Hindi News >>Home >>Odisha Trending

ଭୋର ସମୟରେ ଏଭଳି ସ୍ୱପ୍ନ ଦେଖୁଛନ୍ତି କି, ହୋଇପାରେ ବିପଦ ସଂକେତ

ଏଥିପାଇଁ ସ୍ବପ୍ନକୁ ନଜରଅନ୍ଦାଜ କରିବା ଅନୁଚିତ୍। କିଛି ସ୍ବପ୍ନ ଅତ୍ୟନ୍ତ ଅଶୁଭ ହୋଇଥାଏ ଯାହା ଦେଖିଲେ ଆଦୈା ଅବହେଳା କରିବା କଥା ନୁହେଁ। ତାର ତୁରନ୍ତ ପ୍ରତିକାର କରିବା ସହ ସତର୍କ ହେବାର ଆବଶ୍ୟକତା ରହିଛି ।

Advertisement
ଭୋର ସମୟରେ ଏଭଳି ସ୍ୱପ୍ନ ଦେଖୁଛନ୍ତି କି, ହୋଇପାରେ ବିପଦ ସଂକେତ
Stop
Zee Odisha Desk|Updated: Oct 08, 2022, 09:45 PM IST

ନୂଆଦିଲ୍ଲୀ: ଶାସ୍ତ୍ର ଅନୁସାରେ ସ୍ବପ୍ନ ଭବିଷ୍ୟତର ସଙ୍କେତ ଦେଇଥାଏ। ଶୋଇବାବେଳେ ଆମ ମସ୍ତିଷ୍କ ଅବଚେତନ ଅବସ୍ଥାରେ ଥାଏ ,ସେତେବେଳେ ବିଭିନ୍ନ ପ୍ରକାର କଥା ଚାଲୁଥାଏ ତାହାକୁ ସ୍ବପ୍ନ କହନ୍ତି। କୁହାଯାଏ ଭଗବାନ ରାମଚନ୍ଦ୍ର ତାଙ୍କ ପିତାଙ୍କ ମୃତ୍ୟୁର ସୂଚନା ସ୍ବପ୍ନରୁ ପାଇଥିଲେ ଏବଂ ମହାଭାରତ ଯୁଗରେ ଗାନ୍ଧାରୀ ସ୍ବପ୍ନରେ ତାଙ୍କ ବଂଶର ବିନାଶ ହେବାର ଦେଖିଥିଲେ। ଏଥିପାଇଁ ସ୍ବପ୍ନକୁ ଅଣଦେଖା କରିବା ଅନୁଚିତ୍। କିଛି ସ୍ବପ୍ନ ଅତ୍ୟନ୍ତ ଅଶୁଭ ହୋଇଥାଏ ଯାହା ଦେଖିଲେ ଆଦୌ ଅବହେଳା କରିବା କଥା ନୁହେଁ। ତାର ତୁରନ୍ତ ପ୍ରତିକାର କରିବା ସହ ସତର୍କ ହେବାର ଆବଶ୍ୟକତା ରହିଛି।

୧.କଷ୍ଟର ସୂଚକ: ଯଦି କୈାଣସି ବ୍ୟକ୍ତି ଅସୁସ୍ଥ ଥିବାବେଳେ କଳା ରଙ୍ଗର ସାପର ସ୍ବପ୍ନ ଦେଖିଲା ତେବେ ଆଗକୁ ମୃତ୍ୟୁ ସମାନ କଷ୍ଟ ଭୋଗିବାକୁ ପଡିଥାଏ। କିନ୍ତୁ ଗର୍ଭବତୀ ମହିଳା ଯଦି ସ୍ବପ୍ନରେ ସାପ ଦେଖନ୍ତି ତାହେଲେ ପୁତ୍ର ପ୍ରାପ୍ତିର ସୈାଭାଗ୍ୟ ମିଳିଥାଏ।

୨.ନକରାତ୍ମକ ବିଚାରଠୁ ଦୂରରେ ରୁହନ୍ତୁ: ସ୍ବପ୍ନରେ ଅତିଥି ଆସିବାର ଅର୍ଥ ହଠାତ୍ କୈାଣସି ବିପଦର ଆସିବାର ଅଛି। ତେଣୁ ଆପଣଙ୍କୁ  ସାବଧାନ ରହିବାକୁ ପଡ଼ିବ।

୩.୨୧ଦିନ ପର୍ଯ୍ୟନ୍ତ ସାବଧାନ ରୁହନ୍ତୁ: ସ୍ବପ୍ନରେ ଉଲ୍ଲୁକ ଦେଖିବା ଅଶୁଭର ସଙ୍କେତ ହୋଇଥାଏ। ଏହାର ଅର୍ଥ ଆପଣଙ୍କୁ କୈାଣସି ରୋଗ କିମ୍ବା ଦୁଃସମ୍ବାଦ ମିଳିପାରେ। ସ୍ବପ୍ନରେ ଉଲ୍ଲୁକ ଦେଖିବା ଦ୍ବାରା ୨୧ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସତର୍କ ରହିବାକୁ ପଡ଼ିବ।

୪.ହୋଇପାରନ୍ତି ବେମାର: ସ୍ବପ୍ନରେ ଅପରେସନ ହେଉଥିବା ଦୃଶ୍ୟ ଦେଖିଲେ ଆପଣ ଖୁବ୍ ଶୀଘ୍ର ରୋଗରେ ପଡ଼ିପାରନ୍ତି। ଏଥିପାଇଁ ଆପଣଙ୍କୁ ଆପଣଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡ଼ିବ।

୫. ହୋଇପାରେ ଆର୍ଥିକ କ୍ଷତି: ଯଦି ମହିଳା ବା ପୁରୁଷ ଲଣ୍ଡା ହେଉଥିବାର ସ୍ବପ୍ନ ଦେଖନ୍ତି ତେବେ ଆପଣଙ୍କୁ ଭିନ୍ନ ଭିନ୍ନ ଫଳ ମିଳିଥାଏ । ମହିଳା ଲଣ୍ଡା ହେଉଥିବା ସ୍ବପ୍ନ  ଅତ୍ୟନ୍ତ ଅଶୁଭ ହୋଇଥାଏ। ଏହା ଦେଖିବା ଦ୍ବାରା ଭବିଷ୍ୟତରେ ଆର୍ଥିକ କ୍ଷତି ହୋଇପାରେ। କିନ୍ତୁ ପୁରୁଷଙ୍କୁ  ଲଣ୍ଡା ହେଉଥିବାର ସ୍ବପ୍ନ ଯଦି ଦେଖନ୍ତି ତାହେଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାର ଅର୍ଥ ଆପଣଙ୍କୁ ଖୁବ୍ ଶୀଘ୍ର ଅର୍ଥପ୍ରାପ୍ତି ହେବ।

୬.କ୍ଷତିଦାୟକ ହୋଇଥାଏ ଏହି ସ୍ବପ୍ନ: ସ୍ବପ୍ନରେ ନିଜକୁ ପାହାଡ଼ ତଳକୁ ପଡ଼ିବାର ଦେଖିଲେ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ। ଜ୍ୟାତିଷଶାସ୍ତ୍ର ଅନୁସାରେ ଯେତେବେଳେ ରାହୁ ଏବଂ କେତୁ ଦଶା ଚାଲିଥାଏ ସେତେବେଳେ ଏହି ସ୍ବପ୍ନ ଦେଖାଯାଏ     । ଏହିପରି ସ୍ବପ୍ନ ଦେଖିବାର ଅର୍ଥ ହେଉଛି ମାନ-ସମ୍ମାନ ହରାଇବା।

୭.ହୋଇଥାଏ ବୃଥା ଖର୍ଚ୍ଚ: ସ୍ବପ୍ନରେ ଜଳୁଥିବା ନିଆଁକୁ ଦେଖିଲେ ଏହା ବୃଥା ଖର୍ଚ୍ଚର ସଙ୍କେତ ଦେଇଥାଏ।ସେଥିପାଇଁ ଏମିତି ସ୍ବପ୍ନ ଦେଖିବାପରେ ଅନାବଶ୍ୟକ ଖର୍ଚ୍ଚ କରନ୍ତୁ ନାହିଁ ଏବଂ ଯେଉଁଠି ଦରକାର ସେଠାରେ ଖର୍ଚ୍ଚ କରନ୍ତୁ।

୮.କରନ୍ତୁ ଇଷ୍ଟଦେବଙ୍କୁ ପ୍ରାର୍ଥନା: ସ୍ବପ୍ନରେ ନିଜକୁ ବର ବେଶରେ ବାହା ହେବାକୁ ଯାଉଥିବା ଦେଖିବା ଶୁଭ ସଙ୍କେତ ହୋଇନଥାଏ। ଏହା ଜୀବନ ପ୍ରତି ବିପଦର ସଙ୍କେତ ଦେଇଥାଏ। ଫଳରେ ବ୍ୟକ୍ତିଙ୍କୁ ନିଜର ଇଷ୍ଟଦେବୀଙ୍କୁ ପ୍ରାର୍ଥନା କରିବା ଉଚିତ ଯାହା ଦ୍ବାରା ବିପଦ ଟଳିଯାଇଥାଏ।

ବି.ଦ୍ର: ଉପରୋକ୍ତ ତଥ୍ୟ ଜୀ ଓଡ଼ିଶାର ନିଜସ୍ୱ ମତ ନୁହେଁ। 

Read More
{}{}