Hindi News >>Home >>Odisha Trending

Indian Railway: ଟ୍ରେନ୍ ଚଳାଚଳକୁ ନେଇ ଆସିଲା ଚମକାଇବା ଭଳି ଖବର, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

 Indian Railway News: ଦେଶରେ ଟ୍ରେନ ଚଳାଚଳକୁ ନେଇ  ଏକ ଚମକାଇବା ଭଳି ରିପୋର୍ଟ ପ୍ରକାଶିତ ହୋଇଛି।

Advertisement
Indian Railway: ଟ୍ରେନ୍ ଚଳାଚଳକୁ ନେଇ ଆସିଲା ଚମକାଇବା ଭଳି ଖବର, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
Stop
Zee Odisha Desk|Updated: Aug 24, 2023, 02:19 AM IST

Train Running Late Reason: ଦେଶର ଜୀବନ ରେଖା ଭାବରେ ଜଣାଶୁଣା ଭାରତୀୟ ରେଳବାଇ। କାରଣ ଦେଶର ପ୍ରତ୍ୟେକ କୋଣ ଅନୁକୋଣକୁ ପରସ୍ପର ସହ ଯୋଡ଼ିଥାଏ ଭାରତୀୟ ରେଳବାଇ ଦ୍ୱାରା ପରିଚାଳିତ ବିଭିନ୍ନ ଟ୍ରେନ। ଯାତ୍ରୀ ପରିବହନ କ୍ଷେତ୍ରରେ ରେଳବାଇ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ଦୂର ଦୂରାନ୍ତ ଯାତ୍ରା ହେଉ କିମ୍ବା ସହର ମଧ୍ୟରେ ଯାତାୟାତ ପାଇଁ ଲୋକେ ବହୁ ପରିମାଣରେ ରେଳବାଇ ଉପରେ ନିର୍ଭର କରିଥାନ୍ତି। ଏଭଳି ପରିସ୍ଥିତିରେ ଟ୍ରେନ୍ ସଠିକ୍ ସମୟରେ ଚଳାଚଳ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ। ମାତ୍ର ଚଳିତ ବର୍ଷ ଟ୍ରେନ ଚଳାଚଳ କ୍ଷେତ୍ରରେ ଖରାପ ବୋଲି ପ୍ରମାଣିତ ହୋଇଛି। ଚଳିତ ବର୍ଷ ଠିକ ସମୟରେ ଚଳାଚଳା କରୁଥିବା ଟ୍ରେନ୍ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇଛି।

ବିଳମ୍ବରେ ଚାଲୁଛନ୍ତି ଉଭୟ ମେଲ୍-ଏକ୍ସପ୍ରେସ 
"ଟାଇମ୍ସ ଅଫ୍ ଇଣ୍ଡିଆ" ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେ ଅଗଷ୍ଟ ମଧ୍ୟଭାଗ ପର୍ଯ୍ୟନ୍ତ ସଠିକ ସମୟ ଅନୁସାରେ ଚଳାଚଳ କରୁଥିବା ଟ୍ରେନ (Train Running on Time in India) ସଂଖ୍ୟା ପ୍ରାୟ ୭୩% ହୋଇଯାଇଛି। ଯାହା ମଧ୍ୟରେ ଉଭୟ ମେଲ୍ ଏବଂ ଏକ୍ସପ୍ରେସ ଟ୍ରେନ୍ (Mail and Express Train) ଅନ୍ତର୍ଭୂକ୍ତ ରହିଛି। ଯାହାର ଅର୍ଥ ହେଉଛି ବର୍ତ୍ତମାନ ପ୍ରାୟ ୨୭% ମେଲ୍ ଏବଂ ଏକ୍ସପ୍ରେସ ଟ୍ରେନ୍ ଧାର୍ଯ୍ୟ ସମୟ ବଦଳରେ ବିଳମ୍ବରେ ଚଳାଚଳ କରୁଛି। କହିବାକୁ ଗଲେ ବର୍ତ୍ତମାନ ପ୍ରତ୍ୟେକ ଚାରୋଟି ଟ୍ରେନ୍ ମଧ୍ୟରୁ ଗୋଟିଏ ଟ୍ରେନ ବିଳମ୍ବରେ ଚଳାଚଳ କରୁଛି।

ବର୍ଷେ ପୂର୍ବରୁ ଭଲ ସ୍ଥିତିରେ ରହିଥିଲା ଟ୍ରେନ ଚଳାଚଳ 
ରିପୋର୍ଟ ଅନୁଯାୟୀ ପ୍ରାୟ ବର୍ଷେ ପୂର୍ବେ ଟ୍ରେନ ଚଳାଚଳ ସ୍ଥିତି (Train Running Status in India) ବହୁତ ଭଲ ରହିଥିଲା। ସେତେବେଳେ ପ୍ରାୟ ୮୪ ପ୍ରତିଶତ ଟ୍ରେନ୍ ସଠିକ୍ ସମୟରେ ଚାଲୁଥିଲା। ଯାହାର ଅର୍ଥ ହେଉଛି ଗୋଟିଏ ବର୍ଷ ମଧ୍ୟରେ ଟ୍ରେନ ଚଳାଚଳ ସମୟାନୁବର୍ତ୍ତୀ (Train Punctuality in India) ହେବାରେ ପ୍ରାୟ ୧୧% ହ୍ରାସ ହୋଇଛି। ଏହି ସମୟରେ ରେଳବାଇ ଦ୍ୱାରା ମାଲ ପରିବହନ (Goods Transportation by Indian Railways) ଗତି ମଧ୍ୟ ହ୍ରାସ ପାଇଛି। ପୂର୍ବରୁ ମାଲ ପରିବହନର ହାରାହାରି ବେଗ ଘଣ୍ଟାପ୍ରତି ୩୨.୪ କିଲୋମିଟର ରହିଥିଲା। ଯାହା ବର୍ତ୍ତମାନ ଘଣ୍ଟା ପ୍ରତି ୨୭.୫ କିଲୋମିଟର ହ୍ରାସ ପାଇଛି।

କାହିଁକି ଧାର୍ଯ୍ୟ ସମୟ ବଦଳରେ ବିଳମ୍ବରେ ଚାଲୁଛି ଟ୍ରେନ?
ଏନେଇ ଭାରତୀୟ ରେଳବାଇ (Indian Raiwlay) ପକ୍ଷରୁ କୁହାଯାଇଛି ଟ୍ରେନ ଧାର୍ଯ୍ୟ ସମୟରେ ଚଳାଚଳ ନ କରିବା ପଛରେ ଅନେକ କାରଣ ରହିଛି। ନିରାପତ୍ତାକୁ ଧ୍ୟାନରେ ରଖି ଷ୍ଟପ୍ ସିଗନାଲ୍ ବ୍ୟବସ୍ଥା କଡାକଡି ପାଳନ କରିବାକୁ ନିଶ୍ଚିତ କରାଯାଉଛି। ଅନ୍ୟପକ୍ଷରେ ରେଳ ଧାରଣାର ରକ୍ଷଣାବେକ୍ଷଣ ଉପରେ ଅଧିକ ଧ୍ୟାନ ଦିଆଯାଉଛି। ରେଲୱେ ଟ୍ରାକ ସହିତ ଜଡ଼ିତ ଅନେକ ପୁରୁଣା କାର୍ଯ୍ୟ ଆଗରୁ ଚାଲିଛି ଏବଂ ଅନେକ ନୂତନ କାର୍ଯ୍ୟ ଆରମ୍ଭ ହୋଇଛି। ଯାହାର ଟ୍ରେନ ସମୟାନୁବର୍ତ୍ତିତା ହେବା ଉପରେ ପଡୁଛି।

ଟ୍ରେନ ସମୟ ସାରଣୀକୁ ନଷ୍ଟ କରିଦେଲା ରେଳ ଦୁର୍ଘଟଣା 
ବିଗତ କିଛି ମାସ ମଧ୍ୟରେ ରେଳ ଦୁର୍ଘଟଣା ବୃଦ୍ଧି ପାଇଛି। ନିକଟ ଅତୀତରେ ଏପରି ୧୪ ଟ୍ରେନ୍ ଦୁର୍ଘଟଣା ଘଟିଛି ଯେଉଁଥିରେ ଅନେକ ଧନ ଜୀବନ ନଷ୍ଟ ହୋଇଛି। ସବୁଠାରୁ ଭୟଙ୍କର ଘଟଣା ହେଉଛି ଜୁନ୍ ୨ ତାରିଖରେ ଓଡିଶାରେ ହୋଇଥିବା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା। ଯେଉଁଥିରେ ୨୯୪ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ। ଏହି ଦୁର୍ଘଟଣା ଦ୍ୱାରା ଟ୍ରେନ୍ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଏହା ସହିତ ଟ୍ରେନ୍ ସଂଖ୍ୟା ବୃଦ୍ଧି ଏବଂ ନିର୍ମାଣ କାର୍ଯ୍ୟ ମଧ୍ୟ ଟ୍ରେନ ଚଳାଚଳକୁ ପ୍ରଭାବିତ କରୁଛି। 

Read More
{}{}