Hindi News >>Home >>Odisha Trending

5th Generation Aircraft: ଦେଶକୁ ମିଳିବ ପଞ୍ଚମ ପିଢିର ଯୁଦ୍ଧ ବିମାନ; ଅନୁମତି ଦେଲା ସିସିଏସ

AMCA Project India: ଭାରତୀୟ ବାୟୁସେନା ଲାଗି ପଞ୍ଚମ ପିଢିର ଯୁଦ୍ଧ ବିମାନ ଚାହିଦା ବଢିବାରେ ଲାଗିଛି। ଏହି ବିମାନ ସ୍ୱଦେଶୀ ଜ୍ଞାନକୌଶଳରେ ଡିଆରଡ଼ିଓ ଦ୍ୱାରା ବିକଶିତ ହେବ।  

Advertisement
5th Generation Aircraft: ଦେଶକୁ ମିଳିବ ପଞ୍ଚମ ପିଢିର ଯୁଦ୍ଧ ବିମାନ; ଅନୁମତି ଦେଲା ସିସିଏସ
Stop
Zee Odisha Desk|Updated: Mar 08, 2024, 10:33 AM IST

5th Generation Aircraft India: ଦେଶକୁ ଖୁବ ଶୀଘ୍ର ମିଳିବାକୁ ପଞ୍ଚମ ପିଢିର ଯୁଦ୍ଧ ବିମାନ। ମାର୍ଚ୍ଚ ୭ ତାରିଖ ଗୁରୁବାର କ୍ୟାବିନେଟ୍ ସୁରକ୍ଷା କମିଟି (ସିସିଏସ୍) ଏନେଇ ଆବଶ୍ୟକୀୟ ଅନୁମତି ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନକୁ (ଡିଆରଡ଼ିଓ) ପ୍ରଦାନ କରିଛି। ଭାରତୀୟ ବାୟୁସେନା ପାଇଁ ଆବଶ୍ୟକ ରହିଥିବା ପଞ୍ଚମ ପିଢିରି ଆଡଭାନ୍ସଡ ମିଡିୟମ୍ କମ୍ବାଟ୍ ଏୟାରକ୍ରାଫ୍ଟ (ଏଏମସିଏ) ଚାହିଦା ପୂରଣ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ସିସିଏସ୍ ପକ୍ଷରୁ ଅନୁମତି ପାଇବା ପରେ ଡିଆରଡ଼ିଓ ଭାରତୀୟ ବାୟୁସେନା ପାଇଁ ଏଏମସିଏ ଅର୍ଥାତ ପଞ୍ଚମ ପିଢିର ଯୁଦ୍ଧ ବିମାନ ବିକଶିତ କରିବ।

ଦେଶର ପ୍ରମୁଖ ଜାତୀୟ ଗଣମାଧ୍ୟମ "hindubusinessline" ରିପୋର୍ଟ ଅନୁସାରେ ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଅଷ୍ଟାଦଶ ଲୋକସଭା ନିର୍ବାଚନ ଲାଗି ତାରିଖ ଘୋଷଣା ହେବା ପୂର୍ବରୁ ଗତ ଗୁରୁବାର ଅନୁଷ୍ଠିତ ହୋଇଥିଲା  କ୍ୟାବିନେଟ୍ ସୁରକ୍ଷା କମିଟି ବୈଠକ। ଯେଉଁଥିରେ ଭାରତୀୟ ସେନା ଏବଂ ଭାରତୀୟ ତଟରକ୍ଷୀ ବାହିନୀ ପାଇଁ ୩୪ ନୂତନ ଅତ୍ୟାଧୁନିକ ହାଲୁକା ହେଲିକ୍ୟାପ୍ଟର ଧ୍ରୁବ (Advanced Light Helicopters Dhruv) ଅଧିଗ୍ରହଣ ପାଇଁ ଆଗତ ହୋଇଥିବା ପ୍ରସ୍ତାବକୁ ଅନୁମତି ମିଳିସାରିଛି। ଏହି ୩୪ ହେଲକ୍ୟାପ୍ଟର ମଧ୍ୟରୁ ସେନାକୁ ୨୫ ମିଳିବାକୁ ଯାଉଥିବା ବେଳେ ତଟରକ୍ଷକ ବଳକୁ ବାକି ୯ ହେଲିକ୍ୟାପ୍ଟର ମିଳିବ ବୋଲି କୁହାଯାଉଛି। ଦେଶର ଜଣାଶୁଣା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (Hindustan Aeronautics Limited) ଦ୍ୱାରା ନିର୍ମିତ ହାଲୁକା ହେଲିକ୍ୟାପ୍ଟର ଧ୍ରୁବ ଗତ ୨୦୦୨ ମସିହାରୁ ଭାରତୀୟ ବାୟୁସେନା ଏବଂ ନୌସେନା, ସୀମା ସୁରକ୍ଷା ବଳ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ବ୍ୟବହୃତ ହୋଇଆସୁଛି। 

ପଞ୍ଚମ ପିଢିର ଆଡଭାନ୍ସଡ ମିଡିୟମ୍ କମ୍ବାଟ୍ ଏୟାରକ୍ରାଫ୍ଟ (Advanced Medium Combat Aircraft) ବିକଶିତ କରିବା ପାଇଁ ପ୍ରାୟ ୧୫୦୦୦ କୋଟି ଚଙ୍କା ବ୍ୟୟ ବରାଦ କରାଯାଇଛି। ଏଏମସିଏ ପ୍ରକଳ୍ପ (AMCA Project India) ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (Defence Research and Development Organisation) ଡିଆରଡ଼ିଓ ଅଧିନସ୍ଥ ଏରୋନେଟିକାଲ୍ ଡେଭଲପମେଣ୍ଟ ଏଜେନ୍ସି (DRDO Aeronautical Development Agency) ଦ୍ୱାରା ୫ ବର୍ଷ ମଧ୍ୟରେ ୫ ପ୍ରୋଟୋଟାଇପ୍ (Prototype of AMCA) ଉତ୍ପାଦନ ପାଇଁ ବିଭିନ୍ନ ବେସରକାରୀ ତଥା ସରକାରୀ ସଂସ୍ଥା ସହଯୋଗରେ ବିକଶିତ କରିବା ନେଇ ବୈଠକରେ ଆଲୋଚନା ହୋଇଛି। ଏହା ସହିତ କେନ୍ଦ୍ର ସରକାରଙ୍କ ସୂତ୍ରରୁ ଖବର ମିଳିଛି ଯେ ପ୍ରତିରକ୍ଷା ଉପକରଣରେ ଆତ୍ମନିର୍ଭରତାକୁ ବୃଦ୍ଧି କରି ବିଦେଶୀ ଉପକରଣ ଉତ୍ପାଦନକାରୀଙ୍କ ଠାରୁ କିଣିବା ପରିବର୍ତ୍ତେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହେବ ପଞ୍ଚମ ପିଢିର ଯୁଦ୍ଧ ବିମାନ (5th Generation Aircraft of India)।

Read More
{}{}