Hindi News >>Home >>Odisha Trending

Sugar Price: ଚିନି ମୂଲ୍ୟ କମ କରିବାକୁ ବଡ଼ ନିଷ୍ପତ୍ତି ନେଲେ କେନ୍ଦ୍ର ସରକାର

Sugar Price and Production in India: ଦେଶରେ ଚିନି ଉତ୍ପାଦନ ବୃଦ୍ଧି କରିବା ସହିତ ଏହାର ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି।

Advertisement
Sugar Price: ଚିନି ମୂଲ୍ୟ କମ କରିବାକୁ ବଡ଼ ନିଷ୍ପତ୍ତି ନେଲେ କେନ୍ଦ୍ର ସରକାର
Stop
Zee Odisha Desk|Updated: Dec 07, 2023, 08:23 PM IST

Union Govt Decision to reduce Sugar Price: ଦେଶରେ ଚିନି ମୂଲ୍ୟକୁ ନିୟନ୍ତ୍ରଣ କରିବା ଏବଂ ଘରୋଇ ବ୍ୟବହାର ପାଇଁ ଯୋଗାଣ ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏନେଇ ନିଆଯାଇଥିବା ନିଷ୍ପତ୍ତି ଆଧାରରେ ଏଣିକି ଆଖୁ ରସ ଏବଂ ସିରପ୍ ରୁ ଇଥାନଲ ଉତ୍ପାଦିତ ହେବ ନାହିଁ। ଏହାକୁ ତୁରନ୍ତ ବନ୍ଦ କରିବାକୁ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଚିନି କଳ ଉଦ୍ଦେଶ୍ୟରେ ନିର୍ଦ୍ଦେଶ ଜାରିହୋଇଛି। ସମସ୍ତ ଚିନି କଳ ଏବଂ ମଦ୍ୟ ନିର୍ମାଣ କରୁଥିବା କାରଖାନାର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଖାଦ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଅବଗତ କରାଯାଇଛି।

ଶିରାରୁ ପ୍ରସ୍ତୁତ ହେବ ଇଥାନଲ 
ଚିନି କଳର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଖାଦ୍ୟ ମନ୍ତ୍ରଣାଳୟ (Food Ministry Govt of India) ପକ୍ଷରୁ ଲେଖା ଯାଇଥିବା ଚିଠିରେ ସ୍ପଷ୍ଟ କରାଯାଇଛି ଯେ ତୈଳ ମାର୍କେଟିଂ କରୁଥିବା କମ୍ପାନୀ (Oil Marketing Companies in India) ଲାଗି ଶିରାରୁ ଇଥାନଲ ଯୋଗାଣ ଜାରି ରହିବ। ଏହାର ଅର୍ଥ ହେଉଛି ବର୍ତ୍ତମାନ ଚିନି କଳକୁ ଆଖୁ ରସରୁ ଚିନି ପ୍ରସ୍ତୁତ କରିବାକୁ ଅନୁମତି ଦିଆଯିବ। ଚିନି ସହିତ ମିଶ୍ରିତ ଆଖୁ ରସରୁ ଇଥାନଲ ଉତ୍ପାଦନ କରିପାରିବେ ନାହିଁ ଚିନି କଳ। ଯାହା ଦ୍ୱାରା ଆଗାମୀ ସମୟରେ ଚିନି ଉତ୍ପାଦନ ବୃଦ୍ଧି କରାଯିବା ସହିତ ଏହାର ମୂଲ୍ୟ ନିୟନ୍ତ୍ରଣ କରାଯାଇ ପାରିବ।

Also Read: New Sugar India: ବଜାରକୁ ଆସୁଛି ନୂଆ ଚିନି; ଜାଣନ୍ତୁ ଏହାର ବିଶେଷତ୍ୱ\

ଖାଦ୍ୟ ମନ୍ତ୍ରଣାଳୟ ପକ୍ଷରୁ ଲେଖାଯାଇଥିବା ଚିଠିରେ କୁହାଯାଇଛି ଯେ, ଚିନି ନିୟନ୍ତ୍ରଣ ଆଦେଶ ୧୯୬୬ ଧାରା ୪ ଏବଂ ୫ ଅନୁଯାୟୀ ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ସମସ୍ତ ଚିନି କଳ ଏବଂ ମଦ୍ୟ ନିର୍ମାଣ କରୁଥିବା କାରଖାନାକୁ ତୁରନ୍ତ ପ୍ରଭାବ ସହିତ ୨୦୨୩-୨୪ ଇଥାନଲ୍ ଯୋଗାଣ ବର୍ଷରେ (Ethanol Supply Year 2023-24 India) ଇଥାନଲ ପାଇଁ ଆଖୁ ରସ/ଚିନି ରସ ବ୍ୟବହାର କରନ୍ତୁ ନାହିଁ। ତୈଳ ମାର୍କେଟିଂ କରୁଥିବା କମ୍ପାନୀ ଲାଗି ଶିରାରୁ ନିର୍ମିତ ହେଉଥିବା ଇଥାନଲ ଯୋଗାଇ (Ethanol Supply for OMC from Molasses) ଦିଆଯିବ। 

ଅନ୍ୟପଟେ ବର୍ତ୍ତମାନ ବଜାରକୁ ଖୁବ ଶୀଘ୍ର ଏକ ନୂତନ ଧରଣର ଚିନି ଆସିବାକୁ ଯାଉଛି। ଯାହାକୁ ବ୍ୟବହାର କରିବା ଦ୍ୱାରା କୋଲେଷ୍ଟ୍ରଲ କିମ୍ବା ବ୍ଲଡପ୍ରେସର ବଢିବ ନାହିଁ। ଡାଇବେଟିସ ରୋଗୀଙ୍କ ପାଇଁ ଏହି ଚିନି ଏକ ଭଲ ଖାଦ୍ୟ ବିକଳ୍ପ ହୋଇପାରେ। କେବଳ ସେତିକି ନୁହେଁ, ଏହାର ନିୟମିତ ବ୍ୟବହାର ଫ୍ୟାଟି ଲିଭର ସମସ୍ୟାକୁ ମଧ୍ୟ ଦୂର କରାଯାଇପାରିବ। ଜାତୀୟ ଚିନି ପ୍ରତିଷ୍ଠାନ (National Sugar Institute of India) ଏକ ନୂତନ ପ୍ରକାରର ଚିନି (National Sugar Institute of India made special kind sugar) ପ୍ରସ୍ତୁତ କରାଯାଉଛି। ଏନେଇ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ନରେନ୍ଦ୍ର ମୋହନ ଦାବି କରିଛନ୍ତି ଯେ ଏହା ହେଉଛି ଦେଶର ପ୍ରଥମ ନିମ୍ନ ଧରଣର ଗ୍ଲାଇସେମିକ୍ ଇଣ୍ଡେକ୍ସ ଚିନି (Low Glycemic Index Sugar)। ପ୍ରାୟ ୬ ବର୍ଷର ପରିଶ୍ରମ ପରେ ସେ ଏହି ସଫଳତା ପାଇଥିବାର କହିଛନ୍ତି। ଖୁବ ଶୀଘ୍ର ଏହାର ପେଟେଣ୍ଟ ଦାଖଲ କରାଯିବ ବୋଲି କହିଛନ୍ତି ଜାତୀୟ ଚିନି ପ୍ରତିଷ୍ଠାନ ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ନରେନ୍ଦ୍ର ମୋହନ। 

 

Read More
{}{}