Hindi News >>Home >>Odisha Trending

କାର୍ତ୍ତିକ ମାସରେ ଏକାଥରକେ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ, କଣ ରହିଛି ବିପଦ ଆସନ୍ତୁ ଶୁଣିବା ଜ୍ୟୋତିଷ ବାଣୀ

ତେଣୁ ଏଥିପାଇଁ ପୁରୀ ମନ୍ଦିରରେ ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି ନିର୍ଦ୍ଦିଷ୍ଟ ସମୟ ଅନୁଯାୟୀ ସମାପ୍ତି କରିବା ପାଇଁ ମନ୍ଦିର ପରିଚାଳନା କମିଟି ତରଫରୁ ପ୍ରକାଶ କରାଯାଇଚି। 

Advertisement
କାର୍ତ୍ତିକ ମାସରେ ଏକାଥରକେ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ, କଣ ରହିଛି ବିପଦ ଆସନ୍ତୁ ଶୁଣିବା ଜ୍ୟୋତିଷ ବାଣୀ
Stop
Zee Odisha Desk|Updated: Oct 13, 2022, 10:50 PM IST

ଭୁବନେଶ୍ୱର: ଏଥର କାର୍ତ୍ତିକ ମାସରେ (Kartik Month) ପୁଣି ଏକ ମହାଜାଗତିକ କିର୍ତ୍ତିନାମ ହେବାକୁ ଯାଉଛି। ଏହି ମାସରେ ଏକାଥରକେ ସୂର୍ଯ୍ୟପରାଗ (Solar Eclipse) ଓ ଚନ୍ଦ୍ରଗ୍ରହଣ (Munar Eclipse) ହେବ। ଏହାର ପ୍ରଭାବ ରାଜ୍ୟ, ଦେଶ ଓ ବିଶ୍ୱରେ କଣ ପଡ଼ିବ ଜୀ ଓଡ଼ିଶାର (Zee Odisha News) ଜ୍ୟୋତିର୍ବିଦ (Astrologer) ଏକ ଭବିଷ୍ୟବାଣୀ କରିଛନ୍ତି। ଏଥି ସହିତ ପୁରୀ ମନ୍ଦିରରେ ପରିଚାଳନା କମିଟି ତରଫରୁ ସ୍ୱତନ୍ତ୍ର ପୂଜା ରୀତିନୀତି କରିବାକୁ ଯୋଜନା ହୋଇଛି। ନିଷ୍ପତ୍ତି ଅନୁସାରେ ଆସନ୍ତା ଅକ୍ଟୋବର ୨୫ ତାରିଖରେ ଦୀପାବଳୀ ଅମାବାସ୍ୟା ପଡ଼ୁଛି। ସେହିପରି ନଭେମ୍ବର ୮ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମା (Kartik Purnima) ପଡ଼ୁଛି। ଏହି ଦୁଇ ତିଥି ବ୍ୟବଧାନରେ ଗୋଟିଏ ସୂର୍ଯ୍ୟ ପରାଗ (Solar Eclipse) ଓ ଚନ୍ଦ୍ର ଗ୍ରହଣ ରହୁଛି। 

ତେଣୁ ଏଥିପାଇଁ ପୁରୀ ମନ୍ଦିରରେ ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି ନିର୍ଦ୍ଦିଷ୍ଟ ସମୟ ଅନୁଯାୟୀ ସମାପ୍ତି କରିବା ପାଇଁ ମନ୍ଦିର ପରିଚାଳନା କମିଟି ତରଫରୁ ପ୍ରକାଶ କରାଯାଇଚି। ଏଥି ସହିତ ରାଜ୍ୟର ପାରିପାର୍ଶ୍ୱିକ ପରିସ୍ଥିତି ବାତ୍ୟା ସମ୍ଭାବନା ଏବଂ ଦେଶର ପାରିପାର୍ଶ୍ୱିକ ପରିସ୍ଥିତିରେ ଦରଦାମ ଓ ରାଜନୈତିକ ଭଳି ସମସ୍ୟା ରହିଛି। ଅନ୍ୟ ପକ୍ଷରେ ବିଶ୍ୱର ଅଶାନ୍ତି ବାତାବରଣ ୟୁକ୍ରେନ ଓ ଋଷିଆ ଯୁଦ୍ଧ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ତେବେ ଏହି ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। 

ଜଣାପଡ଼ିଛି ନଭେମ୍ବର ୮ ତାରିଖରେ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ଅପରାହ୍ଣ ୨.୩୮ରେ ଚନ୍ଦ୍ର ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେଉଛି। ତେଣୁ ସକାଳୁ ଶ୍ରୀମନ୍ଦିରରେ ୮.୨୯ରୁ ଅନ୍ନଭୋଜନ, ପାପକର୍ମ ତଥା ଦେବନୀତି ନିଷେଧ କରାଯାଇଛି। ଏହା ସହିତ ସର୍ବମୋକ୍ଷ ସନ୍ଧ୍ୟା ୬.୧୮ରେ ଅନୁଷ୍ଠିତ ହେବ ବୋଲି କୁହାଯାଇଛି। ସେହିପରି ମହାପ୍ରଭୁ ସ୍ୱତନ୍ତ୍ର ନୀତିକାନ୍ତି ଅନୁସାରେ ମହାସ୍ନାନ ଗ୍ରହଣ ଭୋଗନୀତି ଉପରେ ଅନେକ କାର୍ଯ୍ୟ କରାଯିବ ବୋଲି ସ୍ଥିର କରାଯାଇଛି। ସେହିପରି ଆଗାମୀ ୨୫ ତାରିଖରେ ହେବାକୁ ଥିବା ସୂର୍ଯ୍ୟଗ୍ରହଣ ଦିବା ୪.୫୬ ମିନିଟରେ ଆରମ୍ଭ ହେଉଛି। ଏହି ସୂର୍ଯ୍ୟ ପରାଗ ସମୟରେ ସର୍ବମୋକ୍ଷ ସହ ଏକ ଘଣ୍ଟା  ୩୦ ମିନିଟ ଧରି ସୂର୍ଯ୍ୟପରାଗର ଏହି ସମୟ ଅବଧି ରହିବା କୁହାଯାଇଛି। 

ଏହି ସମୟରେ କେଉଁ ରାଶି ଉପରେ କେତେ ପ୍ରଭାବ ପଡ଼ିବ ଏହାର ବିସ୍ତୃତ ବର୍ଣ୍ଣନା ଆମେ ପରବର୍ତ୍ତି ପର୍ଯ୍ୟାୟରେ କରିବ। ତେବେ ସବିଶେଷ ତଥ୍ୟ ଅନୁସାରେ ମେଷ, ତୁଳା, ବିଛା, ମକର, କୁମ୍ଭ ଓ ମୀନ ରାଶିରେ ଲୋକ ଏହି ଗ୍ରହଣକୁ ଦର୍ଶନ କରିବା ଏକ ଅଶୁଭ ପ୍ରକ୍ରିୟା ବୋଲି କୁହାଯାଇଛି। ଅନ୍ୟ ପକ୍ଷରେ ବିଶ୍ୱର ସାମ୍ପ୍ରତିକ ପରିସ୍ଥିତି ଜଳବାୟୁ ପରିବର୍ତ୍ତନ ଆଦି ସମସ୍ୟାକୁ ଏହି ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ଅଶୁଭ ହୋଇପାରେ ବୋଲି କୁହାଯାଇଛି। 

ଅଧିକ ପଢନ୍ତୁ: T20 World Cup 2022: ବିରାଟ କୋହଲିଙ୍କୁ ପୁଣିଥରେ ମିଳିଲାନି ଚୂଡ଼ାନ୍ତ ଏକାଦଶରେ ସ୍ଥାନ, ଟି-20 ବିଶ୍ୱକପକୁ ନେଇ କ’ଣ ଚାହୁଁଛି BCCI?

ଅଧିକ ପଢନ୍ତୁ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ସମାଧାନ ପାଇଁ ବାଟ ଫିଟିଲା

Read More
{}{}