Hindi News >>Home >>Odisha Trending

Rapid Rail India: ଆସନ୍ତା ଶୁକ୍ରବାର ଗଡ଼ିବ ଦେଶର ପ୍ରଥମ ରାପିଡ଼ ରେଳ; ନିଜେ ପ୍ରଧାନମନ୍ତ୍ରୀ କରିବେ ଯାତ୍ରା

Regional Rapid Transit System: ଦେଶର ଦ୍ରୁତ ଗତିରେ ଚାଲୁଥିବା ପ୍ରଥମ ଟ୍ରେନ୍ ଅକ୍ଟୋବର ୨୦ ତାରିଖରେ ଗାଜିଆବାଦ ଠାରେ ଯାତ୍ରା ଆରମ୍ଭ କରିବ। ଆସନ୍ତା ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାପିଡ୍ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିବେ।  

Advertisement
Rapid Rail India: ଆସନ୍ତା ଶୁକ୍ରବାର ଗଡ଼ିବ ଦେଶର ପ୍ରଥମ ରାପିଡ଼ ରେଳ; ନିଜେ ପ୍ରଧାନମନ୍ତ୍ରୀ କରିବେ ଯାତ୍ରା
Stop
Zee Odisha Desk|Updated: Oct 18, 2023, 08:16 PM IST

First Rapid Rail of India: ଆସନ୍ତା ୨୦ ତାରିଖ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବର ଦେଶର ପ୍ରଥମ ରିଜିଓନାଲ ରାପିଡ୍ ଟ୍ରାଞ୍ଜିଟ୍ ସିଷ୍ଟମ୍ ଉଦଘାଟନ କରିବେ। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀକୁ ରାଷ୍ଟ୍ରୀୟ ରାଜ ରାଜଧାନୀ କ୍ଷେତ୍ର ଅଧିନସ୍ଥ ଗାଜିଆବାଦ-ମେରଠ ସହିତ ସଂଯୋଗ କରୁଥିବା ଏହି ୮୨ କିଲୋମିଟର ଲମ୍ବା ରାପିଡ୍ ଟ୍ରାଞ୍ଜିଟ୍ ସିଷ୍ଟମ୍ ର ପ୍ରାୟ ୧୭ କିଲୋମିଟର ଅଂଶ ପ୍ରଥମ ପର୍ଯ୍ୟାୟରେ ଜନସାଧାରଣଙ୍କ ପାଇଁ ଖୋଲାଯିବ। ଏହା ଅଧିନରେ ଲୋକେ ହାଇ ସ୍ପୀଡ୍ ଟ୍ରେନ୍ ଦ୍ୱାରା ସାହିବାବାଦ ଠାରୁ ଦୁହି ପର୍ଯ୍ୟନ୍ତ ଯାତ୍ରା କରିପାରିବେ। ଏହି ପ୍ରକଳ୍ପ ସମାପ୍ତ ହେବା ପରେ ଅବଶିଷ୍ଟ ଅଂଶରେ ମଧ୍ୟ ହାଇ ସ୍ପୀଡ୍ ଟ୍ରେନ୍ ସେବା ମଧ୍ୟ ଆରମ୍ଭ ହୋଇଯିବ।

ସାହିବାବାଦ ଠାରୁ ଦୁହି ମଧ୍ୟରେ ଚଳାଚଳ କରିବ ହାଇ ସ୍ପୀଡ୍ ଟ୍ରେନ୍ 
ରିପୋର୍ଟ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ସାହିବାବାଦ ଠାରୁ ଆରମ୍ଭ ହୋଇ ହାଇ ସ୍ପୀଡ୍ ଟ୍ରେନ୍ ଗାଜିଆବାଦ, ଗୁଲଧର, ଦୁହି ଏବଂ ଦୁହି ଟର୍ମିନାଲ ପର୍ଯ୍ୟନ୍ତ ଚଳାଚଳ କରିବ। ପୁଣି ଏହି ଟ୍ରେନ୍ ଦୁହି ଟର୍ମିନାଲ ଠାରୁ ଫେରି ସାହିବାବାଦ ଠାରେ ପହଞ୍ଚିବ। ଦେଶରେ ଏହି ପ୍ରଥମ ଦ୍ରୁତ ରେଳ ପରିବହନ ବ୍ୟବସ୍ଥା (Rapid Rail Transit System) ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଆସନ୍ତା ୨୦୨୫ ବର୍ଷ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇଛି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ଲୋକେ ମାତ୍ର ୧ ଘଣ୍ଟା ମଧ୍ୟରେ ଦିଲ୍ଲୀ ଠାରୁ ଯାତ୍ରା ଆରମ୍ଭ କରି ମେରୁଠ ଠାରେ ପହଞ୍ଚି ପାରିବେ। ବର୍ତ୍ତମାନ ଦିଲ୍ଲୀ ଠାରୁ ମେରଠ ଯାତ୍ରା କରିବା ପାଇଁ ପ୍ରାୟ ଅଢେଇ ଘଣ୍ଟାରୁ ତିନି ଘଣ୍ଟା ସମୟ ଲାଗୁଛି। ଏହି ଦ୍ରୁତ ରେଳ ପରିବହନ ବ୍ୟବସ୍ଥା ବସ୍ ଷ୍ଟାଣ୍ଡ, ବିମାନବନ୍ଦର, ମେଟ୍ରୋ ଷ୍ଟେସନ୍ ଏବଂ ରେଳ ଷ୍ଟେସନ୍ ସହିତ ମଧ୍ୟ ସଂଯୁକ୍ତ ହେବ। ଯାହା ଦ୍ୱାରା ଲୋକଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାରେ ଅସୁବିଧାର ସାମ୍ନା କରିବାକୁ ପଡ଼ିବ ନାହିଁ।

Also Read: Prime Minister Narendra Modi: ଖୁବଶୀଘ୍ର ଶେଷ ହେବ ଦିଲ୍ଲୀ-ଉତ୍ତର ପ୍ରଦେଶ ଲୋକଙ୍କ ଅପେକ୍ଷା; ୨୦ ତାରିଖରେ ମିଲିବ ବଡ଼ ଉପହାର

ଦେଶର ପ୍ରଥମ ଦ୍ରୁତ ରେଳ ବ୍ୟବସ୍ଥା 
ରିପୋର୍ଟ ଅନୁଯାୟୀ, ରାପିଡ୍ ରେଳ ଟ୍ରାଞ୍ଜିଟ୍ ସିଷ୍ଟମ୍ ଦେଶର ପ୍ରଥମ ରେଳ ବ୍ୟବସ୍ଥା ହେବ। ଯାହାର ବେଗ ଘଣ୍ଟା ପ୍ରତି ୧୬୦ କିମି ଠାରୁ ନେଇ ୧୮୦ କିମି ପର୍ଯ୍ୟନ୍ତ ରହିବ। ମଲ୍ଟି ମଡେଲ୍ ଇଣ୍ଟିଗ୍ରେଟେଡ୍ ସିଷ୍ଟମ (Multi Model Integrated System) ରୁ ରାପିଡ୍ ରେଳ ପରିବହନ ବ୍ୟବସ୍ଥାର (Rapid Rail Transport System) ଧାରଣା ନିଆଯାଇଛି। ଗୁଜୁରାଟ ଠାରେ ଏହି ଦ୍ରୁତ ପରିବହନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଏହା ଅଧିନରେ ସମସ୍ତ ପରିବହନ ମାଧ୍ୟମ ପରସ୍ପର ସହିତ ସଂଯୁକ୍ତ ହେବ। ଯାହାଦ୍ୱାରା ଲୋକେ ସହଜରେ ଯାତାୟତ କରିପାରିବେ।

ଲଗେଜ୍ ରଖିବା ପାଇଁ ହୋଇଛି ବ୍ୟବସ୍ଥା 
ରେଳବାଇ ଅନୁଯାୟୀ ରାପିଡ୍ ରେଳ ଟ୍ରାଞ୍ଜିଟ୍ ସିଷ୍ଟମ୍ ମଧ୍ୟ ମେଟ୍ରୋ ପରି ହେବ। ଏହାର ଉଭୟ ପାର୍ଶ୍ୱରେ ଦୁଇଟି ସିଟ୍ ରହିବା ବ୍ୟତୀତ ଲଗେଜ୍ ରଖିବା ପାଇଁ ଉପରେ ଏକ କ୍ୟାରେଜ ମଧ୍ୟ ରହିବ। ଏକ ଟ୍ରେନ୍ ସହ ମୋଟ ୬ କୋଚ୍ ସଂଯୁକ୍ତ ରହିବ। ଏହାର ଗୋଟିଏ କୋଚ୍ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। ଏହି ଟ୍ରେନ ଭଡା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇ ନାହିଁ। ହେଲେ ଏହାର ଭଡ଼ା ମେଟ୍ରୋ ଟ୍ରେନ୍ ସହିତ ସମାନ କିମ୍ବା କମ୍ ହୋଇପାରେ ବିଶ୍ୱାସ କରାଯାଉଛି। ମେଟ୍ରୋ ପରି ଏହି ଟ୍ରେନ୍ ପ୍ରାୟତଃ କଂକ୍ରିଟ ସ୍ତମ୍ଭ ଉପରେ ଚାଲିବ। କେତେକ ସ୍ଥାନରେ ଭୂତଳ ସୁଡ଼ଙ୍ଗ ମଧ୍ୟରେ ଗତି କରିବ।

 

Read More
{}{}