Hindi News >>Home >>Odisha Trending

Sawan 2023: ବିଦେଶରେ ବୋଲବମ ଯାତ୍ରା: ଜାପାନ ରାସ୍ତାରେ ଶୁଭିଲା ହର ହର ମହାଦେବ

Sawan 2023: ଜାପାନର ରାଜଧାନୀ ଟୋକିଓରେ ପ୍ରଥମ ଥର ପାଇଁ କଉଡିଆଙ୍କ ଯାତ୍ରା ଆରମ୍ଭ ହୋଇଛି । ବାବାଙ୍କ ନାମ ଜପି ସମୁଦାୟ ୮୨କିମି ରାସ୍ତା ଅତିକ୍ରମ କରିଛନ୍ତି ଶିବ ଭକ୍ତ ।

Advertisement
Sawan 2023: ବିଦେଶରେ ବୋଲବମ ଯାତ୍ରା: ଜାପାନ ରାସ୍ତାରେ ଶୁଭିଲା ହର ହର ମହାଦେବ
Stop
Soubhagya Ranjan Mishra|Updated: Jul 19, 2023, 05:43 PM IST

Sawan 2023: ବର୍ତ୍ତମାନ ପବିତ୍ର ଶ୍ରାବଣ ମାସ ଚାଲିଛି । ଦେଶର ବିଭିନ୍ନ ସ୍ଥାନରୁ କାଉଡିଆମାନେ ନିଜର ମନ ସ୍କାମନା ପୂରଣ ପାଇଁ ନଦୀ କିମ୍ୱା ପୋଖରୀରେ ବୁଡ଼ ପକାଇ କାନ୍ଧରେ ପାଣି ଭାର ନେଇ ଅନେକ ଶୈବକ୍ଷେତ୍ରକୁ ଯାତ୍ରା କରିବାରେ ଲାଗିଛନ୍ତି । କେବଳ ରାଜ୍ୟ କିମ୍ୱା ଦେଶ ଭିତରର ପ୍ରସିଦ୍ଧ ଶୈବକ୍ଷେତ୍ର ତାହା ନୁହେଁ, ବରଂ ବର୍ତ୍ତମାନ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ଖୁବ୍ ନିଆରା । କାରଣ ଦେଶ ବାହାରେ ମଧ୍ୟ ଆରମ୍ଭ ହୋଇଛି କାଉଡିଆଙ୍କ ଯାତ୍ରା । ଜାପାନର ରାଜଧାନୀ ଟୋକିଓ (tokio)ରେ ପ୍ରଥମଥର ପାଇଁ ଦେଖିବାକୁ ମିଳିଛି ବୋଲବମ ଯାତ୍ରା । ଶ୍ରଦ୍ଧାଳୁମାନେ ଦୀର୍ଘ ୮୨ କିମି ପାଦରେ ଚାଲି ଚାଲି ନିଜ ମନସ୍କାମନା ପୂରଣ ପାଇଁ ଶିବଲିଙ୍ଗରେ ଜଳାଭିଷେକ କରିଛନ୍ତି ।

ସୂଚନା ମୁତାବକ ବିହାର (Bihar)ରୁ ଜାପାନକୁ ଗଙ୍ଗା ଜଳ (Ganga river water) ନିଆଯାଇଥିଲା । ସେହି ଗଙ୍ଗା ଜଳକୁ ପାତ୍ରରେ ରଖି କାଉଡିଯାତ୍ରା ଆରମ୍ଭ କରିଥିଲେ କାଉଡିଆମାନେ । ତେବେ ବିଦେଶରେ ପ୍ରଥମଥର ଏପରି ଯାତ୍ରା ହେଉଥିବାରୁ ଜାପାନର ଲୋକମାନେ ବେଶ୍ ଖୁସି ପ୍ରକଟ କରିଥିଲେ । ଟୋକିଓରେ ଥିବା ବିହାର ଫାଉଣ୍ଡେସନ ପକ୍ଷରୁ ଟୁଇଟ କରି କୁହାଯାଇଛି ଯେ,  ଏହି ବୋଲବମ ଯାତ୍ରାରେ ସମୁଦାୟ ୫ଶହ ଜଣ କାଉଡିଆ ଅଂଶଗ୍ରହଣ କରିଥିଲେ । କେବଳ ଭାରତୀୟ ଲୋକ ପାଣି ଭାର ନେଇ ଯାତ୍ରା କରିଥିଲେ ତାହା ନୁହେଁ, ନେପାଳ ଓ ଶ୍ରୀଲଙ୍କାର ଶ୍ରଦ୍ଧାଳୁ ମଧ୍ୟ ଅଂଶଗ୍ରହଣ କରିଥିଲେ ।

ବିହାର ଫାଉଣ୍ଡେସନ (Bihar Foundation) ପକ୍ଷରୁ ସୋସିଆଲ ମିଡିଆରେ ବୋଲବମ୍ ଯାତ୍ରାର ଫଟୋ ମଧ୍ୟ ସର୍ବସାଧାରଣରେ ସେୟାର କରାଯାଇଛି । ଏଥିସହ ଏହା ସୂଚନା ମିଳିଛି ଯେ, ଭାରତ ବାହାରେ ପ୍ରଥମଥର ପାଇଁ ଜାପାନର ରାଜଧାନୀ ଟୋକିଓରେ ବୋଲବମ ଯାତ୍ରା ଆରମ୍ଭ କରାଯାଇଛି । ଜାପାନରେ ଭାରତର ରାଷ୍ଟ୍ରଦୂତ ସିବି ଜର୍ଜ ମୁଖ୍ୟ ଅତିଥି ଭୂମିକାରେ ଯୋଗଦେଇ ଏହି ବୋଲବମ ଯାତ୍ରାର ଉଦଘାଟନ କରିଥିଲେ । ବିହାର ଫାଉଣ୍ଡେସନର ମୁଖ୍ୟ ଆନନ୍ଦ ବିଜୟ ସିଂଙ୍କ କହିବାନୁଯାୟୀ, ବୋଲବମ ଯାତ୍ରା ପାଇଁ ବ୍ୟବହାର କରାଯାଇଥିବା ଗଙ୍ଗା ଜଳ ବିହାରର ସୁଲତାନଗଞ୍ଜରୁ ଅଣାଯାଇଥିଲା। ବୋଲବମ ଯାତ୍ରୀମାନେ  ଟୋକିଓର ଫୁନାବାରୋ ସ୍ଥିତ ଶ୍ରୀ ରାଧା କୃଷ୍ଣ ମନ୍ଦିରରୁ ଯାତ୍ରା ଆରମ୍ଭ କରି ୮୨ କି଼ମି ଦୂରରେ ଥିବା ସାଇତାମା ଶିବ ମନ୍ଦିରରେ ପହଞ୍ଚିବେ। ସଲତାମା ଶିବ ମନ୍ଦିରରେ ସୁଲତାନଗଞ୍ଜରୁ ଅଣାଯାଇଥିବା ଗଙ୍ଗା ଜଳ ସହିତ ଜଳାଭିଷେକ କରାଯିବ। ଏହି ପରମ୍ପରା ତଥା ବୋଲବମ ଯାତ୍ରା ପଛରେ ଅନେକ ମହତ ଉଦ୍ଦେଶ୍ୟ ଥିବା କୁହାଯାଇଛି । ବିଶେଷ କରି ଜାପାନ-ଭାରତ ସମ୍ପର୍କକୁ ମଜବୁତ କରିବା ଏବଂ ବିଦେଶରେ ଭାରତୀୟ ସଂସ୍କୃତିକୁ ପହଞ୍ଚାଇବା ଏହାର ଏକ ମୁଖ୍ୟ ଉଦ୍ଦେଶ୍ୟ । ଏହି ଯାତ୍ରାର ଆୟୋଜନ କରାଯିବା କାରଣରୁ ହେତୁ ଟୋକିଓରେ ରହୁଥିବା ଭାରତୀୟଙ୍କ ମଧ୍ୟରେ ଅନେକ ଖୁସି ଦେଖିବାକୁ ମିଳିଛି । ସେମାନେ କହିଛନ୍ତି ଯେ, ଆମେ କେବେ ବି ଭାବିନଥିଲୁ ଦେଶ ବାହାରେ ରହି ମଧ୍ୟ ଏପରି ବୋଲବମ ଯାତ୍ରାରେ ସାମିଲ ହୋଇପାରିବୁ । କିନ୍ତୁ ବର୍ତ୍ତମାନ ଏହା ସମ୍ଭବ ହୋଇପାରିଥିବାରୁ ଆମେ ଅତ୍ୟନ୍ତ ଖୁସି ପ୍ରକାଶ କରୁଛୁ ।

ସୂଚନାଯୋଗ୍ୟ, ଓଡ଼ିଶାର ସମସ୍ତ ଶୈବକ୍ଷେତ୍ର ବର୍ତ୍ତମାନ ଚଳଚଞ୍ଚଳ ହୋଇଉଠିଛି । ବିଶେଷ କରି ଭୁବନେଶ୍ୱରର ପ୍ରଭୁ ଲିଙ୍ଗରାଜ ମନ୍ଦିର, ଆଠଗଡ଼ ଧବଳେଶ୍ୱର, ଆରଡ଼ି ଆଖଣ୍ଡଳମଣୀ, ଯାଜପୁରର ବରୁଣେଶ୍ୱର, ପୁରୀ ଲୋକନାଥ, ବଲାଙ୍ଗିର ହରିଶଙ୍କର, ରାଉରକେଲାର ବେଦବ୍ୟାସ, ଢେଙ୍କାନାଳର କପିଳାଶ ସମେତ ଅନ୍ୟାନ୍ୟ ଶୈବପୀଠ ଗୁଡିକରେ ମଧ୍ୟ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହେଉଛି । ବହୁ ଦୂର ଦୁରାନ୍ତରୁ ଭକ୍ତମାନେ ପାଦରେ ଚାଲିଚାଲି ଆସି ଜଳାଭିଷେକ କରୁଥିବା ଦେଖିବାକୁ ମିଳିଛି ।

Also Read- Amarnath Yatra: ସାବଧାନତାର ସହ କରନ୍ତୁ ଅମରନାଥ ଯାତ୍ରା: ଏପର୍ଯ୍ୟନ୍ତ ଗଲାଣି ୩୦ ଜୀବନ

{}{}