍ରଥମ ଏସି, ଦ୍ୱିତୀୟ ଏସି ଏବଂ ତୃତୀୟ ଏସି କୋଚ୍ ତିଆରି ପାଇଁ ଖର୍ଚ୍ଚ ଭିନ୍ନ ଭିନ୍ନ ହୋଇଥାଏ।

Also Read: Indian Railway: ଦେଶର କେଉଁ ମାର୍ଗରେ ସର୍ବାଧିକ ବେଗରେ ଚାଲିଥାଏ ଟ୍ରେନ? ସ୍ପୀଡ ଶୁଣିଲେ ଉଡ଼ିଯିବ ହୋସ

ଟ୍ରେନ୍ ଇଞ୍ଜିନ୍ ହେଉଛି ସବୁଠାରୁ ମହଙ୍ଗା? ରେଳଗାଡ଼ିରେ ଇଞ୍ଜିନ ହେଉଛି ସବୁଠାରୁ ମହଙ୍ଗା। ଏହାକୁ ତିଆରି କରିବା ପାଇଁ ସର୍ବାଧିକ ଟଙ୍କା ଖର୍ଚ୍ଚ ହୋଇଥାଏ। ବର୍ତ୍ତମାନ ଭାରତୀୟ ଭାରତୀୟ ରେଳବାଇ ଦୁଇ ପ୍ରକାରର ଟ୍ରେନ ଇଞ୍ଜିନ୍ ବ୍ୟବହାର କରୁଛି। ଏଥିରେ ଇଲେକ୍ଟ୍ରିକ୍ ଏବଂ ଡିଜେଲ ଇଞ୍ଜିନ ଅନ୍ତର୍ଭୂକ୍ତ ରହିଛି। ଖବର ଅନୁଯାୟୀ ଗୋଟିଏ ଇଞ୍ଜିନ ତିଆରି କରିବା ପାଇଁ ପ୍ରାୟ ୧୫-୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ହେଲେ ତଥାପି ଇଞ୍ଜିନ ସମୟ ଏବଂ ଶକ୍ତି ଉପରେ ନିର୍ଭର କରି ମୂଲ୍ୟ ବଢିପାରେ କିମ୍ବା କମିପାରେ।

ଡବା ନିର୍ମାଣ ପାଇଁ ଖର୍ଚ୍ଚ ହୋଇଥାଏ କୋଟି କୋଟି ଟଙ୍କା? ଭାରତୀୟ ରେଳବାଇ ଗୋଟିଏ ଡବା ପ୍ରସ୍ତୁତ କରିବାକୁ ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ କରିଥାଏ। ଅବଶ୍ୟ ଏହା କୌଣସି ବଗି ଠାରେ ପ୍ରଦାନ କରାଯାଇଥିବା ସୁବିଧା ଉପରେ ନିର୍ଭର କରେ। ଯାାହର ମୂଲ୍ୟ ଅଧିକ କିମ୍ବା କମ ହୋଇପାରେ। ଜେନେରାଲ ବଗି ନିର୍ମାଣ କରିବା ପାଇଁ ଟିକେ କମ୍ ଖର୍ଚ୍ଚ ହୁଏ। କାରଣ ଏଥିରେ କମ୍ ସୁବିଧା ରହିଥାଏ। ହେଲେ ଏସି କୋଚ୍ ତିଆରି କରିବାରେ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିବ। କାରଣ ଏଥିରେ ଅନେକ ପ୍ରକାରର ସୁବିଧା ଯୋଡ଼ିବାକୁ ପଡ଼ିଥାଏ। 

Also Read: Tatkal Train Ticket Booking: ସହଜ ହେବ ତତ୍କାଳ ଟ୍ରେନ ଟିକେଟ ବୁକିଂ, ଆପଣାନ୍ତୁ ଏହି ଉପାୟ

ଗୋଟିଏ ରେଳଗାଡ଼ିର ମୂଲ୍ୟ କେତେ? ଟ୍ରେନ୍ ନିର୍ମାଣ ପାଇଁ ପ୍ରାୟ ୬୬ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ଏକ ଯାତ୍ରୀବାହୀ ଟ୍ରେନ ସହ ପ୍ରାୟ ୨୪ ବଗି ଯୋଡ଼ି ହୋଇଥାଏ ଅଛି। ପ୍ରତ୍ୟେକ ବଗି ମୂଲ୍ୟ ହାରାହାରି ଭାବରେ ୨ କୋଟି ଟଙ୍କା ହୋଇଥାଏ। ଯାହା ଅନୁଯାୟୀ ସମସ୍ତ ବଗି ମୂଲ୍ୟ ୪୮ କୋଟି ଟଙ୍କା ହେଉଛି। ଏହା ସହିତ ଟ୍ରେନ ଇଞ୍ଜିନ ମୂଲ୍ୟ ହାରାହାରି ଭାବରେ ହେଉଛି ୧୮ କୋଟି ଟଙ୍କା।

ବନ୍ଦେ ଭାରତ ଏକ୍ସପ୍ରେସ ତିଆରି କରିବା ପାଇଁ କେତେ ଖର୍ଚ୍ଚ ହୁଏ? ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ଏହି ସେମି ହାଇସ୍ପୀଡ ଟ୍ରେନ ତିଆରି କରିବାକୁ ପ୍ରାୟ ୧୧୫ ଟଙ୍କା ଖର୍ଚ୍ଚ ହୋଇଛି। ଦେଶର ପ୍ରଥମ ସେମି ହାଇ ସ୍ପୀଡ୍ ଇଞ୍ଜିନଲେସ୍ ଟ୍ରେନ୍ ଭାଣ୍ଡେ ଭାରତ ଏକ୍ସପ୍ରେସ ତିଆରି କରିବା ଅନ୍ୟ ଟ୍ରେନ ତୁଳନାରେ ଅଧିକ ଖର୍ଚ୍ଚ ହୋଇଥାଏ। ନୂତନ ପିଢିର ଏହି ୧୬ ବଗି ବିଶିଷ୍ଟ ଇଞ୍ଜିନଲେସ୍ ସେମି ହାଇ ହାଇ ସ୍ପୀଡ୍ ଟ୍ରେନ ବନ୍ଦେ ଭାରତ ଟ୍ରେନ୍ ନିର୍ମାଣ ପାଇଁ ପ୍ରାୟ ୧୧୦-୧୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

 

Read More
{}{}