Hindi News >>Home >>Odisha Trending

ଚାଲୁନଥିବା କାରରେ ଏସି ଚଳାଇ ଶୋଇଲେ ଘଣ୍ଟାକରେ କେତେ ପେଟ୍ରୋଲ ଖର୍ଚ୍ଚ ହୁଏ? ମାଇଲେଜ୍ ହୁଏ କି ପ୍ରଭାବିତ ?

 ଗ୍ରୀଷ୍ମ ଦିନରେ ଦୂରସ୍ଥାନକୁ ଯାତ୍ରା କରିବା ସମୟରେ ଆମେ ପ୍ରାୟତଃ ଏସି କାର୍ (ac car) ବ୍ୟବହାର କରିଥାନ୍ତି । କାରଣ ଉତ୍ତାପରୁ ରକ୍ଷା ପାଇବା ପାଇଁ ଏସିର ଥଣ୍ଡା ପବନ ଆମକୁ ଆବଶ୍ୟକ ପଡିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି, କାର୍ ସ୍ଥିର ଥିବା ସମୟରେ କେତେ ଇନ୍ଧନର ଆବଶ୍ୟକ ହୋଇଥାଏ ?

Advertisement
ଚାଲୁନଥିବା କାରରେ ଏସି ଚଳାଇ ଶୋଇଲେ ଘଣ୍ଟାକରେ କେତେ ପେଟ୍ରୋଲ ଖର୍ଚ୍ଚ ହୁଏ? ମାଇଲେଜ୍ ହୁଏ କି ପ୍ରଭାବିତ ?
Stop
Updated: Jun 06, 2023, 03:28 PM IST

AC Car Charges: ଗ୍ରୀଷ୍ମ ଦିନରେ ଦୂରସ୍ଥାନକୁ ଯାତ୍ରା କରିବା ସମୟରେ ଆମେ ପ୍ରାୟତଃ ଏସି କାର୍ (ac car) ବ୍ୟବହାର କରିଥାନ୍ତି । କାରଣ ଉତ୍ତାପରୁ ରକ୍ଷା ପାଇବା ପାଇଁ ଏସିର ଥଣ୍ଡା ପବନ ଆମକୁ ଆବଶ୍ୟକ ପଡିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି, କାର୍ ସ୍ଥିର ଥିବା ସମୟରେ କେତେ ଇନ୍ଧନର ଆବଶ୍ୟକ ହୋଇଥାଏ ? ଏହା ଆପଣଙ୍କ ଗାଡିର ମାଇଲେଜକୁ (millage rate) ପ୍ରଭାବିତ କରେ କି ?

ସ୍ଥିର କାରରେ ଏସି ବ୍ୟବହାର କରିବା ଦ୍ୱାରା ଇଞ୍ଜିନରେ ଅଧିକ ଇନ୍ଧନ ଖର୍ଚ୍ଚ ହୋଇଥାଏ । କେବଳ ସେତିକି ନୁହେଁ, ଏହା ମାଇଲେଜ୍ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଗାଡିରେ ବ୍ୟବହୃତ ଏସି ଇଞ୍ଜିନ ସହିତ ସଂଯୁକ୍ତ ହୋଇଥାଏ । ତେଣୁ ଗାଡିରେ ଏସି ଚାଲୁ କରିବାକୁ ହେଲେ ଇଞ୍ଜିନକୁ ମଧ୍ୟ ଅନ୍ (on) କରିବାକୁ ପଡିଥାଏ । ଗାଡିର ଇଞ୍ଜିନ ବନ୍ଦ ହେଲେ ଏସି ମଧ୍ୟ ବନ୍ଦ ହୋଇଯାଇଥାଏ । ଯେତେବେଳେ ଆପଣ ଗାଡିରେ ବସି ଏସି ଅନ୍ କରିବେ ସେତେବେଳେ ଇଞ୍ଜିନରେ ଲାଗିଥିବା ବେଲ୍ଟ ଏସି ସହ ସଂଯୋଗ ହୋଇ ଘୁରିବା ଆରମ୍ଭ କରିଦେବା ସହ ଏସିରୁ ଥଣ୍ଡା ପବନ ବହିବା ଆରମ୍ଭ ହୋଇଯାଏ । ତେଣୁ ଏପରି ପ୍ରକ୍ରିୟା ଦ୍ୱାରା ସାଧାରଣ ତୁଳନାରେ ଇଞ୍ଜିନ ଉପରେ ଅଧିକ ଭାର ପଡିଥାଏ ।ଯେଉଁ କାରଣରୁ ଗାଡିରେ ଇନ୍ଧନ ବ୍ୟବହାର ବୃଦ୍ଧି ହୋଇଥାଏ ।

ଅଭିଜ୍ଞତା ଥିବା ଇଞ୍ଜିନିୟର (engineer)ଙ୍କର ଦାବି ରହିଛି ଯେ, ଏସି ଅନ୍ କରି କାର ଚଳାଇବା ଦ୍ୱାରା ଗାଡିର ମାଇଲେଜ୍ ୫ରୁ୬ ପ୍ରତିଶତ କମିଯାଇଥାଏ । ଯଦି କାରଟି ହାଇ ୱେରେ (highway) ଦୃତ୍ତ ଗତିରେ ଚାଲିବା ସହ ଏସି ଅନ ରହିଛି ତେବେ ସେଥିରେ ଅଧିକ ପାର୍ଥକ୍ୟ ଦେଖିବାକୁ ମିଳିନଥାଏ । ଅନ୍ୟପଟେ, ଯଦି କାରଟି ସହର ଟ୍ରାଫିକ (traffic) ବହୁଳ ଅଞ୍ଚଳ କିମ୍ବା ଏକ ଗାଁ ରାସ୍ତାରେ ଚାଲୁଥାଏ ଏବଂ ଏସି ଅନ୍ ଥାଏ, ତେବେ ମାଇଲେଜ୍ ୫ରୁ ୭ ପ୍ରତିଶତ କମ୍ ହୋଇଯାଇପାରେ । ଅଧିକ ଇନ୍ଧନ ଖର୍ଚ୍ଚ ହେଉଥିବାରୁ ଆପଣଙ୍କୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଏହାର ପ୍ରତିଶତ ଖୁବ୍ କମ । ଅର୍ଥାତ ଯଦି ଆପଣଙ୍କର କାର ବିନା ଏସିରେ ୧୫ କିଲୋମିଟର ମାଇଲେଜ୍ ଦେଉଥାଏ, ତେବେ ସେହି କାରଟି ଏସି ଟର୍ନ୍ ଅନ୍ କରିବା ପରେ ମାଇଲେଜ୍ ୧୩ରୁ ୧୪ କିଲୋମିଟର ଦେଖାଇବ । ଏହାଠାରୁ କମ୍ ମାଇଲେଜ୍ ଦେଖାଇବ ନାହିଁ ।

ଯଦି ପରିସ୍ଥିତି ଏପରି ହୁଏ ଯେ, ଆପଣ କୌଣସି ପାର୍କିଂ ସ୍ଥାନରେ (parking area) ଗାଡିଟିକୁ ଛିଡା କରି ଦୀର୍ଘ ସମୟ ପର୍ଯ୍ୟନ୍ତ କାହାକୁ ଅପେକ୍ଷା କରିଛନ୍ତି ଏବଂ ଅତ୍ୟଧିକ ଗରମ କାରଣରୁ ଗାଡିର ଏସି ଅନ୍ (on) କରିଛନ୍ତି । ତେବେ ଆପଣ ଏହା ଭାବୁଥିବେ ଯେ, ଏପରି କଲେ କେତେ ଇନ୍ଧନ ଖର୍ଚ୍ଚ ହେବ ତେବେ ଆପଣଙ୍କୁ କହିରଖୁଛୁ ଯେ, ଏକ ରିପୋର୍ଟରେ କୁହାଯାଇଛି, ଯଦି ଗାଡିର ଇଞ୍ଜିନ ୧ ହଜାର ସିସି ହୋଇଥାଏ ତେବେ ବିନା ଏସିରେ ଇଞ୍ଜିନ ଅନ ଥିଲେ ଗାଡିରେ ୬ଶହ ମିଲି ଲିଟର ତେଲ ଖର୍ଚ୍ଚହେବ । ଯଦି ସେହି ଗାଡିର ଉଭୟ ଇଞ୍ଜିନ ସହ ଏସି ଅନ ହୋଇଥାଏ ତେବେ ଘଣ୍ଟାକ ମଧ୍ୟରେ ପ୍ରାୟ ୧ଲିଟର ପାଖାପାଖି ତେଲ ଖର୍ଚ୍ଚ ହେବ । ଅର୍ଥାତ୍ ଇନ୍ଧନ ଖର୍ଚ୍ଚ ଦୁଇଗୁଣା ନହୋଇଯିବ । ଏହା ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ, କେଉଁ କାରର ଇଞ୍ଜିନ କେତେ ସିସିର ତାହା ହିଁ ଇନ୍ଧନ ଖର୍ଚ୍ଚ ଉପରେ ନିର୍ଭର କରେ । ଅଧିକ ସିସି ଥିବା ଗାଡି ଗୁଡିକ ଅଧିକ ଇନ୍ଧନର ଆବଶ୍ୟକତା କରିଥାନ୍ତି । 

also read- ଟ୍ରେନରେ ଯାତ୍ରା କରୁଛନ୍ତି କି ? ଏହା ଆଦୌ ଭୁଲନ୍ତୁ ନାହିଁ, ମାତ୍ର ୩୫ ପଇସାର ବୀମାରେ ପାଇବେ ୧୦ ଲକ୍ଷ ଟଙ୍କା

{}{}