Hindi News >>Home >>Odisha Trending

ICSE Result: ପ୍ରକାଶ ପାଇଲା ଆଇସିଏସଇ ପରୀକ୍ଷା ଫଳ, ବାଜି ମାରିନେଲେ ଛାତ୍ରୀ

ନୂଆଦିଲ୍ଲୀ: ଭାରତୀୟ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପରିଷଦ (CISCE) ଦଶମ (ICSE) ଏବଂ ଦ୍ୱାଦଶ (ISC) ବୋର୍ଡ ଫଳାଫଳ ୨୦୨୪ ଘୋଷଣା କରିଛି। ପରୀକ୍ଷାରେ ଉପସ୍ଥିତ ଛାତ୍ରମାନେ https://cisce.org/ କିମ୍ବା results.cisce.org ଭିଜିଟ କରି ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ। ଏଥିପାଇଁ ସେମାନଙ୍କୁ UID ଏବଂ ଇଣ୍ଡେକ୍ସ ନମ୍ବର ଦେବାକୁ ହେବ।

Advertisement
ICSE Result: ପ୍ରକାଶ ପାଇଲା ଆଇସିଏସଇ ପରୀକ୍ଷା ଫଳ, ବାଜି ମାରିନେଲେ ଛାତ୍ରୀ
Stop
Prabhudatta Moharana|Updated: May 06, 2024, 01:03 PM IST

ICSE Result: ନୂଆଦିଲ୍ଲୀ: ଭାରତୀୟ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପରିଷଦ (CISCE) ଦଶମ (ICSE) ଏବଂ ଦ୍ୱାଦଶ (ISC) ବୋର୍ଡ ଫଳାଫଳ ୨୦୨୪ ଘୋଷଣା କରିଛି। ପରୀକ୍ଷାରେ ଉପସ୍ଥିତ ଛାତ୍ରମାନେ https://cisce.org/ କିମ୍ବା results.cisce.org ଭିଜିଟ କରି ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ। ଏଥିପାଇଁ ସେମାନଙ୍କୁ UID ଏବଂ ଇଣ୍ଡେକ୍ସ ନମ୍ବର ଦେବାକୁ ହେବ। ଏହି ପରୀକ୍ଷାରେ ୯୯.୪ ପ୍ରତିଶତ (୨,୪୨,୩୨୮) ଛାତ୍ରଛାତ୍ରୀ ଦଶମ ଶ୍ରେଣୀରେ ପାସ୍ କରିଛନ୍ତି। ତେଣୁ, ମୋଟ ୯୮.୧୯ ପ୍ରତିଶତ ପୁଅ (୯୮.୦୮୮) ଛାତ୍ର ISC ଦ୍ୱାଦଶରେ ପାସ୍ କରିଛନ୍ତି।

ICSE ଦଶମରେ ମୋଟ ୨,୪୩,୬୧୭ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧,୩୦,୫୦୬ ପୁଅ ଏବଂ ୧,୧୩,୧୧୧ ଛାତ୍ରୀ ପରୀକ୍ଷା ଦେଇଥିଲେ। ୫୩.୫୭ ପ୍ରତିଶତ ଛାତ୍ର ପରୀକ୍ଷାରେ ଉତ୍ତୀର୍ଣ୍ଣ କରିଥିବା ବେଳେ ୪୬.୪୩ ପ୍ରତିଶତ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ISC ଦ୍ୱାଦଶ ପରୀକ୍ଷାରେ ମୋଟ ୯୯,୯୦୧ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଯେଉଁଥିରେ ୫୨,୭୬୫ ବାଳକ ଥିଲେ। ସେମାନଙ୍କ ମଧ୍ୟରୁ ୫୨.୮୨ ପ୍ରତିଶତ ଛାତ୍ର ପରୀକ୍ଷା ପାସ କରିଛନ୍ତି। ୪୭,୧୩୬ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୪୭.୧୮ ପ୍ରତିଶତ ବାଳିକା ପାସ୍ କରିଥିଲେ।

ଛାତ୍ରୀଙ୍କ ଜବରଦସ୍ତ ପ୍ରଦର୍ଶନ
ଆଇସିଏସ୍ଇରେ ବାଳିକାମାନେ ପୁଅମାନଙ୍କ ତୁଳନାରେ ଭଲ ପ୍ରଦର୍ଶନ କରିଛନ୍ତି। ପୁଅଙ୍କ ତୁଳନାରେ ୯୯.୩୧ ପ୍ରତିଶତ ଝିଅ ପାସ କରିଛନ୍ତି। ସେହିପରି ISC ରେ ଝିଅମାନେ ୯୮.୯୨ ପ୍ରତିଶତ ପାସ୍ ପ୍ରତିଶତ ହାସଲ କରିଥିବାବେଳେ ବାଳକମାନେ ୯୭.୫୩ ପ୍ରତିଶତ ମାର୍କ ପାଇଛନ୍ତି।

ଡିସେମ୍ବର ୨୦୨୩ରେ CISCE ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରିଥିଲା। ଚଳିତ ବର୍ଷ ପ୍ରାୟ ୨.୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷାରେ ହାଜର ହୋଇଥିଲେ। ୨୧ ଫେବୃଆରୀରୁ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ICSE ଶ୍ରେଣୀ ଦଶମ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଯେଉଁଠାରେ ଦ୍ୱାଦଶ ପରୀକ୍ଷା ୧୨ ଫେବୃଆରୀରୁ ୨ ଏପ୍ରିଲ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଦୀର୍ଘ ସମୟ ଅପେକ୍ଷା ପରେ ଫଳାଫଳ ମଧ୍ୟ ପ୍ରକାଶ ପାଇଛି। ଯେଉଁ ଛାତ୍ରମାନେ ସେମାନଙ୍କର ଫଳାଫଳ ଦେଖିବାକୁ ଚାହାଁନ୍ତି ସେମାନଙ୍କୁ ଏହି ପଦକ୍ଷେପଗୁଡିକ ଅନୁସରଣ କରିବାକୁ ପଡିବ।

କେମିତି ଦେଖିବେ ପରୀକ୍ଷା ଫଳ
CISCEର ୱେବସାଇଟ ଭିଜିଟ କରନ୍ତୁ। କିମ୍ବା results.cisce.org ୱେବସାଇଟ ମାଧ୍ୟମରେ ପରୀକ୍ଷା ଫଳ ଦେଖିପାରିବେ। 
ୱେବସାଇଟର ହୋମପେଡରେ ଆଇସିଏସଇ କିମ୍ବା ଆଇଏସସି ବୋର୍ଡ ପରୀକ୍ଷାର ଫଳାଫଳ ୨୦୨୪ର ଲିଙ୍କରେ କ୍ଲିକ କରନ୍ତୁ। 
ଏବେ ୟୁନିକ ଆଇଟି, ଇଣ୍ଡେକ୍ସ ନମ୍ବର କିମ୍ବା କ୍ୟାପଚା କୋର୍ଡ ପ୍ରଦାନ କରନ୍ତୁ। 
ଆପଣଙ୍କ ପରୀକ୍ଷା ଫଳାଫଳ ସାମ୍ନାକୁ ଆସିଯିବ।
ଏହାପରେ ଆପଣ ଡାଉନଲୋଡ କିମ୍ବା ପ୍ରିଣ୍ଟ କରି ରଖିପାରିବେ। 

ଦେଇପାରିବେ କମ୍ପାଟମେଣ୍ଟ ପରୀକ୍ଷା
CISCE ବୋର୍ଡ ଗତବର୍ଷ ୭ ଡିସେମ୍ବର ୨୦୨୩ରେ ପରୀକ୍ଷା ତାରିଖ ଘୋଷଣା କରାଯାଇଥିଲା। ଏହା ପରେ ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ଏହି ବର୍ଷ ଛାତ୍ରଛାତ୍ରୀ ଗୋଟିଏ କିମ୍ବା ଦୁଇଟି ପରୀକ୍ଷାରେ ଫେଲ ହୋଇଥିଲେ ସେମାନେ କମ୍ପାର୍ଟମେଣ୍ଟ  ପରୀକ୍ଷା ଦେଇ ପାସ ହୋଇପାରିବେ। କମ୍ପାର୍ଟମେଣ୍ଟ ପରୀକ୍ଷା ଜୁଲାଇ ମାସରେ ହେବାର ସମ୍ଭାବନା ରହିଛି। ସେହିପରି ଯେଉଁ ଛାତ୍ରମାନେ ନିଜର ନମ୍ବରକୁ ନେଇ ଅସନ୍ତୁଷ୍ଟ ରହିଥିଲେ ସେମାନେ ଦ୍ୱିତୀୟ ଥର ପାଇଁ ଖାତା ଚେକ କରାଇ ପାରିବେ। 

Read More
{}{}