Hindi News >>Home >>Odisha Trending

Road Accident: ପିକନିକ୍ ସାରି ଘରକୁ ଫେରୁଥିଲେ ୫ ସାଙ୍ଗ, ଧକ୍କା ଦେଲା ଟ୍ରକ୍ ଘଟଣାସ୍ଥଳରେ ଆଖି ବୁଜିଲେ ୩

Road Accident News In Odia: ଅକାଳରେ ଚାଲିଗଲା ତିନି ଜୀବନ (Three students killed in road accident)। ପିକନିକ୍ ସାରି ଘରକୁ ଫେରିବା ପୂର୍ବରୁ ଘଟିଗଲା ବଡ ଧରଣର ସଡ଼କ ଦୁର୍ଘଟଣା (Road Accident)। ଏହି ଦୁର୍ଘଟଣାରେ ତିନି ଜଣ ସାଙ୍ଗଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ଦୁଇ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି ପୋଲିସ୍ ।

Advertisement
ସୌଜନ୍ୟ- ସୋସିଆଲ ମିଡ଼ିଆ
Stop
Zee Odisha Desk|Updated: May 19, 2023, 03:20 PM IST

Road Accident News In Odia: ବାଟରେ ଛକି ବସିଥିଲା ଯମ। ଅକାଳରେ ଚାଲିଗଲା ତିନି ଜୀବନ (Three students killed in road accident)। କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି । ଖୁସିବାସୀରେ ଘରକୁ ଫେରୁଥିଲେ ପାଞ୍ଚ ସାଙ୍ଗ ।  ପିକନିକ୍ ସାରି ଘରକୁ ଫେରିବା ପୂର୍ବରୁ ଘଟିଗଲା ବଡ ଧରଣର ସଡ଼କ ଦୁର୍ଘଟଣା (Road Accident)। ଏହି ଦୁର୍ଘଟଣାରେ ତିନି ଜଣ ସାଙ୍ଗଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ଦୁଇ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି ପୋଲିସ୍ । ତେଲେଙ୍ଗାନାର (Narsingi) ନରସିଙ୍ଗିରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, ତେଲେଙ୍ଗାନାର ନରସିଂଙ୍ଗି ଥାନା ଅଞ୍ଚଳର ପାଞ୍ଚ ଜଣ ସାଙ୍ଗ ପିକିନିକ୍ ସାରି ଏକ କାର ଯୋଗେ ଘରକୁ ଫେରୁଥିଲେ। ଆଉ କିଛି ସମୟ ପରେ ଘରେ ପହଞ୍ଚି ଥାଆନ୍ତେ । ଏଥି ପାଇଁ ସମସ୍ତ ବେଶ୍ ଖୁସି ଥିଲେ। କିନ୍ତୁ  ହଠାତ୍ ଏକ ଟ୍ରକ୍ ତାଙ୍କ କାରକୁ ଧକ୍କା ଦେଇଥିଲେ। ଘଟଣାସ୍ଥଳରେ ୩ ଜଣ ସାଙ୍ଗଙ୍କ ମୃତ୍ୟୁ ହୋଇଥିଲା । ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି କାର ଭିତରୁ ଅନ୍ୟ ଦୁଇ ଜଣ ଆହତଙ୍କୁ ଉଦ୍ଧାର କରିଥିଲା। ଏବଂ ପରେ ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଛି।   ଏବଂ ତିନି ଜଣ ସାଙ୍ଗଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲୁ ପଠାଇଛି । ମୃତକମାନଙ୍କ ପରିଚୟ ମିଳି ନ ଥିବା ବେଳେ ତେବେ, ସମସ୍ତ ୫ ଜଣ ଛାତ୍ର ବୋଲି ପୋଲିସ୍ କହିଛି। ଏବଂ ସେମାନେ ଏକ ପିକନିକ୍ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି  । ପୋଲିସ୍ କହିଛି ଯେ,  ଟ୍ରକ୍ ଡ୍ରାଇଭର ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି ପୋଲିସ୍ ।

ଏହାବି ପଢନ୍ତୁ :  Sambalpur Crime News: ପ୍ରେମିକକୁ ମାରିଦେଲେ ପ୍ରେମିକାର ଘର ଲୋକେ ! ଜାଣନ୍ତୁ କ'ଣ ରହିଛି ପୂରା ମାମଲା?

ଏହାବି ପଢନ୍ତୁ :   ଦେଶରେ ନୁହେଁ ବିଦେଶର ରହିଛି ଓଡି଼ଶାର ଏହି ସବୁ ଖାଦ୍ୟର ଚାହିଦା 

 

ନିକଟରେ ଏଭଳି ଏକ ଦୁର୍ଘଟଣା ମଧ୍ୟ ଆନ୍ଧ୍ରରେ ଘଟିଥିଲା । ମନ୍ଦିର ଯାଇଥିଲେ ପୁଣ୍ୟ ଅର୍ଜନ କରିବା ପାଇଁ , କିନ୍ତୁ ଜାଣି ନଥିଲେ  ଫେରିବା ବାଟରେ ଛକି ବସିଛି ଜମ । ଟ୍ରକ୍ ଧକ୍କା (Road Accident) ଦେବାରୁ ଗୋଟିଏ ପରିବାରର ୬ ଜଣଙ୍କର (Six people died road accident in Kadapa district) ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତୀ କରାଯାଇଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଚଳାଇଛି । ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଟ୍ରକ୍ ଡ୍ରାଇଭରକୁ ଧରିବା ପାଇଁ ପୋଲିସ୍ ଛାନଭିନ୍ ଚଳାଇଛି। ଆନ୍ଧ୍ରପ୍ରଦେଶର କଡପ୍ପା ଜିଲ୍ଲାରେ(Kadapa district) ଏହି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, ଆନ୍ଧ୍ର ପ୍ରଦେଶର ତଡିପତ୍ରରି (Tadipatri)ସହରର ଏକ ପରିବାର ସୋମବାର ଭୋର ସମୟରେ (Sri Venkateshwara Swami Temple in Tirupati) ଶ୍ରୀ ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରକୁ ଦର୍ଶନ କରିବା ପାଇଁ ବାହାରିଥିଲେ।  ମନ୍ଦିରରେ ଭଗବାନଙ୍କ କୃପା ଲାଭ କରିବା ସହ ଦର୍ଶନ କରି  ପରିବାରର ୧୨ ଜଣ ସଦସ୍ୟ ଏକ କାର୍ ଯୋଗେ ନିଜ ଘର ଅଭିମୁଖେ ଯାତ୍ରା କରୁଥିଲେ । ପେଞ୍ଚିଆଅନନ୍ତପୁରମ୍ ଗାଁ ଠାରେ ପହଞ୍ଚିଥିଲେ। ଏହି ସମୟରେ ହଠାତ୍ ଦ୍ରୃତଗତିରେ ଆସୁଥିବା ଏକ ଲୁହା ବୋଝେଇ ଟ୍ରକ୍  କାରକୁ ସାମ୍ନା ପଟୁ ଧକ୍କା ଦେଇଥିଲା।  ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଦେଇଥିଲା। ପରେ ଘଟଣାସ୍ଥଳରୁ ମୃତଦେହ ଗୁଡିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକଙ୍କ ଓ ଆହତଙ୍କ ପରିଚୟ ମିଳି ନ ଥିବା ବେଳେ ଦୁର୍ଘଟଣାର କାରଣ ମଧ୍ୟ ଅସ୍ପଷ୍ଟ ରହିଛି। କିଭଳି ସ୍ଥିତିରେ ଏହି ଭୟଙ୍କର ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି ପୋଲିସ୍ । 

Read More
{}{}