Hindi News >>Home >>Odisha Trending

Triple Talaq: ଜନ୍ମ ହେଲା ଝିଅ, ଫୋନରେ ସ୍ତ୍ରୀଙ୍କୁ କହିଲେ ତଲାକ୍ ତଲାକ୍ ତଲାକ୍

ଟ୍ରିପଲ ତଲାକକୁ ନେଇ ଅନେକ ବାଦ ବିବାଦ ପରେ ପୁଣିଥରେ ଆଉ ଏକ ମାମଲା ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶର ବସ୍ତିରେ ଘଟିଥିବା ଏହି ଘଟଣାରେ କୋଡିଏ ବର୍ଷର ବିବାହ ପରେ (After twenty years of marriage) ସ୍ୱାମୀ ସ୍ତ୍ରୀଙ୍କୁ ତଲାକ ଦେଇଛନ୍ତି । ସ୍ୱାମୀ ଦୁବାଇରେ ରହୁଥିବାବେଳେ ଫୋନରେ (phone call) ତିନିଥର 'ତଲାକ ତଲାକ ତଲାକ' କହି ନିଜ

Advertisement
Triple Talaq: ଜନ୍ମ ହେଲା ଝିଅ, ଫୋନରେ ସ୍ତ୍ରୀଙ୍କୁ କହିଲେ ତଲାକ୍ ତଲାକ୍ ତଲାକ୍
Stop
Soubhagya Ranjan Mishra|Updated: Oct 06, 2023, 09:06 PM IST

Triple Talaq: ଟ୍ରିପଲ ତଲାକକୁ ନେଇ ଅନେକ ବାଦ ବିବାଦ ପରେ ପୁଣିଥରେ ଆଉ ଏକ ମାମଲା ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶର ବସ୍ତିରେ ଘଟିଥିବା ଏହି ଘଟଣାରେ କୋଡିଏ ବର୍ଷର ବିବାହ ପରେ (After twenty years of marriage) ସ୍ୱାମୀ ସ୍ତ୍ରୀଙ୍କୁ ତଲାକ ଦେଇଛନ୍ତି । ସ୍ୱାମୀ ଦୁବାଇରେ ରହୁଥିବାବେଳେ ଫୋନରେ (phone call) ତିନିଥର 'ତଲାକ ତଲାକ ତଲାକ' କହି ନିଜ ପତ୍ନୀଙ୍କୁ ଛାଡପତ୍ର (Divorce) ଦେଇଥିଲେ । ଘଟଣା ପରେ ପୀଡିତା ମହିଳା ବସ୍ତି ଥାନାରେ ପହଞ୍ଚି ତାଙ୍କ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ପରେ ପୋଲିସ ଏହି ଘଟଣାର ତଦନ୍ତ (Investigation) ଆରମ୍ଭ କରିଛି।

ମିଳିଥିବା ଖବର ମୁତାବକ ପୁରାନି ବସ୍ତି ପୋଲିସ ଷ୍ଟେସନ ଅମାଉଲି ଗାଁର ବାସିନ୍ଦା ମହେନୁରଙ୍କ ଜୀବନରେ ହଠାତ୍ ଦୁଃଖ ଆସିଗଲା ଯେତେବେଳେ ଯେତେବେଳେ ଦୁବାଇରେ ରହୁଥିବା ତାଙ୍କ ସ୍ୱାମୀ ଫୋନରେ ୩ଥର ତଲାକ କହି ତାଙ୍କୁ ଛାଡିଥିଲେ । କେବଳ ଏତିକି ନୁହେଁ ଅଭିଯୁକ୍ତ ସ୍ୱାମୀ ପୁଣିଥରେ ବିବାହ (second marriage) କରିବା କଥା ନିଜ ସ୍ତ୍ରୀଙ୍କୁ ଜଣାଇଥିଲେ । ମହେନୁର ବର୍ତ୍ତମାନ ନିଜ ପ୍ରତି ହୋଇଥିବା ଅନ୍ୟାୟର ନ୍ୟାୟ (Justice) ପାଇଁ ପୋଲିସ ନିକଟରେ ନିବେଦନ କରିଛନ୍ତି।
 
କୋଡିଏ ବର୍ଷ ପରେ ତଲାକ୍
୨୦୦୩ ମସିହାରେ ବଦରୁଦୁଜାଙ୍କୁ ବିବାହ କରିଥିଲେ ମହେନୁର । ବିବାହ ପରେ ୨୦୦୯ ମସିହାରେ ଏକ ପ୍ରାଥମିକ ବିଦ୍ୟାଳୟରେ ଚାକିରି (Primary school jobs) କରିଥିଲେ ମହେନୁର । ଏହା ପରେ ମହେନୁରଙ୍କ ସ୍ୱାମୀ ବଦରୁଦୁଜା ସୁଦୂର ଦୁବାଇ (dubai)କୁ କାମ କରିବାକୁ ଯାଇଥିଲେ । ଦାମ୍ପତ୍ୟ ଜୀବନ (married life) ସେତେବେଳେ ଠିକଠାକ ଚାଲିଥିଲା । ମହେନୁରଙ୍କର ଦୁଇଟି ଝିଅ ହୋଇଥିଲେ । ଝିଅ ଜନ୍ମ ପରେ (After the birth of daughter) ମହେନୁରଙ୍କ ଜୀବନରେ ଦୁଃଖର ପାହାଡ ଲଦି ହୋଇଯାଇଥିଲା । ଦୁଇ ଝିଅ ଜନ୍ମ ପରେ ତାଙ୍କ ବଦରୁଦୁଜା ଅତ୍ୟନ୍ତ ରାଗିଯାଇଥିଲେ । ଅନେକ ସମୟରେ ପତ୍ନୀ ମହେନୁରଙ୍କୁ ମାରପିଟ (beating) ମଧ୍ୟ କରୁଥିଲେ ।

ଦୀର୍ଘ ବର୍ଷ ଧରି ଛାତିରେ ପଥର ରଖି ସବୁ ଅତ୍ୟାଚାର (Tyranny)କୁ ସହିଯାଇଥିଲେ ମହେନୁର । ତଥାପି ସ୍ୱାମୀଙ୍କ ନିଯ୍ୟାତନା ଥମିବାର ନାଁ ନେଉନଥିଲା ବରଂ ବଢିଚାଲିଥିଲା । ବିବାହର ୨୦ ବର୍ଷ ପରେ ୨୨ ଅଗଷ୍ଟ ୨୦୨୩ ରେ ସ୍ୱାମୀ ବଦରୁଦୁଜା ମହନୋରକୁ ୩ ଥର ତଲାକ୍ କହିବା ସହିତ ତାଙ୍କଠାରୁ ଅଲଗା ହେବା ପାଇଁ କହିଥିଲେ । କିନ୍ତୁ ମହେନୁର ଏହାକୁ ଗ୍ରହଣ କରିବାକୁ ମନା କରିଦେଲେ (refused by wife) । ଏହା ପରେ ୧୩ ସେପ୍ଟେମ୍ବରରେ ସ୍ୱାମୀ ପୁଣି ଥରେ ତାଙ୍କ ନିକଟକୁ ଆସିଥିଲେ ୩ଥର ତଲାକ କହିବା ସହିତ ପିଟିପିଟି ଘରୁ ବାହାର କରିଦେଇଥିଲେ ।

ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ
ପୀଡିତା ମହିଳା ଜଣକ ତାଙ୍କ ସ୍ୱାମୀ ଦେଇଥିବା ଟ୍ରିପଲ ତଲାକର ଅଡିଓ (Phone call audio)କୁ ପୋଲିସକୁ ହସ୍ତାନ୍ତର କରିଛନ୍ତି । ଏଥିସହ ସ୍ୱାମୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ (Strict action0 ହେବା ନେଇ ଦାବି କରିଛନ୍ତି। ସେ କହିଛନ୍ତି ଯେ,  ଟ୍ରିପଲ ତଲାକ କାରଣରୁ ଆମ ଦେଶର ଅନେକ ମୁସଲମାନ ମହିଳା (muslim womans)ମାନେ ହଇରାଣ ହୁଅନ୍ତି । ଟ୍ରିପଲ ତଲାକ ଦେବା ପରେ ସ୍ୱାମୀ ଦ୍ୱିତୀୟ ଥର ବିବାହ କରିଥିଲେ । ଉକ୍ତ ଭିଡିଓର ପ୍ରମାଣ (Video Evidence) ମଧ୍ୟ ମହିଳାଙ୍କ ନିକଟରେ ଅଛି । ମେହେନୁର କହିଛନ୍ତି ଯେ, ବର୍ତ୍ତମାନ ତାଙ୍କର ପୋଲିସ ଉପରେ ବିଶ୍ୱାସ ଅଛି । ଦିନେ ନା ଦିନେ ସେ ନିଶ୍ଚିତ ଭାବରେ ନ୍ୟାୟ ପାଇବେ ।

Also Read- ଏପରି ଏକ କମ୍ପାନୀ, ସରକାରୀ ସଂସ୍ଥା ନହେଲେ ବି ତାଠାରୁ କମ୍ ନୁହେଁ

Also Read- Indian’s Income: ବଢୁଛି ଭାରତୀୟଙ୍କ ରୋଜଗାର, ୯ ବର୍ଷରେ ୫ଗୁଣ ବଢିଛି ବର୍ଷକୁ ୫ଲକ୍ଷ ରୋଜଗାର

Read More
{}{}