Hindi News >>Home >>Odisha Trending

Internet User: ଇଣ୍ଟରନେଟ୍ ଦୁନିଆରେ ଅନନ୍ୟ ରେକର୍ଡ ସୃଷ୍ଟି କଲା ଭାରତ, ୨୦୨୫ ପର୍ଯ୍ୟନ୍ତ ପଛରେ ପଡ଼ିଯିବ ଅନ୍ୟ ସମସ୍ତ ଦେଶ

Internet in India: ଭାରତ ଭଳି ଦେଶରେ ପ୍ରାୟ ୫୨% ଲୋକ ଅର୍ଥାତ୍ ପ୍ରାୟ ୭୬ କୋଟି ଭାରତୀୟ ବର୍ତ୍ତମାନ ସମୟରେ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। ଦେଶରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟାରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। 

Advertisement
Internet User: ଇଣ୍ଟରନେଟ୍ ଦୁନିଆରେ ଅନନ୍ୟ ରେକର୍ଡ ସୃଷ୍ଟି କଲା ଭାରତ, ୨୦୨୫ ପର୍ଯ୍ୟନ୍ତ ପଛରେ ପଡ଼ିଯିବ ଅନ୍ୟ ସମସ୍ତ ଦେଶ
Stop
Zee Odisha Desk|Updated: May 06, 2023, 06:02 PM IST

Internet Service in India: ଭାରତ ଭଳି ଏକ ବିଶାଳ ଦେଶରେ ଇଣ୍ଟରନେଟ୍ ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଦେଶର ସହର ଅପେକ୍ଷା ଗ୍ରାମଞ୍ଚଳରେ ଅଧିକ ଇଣ୍ଟରନେଟ୍ ବ୍ୟବହାର କରାଯାଉଥିବାର ଜଣାପଡ଼ିଛି। କେବଳ ଏତିକି ନୁହେଁ, ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏକ ସକ୍ରିୟ ଇଣ୍ଟରନେଟ୍ ବ୍ୟବହାରକାରୀ। ଏନେଇ ପ୍ରକାଶିତ ରିପୋର୍ଟ ଜରିଆରେ କୁହାଯାଇଛି ଯେ ଆସନ୍ତା ୨୦୨୫ ସୁଦ୍ଧା ସର୍ବାଧିକ ଇଣ୍ଟରନେଟ୍ ଅଭିବୃଦ୍ଧି ଭାରତ ଭଳି ଦେଶରେ ହେବ।

ପ୍ରାୟ ୫୨% ଭାରତୀୟ ଅର୍ଥାତ୍ ପ୍ରାୟ ୭୬ କୋଟି ଲୋକ ବର୍ତ୍ତମାନ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। ଦେଶରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟାରେ ଦ୍ରୁତ ଗତିରେ ବୃଦ୍ଧି ଘଟିଛି। ଏନେଇ ହୋଇଥିବା ଆକଳନ ଅନୁଯାୟୀ, ଆସନ୍ତା ୨୦୨୫ ପର୍ଯ୍ୟନ୍ତ ପ୍ରାୟ ୯୦ କୋଟି ଭାରତୀୟ ସକ୍ରିୟ ଭାବରେ ଇଣ୍ଟରନେଟ୍ ବ୍ୟବହାର କରିବେ। ସକ୍ରିୟ ଉପଭୋକ୍ତା ଅର୍ଥ ଏପରି ବ୍ୟକ୍ତି ଯେଉଁମାନେ ମାସରେ ଅତି କମରେ ଥରେ ଇଣ୍ଟରନେଟ୍ ବ୍ୟବହାର କରିଥାନ୍ତି।ଦେଶରେ ଏଭଳି ଅଭିବୃଦ୍ଧି ପ୍ରଥମ ଥର ଦେଖିବାକୁ ମିଳିଛି।

ଏହି ତଥ୍ୟ "ଇଣ୍ଟରନେଟ୍ ଇନ୍ ଇଣ୍ଡିଆ ରିପୋର୍ଟ ୨୦୨୨" (Internet in India Report 2022) ମାଧ୍ୟମରେ ପ୍ରକାଶ ପାଇଛି। ଏହି ରିପୋର୍ଟ ଇଣ୍ଟରନେଟ୍ ଏବଂ ମୋବାଇଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (Internet and Mobile Association of India) ଦ୍ୱାରା ପ୍ରକାଶିତ ହୋଇଛି। ସବୁଠୁ ବଡ କଥା ହେଉଛି ଏହି ୭୬ କୋଟି ଇଣ୍ଟରନେଟ ବ୍ୟବହାରକାରୀଙ୍କ ମଧ୍ୟରୁ ୪୦ କୋଟି ଗ୍ରାମାଞ୍ଚଳ ଏବଂ ୩୬ କୋଟି ଲୋକ ସହରରେ ରହୁଛନ୍ତି। ଏହି ରିପୋର୍ଟ ଦର୍ଶାଉଛି ଯେ ସହର ଅପେକ୍ଷା ଗ୍ରାମରେ ଇଣ୍ଟରନେଟ୍ ବ୍ୟବହାର ଅଧିକ ହେଉଛି।

ଗତ ଏକ ବର୍ଷ ମଧ୍ୟରେ ଦେଶର ସହରାଞ୍ଚଳରେ ଇଣ୍ଟରନେଟ ବ୍ୟବହାର ୬% ବୃଦ୍ଧି ପାଇଥିବାବେଳେ ଗ୍ରାମରେ ଏହି ଅଭିବୃଦ୍ଧି ହାର ୧୪% ରହିଛି। ଆସନ୍ତା ୨୦୨୫ ପର୍ଯ୍ୟନ୍ତ  ୫୬% ନୂତନ ଇଣ୍ଟରନେଟ୍ ବ୍ୟବହାରକାରୀ ଗ୍ରାମଞ୍ଚଳରୁ ଆସିବେ। ଯଦି ଆମେ ସମୁଦାୟ ମାମଲାକୁ ଦେଖିବା, ତାହେଲେ ଗୋଆ ଭଳି ରାଜ୍ୟରରେ ସର୍ବାଧିକ ୭୦% ଏବଂ ବିହାର ଭଲି ରାଜ୍ୟରେ ସର୍ବନିମ୍ନ ୩୨% ଲୋକ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। ମୋଟ ଭାରତୀୟଙ୍କ ମଧ୍ୟରେ ୫୪% ଇଣ୍ଟରନେଟ୍ ବ୍ୟବହାରକାରୀ ହେଉଛନ୍ତି ପୁରୁଷ।

ହେଲେ ଇଣ୍ଟରନେଟ୍ ବ୍ୟବହାର ବ୍ୟବହାର ନୂତନ ଭାବରେ ଯୋଡ଼ି ହେଉଥିବା ନୂତନ ଉପଭୋକ୍ତାଙ୍କ ମଧ୍ୟରେ ୫୭% ହେଉଛନ୍ତି ମହିଳା। ଆସନ୍ତା ୨୦୨୫ ପର୍ଯ୍ୟନ୍ତ ନୂତନ ବ୍ୟବହାରକାରୀଙ୍କ ମଧ୍ୟରେ ୬୫% ମହିଳା ହେବେ ବୋଲି ଅନୁମାନ କରାଯାଉଛି। ମୋବାଇଲ୍ ବ୍ୟତୀତ ଟାବଲେଟ୍ କିମ୍ବା ସ୍ମାର୍ଟ ଟିଭି ଭଳି ଷ୍ଟ୍ରିମିଂ ଡିଭାଇସ ମାଧ୍ୟମରେ ଇଣ୍ଟରନେଟ୍ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ଗୋଟିଏ ବର୍ଷରେ ୮ ପ୍ରତିଶତରୁ ୧୩ ପ୍ରତିଶତକୁ ବୃଦ୍ଧି ପାଇଛି। 

ଭାରତ ବର୍ଷରେ ଡିଜିଟାଲ ଦେୟ ଗୋଟିଏ ବର୍ଷରେ ୧୩% ବୃଦ୍ଧି ପାଇଛି। ଦେଶରେ ଘଟୁଥିବା ସମସ୍ତ ଡିଜିଟାଲ ଦେୟ ମଧ୍ୟରୁ ୯୯% ହେଉଛନ୍ତି ୟୁପିଆଇ ବ୍ୟବହାରକାରୀ। ଗତ ଏକ ବର୍ଷ ମଧ୍ୟରେ ଡିଜିଟାଲ୍ ପେମେଣ୍ଟ ବ୍ୟବହାରରେ ୧୩ ପ୍ରତିଶତ ବୃଦ୍ଧି ଘଟିଛି। ପ୍ରାୟ ୩୪ କୋଟି ଲୋକ ଡିଜିଟାଲ୍ ପେମେଣ୍ଟ ବ୍ୟବହାର କରୁଛନ୍ତି। ଯେଉଁଥିରୁ ୩୬% ବ୍ୟବହାରକାରୀ ଗ୍ରାମାଞ୍ଚଳର ବୋଲି ଜଣାପଡ଼ିଛି।

Read More
{}{}