Hindi News >>Home >>Odisha Trending

Lord hanuman: ଜୟ ବଜରଙ୍ଗବାଲୀ, ମାତ୍ର ୭୨ ଘଣ୍ଟାରେ ୪ ହଜାର ବର୍ଗଫୁଟର ଚିତ୍ର ଆଙ୍କିଲେ ଛାତ୍ର

Lord hanuman painting: ଜଣେ ଏକାଦଶ ଛାତ୍ର ନିଜ ପ୍ରତିଭା ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ସେ କଫି ପାଉଡର ବ୍ୟବହାର କରି ୪ ହଜାର ବର୍ଗଫୁଟର ପ୍ରଭୁ ହନୁମାନଙ୍କ ଚିତ୍ର ଆଙ୍କିଛନ୍ତି । ବୈଷ୍ଣବ ବିଦ୍ୟାଳୟ ପରିସରରେ ୭୨ ଘଣ୍ଟା କଠିନ ପରିଶ୍ରମ ପରେ ଏହି କଳାକୃତିଟିକୁ ଛାତ୍ରଜଣକ ସମାପ୍ତ କରିଛନ୍ତି । ଏହାକୁ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ପଞ୍ଜୀକୃତ ହେବା ପାଇଁ ପଠାଯାଇଛି।

Advertisement
Lord hanuman: ଜୟ ବଜରଙ୍ଗବାଲୀ, ମାତ୍ର ୭୨ ଘଣ୍ଟାରେ ୪ ହଜାର ବର୍ଗଫୁଟର ଚିତ୍ର ଆଙ୍କିଲେ ଛାତ୍ର
Stop
Soubhagya Ranjan Mishra|Updated: Apr 29, 2024, 05:00 PM IST

Lord hanuman painting: କୁହାଯାଏ ଭଗବାନଙ୍କ ଆଶୀର୍ବାଦ ଏବଂ ନିଜ ଉପରେ ବିଶ୍ୱାସ ଥିଲେ ଜଣେ ବ୍ୟକ୍ତି ନିଶ୍ଚେ ସଫଳତାର ଶିଖର ଛୁଇଁବ । ଚାର୍କି ଦାଦ୍ରିର ଜଣେ ବ୍ୟବସାୟୀଙ୍କ ପୁଅ ଏକାଦଶ ଶ୍ରେଣୀରେ ପଢୁଥିବା ସମୟରେ ଏକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରି ଦେଖାଇଛନ୍ତି । ଛାତ୍ର ମନୁଜ ସୋନି ନିଜ କଳା ତଥା ପ୍ରତିଭା ପାଇଁ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ମନୁଜ ସୋନି ବୈଷ୍ଣବ ବିଦ୍ୟାଳୟ ପରିସରରେ କଫି ଏବଂ କପଡା ବ୍ୟବହାର କରି ହନୁମାନ ଜୀଙ୍କ ଚିତ୍ର ଆଙ୍କୁଥିଲେ । ପ୍ରାୟ ୭୨ ଘଣ୍ଟା ପରିଶ୍ରମ କରିବା ପରେ ସେ ୪ ହଜାର ବର୍ଗଫୁଟ ଆକାରର ବଜରଙ୍ଗବାଲୀ ହନୁମାନ ଜୀଙ୍କର କଳାକୃତି ତିଆରି କରିବାରେ ସକ୍ଷମ ହୋଇଥିଲେ ।

ଛାତ୍ରଙ୍କ କଳାକୃତିକୁ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ଦେବା ପାଇଁ ପଠାଯାଇଛି । ମନୁଜ ସୋନିଙ୍କ ପ୍ରତିଭା ବିଷୟରେ ଜାଣିବା ପରେ ପରିବାର ଲୋକଙ୍କ ସହ ବିଦ୍ୟାଳୟ କର୍ତ୍ତୁପକ୍ଷ ମଧ୍ୟ ଆଶା କରିଛନ୍ତି ଯେ, ତାଙ୍କର ଏହି ଚିତ୍ର ନିଶ୍ଚିତ ଭାବେ ବିଶ୍ୱ ରେକର୍ଡର ଆଖ୍ୟା ପାଇବ । ମିଳିଥିବା ଖବର ମୁତାବକ ଅନିଲ ସୋନିଙ୍କ ପୁଅ ମନୁଜ ସୋନି ପିଲାଦିନରୁ କିଛି ନିଆରା କରିବାର ଇଚ୍ଛା ରଖିଥିଲେ ।

ବୈଷ୍ଣବ ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ର ମନୁଜ ୟୁଟ୍ୟୁବ ମାଧ୍ୟମରେ ପେଣ୍ଟିଂ ବିଷୟରେ ଜାଣିଥିଲେ । ନିଜେ କିଛି ନିଆରା ପେଣ୍ଟିଂ କରିବାକୁ ମନେମନେ ସ୍ଥିର କରିଥିଲେ । ଦୁଇ ବର୍ଷ ପୂର୍ବରୁ ମଧ୍ୟ ମନୁଜ ରଙ୍ଗୋଲି ପକାଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ତାଙ୍କ ଦ୍ୱାରା ଅଙ୍କାଯାଇଥିବା ଚିତ୍ର ସଭିଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଏଥିପାଇଁ ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି । ମନୁଜ ନିଜ ପରିବାରରୁ ହିଁ ଆଗକୁ ବଢିବା ପାଇଁ ପ୍ରେରଣା ପାଇଥିଲେ । ବିଶ୍ୱ ରେକର୍ଡ ସୃଷ୍ଟି କରିବାର ଇଚ୍ଛା ତାଙ୍କ ମନରେ ଖୁବ ପୂର୍ବରୁ ରହିଥିଲା ।

ଛାତ୍ର ମନୁଜଙ୍କ କହିବାନୁଯାୟୀ, ପାଉଡର ଏବଂ ପାଣି ସାହାଯ୍ୟରେ ଏକ କପଡା ବ୍ୟବହାର କରି ସ୍କୁଲ ପରିସରରେ ୪ ହଜାର ବର୍ଗଫୁଟ ଆକାରର ପ୍ରଭୁ ହନୁମାନ ଜୀଙ୍କର ଏକ କଳାକୃତି ତିଆରି କରାଯାଇଛି । ଛାତ୍ର ମନୁଜଙ୍କ କହିବାନୁଯାୟୀ, ସେ ପ୍ରାୟ ୭୨ ଘଣ୍ଟା ପରିଶ୍ରମ କରିବା ପରେ ଚିତ୍ରକୁ ସମ୍ପୂର୍ଣ୍ଣ କରିବାରେ ସଫଳ ହୋଇଥିଲେ । ଏହି ଚିତ୍ର ପାଇଁ ମନୁଜଙ୍କୁ ବୈଷ୍ଣବ ବିଦ୍ୟାଳୟ ପରିସରରେ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା।

ବୈଷ୍ଣବ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭିମଲ ସିଂଙ୍କ କହିବାନୁଯାୟୀ, ଛାତ୍ର ମନୁଜ ସୋନି ନିଜ ପ୍ରତିଭା ମାଧ୍ୟମରେ କିଛି ନୂଆ କରି ଦେଖାଇବାକୁ ସର୍ବଦା ଚେଷ୍ଟା କରୁଛନ୍ତି । ଏଥର ମନୁଜ ବିଦ୍ୟାଳୟ ପରିସରରେ ୪ ହଜାର ବର୍ଗଫୁଟ ଆକାରର ହନୁମାନ ଜୀଙ୍କର ବିଶାଳ କଳାକୃତି ତିଆରି କରିଛନ୍ତି । ଆଶା ରହିଛି ଏହା ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବ ।

Also Read- Jio Recharge Plan: ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର, ମିଳିବ ୨୦ଜିବି ମାଗଣା ଡାଟା, ଜାଣନ୍ତୁ କିପରି

Also Read- Shani Nakshatra Parivartan: ମଇ ୧୨ରେ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ, ୩ରାଶିକୁ ଲାଭ

Read More
{}{}