Hindi News >>Home >>Odisha Trending

India vs Bharat: 'ଇଣ୍ଡିଆ ନାଁ ଭାରତ', ଯେତେବେଳେ ଦେଶର ନାମ ପରିବର୍ତ୍ତନ କରିବାକୁ ବିରୋଧ କରିଥିଲେ ମୋଦି ସରକାର

India or Bharat: ଆସନ୍ତା ୯-୧୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତ ବିଦେଶୀ ପ୍ରତିନିଧୀଙ୍କ ନିକଟକୁ ଏକ ଚିଠି ପଠାଇଥିଲେ। ଯେଉଁଥିରେ "ପ୍ରେସିଡଣ୍ଡ ଅଫ ଭାରତ" ଲେଖା ଯାଇଥିଲା। ସାଧାରଣତଃ ଆମେ ଦେଖିଛେ ଯେ କୌଣସି ସରକାରୀ ନିମନ୍ତ୍ରଣ ପତ୍ରରେ "ପ୍ରେସିଡେଣ୍ଟ ଅଫ ଇଣ୍ଡିଆ" ନାଁ ବ୍ୟବହାର କରାଯାଇଥାଏ । ଏହି ନିମନ୍ତ୍ରଣ ପତ୍ର ପାଇଁ  ସମଗ୍ର ଦେଶରେ "ଇଣ୍ଡିଆ ନାଁ ଭାରତ" ବିତର୍କ ଆରମ୍ଭ ହୋଇଥିଲା। 

Advertisement
India vs Bharat: 'ଇଣ୍ଡିଆ ନାଁ ଭାରତ', ଯେତେବେଳେ ଦେଶର ନାମ ପରିବର୍ତ୍ତନ କରିବାକୁ ବିରୋଧ କରିଥିଲେ ମୋଦି ସରକାର
Stop
Zee Odisha Desk|Updated: Sep 06, 2023, 04:21 PM IST

Modi Govt on India vs Bharat: "ଇଣ୍ଡିଆ ନାଁ ଭାରତ" ପ୍ରସଙ୍ଗକୁ ନେଇ ସମଗ୍ର ଦେଶରେ ଏକ ନୂଆ ବିତର୍କ ଆରମ୍ଭ ହୋଇଯାଇଛି। ଏହି ବିତର୍କ ରାଷ୍ଟ୍ରପତି ଭବନରୁ ଆସିଥିବା ନିମନ୍ତ୍ରଣ ପତ୍ରରୁ ଆରମ୍ଭ ହୋଇଥିଲା। ଯେଉଁଥିରେ "ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ" ବଦଳରେ ଭାରତର ରାଷ୍ଟ୍ରପତି ଲେଖାଯାଇଥିଲା। ଏହି ନିମନ୍ତ୍ରଣ ସାମ୍ନାକୁ ଆସିବା ପରେ ବିରୋଧି ତାତି ଉଠିଥିଲେ। "ଇଣ୍ଡିଆ" ମେଣ୍ଟର ନେତା ଦାବି କରିଛନ୍ତି ଯେ "ଇଣ୍ଡିଆ ବନାମ ଭାରତ" ବିତର୍କ ପଛରେ ବିଜେପିର ଭୟ ରହିଛି। ଅନ୍ୟପକ୍ଷରେ ବିଜେପି ନେତା ଏହାକୁ ଦାସତ୍ୱର ମାନସିକତାରେ ଆଘାତ ବୋଲି କହିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗତ ୨୦୧୫ ବର୍ଷରେ ସୁପ୍ରିମକୋର୍ଟ ଏକ ଆବେଦନ ଉପରେ ଶୁଣାଣି କରିବା ବେଳେ ମୋଦି ସରକାର କହିଥିଲେ ଯେ ଦେଶର ନାମ "ଇଣ୍ଡିଆ" ବଦଳରେ ଭାରତ ରଖିବାର କୌଣସି ଆବଶ୍ୟକତା ନାହିଁ। କେବଳ ଏତିକି ନୁହେଁ "ଇଣ୍ଡିଆ" ନାମ ବଦଳାଇବା ପାଇଁ ଗତ ୨୦୧୬ ବର୍ଷରେ ସୁପ୍ରିମକୋର୍ଟ ଠାରେ ଏକ ପିଟିସନ ଦାଖଲ କରାଯାଇଥିଲା। ସେତେବେଳେ ସୁପ୍ରିମକୋର୍ଟ କ'ଣ କହିଥିଲେ ଜାଣନ୍ତୁ?

୨୦୧୫ ବର୍ଷରେ ମୋଦି  ସୁପ୍ରିମକୋର୍ଟ ଠାରେ କହିଥିଲେ ଯେ ଦେଶର ନାମ ପରିବର୍ତ୍ତନ କରିବାର କୌଣସି ଆବଶ୍ୟକତା ନାହିଁ
ବିଶେଷ କଥା ହେଉଛି ଯେ ଗତ ୨୦୧୫ ବର୍ଷରେ ଏକ ଜନସ୍ୱାର୍ଥ ମାମଲାକୁ ଦୃଷ୍ଟିରେ ରଖି ମୋଦି ସରକାର (Modi Govt) ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ କହିଥିଲେ ଯେ ଦେଶର ନାମ "ଇଣ୍ଡିଆ" (India) ବଦଳରେ ଭାରତ (Bharat) ରହିବା ଆବଶ୍ୟକ ନୁହେଁ। ସେତେବେଳେ କେନ୍ଦ୍ର ସରକାର (Union Govt of India) ଦାବି କରିଥିଲେ ଯେ ୧ ଅନୁଚ୍ଛେଦରେ କୌଣସି ପରିବର୍ତ୍ତନ କରିବା ଉପରେ ପରିସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଭାରତୀୟ ସମ୍ବିଧାନର (Constitution of India) ଧାରା ୧.୧ ଅନୁଯାୟୀ ସରକାରୀ ତଥା ଅଣ ଆନୁଷ୍ଠାନିକ ଉଦ୍ଦେଶ୍ୟରେ ଦେଶ ନାମକରଣ କିପରି କରାଯିବ ସେ ସମ୍ବନ୍ଧରେ ସମ୍ବିଧାନିକ ବ୍ୟବସ୍ଥାରେ କୁହାଯାଇଛି। "ଇଣ୍ଡିଆ" ଅର୍ଥାତ୍ ଭାରତ ରାଜ୍ୟଙ୍କ ଏକ ସଂଘ ହେବ। 

୨୦୧୬ ବର୍ଷରେ କ'ଣ କହିଥିଲେ ସୁପ୍ରିମକୋର୍ଟ?
ଦେଶର ନାମ "ଇଣ୍ଡିଆ" ରୁ "ଭାରତ" କୁ ପରିବର୍ତ୍ତନ (Change of Country Name India to Bharat) କରିବାକୁ ଦାବି ପୂର୍ବରୁ ସୁପ୍ରିମକୋର୍ଟ (Supreme Court of India) ଠାରେ ଉଠିସାରିଛି। ଗତ ୨୦୧୬ ବର୍ଷରେ "ଇଣ୍ଡିଆ" ନାମକୁ "ଭାରତ" ନାମରେ ବଦଳାଇବାକୁ ଚାହୁଁଥିବା ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ। ପରେ ମୁଖ୍ୟ ବିଚାରପତି ଜଷ୍ଟିସ ଟି.ଏସ୍ ଠାକୁର ଏବଂ ଜଷ୍ଟିସ୍ ୟୁୟୁ ଲଲିତ ଆବେଦନକାରୀଙ୍କୁ କହିଥିଲେ ଯେ ଆପଣ "ଇଣ୍ଡିଆ" କିମ୍ବା "ଭାରତ" ଯାହା କହିବାକୁ ଚାହୁଁଛନ୍ତି ତାହା କହିପାରନ୍ତି। ଯଦି ଆପଣ "ଭାରତ" କହିବାକୁ ଚାହାଁନ୍ତି, ତାହେଲେ କହିପାରନ୍ତି। ଯଦି କେହି "ଇଣ୍ଡିଆ"ତାହେଲେ କହିପାରନ୍ତି। 

ଏହାର ଚାରି ବର୍ଷ ପରେ ଅର୍ଥାତ ୨୦୨୦ ବର୍ଷରେ ସୁପ୍ରିମକୋର୍ଟ ଏକ ଯାଚିକା ଖାରଜ କରିଥିଲେ। ଯେଉଁଥିରେ ଭାରତର ନାମ ବଦଳାଇବାକୁ ଆବେଦନକୁ କରାଯାଇଥିଲା। ଗତ ୨୦୨୦ ବର୍ଷରେ ମୁଖ୍ୟ ବିଚାରପତି ଜଷ୍ଟିସ ଶରଦ ବୋବଡେ କହିଥିଲେ ଯେ ସମ୍ବିଧାନରେ ଉଭୟ "ଇଣ୍ଡିଆ" ଏବଂ "ଭାରତ" ନାଁ ରହିଛି।

ସ୍ୱତନ୍ତ୍ର ଅଧିବେଶନରେ ପ୍ରସ୍ତାବ ଆଣିବା ଉପରେ ହୋଇପାରେ ଆଲୋଚନା
ମୋଦି ସରକାର ଆସନ୍ତା ୧୮ ତାରିଖରୁ ୨୨ ପର୍ଯ୍ୟନ୍ତ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ଏହି ଅଧିବେଶନ ବିଷୟରେ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ। ହେଲେ ଆଲୋଚନା ହୋଇଛି ଯେ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ମୋଦି ସରକାର ଭାରତୀୟ ସମ୍ବିଧାନରୁ "ଇଣ୍ଡିଆ" ଶବ୍ଦ ହଟାଇବାକୁ ପ୍ରସ୍ତାବ ଆଣିପାରନ୍ତି। 

ଭାରତୀୟ ସମ୍ବିଧାନରେ ରହିଛି ଉଭୟ "ଇଣ୍ଡିଆ" ଏବଂ "ଭାରତ" ନାମର ଉଲ୍ଲେଖ
ଭାରତ ବର୍ଷର ଦୁଇଟି ନାମ ରହିଛି। ତାହା ହେଉଛି "ଇଣ୍ଡିଆ" ଏବଂ "ଭାରତ"। ଭାରତୀୟ ସମ୍ବିଧାନର ପ୍ରସ୍ତାବନାରେ ଲେଖାଯାଇଛି ଯେ, "India that is Bharat"। ଯାହାର ଅର୍ଥ ହେଉଛି ଦେଶର ଦୁଇଟି ନାମ ରହିଛି। ଭାରତୀୟ ନାଗରିକ ହିସାବରେ ଆମେ ଉଭୟ "ଭାରତ ସରକାର" କିମ୍ବା "Government of India" କହିଥାଉ। 

 

 

Read More
{}{}