Hindi News >>Home >>Odisha Trending

Air Quality Index: ଭାରତ ତୁଳନାରେ ଅନ୍ୟ ଦେଶର ବାୟୁ କେତେ ପରିଷ୍କାର? ଜାଣନ୍ତୁ ବାୟୁ ଗୁଣବତ୍ତା ସୂଚକାଙ୍କ

World Air Quality Index Ranking: ଭାରତ ବ୍ୟତୀତ ବିଶ୍ୱର ବିଶ୍ୱର କିଛି ପ୍ରମୁଖ ଦେଶରେ ବାୟୁ ଗୁଣବତ୍ତା ସୂଚକାଙ୍କ କେତେ ରହିଛି ସେ ବିଷୟରେ ଜାଣନ୍ତୁ।

Advertisement
Air Quality Index: ଭାରତ ତୁଳନାରେ ଅନ୍ୟ ଦେଶର ବାୟୁ କେତେ ପରିଷ୍କାର? ଜାଣନ୍ତୁ ବାୟୁ ଗୁଣବତ୍ତା ସୂଚକାଙ୍କ
Stop
Zee Odisha Desk|Updated: Nov 16, 2023, 11:51 PM IST

AQI Level in Various Countries in the World: ଭାରତ ବର୍ଷରେ ପ୍ରଦୂଷଣ ଜନିତ ସମସ୍ୟା ବିପଦ ସଙ୍କେତ ଅତିକ୍ରମ କରିସାରିଛି। ମାତ୍ର କ'ଣ ଆପଣ ବିଶ୍ୱର କିଛି ପ୍ରମୁଖ ଦେଶରେ ପ୍ରଦୂଷଣ ମାତ୍ର କେତେ ରହିଛି ସେ ବିଷୟରେ ଜାଣିଛନ୍ତି। ସେଠାକାର ଲୋକ ନିଶ୍ୱାସ ପ୍ରଶ୍ୱାସ ନେବାରେ ବ୍ୟବହାର କରୁଥିବା ବାୟୁ ପରିଷ୍କାର ନାଁ ଅପରିଷ୍କାର?

ପ୍ରଥମେ ଯଦି ଆମେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ କଥା କହିବା, ତାହେଲେ ଦିଲ୍ଲୀ ମହାନଗରୀର ବାୟୁ ଗୁଣବତ୍ତା ସୂଚକାଙ୍କ ୩୨୦ ଅତିକ୍ରମ କରିଛି। ଅନ୍ୟପଟେ ଯୁକ୍ତରାଷ୍ଟ୍ର ଆମେରିକାର ସଲ୍ଟ ଲେକ୍ ସିଟି ବାୟୁ ଗୁଣବତ୍ତା ସୂଚକାଙ୍କ ହେଉଛି ୬। ଅନ୍ୟପଟେ ଆମେରିକାର ହ୍ୟୁଷ୍ଟନ୍ ଅଞ୍ଚଳର ବାୟୁ ଗୁଣବତ୍ତା ସୂଚକାଙ୍କ ହେଉଛି ୧୧। ସେହିପରି ଅଷ୍ଟ୍ରେଲିଆର ମେଲବୋର୍ଣ୍ଣର ବାୟୁ ଗୁଣବତ୍ତା ସୂଚକାଙ୍କ ୧୧ ରହିଛି। କାନାଡାର ଭ୍ୟାଙ୍କଭୋର ଅଞ୍ଚଳର ବାୟୁ ଗୁଣବତ୍ତା ସୂଚକାଙ୍କ ହେଉଛି ୧୨। ସେହିପରି ଆମେରିକାର ସାନ ଫ୍ରାନ୍ସିସ୍କୋ ଅଞ୍ଚଳର ବାୟୁ ଗୁଣବତ୍ତା ସୂଚକାଙ୍କ ହେଉଛି ୧୩। 

ସେହିପରି ଅଷ୍ଟ୍ରେଲିଆର ସିଡନୀ ସହରର ବାୟୁ ଗୁଣବତ୍ତା ସୂଚକାଙ୍କ ହେଉଛି ୧୪। ଜର୍ମାନୀର ତୃତୀୟ ବୃହତ୍ତମ ସହର ମ୍ୟୁନିକର ବାୟୁ ଗୁଣବତ୍ତା ସୂଚକାଙ୍କ ୧୭। ଲୋକଙ୍କ ପ୍ରିୟ ଗନ୍ତବ୍ୟସ୍ଥଳ କୁହାଯାଉଥିବା ଥାଇଲ୍ୟାଣ୍ଡ ରାଜଧାନୀ ବ୍ୟାଙ୍କକ୍ ସହରର ବାୟୁ ଗୁଣବତ୍ତା ସୂଚକାଙ୍କ ହେଉଛି ୨୧। ସ୍ୱୀଜରଲ୍ୟାଣ୍ଡ ରାଜଧାନୀ ବର୍ଣ୍ଣ ସହରର ବାୟୁ ଗୁଣବତ୍ତା ସୂଚକାଙ୍କ ହେଉଛି ୨୧। ଚୀନ ରାଜଧାନୀ ବେଜିଂ ସହରର ବାୟୁ ଗୁଣବତ୍ତା ସୂଚକାଙ୍କ ହେଉଛି ୨୨। ସେହିପରି ଚୀନର ଅନ୍ୟତମ ଶେନଜେନ୍ ର ବାୟୁ ଗୁଣବତ୍ତା ସୂଚକାଙ୍କ ସ୍ତର ୨୩ ରହିଛି। ତୁର୍କୀ ଇସ୍ତାନବୁଲ ସହରର ବାୟୁ ଗୁଣବତ୍ତା ସୂଚକାଙ୍କ ମାତ୍ରା ୨୫ ରହିଛି

ଜର୍ମାନ ରାଜଧାନୀ ବର୍ଲିନ୍ ସହରର ବାୟୁ ଗୁଣବତ୍ତା ସୂଚକାଙ୍କ ହେଉଛି ୨୯। ମାଲେସିଆ ରାଜଧାନୀ କୁଆଲାଲାମ୍ପୁର ସହରର ବାୟୁ ଗୁଣବତ୍ତା ସୂଚକାଙ୍କ ହେଉଛି ୪୧। ବ୍ରିଟେନ ରାଜଧାନୀ ଲଣ୍ଡନ ସହରର ବାୟୁ ଗୁଣବତ୍ତା ସୂଚକାଙ୍କ ହେଉଛି ୪୩। ପଡୋଶୀ ଦେଶ ପାକିସ୍ଥାନର ଲାହୋର ସହରର ବାୟୁ ଗୁଣବତ୍ତା ସୂଚକାଙ୍କ ହେଉଛି ୧୯୩। ବାଂଲାଦେଶ ରାଜଧାନୀ ଢାକାର ବାୟୁ ଗୁଣବତ୍ତା ସୂଚକାଙ୍କ ହେଉଛି ୧୮୬। ଚୀନ ସାଂଘାଇ ସହରର ବାୟୁ ଗୁଣବତ୍ତା ସୂଚକାଙ୍କ ହେଉଛି ୧୬୦। କୋରୋନା ମହାମାରୀ ପାଇଁ ଚର୍ଚ୍ଚାକୁପ ଆସିଥିବା ଚୀନ ଉହାନ୍ ସହରର ବାୟୁ ଗୁଣବତ୍ତା ସୂଚକାଙ୍କ ହେଉଛି ୧୩୭। 

ବାୟୁ ଗୁଣବତ୍ତା ସୂଚକାଙ୍କର ସଠିକ୍ ମାନକ କ’ଣ?

  • ବାୟୁ ଗୁଣବତ୍ତା ସୂଚକାଙ୍କ ମାନକ ଅନୁଯାୟୀ ବାୟୁ ଗୁଣବତ୍ତା ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇଛି।
  • ୦-୫୦ ବାୟୁ ଗୁଣବତ୍ତା ସୂଚକାଙ୍କ ଭଲ ଭାବରେ ବିବେଚନା କରାଯାଏ। ଏହି ବର୍ଗର ବାୟୁର ଗୁଣ ଭଲ ଏବଂ ବାୟୁରେ ପ୍ରଦୂଷକ ସ୍ତର କମ୍ ରହିଥାଏ।
  • ୫୧-୧୦୦ ବାୟୁ ଗୁଣବତ୍ତା ସୂଚକାଙ୍କ ମାନକ ସନ୍ତୋଷଜନକ ବିବେଚନା କରାଯାଏ। ଏହି ବର୍ଗର ବାୟୁର ଗୁଣ ହାରାହାରି ଏବଂ ବାୟୁରେ ପ୍ରଦୂଷକ ସ୍ତର ମଧ୍ୟମ ରହିଥାଏ।
  • ୧୦୧-୨୦୦ ବାୟୁ ଗୁଣବତ୍ତା ସୂଚକାଙ୍କ ହାରାହାରି ବିବେଚନା କରାଯାଏ। ଏହି ବର୍ଗର ବାୟୁର ଗୁଣ ଖରାପ ଏବଂ ବାୟୁରେ ପ୍ରଦୂଷକ ସ୍ତର ଅଧିକ ରହିଥାଏ।
  • ୨୦୧-୩୦୦ ବାୟୁ ଗୁଣବତ୍ତା ସୂଚକାଙ୍କ ଖରାପ ବୋଲି ଧରାଯାଏ। ଏହି ବର୍ଗର ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ବୋଲି କୁହାଯାଏ। ବାୟୁରେ ପ୍ରଦୂଷକ ସ୍ତର ବହୁତ ଅଧିକ ରହିଥାଏ।
  • ୩୦୧-୪୦୦ ବାୟୁ ଗୁଣବତ୍ତା ସୂଚକାଙ୍କ ଅତ୍ୟନ୍ତ ଖରାପ ବୋଲି ଧରାଯାଏ। ଏହି ବର୍ଗରେ ବାୟୁ ଗୁଣବତ୍ତା ବିପଜ୍ଜନକ ଏବଂ ବାୟୁରେ ପ୍ରଦୂଷକ ସ୍ତର ବିପଜ୍ଜନକ ସ୍ତରରେ ରହିଥାଏ।
  • ୪୦୧-୫୦୦ ବାୟୁ ଗୁଣବତ୍ତା ସୂଚକାଙ୍କ ବିପଜ୍ଜନକ ଭାବରେ ବିବେଚନା କରାଯାଏ। ଏହି ବର୍ଗରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ବିପଜ୍ଜନକ ଏବଂ ବାୟୁରେ ପ୍ରଦୂଷକ ସ୍ତର ଅତ୍ୟନ୍ତ ବିପଜ୍ଜନକ ସ୍ତରରେ ରହିଥାଏ।

 

Read More
{}{}