Hindi News >>Home >>Odisha Trending

India vs Bharat: ଏନସିଆଇଟି ପୁସ୍ତକରେ 'ଇଣ୍ଡିଆ' ସ୍ଥାନ ନେବ କି 'ଭାରତ'? ଜବାବ ରଖିଲେ କେନ୍ଦ୍ର ସରକାର

India vs Bharat Controversy: "ଭାରତ ବନାମ ଇଣ୍ଡିଆ" ଶବ୍ଦକୁ ନେଇ ସମଗ୍ର ଦେଶରେ ଜାରି ରହିଥିବା ବିତର୍କ ଉପରେ କେନ୍ଦ୍ର ସରକାର ସଂସଦରେ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।

Advertisement
India vs Bharat: ଏନସିଆଇଟି ପୁସ୍ତକରେ 'ଇଣ୍ଡିଆ' ସ୍ଥାନ ନେବ କି 'ଭାରତ'? ଜବାବ ରଖିଲେ କେନ୍ଦ୍ର ସରକାର
Stop
Updated: Dec 07, 2023, 05:17 PM IST

India vs Bharat in NCERT Book: "ଭାରତ ବନାମ ଇଣ୍ଡିଆ" ଶବ୍ଦକୁ ନେଇ ଜାରି ରହିଛି ରାଜାନୀତି। ଏହାକୁ ନେଇ ବିତର୍କ ଜାରି ରହିଥିବା ବେଳେ ସରକାର-ବିରୋଧି ଏହି ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି। ଦେଶର ପ୍ରମୁଖ ୨୬ ଦଳ ଏକତ୍ର ହୋଇ ଏକ ମିଳିତ ମଞ୍ଚ ଗଠନ କରିଥିଲେ। ଯେତେବେଳେ ବିରୋଧି ଦଳଙ୍କୁ ନେଇ ଗଠିତ ହୋଇଥିବା ଗଠବନ୍ଧନର ନାମ "ଇଣ୍ଡିଆ" ରଖାଯାଇଥିଲା ସେତେବେଳେ ବିଜେପି ଏହାର ଜବାବ "ଭାରତ" ମାଧ୍ୟମରେ ଦେଇଥିଲା। ଏହି ସମୟରେ ଖବର ଆସିଛି ଯେ ଜାତୀୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ ପୁସ୍ତକରେ "ଇଣ୍ଡିଆ" ବଦଳରେ "ଭାରତ" ଲେଖାଯିବ। ଏହାକୁ ନେଇ ଶାସକ-ବିରୋଧି ଦଳ ମଧ୍ୟରେ  ଆରୋପ-ପ୍ରତ୍ୟାରୋପ ଜାରିରହିଛି। 

ସଂସଦର ଆଭିମୁଖ୍ୟ ସ୍ପଷ୍ଟ କଲେ କେନ୍ଦ୍ର ସରକାର
ଜାତୀୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦରେ "ଇଣ୍ଡିଆ" ବଦଳରେ "ଭାରତ" ଲେଖାଯିବାକୁ ନେଇ ସରକାର ସଂସଦରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ରାଜ୍ୟସଭାରେ ମତ ରଖି କେନ୍ଦ୍ର ସରକାର କହିଛନ୍ତି ଯେ ଏନସିଇଆରଟି "ଇଣ୍ଡିଆ ବନାମ ଭାରତ" ମଧ୍ୟରେ ପାର୍ଥକ୍ୟ କରେ ନାହିଁ। ସମ୍ବିଧାନରେ ରହିଥିବା ଆତ୍ମାକୁ ଗ୍ରହଣ କରିଥାଏ। ଯେଉଁଠାରେ ଉଭୟ ଶବ୍ଦକୁ ସ୍ୱୀକୃତି ଦିଆଯାଇଛି। ବାମ ଦଳର ସାଂସଦ ସନ୍ତୋଷ କୁମାର ପି ଏବଂ ଇଲାମରାମ କରିମଙ୍କ ପ୍ରଶ୍ନର ଉତ୍ତର ରଖି ଏକଥା କହିଛନ୍ତି କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ।

Also Read: India vs Bharat: ଭାରତ ବନାମ ଇଣ୍ଡିଆ ବିବାଦ; ବିଦ୍ୟାଳୟ ପାଠ୍ୟ ପୁସ୍ତକରେ ରହିବ କେଉଁ ନାମ?

କ'ଣ ଜବାବ ଦେଲେ ମନ୍ତ୍ରୀ?
ଯେତେବେଳେ କେନ୍ଦ୍ର ସରକାରଙ୍କୁ ପଚରା ଯାଇଥିଲା ଯେ କ'ଣ ଜାତୀୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ ପାଠ୍ୟପୁସ୍ତକରେ  "ଇଣ୍ଡିଆ" ବଦଳରେ "ଭାରତ" ଲେଖିବାକୁ ନେଇ କୌଣସି ସୁପାରିଶ ଆସିଛ? ରାଜ୍ୟସଭାରେ ଏହାର ଜବାବ ରଖିଥିଲେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ। ଏନେଇ କେନ୍ଦ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି ଯେ ଭାରତୀୟ ସମ୍ବିଧାନର ଧାରା ୧ ଅନୁଯାୟୀ ଦର୍ଶାଯାଇଛି ଯେ "ଇଣ୍ଡିଆ" ଯାହା ହେଉଛି "ଭାରତ" ତାହା ରାଜ୍ୟକୁ ନେଇ ଗଠିତ ଏକ ସଂଘ ହେବ।

Also Read: ୭୫ ବର୍ଷ ପରେ ଚେତିଲା ଦେଶ; ପୁରୁଣା ଭୁଲ ସୁଧାରିବେ ମୋଦି ସରକାର

ଉଭୟ "ଭାରତ" ଏବଂ "ଇଣ୍ଡିଆ" ନାମକୁ କରାଯାଇଛି ସ୍ୱୀକାର 
କେନ୍ଦ୍ର ସରକାର କହିଛନ୍ତି ଯେ ଭାରତୀୟ ସମ୍ବିଧାନ ଉଭୟ "ଭାରତ" ଏବଂ "ଇଣ୍ଡିଆ" ନାମକୁ ସରକାରୀ ନାମ ଭାବରେ ସ୍ୱୀକୃତି ଦେଇଛି। ଏହି ନାମକୁ ଅଦଳବଦଳ ଭାବରେ ବ୍ୟବହାର କରାଯାଇ ପାରିବ। ଦେଶର ସମ୍ବିଧାନରେ ଅନ୍ତର୍ଭୁକ୍ତ ଏହି ଆତ୍ମାକୁ ଜାତୀୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ ଗ୍ରହଣ କରୁଛି। ଏନସିଇଆରଟି "ଇଣ୍ଡିଆ ବନାମ ଭାରତ" ମଧ୍ୟରେ କୌଣସି ପାର୍ଥକ୍ୟ କରେ ନାହିଁ। 

Also Read: ଏନସିଇଆରଟି ପୁସ୍ତକରୁ ହଟିଲା ବିଚ୍ଛିନତାବାଦୀ ଆନ୍ଦୋଳନ, ସାମିଲ ହେଲା ୩୭୦ ଉଚ୍ଛେଦ ଅଧ୍ୟାୟ

ଉପନିବେଶ ମାନସିକତାରୁ ଦୂରରେ ରୁହ
କେନ୍ଦ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଆହୁରି କହିଛନ୍ତି ଯେ ଆମେ ଧିରେ ଧିରେ ଉପନିବେଶ ମାନସିକତାରୁ ଦୂରେଇ ଯାଉଛୁ। ଭାରତୀୟ ଭାଷାରେ ଶବ୍ଦର ବ୍ୟବହାରକୁ ଅଧିକ ପ୍ରୋତ୍ସାହିତ କରୁଛୁ। ଯଦି ଆମେ ବିଦ୍ୟାଳୟ ପାଠ୍ୟକ୍ରମ ଏବଂ ପାଠ୍ୟପୁସ୍ତକ ବିଷୟରେ ଆଲୋଚନା କରିବା ତାହେଲେ ଜାତୀୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ ମଧ୍ୟ ଏହାକୁ ଆଗକୁ ନେବାରେ କାମ କରୁଛି।

 

 

Read More
{}{}