Hindi News >>Home >>Odisha Trending

Seventh Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କୁ ଲାଗିଲା ଝଟକା, ସରକାର ନେଲେ ଏହି ବଡ ନିଷ୍ପତ୍ତି

ମହଙ୍ଗା ଭତ୍ତା ବୃଦ୍ଧିକୁ ଅପେକ୍ଷା କରିଥିବା କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଆସିଛି ଖୁସି ଖବର। ଚଳିତ ବର୍ଷ ହୋଲି ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତା ପ୍ରଦାନ କରିପାରନ୍ତି କେନ୍ଦ୍ର ସରକାର। ଚଳିତ ବର୍ଷ ହୋଲି ମାର୍ଚ୍ଚ ୮ ତାରିଖରେ ପାଳିତ ହେବାକୁ ଯାଉଛି। ନିକଟରେ ପ୍ରକାଶିତ ଅଖିଳ ଭାରତୀୟ ଉପଭୋକ୍ତା ମୂଲ୍ୟ

Advertisement
Seventh Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କୁ ଲାଗିଲା ଝଟକା, ସରକାର ନେଲେ ଏହି ବଡ ନିଷ୍ପତ୍ତି
Stop
Zee Odisha Desk|Updated: Jan 06, 2023, 08:27 PM IST

House Rent Allowance: ମହଙ୍ଗା ଭତ୍ତା ବୃଦ୍ଧିକୁ ଅପେକ୍ଷା କରିଥିବା କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଆସିଛି ଖୁସି ଖବର। ଚଳିତ ବର୍ଷ ହୋଲି ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତା ପ୍ରଦାନ କରିପାରନ୍ତି କେନ୍ଦ୍ର ସରକାର। ଚଳିତ ବର୍ଷ ହୋଲି ମାର୍ଚ୍ଚ ୮ ତାରିଖରେ ପାଳିତ ହେବାକୁ ଯାଉଛି। ନିକଟରେ ପ୍ରକାଶିତ ଅଖିଳ ଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ସୂତ୍ରରୁ ଏହି ଖବର ମିଳିଛି। କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ପୁଣି ଥରେ ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିପାରନ୍ତି। ତଥ୍ୟ ଅନୁଯାୟୀ କେନ୍ଦ୍ର ସରକାର ମହଙ୍ଗା ଭତ୍ତାକୁ ୪ ପ୍ରତିଶତ କିମ୍ବା ୩ ପ୍ରତିଶତ ବୃଦ୍ଧି କରିପାରନ୍ତି। 

ଯଦି କେନ୍ଦ୍ର ସରକାର (Govt of India) ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରନ୍ତି, ତାହେଲେ ମହଙ୍ଗା ଭତ୍ତା ୪୨ ପ୍ରତିଶତ ହୋଇଯିବ। ଗତବର୍ଷ ଜୁଲାଇରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି କରିଥିଲେ। ଜି ନ୍ୟୁଜ୍ ହିନ୍ଦୀ ୱେବସାଇଟ୍ ରିପୋର୍ଟ ଅନୁଯାୟୀ ମହଙ୍ଗା ଭତ୍ତା (Dearness Allowance) ଏବଂ ଡିଅରନେସ ରିଲିଫ (Dearness Relief) ବୃଦ୍ଧି ପରେ ୪୮ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୮ ଲକ୍ଷ ପେନସନଭୋଗୀ ଉପକୃତ ହେବେ।

ଯଦି ମହଙ୍ଗା ଭତ୍ତା ୪ ପ୍ରତିଶତ ବଢେ, ତାହେଲେ ସ୍ତର-୩ କର୍ମଚାରୀଙ୍କ ବେତନ ଉପରେ ଏହାର ପ୍ରଭାବ କ’ଣ ହେବ?
କର୍ମଚାରୀଙ୍କ ମୂଳ ଦରମା: ୫୬ ହଜାର ୯୦୦ ଟଙ୍କା 
ନୂତନ ମହଙ୍ଗା ଭତ୍ତା (୪୨%): ମାସକୁ ୨୩ ହଜାର ୮୯୮ ଟଙ୍କା
ବର୍ତ୍ତମାନ ପର୍ଯ୍ୟନ୍ତ ମହଙ୍ଗା ଭତ୍ତା (୩୮%): ମାସକୁ ୨୧ ହଜାର ୬୨୨ ଟଙ୍କା
କେତେ ବଢିଲା ମହଙ୍ଗା ଭତ୍ତା: ୨୩୮୯୮-୨୧୬୨୨= ୨୨୭୬ ଟଙ୍କା/ମାସିକ
ବାର୍ଷିକ ଦରମା ବୃଦ୍ଧି: ୨୨୭୬X୧୨= ୨୭ ହଜାର ୩୧୨ ଟଙ୍କା

ଅର୍ଥ ମନ୍ତ୍ରଣାଳୟ ଅନୁଯାୟୀ ଖର୍ଚ୍ଚ ବିଭାଗ ଘରଭଡା ଭତ୍ତା (House Rent Allowance) ସମ୍ବନ୍ଧୀୟ ନିୟମକୁ ସଂଶୋଧନ କରିଛି। ନୂତନ ନିୟମ ଅନୁଯାୟୀ, କିଛି ସରକାରୀ କର୍ମଚାରୀ ଘର ଭଡା ଭତ୍ତା ପାଇବେ ନାହିଁ। ଏହି ନିୟମ ସେହି ଲୋକଙ୍କ ଉପରେ ଅନ୍ତର୍ଭୂକ୍ତ, ଯେଉଁମାନେ ଅନ୍ୟ ସରକାରୀ କର୍ମଚାରୀଙ୍କ ସାଙ୍ଗ ସହିତ ସରକାରୀ ସରକାରୀ ଆବାସ ବାଣ୍ଟୁଛନ୍ତି। ସେମାନେ ଘର ଭଡା ଭତ୍ତାର ଲାଭ ପାଇବେ ନାହିଁ। ଯଦି ଆପଣ ଏବଂ ଆପଣଙ୍କ ପିତାମାତା ମଧ୍ୟ ସରକାରୀ କର୍ମଚାରୀ ଏବଂ ଆପଣ ଯଦି ସମାନ ସରକାରୀ ଘରେ ରହୁଛନ୍ତି, ତାହେଲେ ଆପଣ ଘର ଭଡା ପାଇବେ ନାହିଁ। ଏଥିରେ କେନ୍ଦ୍ରୀୟ, ରାଜ୍ୟ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ଅର୍ଦ୍ଧ ସରକାରୀ ଅନୁଷ୍ଠାନ, ମ୍ୟୁନିସିପାଲିଟି, ପୋର୍ଟ ଟ୍ରଷ୍ଟ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବଂ ଭାରତୀୟ ଜୀବନ ବୀମା ନିଗମ କର୍ମଚାରୀ ଅନ୍ତର୍ଭୂକ୍ତ ରହିଛନ୍ତି।

 

Read More
{}{}