Hindi News >>Home >>Odisha Trending

Halal Tea Controversy: ହଲାଲ ସାର୍ଟିଫାଏଡ଼ ଚା' କ'ଣ? ଯାହାକୁ ନେଇ ତେଜିଛି ବିବାଦ

Halal Certified Food: ପୁଣି ଥରେ  ହଲାଲ ପଞ୍ଜୀକୃତ ଖାଦ୍ୟକୁ ନେଇ ସୃଷ୍ଟି ହୋଇଛି ବିବାଦ। ସଦ୍ୟ ଏହାର ଉଦାହରଣ ଏକ ଟ୍ରେନ ମଧ୍ୟରେ ଦେଖିବାକୁ ମିଳିଛି।

Advertisement
Halal Tea Controversy: ହଲାଲ ସାର୍ଟିଫାଏଡ଼ ଚା' କ'ଣ? ଯାହାକୁ ନେଇ ତେଜିଛି ବିବାଦ
Stop
Zee Odisha Desk|Updated: Jul 24, 2023, 08:51 PM IST

What is Halal Tea: ସଦ୍ୟ ସୋସିଆଲ ମିଡିଆ ଦୁନିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ଯାତ୍ରୀ ହଲାଲା ସାର୍ଟିଫାଏଡ଼ ଚା' ପାଇଁ ରେଳବାଇ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରୁଛନ୍ତି। ଏହି ଚା' ଶାକାହାରୀ ବୋଲି ସେହି ଯାତ୍ରୀଙ୍କୁ ବୁଝାଉଛନ୍ତି ଟ୍ରେନ୍ କର୍ମଚାରୀ। ମାତ୍ର ଯାତ୍ରୀ ଜଣଙ୍କ ରେଳବାଇ କର୍ମଚାରୀଙ୍କୁ ପଚାରୁଛନ୍ତି ଯେ ହାଲାଲା ସାର୍ଟିଫାଏଡ ଚା କ'ଣ? ଶ୍ରାବଣ ମାସରେ କାହିଁକି ଏଭଳି ଚା' ଦିଆଯାଉଛି?

ହଲାଲ କ'ଣ?
ହଲାଲ (Halal) ହେଉଛି ଏକ ଆରବୀ ଶବ୍ଦ (Arabic Word)। ଯାହାର ଅର୍ଥ ହେଉଛି ବୈଧ (Legal)। ଏହା ହାରାମ (Haram) ଶବ୍ଦ ଠାରୁ ଭିନ୍ନ। ଯାହାର ଅର୍ଥ ହେଉଛି ଅବୈଧ (Illegal)। ଇସଲାମୀୟ ଧାର୍ମିକ ବିଶ୍ୱାସ (Islamic Religious Beliefs) ଅନୁଯାୟୀ, ହଲାଲ ଶବ୍ଦ କେବଳ ଖାଇବା ପାଇଁ କରାଯାଉଥିବା ପଶୁ ହତ୍ୟା ପାଇଁ ବ୍ୟବହାର ହୁଏ ନୁହେଁ, ବରଂ ଏହାର ଉତ୍ପାଦନ ପ୍ରକ୍ରିୟାରେ ମଧ୍ୟ ପ୍ରଯୁଜ୍ୟ ହୋଇଥାଏ। 

ହଲାଲ ସମ୍ପର୍କରେ କ'ଣ କହିଥାଏ ଇସଲାମୀୟ ନିୟମ? 
ହଲାଲ ନିୟମ (Halal Law) ଅନୁଯାୟୀ, ଏକ ତୀକ୍ଷ୍ଣ ଛୁରୀ କୌଣସି ପ୍ରାଣୀର ବେକ ଏବଂ ଶ୍ୱାସନଳୀ କାଟି ଦିଆଯାଏ, ହେଲେ ମେରୁଦଣ୍ଡ ନୁହେଁ। ସେହି ପ୍ରାଣୀକୁ ହତ୍ୟା କରିବା ସମୟରେ ଏକ ପ୍ରାର୍ଥନା ମଧ୍ୟ କରାଯାଏ। ହତ୍ୟା କରାଯାଉଥିବା ପଶୁର ମୁହଁ ମକ୍କା (Mecca) ଆଡକୁ ରହିଥାଏ। କେବଳ ଜଣେ ମୁସଲମାନ (Muslim) ବ୍ୟକ୍ତି ଏହି କାମ କରିପାରିବେ। ଇସଲାମୀୟ ନିୟମ (Islamic Law) ଅନୁଯାୟୀ ଯଦି କିଛି ନିୟମ ଅନୁଯାୟୀ ପଶୁ ବଦ୍ଧ କରା ଯାଇପାରେ ନାହିଁ, ତାହେଲେ ତାହାକୁ ହରାମ କୁହାଯାଏ। ଏହାକୁ ଖାଇବା ପାଇଁ ଅନୁମତି ଦିଆଯାଇନଥାଏ।

ହଲାଲ ସାର୍ଟିଫିକେସନ୍ (Halal Certification) ଶବ୍ଦର ଅର୍ଥ ହେଉଛି ଖାଦ୍ୟର ଶୁଦ୍ଧତା ଏବଂ ଏହାକୁ ଇସଲାମୀୟ ନିୟମ (Islamic Food Preparation Rule) ଅନୁଯାୟୀ ପ୍ରସ୍ତୁତ କରାଯାଇଛି। ଯଦି କୌଣସି ଦ୍ରବ୍ୟରେ ହରାମ ସାମଗ୍ରୀ ଯେପରିକି ପଶୁ କିମ୍ବା ଏହାର ଉତ୍ପତ୍ତି, ତାହେଲେ ଏହାକୁ ହରାମ କୁହାଯାଏ। ଭାରତ ଭଳି ଦେଶରେ ଏକ ସଙ୍ଗଠନ ପକ୍ଷରୁ ଏପରି ମାନ୍ୟତା ପ୍ରଦାନ କରାଯାଇଥାଏ।

ସୁପ୍ରିମକୋର୍ଟ ଠାରେ ଦାଖଲ ହୋଇଥିବା ଏକ ମାମଲା ଅନୁଯାୟୀ, ମହାରାଷ୍ଟ୍ର (Jamiat Ulama e Maharashtra) ସ୍ଥିତ ଜମିୟତ୍-ଉଲେମା-ଏ-ମହାରାଷ୍ଟ୍ର ଏବଂ ଜମିୟତ୍-ଉଲେମା-ଏ-ହିନ୍ଦ ହଲାଲ ଟ୍ରଷ୍ଟ (Jamiat Ulama-i-Hind Halal Trust) ହେଉଛି ଭାରତ ବର୍ଷରେ ଅବସ୍ଥାପିତ ଏପରି ଦୁଇଟି ସଙ୍ଗଠନ। ଯିଏ ହଲାଲ ସାର୍ଟିଫିକେଟ ପ୍ରଦାନ କରିଥାଏ। ଆରବ ଦେଶରେ ମାଜିଷ୍ଟ୍ରେଟ ଦ୍ୱାରା ହଲାଲ ପ୍ରମାଣପତ୍ର (Halal Certificate in Arab Countries) ଦିଆଯାଇଥାଏ। ଯଦିଓ ଦେଶରେ ଏପରି କୌଣସି ଆଇନଗତ ସଂସ୍ଥା ନାହିଁ, ଯିଏ ଏପରି କୌଣସି ଦସ୍ତାବିଜ ଜାରି କରିପାରିବ।

କ'ଣ ଶାକାହୀର ଖାଦ୍ୟ ହଲାଲ ସାର୍ଟିଫାଏଡ?
ଏପରି କିଛି ଶାକାହାରୀ ଖାଦ୍ୟ (Vegetarian Food) ରହିଛି ଯାହାକୁ ହଲାଲ କୁହାଯାଇ ପାରିବ ନାହିଁ। ଏହା ଜାଣିବା ସତ୍ତ୍ୱେ ଶାକାହାରୀ ଯେ ଏହି ଖାଦ୍ୟରେ ମାଂସ (Meat) କିମ୍ବା ପଶୁଜାତ ଦ୍ରବ୍ୟ (Animal Products) ନାହିଁ। ଉଦାହରଣ ସ୍ୱରୂପ କିଛି ମିଠା ଜାତୀୟ ଖାଦ୍ୟ। ଯାହା ଶାକାହାରୀ ହୋଇପାରେ। ହେଲେ ଏହି ଖାଦ୍ୟରେ ଆଲକହଲ (Alcohol) ରହିଥାଇପାରେ। ସେପରି ଖାଦ୍ୟକୁ ଅଣ ହଲାଲ (Non Halal Food Products) କୁହାଯାଇଥାଏ। ଏହି କାରଣରୁ ଭାରତ ବର୍ଷରେ ଅନେକ ଖାଦ୍ୟକୁ ହଲାଲ ସାର୍ଟିଫିକେଟ୍ ପ୍ରଦାନ (Halal Certified Food) କରାଯାଇଥାଏ। ଯଦିଓ ସେହି ଖାଦ୍ୟ ଭେଜ୍ ସାର୍ଟିଫାଏଡ (Veg Certified Food) ହୋଇଥାନ୍ତି।

Read More
{}{}