Hindi News >>Home >>Odisha Trending

Mother's Love: ମା' ପରି କିଏ ହେବ! ବର୍ଷାରେ ନିଜକୁ ଓଦାକରି ପିଲାମାନଙ୍କୁ କଲା ରକ୍ଷା, ଅପାଣଙ୍କ ହୃଦୟକୁ ନିଶ୍ଚିତ ଛୁଇଁବ ଏହି ଭିଡ଼ିଓ

Mother's Love : ମାଆ (Mother)ଏକ ଶଦ୍ଧ ନୁହେଁ ଏକ ପ୍ରତୀକ କହିଲେ ଅତ୍ୟୁକ୍ତି ହେବ ନାହିଁ। ମା’ ଏମିତି ଏକ ସମ୍ପର୍କ ଯାହା ସବୁ ସଂପର୍କରୁ ଉର୍ଦ୍ଧ୍ୱରେ। ଗୋଟେ ମା’ର ତ୍ୟାଗର ମୂଲ୍ୟକୁ କୌଣସି ସନ୍ତାନ ବି ପୂରଣ କରିପାରେନି। (Mother's Love) ତା’ର ନିଜ ସନ୍ତାନ ଓ ପରିବାର ପ୍ରତି ଥିବା ଅସୀମ ପ୍ରେମ ଓ ସମର୍ପଣ ଆଗରେ ଆଉ କିଛି ବି ଗୁରୁତ୍ୱପୂର୍ଣ୍ଣ ହୋଇ ନଥାଏ । ସେହି ସ୍ନେହମୟୀ, ଦୟାମୟୀ, ଅଭୟଦାୟିନୀ ।

Advertisement
ସୌଜନ୍ୟ- ସୋସିଆଲ ମିଡିଆ
Stop
Zee Odisha Desk|Updated: Feb 25, 2023, 05:39 PM IST

Mother's Love : ମାଆ (Mother)ଏକ ଶଦ୍ଧ ନୁହେଁ ଏକ ପ୍ରତୀକ କହିଲେ ଅତ୍ୟୁକ୍ତି ହେବ ନାହିଁ। ମା’ ଏମିତି ଏକ ସମ୍ପର୍କ ଯାହା ସବୁ ସଂପର୍କରୁ ଉର୍ଦ୍ଧ୍ୱରେ। ଗୋଟେ ମା’ର ତ୍ୟାଗର ମୂଲ୍ୟକୁ କୌଣସି ସନ୍ତାନ ବି ପୂରଣ କରିପାରେନି। (Mother's Love) ତା’ର ନିଜ ସନ୍ତାନ ଓ ପରିବାର ପ୍ରତି ଥିବା ଅସୀମ ପ୍ରେମ ଓ ସମର୍ପଣ ଆଗରେ ଆଉ କିଛି ବି ଗୁରୁତ୍ୱପୂର୍ଣ୍ଣ ହୋଇ ନଥାଏ । ସେହି ସ୍ନେହମୟୀ, ଦୟାମୟୀ, ଅଭୟଦାୟିନୀ  । କଥାରେ ଅଛି ଯାହାର ମାଆ(Motherhood) ଅଛି ତାର ସାହା ଅଛି।  (Mother) ମାଆ ପାଖେ ଥିଲେ ଡର, ଭୟ କିଛି ନଥାଏ।  କିଛି ନ କହିଲେ ବି ସବୁ ବୁଝିଯାଇଥାଏ। ପ୍ରତି କ୍ଷଣ, ପ୍ରତି ମୂହୁର୍ତ୍ତ ଯିଏ ନିଜ ସନ୍ତାନ ପାଇଁ ସମର୍ପିତ କରିଦେଇଥାଏ ସେ ହେଉଛି ମାଆ।  ମାଆ ପାଇଁ ଯେତେ ବର୍ଣ୍ଣନା କଲେ ବି ଶଦ୍ଧ ନିଅଣ୍ଟ ପଡିବ। 

ଯେତେ ଝଡ ଝଞ୍ଜା ଆସିଲେ ବି ତାର ଛୁଆକୁ ସବୁ ବିପଦରୁ ଉଦ୍ଧାର କରିଥାଏ। ସେଥିପାଇଁ ପାଇଁ ତ କୁହାଯାଇଥାଏ ଦୁନିଆର ସବୁଠୁ ବଡ଼ ଯୋଦ୍ଧା, ସେ  ହେଉଛି ମାଆ । ସେ ମଣିଷ ହେଉ କି ପଶୁ କ୍ଷେତ୍ରରେ ।  ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି । ଯାହା ଆପଣଙ୍କୁ ମଧ୍ୟ ଚକିତ କରିପାରେ। ଭିଡିଓରେ ଦେଖିବାକୁ ମିଳିଛି ଯେ, ( mother hen )ଗୋଟେ ମାଆ କୁକୁଡା ବର୍ଷାରୁ ନିଜ ଛୁଆ ମାନଙ୍କୁ କିଭଳି ରକ୍ଷା କରିବା ପାଇଁ ପେଟ ତଳେ ଆଶ୍ରୟ ଦେଇଛି । ନିଜ ବର୍ଷାରେ ଓଦା (heavy rain) ହେଉଛି । ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଗ୍ରାବିଏଲ୍ କର୍ଣ୍ଣୋ ନାମକ ଜଣେ ୟୁଜର୍ସ  (Gabriele Corno) ନିଜ ଟ୍ବିଟର ହ୍ୟାଣ୍ତେଲରେ ଏପରି ଏକ ଭିଡିଓ ସେୟାର କରିଛନ୍ତି। ୨୦ ଲକ୍ଷରୁ ଅଧିକ ଲୋକେ ଏହି ଭିଡିଓଟିକୁ ଦେଖିସାରିଥିବା ବେଳେ ଏକାଧିକ ୟୁଜର୍ସ ମାଆ- ସନ୍ତାନ ମଧ୍ୟରେ ଥିବା ଅନାବିଳ ପ୍ରେମ ଦେଖି ଅନେକ କମେଣ୍ଟ ମଧ୍ୟ କରିଛନ୍ତି । 

 

ଏହାବି ପଢନ୍ତୁ : Vastu Tips for Relationship: ବୈବାହିକ ଜୀବନରେ ମଧୁରତା ଆଣିଥାଏ ଏହି ବୃକ୍ଷ, ଆଜି ହିଁ ଘରେ ଲଗାନ୍ତୁ

ଏହାବି ପଢନ୍ତୁ : Rakhi Sawant: ତୃତୀୟ ବିବାହ କଲେ ଡ୍ରାମାକୁଇନ୍! ବର ସହ ସେୟାର କଲେ ଭିଡିଓ

ପିଲାଙ୍କ ସୁରକ୍ଷା ପାଇଁ ମାଆ କୁକୁଡାର ବଳିଦାନ  : ଭାଇରାଲ୍ ଭିଡିଓରେ, ଦେଖିବାକୁ ମିଳିଛି  ଯେ, ଗୋଟିଏ କୁକୁଡ଼ା ପ୍ରବଳ ବର୍ଷାରେ ଠିଆ ହୋଇଛି ଏବଂ ସେ ନିଜ ଡେଣା ଖୋଲିଛି । ତାହାରି ଡେଣା ଓ ପେଟ ଭିତରେ ନିଜ ଛୁଆ କୁକୁଡାଙ୍କୁ ବର୍ଷା ଦାଉରୁ ରକ୍ଷା କରୁଛି।  ଯେପରି ପିଲାମାନେ ବର୍ଷାରେ ଓଦା ନ ହେବେ, ସେଥିପାଇଁ ମାଆ କୁକୁଡା ଏପରି କରିଛି । ଏବଂ ସେ ନିଜେ ବର୍ଷାରେ ଓଦା ହେଉଛି। ତେବେ, ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି  ଭିଡିଓ ସମସ୍ତଙ୍କ ହୃଦୟ ଜିତିବାରେ ଲାଗିଛି। ଏହା ମଧ୍ୟ ଆପଣ ମଧ୍ୟ ଅନୁଭବ କରିପାରୁଥିବେ ଯେ, ଜଣେ ମା ନିଜ ପିଲାମାନଙ୍କ ପାଇଁ କ’ଣ କରିପାରେ।  ଭିଡିଓରେ ଜଣେ ୟୁଜର୍ସ କମେଣ୍ଟ କରି ଲେଖିଛନ୍ତି ଯେ, 'ସତରେ ମାଆ ମହାନ୍ ।' ସେହି ପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି ଯେ,'ଗୋଟେ ମା’ର ତ୍ୟାଗର ମୂଲ୍ୟ ଆଗରେ ସବୁ ଫିକା , ସେ ପଶୁ କ୍ଷେତ୍ରରେ ହେଉ କି ମିଣିଷ କ୍ଷେତ୍ରରେ ।' ଏବଂ ତୃତୀୟ ୟୁଜର୍ସ ଲେଖିଛନ୍ତି,  ଏହି ଭିଡିଓ ପ୍ରସ୍ତୁତ କରିଥିବା ବ୍ୟକ୍ତି ଜଣକ କ୍ୟାମେରାକୁ ତଳେ ରଖି, ପ୍ରଥମେ କୁକୁଡାଙ୍କୁ ସାହାର୍ଯ୍ୟ କରିବା ଉଚିତ୍। '

Read More
{}{}