Hindi News >>Home >>Odisha Trending

River Formation Process: କିପରି ସୃଷ୍ଟି ହୋଇଥାଏ ନଦୀ? ଭିଡ଼ିଓ ସେୟାର କରି ଜଣାଇଲେ ଅଧିକାରୀ

How River Formed: କିପରି ସୃଷ୍ଟି ହୋଇଥାଏ ନଦୀ, ତାହାର ଏକ ରୋମାଞ୍ଚକର ଭିଡିଓ ସେୟାର କରିଛନ୍ତି ଜଣେ ଭାରତୀୟ ବନସେବା ଅଧିକାରୀ।  

Advertisement
ଫଟୋ ସୌଜନ୍ୟ: ଟ୍ୱିଟର@ParveenKaswan
Stop
Zee Odisha Desk|Updated: Jul 04, 2023, 07:07 PM IST

IFS Parveen Kaswan Video: ପ୍ରକୃତି ଯେତିକି ସୁନ୍ଦର ସେତିକି ରହସ୍ୟମୟ। ପ୍ରତ୍ୟେକ ଦିନ ଆମେ ପ୍ରକୃତିର ଚମତ୍କାରିତା ଦେଖିବାକୁ ପାଇଥାଉ। ନଦୀ, ପର୍ବତ, ଜଙ୍ଗଲ, ବାୟୁ, ଜଳ ଆମ ଜୀବନ ସହଗ ଅନେକାଂଶରେ ଜଡ଼ିତ। ଯଦି ନଦୀ କଥା କୁହାଯାଏ ତାହେଲେ ଆମେ ଜାଣୁ ନାହିଁ ଯେ ଜୀବନ ପ୍ରଦାନକାରୀ କୁହାଯାଉଥିବା ଏକ ନଦୀ କିପରି ରୂପ ଧାରଣ କରେ, ଏହାର ଜନ୍ମ କିପରି ହୋଇଥାଏ? ନିକଟରେ ଆସିଥିବା ଏକ ଭିଡିଓ ଏକ ନଦୀର ଜନ୍ମ ହେବାର ପ୍ରକିୟାକୁ ଦର୍ଶାଉଛି। ଯାହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ। ଜଣେ ଭାରତୀୟ ବନ ସେବା ଅଧିକାରୀ ଟ୍ୱିଟ କରି ଏପରି ଏକ ରୋମାଞ୍ଚକର ଭିଡିଓ ସେୟାର କରିଛନ୍ତି। ଯାହା ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। 

ଜଙ୍ଗଲ ହେଉଛି ନଦୀର ମାଆ
ଭାରତୀୟ ବନସେବା ଅଧିକାରୀ (Indian Forest Service Official) ଆଇଏଫଏସ ପରବୀନ କସୱାନ (IFS Parveen Kaswan) ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ ଏକ ଜଙ୍ଗଲର ଚକିତ ଭିଡିଓ (IFS Parveen Kaswan Shares Forest Video) ସେୟାର କରିଛନ୍ତି। ଯେଉଁଥିରେ ଆପଣ ନଦୀର ଗଠନ (Formation of River) ଦେଖିପାରିବେ। ନଦୀର ଜଳ (River Water) କିପରି ଜଙ୍ଗଲ (Forest) ଦେଇ ଉଚ୍ଚ ଏବଂ ନିମ୍ନ ଭୂମିରେ ଗତି କରୁଛି ଏବଂ ନଦୀ ସେଠାରେ କିପରି ନିଜର ଗତିପଥ (course of the river) ପ୍ରସ୍ତୁତ କରୁଛି ତାହା ଜାଣିପାରିବେ। ଜଙ୍ଗଲ ହେଉଛି ନଦୀର ମାତା। ଯାହାର କୋଳରେ ନଦୀ ଜନ୍ମ ହୁଏ ଏବଂ ବିକଶିତ ହୋଇଥାଏ। ଜଙ୍ଗଲର ଏହି ଜମିରେ ବ୍ୟାପିଥିବା ନଦୀର ଜଳ ଏକ ପଥ ସୃଷ୍ଟି କରେ ଏବଂ ଜଳ ସ୍ରୋତକୁ ଜନ୍ମ ଦିଏ। ଏହି ଜଳର ସ୍ରୋତ ଆଗକୁ ଆଗକୁ ବଢିଚାଲିଲେ ଏହା ନଦୀ ନାମରେ ପରିଚିତ ହୋଇଥାଏ।

ଭାଇରାଲ୍ ହେବାରେ ଲାଗିଛି ଭିଡିଓ 
ଏହି ଭିଡିଓ ସେୟାର କରିବା ବେଳେ ଆଇଏଫଏସ ପରବୀନ କାସୱାନ କହିଛନ୍ତି ଯେ ସକାଳ ଛଅଟା ସମୟରେ ତାଙ୍କ ପାଟ୍ରୋଲିଂ ଟିମ୍ ଜଙ୍ଗଲରେ ନଦୀ ଗଠନର ଏହି ଦୃଶ୍ୟ ଦେଖିଥିଲେ। ଏହି ଭିଡିଓ ପ୍ରକୃତରେ ଆଶ୍ଚର୍ଯ୍ୟଜନକ। ଯାହା ସୋସିଆଲ ମିଡ଼ିଆ ବ୍ୟବହାରକାରୀଙ୍କ ଦ୍ୱାରା ପ୍ରଶଂସିତ ହେବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷରୁ ଅଧିକ ଲୋକ ଏହି ଭିଡ଼ିଏ ଦେଖି ସାରିଛନ୍ତି। ଯାହା ଏବେ ଅଧିକ ଲୋକପ୍ରିୟ ହେବାରେ ଲାଗିଛି। ଗୋଟିଏ ପଟେ, ଯେଉଁଠାରେ ମଣିଷ ଜଙ୍ଗଲ କାଟିବା ଏବଂ ନଦୀ ଉପରେ କଂକ୍ରିଟ କାନ୍ଥ ନିର୍ମାଣ କରି ପ୍ରକୃତି ପ୍ରତି ଅନ୍ୟାୟ କରୁଛନ୍ତି, ଅନ୍ୟପଟେ, ଜଙ୍ଗଲ ମଧ୍ୟରେ ଏକ ନଦୀ ଜନ୍ମ ହେବାର ଏହି ଦୃଶ୍ୟ ହେଉଛି ପ୍ରକୃତିର ଏକ ଉଦାହରଣ। ପରିସ୍ଥିତି ଯାହା ହେଉ ନା କାହିଁକି ପ୍ରକୃତି ଥରେ ନିଜେ ନିଜକୁ ଛିଡା କରିବାର ସାମର୍ଥ୍ୟ ରଖିଥାଏ।

Read More
{}{}