Hindi News >>Home >>Odisha Trending

ହ୍ୱାଟସଆପରେ କେମିତି ଚ୍ୟାନଲେଲକୁ ହାଇଡ୍ କରିବେ ?

ବ୍ୟବସାୟ ହେଉ କି ଅଫିସ କିମ୍ବା ବ୍ୟକ୍ତିଗତ ଜୀବନ,ସବୁଥି ପାଇଁ ହ୍ୱାଟସଆପ୍ ଏବେ ଜରୁରୀ ଆବଶ୍ୟକତା ପାଲଟିଯାଇଛି । ହ୍ୱାଟସଆପ୍ ଯଦି ଏକୁଟିଆ ରହିବାକୁ ଦେଉ ନାହିଁ,ଆପଣ ନିଜ ଲୋକଙ୍କ ସମ୍ପର୍କରେ ରହି ପାରୁଛନ୍ତି ତେବେ ଏହା ମଧ୍ଯ ଆପଣଙ୍କ ଜୀବନକୁ ହେକ୍ଟି କରି ଦେଇଛି । ବେଳେବେଳେ ଆପଣଙ୍କର ବି ଇଛା ହେଉଥିବ ହ୍ୱାଟସଆପରୁ ହଟିଯାଇ ଶାନ୍ତିରେ ରହିବାକୁ କିନ୍ତୁ ସତ ହେଉଛ

Advertisement
SOCIAL MEDIA
Stop
Zee Odisha Desk|Updated: Oct 07, 2023, 02:48 PM IST

ବ୍ୟବସାୟ ହେଉ କି ଅଫିସ କିମ୍ବା ବ୍ୟକ୍ତିଗତ ଜୀବନ,ସବୁଥି ପାଇଁ ହ୍ୱାଟସଆପ୍ ଏବେ ଜରୁରୀ ଆବଶ୍ୟକତା ପାଲଟିଯାଇଛି । ହ୍ୱାଟସଆପ୍ ଯଦି ଏକୁଟିଆ ରହିବାକୁ ଦେଉ ନାହିଁ,ଆପଣ ନିଜ ଲୋକଙ୍କ ସମ୍ପର୍କରେ ରହି ପାରୁଛନ୍ତି ତେବେ ଏହା ମଧ୍ଯ ଆପଣଙ୍କ ଜୀବନକୁ ହେକ୍ଟି କରି ଦେଇଛି । ବେଳେବେଳେ ଆପଣଙ୍କର ବି ଇଛା ହେଉଥିବ ହ୍ୱାଟସଆପରୁ ହଟିଯାଇ ଶାନ୍ତିରେ ରହିବାକୁ କିନ୍ତୁ ସତ ହେଉଛି ଆପଣ ସେମିତି କରିବା ସମ୍ପୂର୍ଣ୍ଣ ରୂପେ ସମ୍ଭବ ନୁହେଁ । କିନ୍ତୁ କିଛି ମାତ୍ରାରେ ହ୍ୱାଟସଆପକୁ ଆପଣ ନିଜ ଜୀବନରୁ ହଟାଇ ପାରିବେ । ନିଜ ପାଇଁ ଓ ନିଜ ପରିବାର ପାଇଁ ସମୟ କାଢିବାକୁ ଜାହା ଜରୁରୀ ମଧ୍ଯ । ଏବେ ହ୍ୱାଟସଆପରେ ଆଉ ଗୋଟିଏ ଫିଚର ଆସିଛି । ଚ୍ୟାନେଲ ଫିଚର । ଏହି ଫିଚରକୁ ପ୍ରାୟ ସମସ୍ତେ ବ୍ୟବହାର କରିବାକୁ ଆରମ୍ଭ କଲେଣି ।

ତେବେ ଚ୍ୟାନଲେ ଫିଚର ଯୋଗୁ ଆପଣ କିଛି ଷ୍ଟାଟସ ଦେଖି ପାରୁନଥିବେ । କାରଣ ଚ୍ୟାନେଲ ଓ ଷ୍ଟାଟସ ଗୋଟିଏ ଟ୍ୟାବରେ ଆସୁଛି ।  ହ୍ୱାଟସଆପର ଏହି ଚ୍ୟାନେଲ ଫିଚର ଯଦି ଆପଣଙ୍କୁ ବେଖାପ ଲାଗୁଛି ତେବେ  ଆପଣ ଏହାକୁ ହାଇଡ୍ ମଧ୍ଯ କରିପାରିବେ । ଆସନ୍ତୁ ଜାଣିବା କେମିତି ହ୍ୱାଟସଆପରେ ଚ୍ୟାନେଲକୁ ହାଇଡ୍ କରିବେ ।

ପ୍ରଥମେ ହ୍ୱାଟସଆପ୍ ଖୋଲନ୍ତୁ । ଏହାପରେ ଅପେଡେଟକୁ କ୍ଲିକ୍ କରନ୍ତୁ । ଏହାପରେ ସି’ ରିସେଣ୍ଟ୍  ଅପଡେଟକୁ କ୍ଲିକ୍ କରନ୍ତୁ । ଆପଣଙ୍କ ହ୍ୱାଟସଆପରେ ପର୍ଯ୍ୟାପ୍ତ ଷ୍ଟାଟସ ଅପଡେଟ୍ ଥିଲେ ଚ୍ୟାନେଲ ହାଇଡ୍ ହୋଇଯିବେ ବା ଗାଏବ ହୋଇଯିବେ । କିନ୍ତୁ ଯେତେବେଳେ ଆପଣ ହ୍ୱାଟସଆପ ବନ୍ଦ କରିଦେବେ ସେତେବେଳେ ଏହା ପୁଣି ପୁରୁଣା ସେଟିଂସକୁ ଚାଲିଯିବ । ଅର୍ଥାତ ଏହା ପୁଣି ଚ୍ୟାନେଲ ଅପେଡେଟ୍ ଦେଖାଇବ ।

ଏହାବ୍ୟତିତ ଆପଣ ହ୍ୱାଟସଆପର ପୁରୁଣା ଭର୍ସନ୍ APK  ଡାଉନଲୋଡ୍ କରି ମଧ୍ଯ ଚ୍ୟାନେଲକୁ ହଟାଯାଇ ପାରିବ ।ତେବେ ଏଭଳି କରିବା ପୂର୍ବରୁ ମେସେଜ ସବୁର ବ୍ୟାକଅପ୍ ନେବାକୁ ପଡ଼ିବ । ବ୍ୟାକଅପ୍ ନେବା ପରେ ବୈଧ ସୋର୍ସରୁ ପୁରୁଣା APK ଡାଉନଲୋଡ୍ କରନ୍ତୁ ।

ଏମିତି କରି ଆପଣ ଚ୍ୟାନେଲକୁ ହାଇଡ୍ କରିପାରିବେ ।

Read More
{}{}