Hindi News >>Home >>Odisha Trending

IND vs SA: ଆଜି ଶେଷ ଟି-୨୦, ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ, ପ୍ଲେଇଂ ଇଲେଭେନରେ ସାମିଲ ହେବେ ଏହି ଖେଳାଳି

ଆଉ କିଛି ସମୟ ପରେ ଅନ୍ତିମ ଟିଟ୍ୱେଣ୍ଟି ପାଇଁ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ। ଏହା ପୂର୍ବରୁ ଉଭୟ ଦଳ ଅଭ୍ୟାସ କରିସାରିଛନ୍ତି। ଏହି ମ୍ୟାଚଟି ମଧ୍ୟପ୍ରଦେଶର ଇନ୍ଦୋର ଠାରେ ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଏହି ମ୍ୟାଚ ଆରମ୍ଭ ହେବ। 

Advertisement
IND vs SA: ଆଜି ଶେଷ ଟି-୨୦, ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ, ପ୍ଲେଇଂ ଇଲେଭେନରେ ସାମିଲ ହେବେ ଏହି ଖେଳାଳି
Stop
Prabhudatta Moharana|Updated: Oct 04, 2022, 03:23 PM IST

IND vs SA: ଭୋପାଳ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟି୨୦ ସିରିଜର ଆଜି ଅନ୍ତିମ ମ୍ୟାଚ ଇନ୍ଦୋରରେ ଖେଳାଯିବ।ପ୍ରଥମ ଦୁଇଟି ଟି-ଟ୍ୱେଣ୍ଟି ଜିତିଥିବା ଟିମ୍ ଇଣ୍ଡିଆ ଆଜି କ୍ଲିନ୍ ସୁଇପ୍ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟି-୨୦ ଇନ୍ଦୋରର ହୋଲକର କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ତେବେ ଅନ୍ତିମ ଟିଟ୍ୱେଣ୍ଟି ପାଇଁ ଭାରତୀୟ ଦଳରେ କିଛି ପରିବର୍ତ୍ତନ କରାଯିବ। 

ଚୁଡ଼ାନ୍ତ ଏକାଦଶରେ କେଏଲ ରାହୁଲ ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇପାରେ। ଏହା ସହିତ ସ୍ପିନର ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇପାରେ। ଏଭଳି ପରିସ୍ଥିତିରେ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଦମଦାର ପ୍ରଦର୍ଶନ କରିଥିବା ଶାହାବାଜ ଅହମ୍ମଦଙ୍କୁ ପଦାର୍ପଣ କରିବାର ସୁଯୋଗ ଦିଆଯାଇପାରେ। ସେହିପରି ଋଷଭ ପନ୍ତ କିମ୍ବା ସୂର୍ଯ୍ୟକୁମାର ଯାଦବ ଏହି ମ୍ୟାଚରେ ରୋହିତ ଶର୍ମାଙ୍କ ସହ ପାଳି ଆରମ୍ଭ କରିପାରନ୍ତି। ଏଥି ସହିତ ଶ୍ରେୟସ୍ ଆୟର୍ ମଧ୍ୟ ଦୀର୍ଘ ସମୟ ପରେ ଟି୨୦ ଦଳକୁ ଫେରିବେ। ଅନ୍ୟପକ୍ଷରେ ଦ୍ରୁତ ବୋଲିଂ ବିଭାଗରେ ଉମେଶ ଯାଦବ କିମ୍ବା ମହମ୍ମଦ ସିରାଜଙ୍କୁ ସୁଯୋଗ ମିଳିବାର ସମ୍ଭାବନା ରହିଛି।

ସୂଚନାଯୋଗ୍ୟ ଇନ୍ଦୋରର ହୋଲକର ଷ୍ଟାଡିୟମ ହେଉଛି ଭାରତର ସବୁଠାରୁ ଛୋଟ ପଡ଼ିଆ ମଧ୍ୟରୁ ଅନ୍ୟତମ। ଏଠାରେ ବାଉଣ୍ଡରୀ ସୀମା ବହୁତ ଛୋଟ। ଏଠାରେ ଥିବା ପିଚ୍ ବ୍ୟାଟସମ୍ୟାନଙ୍କୁ ବେଶ ସୁହାଇଥାଏ। ଏଭଳି ପରିସ୍ଥିତିରେ ଆଜି ଏକ ଦମଦାର ମ୍ୟାଚ ଦେଖିବାକୁ ମିଳିପାରେ। ଛକା, ଚୌକା ବର୍ଷା ହେବାର ସମ୍ଭାବନା ରହିଛି। ଦ୍ୱିତୀୟ ଇନିଂସରେ ଏଠାରେ ହାଲୁକା କାକର ପଡ଼ିବାର ସମ୍ଭାବନା ଅଛି। ଏଭଳି ପରିସ୍ଥିତିରେ ରନ୍ ପଛରେ ଗୋଡ଼ାଉଥିବା ଦଳ ପାଇଁ ଏହା ବେଶ ଲାଭ ଦାୟକ ହୋଇପାରେ। ମ୍ୟାଚ୍ ସମୟରେ ଇନ୍ଦୋରରେ ମେଘୁଆ ରହିବ, ଯଦିଓ ବର୍ଷା ହେବାର ସମ୍ଭାବନା ବହୁତ କମ ରହିଛି।

ସୂଚନାଯୋଗ୍ୟ ତୃତୀୟ ଟି-ଟ୍ୱେଣ୍ଟିରୁ ବାଦ ପଡ଼ିଥିବା ବିରାଟ ଗୌହାଟିରୁ ସିଧାସଳଖ ମୁମ୍ବାଇ ଗସ୍ତ କରିଛନ୍ତି। ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ କୋହଲିଙ୍କୁ ଶେଷ ଟି-୨୦ ମ୍ୟାଚରୁ ବିଶ୍ରାମ ଦିଆଯାଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍ ପରେ ଭାରତୀୟ ଦଳ ମୁମ୍ବାଇ ଯିବ ଯେଉଁଠାରେ କୋହଲି ଦଳରେ ଯୋଗଦେବେ। ଭାରତୀୟ ଦଳ ୬ ଅକ୍ଟୋବରରେ ମୁମ୍ବାଇରୁ ଟି-୨୦ ବିଶ୍ୱକପ ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତରେ ଯିବେ। ଏସିଆ କପ୍ ଠାରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ମ୍ୟାଚ୍ ପର୍ଯ୍ୟନ୍ତ କୋହଲି ୧୦ଟି ଇନିଂସରେ ମୋଟ ୪୦୪ ରନ୍ ସଂଗ୍ରହ କରିଥିଲେ ଏବଂ ତାଙ୍କର ଷ୍ଟ୍ରାଇକ୍ ହାର ୧୪୧.୭୫ ଥିଲା। ଏହି ସମୟ ମଧ୍ୟରେ ତିନୋଟି ଅର୍ଦ୍ଧଶତକ ଓ ଗୋଟିଏ ଶତକୀୟ ଇନିଂସ ଖେଳିଥିଲେ। 

ସମ୍ଭାବ୍ୟ ଏକାଦଶ
ଭାରତ: ରୋହିତ ଶର୍ମା(ଅଧିନାୟକ), ଋଷଭ ପନ୍ତ, ଶ୍ରେୟାସ ଆୟାର, ସୂର୍ଯ୍ୟ କୁମାର ଯାଦବ, ଦିନେଶ କାର୍ତ୍ତିକ, ଶାହବାଜ ଅହମଦ, ହର୍ଷଲ ପଟେଲ, ଦୀପକ ଚହର, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ

ଦକ୍ଷିଣ ଆଫ୍ରିକା: କ୍ୱିଣ୍ଟନ ଡିକକ, ରିଜା ହେଣ୍ଡ୍ରିକ୍ସ, ଟେମ୍ବା ବାଭୁମା (ଅଧିନାୟକ), ଏଡେନ ମାର୍କରମ, ଡେଭିଡଡ ମିଲର, ଟ୍ରିଷ୍ଟନ ଷ୍ଟବ୍ସ, ଡେଓ୍ୱନ ପ୍ରୋଟିରିୟସ, କେଶବ ମହାରାଜ, କାଗିସୋ ରାବଡ଼ା, ଏନରିକ ନାର୍ତଜେ, ତାବରେଜ ଶମ୍ସି

ଅଧିକ ପଢନ୍ତୁ: Uttarakhand Avalanche: ଭୟଙ୍କର ହିମସ୍ଖଳନରେ ଫସିଲେ NMIର ୨୧ ଟ୍ରେନି, ଘଟଣାସ୍ଥଳକୁ ଗଲା ସେନା

Read More
{}{}