Hindi News >>Home >>Odisha Trending

Dream Home: ମାତ୍ର ୧୫ଲକ୍ଷ ଟଙ୍କାରେ ଏଠାରେ ମିଳୁଛି ଘର, କିନ୍ତୁ ତଥାପି ଲୋକ ଟେନସନ

Dream Home: ଶସ୍ତାରେ ମିଳୁଛି ଘର, ଆପଣ ଠିକ୍ ଶୁଣିଛନ୍ତି, ବ୍ରିଟେନ ପରି ସହର ନିକଟରେ ମାତ୍ର ୧୫ ଲକ୍ଷ ଟଙ୍କା ଦାମରେ ଘର ବିକ୍ରି ହେଉଛି, ପଢ଼ନ୍ତୁ ପୂରା ଖବର ।

Advertisement
Dream Home: ମାତ୍ର ୧୫ଲକ୍ଷ ଟଙ୍କାରେ ଏଠାରେ ମିଳୁଛି ଘର, କିନ୍ତୁ ତଥାପି ଲୋକ ଟେନସନ
Stop
Soubhagya Ranjan Mishra|Updated: Aug 14, 2023, 09:35 PM IST

Dream Home: ଅନେକ ଲୋକ ନିଜର ଏକ ସ୍ୱପ୍ନର ଘର ଗଢିବା ପାଇଁ ସ୍ୱପ୍ନ ଦେଖିଥାନ୍ତି । କିଛି ଲୋକ ନିଜ ସ୍ୱପ୍ନକୁ ପୂରଣ କରିପାରୁଥିବା ସମୟରେ ଆଉ କିଛି ଲୋକ ନିଜର ସ୍ୱପ୍ନ ପୂରଣ ପାଇଁ ଚେଷ୍ଟା କରିଥାନ୍ତି । ସେଥିପାଇଁ ବର୍ଷ ବର୍ଷ ଧରି ସଞ୍ଚୟ କରିବା ସହ ଲୋନର ସାହାଯ୍ୟ ମଧ୍ୟ ନେଇଥାନ୍ତି । ବର୍ତ୍ତମାନ ପରିସ୍ଥିତିରେ କିଛି ଲୋକ ଜମି କିଣି ଘର ତିଆରି କରୁଥିବା ସମୟରେ ଆଉ କିଛି ଲୋକ ଫ୍ଲାଟ୍ (Flat) କିଣିବାକୁ ପସନ୍ଦ କରୁଛନ୍ତି । କିଛି ଲୋକ ପୁରୁଣା ଘରକୁ ଶସ୍ତାରେ କିଣି ତାହାର ସଠିକ ମରାମତି କରି ରହିବାକୁ ପସନ୍ଦ କରନ୍ତି । ଏପରି ମହଙ୍ଗା ଯୁଗରେ ଯଦି ମାତ୍ର ୧୫ ଲକ୍ଷ ଟଙ୍କାରେ ଏକ ଘର ମିଳିବ ତେବେ କିଣିବାର ସୁଯୋଗକୁ କିଏ ବା ହାତ ଛଡା କରିବ ? ଏହାଠାରୁ ଭଲ ଦରରେ ଭଲ ସହରରେ କମରେ ଆଉ କଣ ବା ମିଳି ପାରିବ ?

ଆମ ଦେଶର ବିଭିନ୍ନ ବଡ଼ ବଡ଼ ସହରରେ ଶସ୍ତାରେ ଘର ପାଇବା ସହଜ ନୁହେଁ । କିନ୍ତୁ ଆପଣ ଥରେ ଭାବନ୍ତୁ ଯଦି ବ୍ରିଟେନ (britain) ପରି ସହରରେ ଏପରି ଶସ୍ତାରେ ଘର ମିଳେ ତେବେ କଣ ହେବ ? ଆପଣ ଠିକ୍ ଶୁଣିଛନ୍ତି, ବ୍ରିଟେନରେ ଏପରି ଏକ ସ୍ଥାନ ଅଛି ଯେଉଁଠି ଶସ୍ତାରେ ଘର (Cheap house) ମିଳୁଛି । ଖବର ଅନୁଯାୟୀ ବ୍ରିଟେନର କାଉଣ୍ଟି ଡୁରୁମ୍ରେ, ଫେରିହିଲ୍ ନାମକ ଏକ ଛୋଟ ସ୍ଥାନ ରହିଛି ଯେଉଁଠି ଏପରି ଶସ୍ତା ଦରରେ ସମ୍ପତ୍ତି ବିକ୍ରି ହେଉଛି । ଯାହା ଆପଣଙ୍କୁ ଅବିଶ୍ୱାସ ଲାଗିଲେ ମଧ୍ୟ ସତ ।

ଡେଲି ଷ୍ଟାରର ରିପୋର୍ଟ ମୁତାବକ, ଫେରିହିଲ ନାମକ ଗୋଟିଏ ଛୋଟ ଅଞ୍ଚଳରେ ଭାରତୀୟ ଟଙ୍କା ହିସାବରେ ମାତ୍ର ୧୫ ଲକ୍ଷ ଟଙ୍କାରେ ଘର ମିଳୁଛି । ତେବେ ଆପଣଙ୍କୁ କହିରଖୁଛୁ ଏହି ଘର ଗୁଡ଼ିକ ବର୍ତ୍ତମାନ ନୁହେଁ ବରଂ ପୂର୍ବରୁ ନିର୍ମାଣ କରାଯାଇଥିଲା । ପୂର୍ବରୁ ଫେରିହିଲ୍ ଅଞ୍ଚଳ ପ୍ରାକୃତିକ ସମ୍ପଦରେ ଭରପୁର ସ୍ଥାନ ଥିଲା । ଏହି ସ୍ଥାନଟି ଅଧିକ ସୁନ୍ଦର ହୋଇଥିବାରୁ ରହିବା ପାଇଁ ଏକ ଉତ୍ତମ ପରିବେଶ (Good environment) ରହିଛି । କିନ୍ତୁ ବର୍ତ୍ତମାନ ଏଠାରେ ଲୋକମାନେ ନିଜର ଘର ଗୁଡିକୁ ବିକ୍ରି (Sale) କରିବାକୁ ଚାହୁଁଛନ୍ତି । ଏହା ପଛର କାରଣ ଜାଣିବା ପାଇଁ ଚେଷ୍ଟା କରାଯିବା ପରେ ଯାହା ଶୁଣିବାକୁ ମିଳିଥିଲା ତାହା ଥିଲା ଅନ୍ୟ ଏକ ଆଶ୍ଚର୍ଯ୍ୟର କାରଣ । ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ଏହି କମ୍ ମୂଲ୍ୟ ପଛରେ କେଉଁ ଏକ ଭୟାନକ ସତ ଲୁଚି ରହିଛି।

ଅଞ୍ଚଳର ଜଣେ ୪୩ ବର୍ଷିୟ ବ୍ୟକ୍ତି ପଲ୍ ମାଲପାସଙ୍କ କହିବା ଅନୁଯାୟୀ ଏହି ଅଞ୍ଚଳ ପୂର୍ବରୁ ଖୁବ ଭଲ ଥିଲା । ବହୁତ ଭଲ ସମ୍ପ୍ରଦାୟର ଲୋକମାନେ ଏଠାରେ ରହୁଥିଲେ କିନ୍ତୁ ବର୍ତ୍ତମାନ ଏହି ଅଞ୍ଚଳରେ ନିଶା ମାଫିଆ ଦଙ୍ଗାକାରୀଙ୍କ ଆଡା ସ୍ଥାନ ପାଲଟିଛି । ଅସାମାଜିକ ଲୋକେ ରାସ୍ତାରେ ଲୋକଙ୍କୁ ହଇରାଣ କରୁଛନ୍ତି । ଚୋରି ଓ ଲୁଟ୍ ପରି ଅପରାଧିକ କାର୍ଯ୍ୟକଳାପ ଏଠାରେ ବଢୁଥିବାରୁ ଏହି ସ୍ଥାନରେ କେହି ରହିବାକୁ ପସନ୍ଦ କରୁନାହାନ୍ତି । ଅଧିକାଂଶ ଘର ଗୁଡିକୁ ସ୍ଥାନୀୟ ଅଞ୍ଚଳରେ ପଢୁଥିବା ଛାତ୍ରମାନଙ୍କୁ ଭଡା ଦିଆଯାଏ । ଉକ୍ତ ଛାତ୍ରମାନେ ନିର୍ଦ୍ଦିଷ୍ଟ ସମୟ ପାଇଁ ପାଠ ପଢିବାକୁ ଏହି ସ୍ଥାନକୁ ଆସିଥାନ୍ତି । ଏପରି ସ୍ଥାନରୁ ଲୋକମାନେ ନିଜ ଘର ବିକ୍ରି କରି ଅଞ୍ଚଳ ଛାଡି ଅନ୍ୟ ଅଞ୍ଚଳରେ ରହିବାକୁ ପସନ୍ଦ କରୁଛନ୍ତି । ଯେଉଁମାନେ ଏଠାରେ ଘର କିଣିବାକୁ ଚାହୁଁଛନ୍ତି ସେମାନେ ଘର କିଣିବା ପୂର୍ବରୁ ଶହେ ଥର ଭାବୁଛନ୍ତି ।

Also Read- Political News: ବିଜେପି ସାଂସଦ ସାକ୍ଷୀ ମହାରାଜଙ୍କ ବିବାଦୀୟ ବୟାନ, 'ରାହୁଲ ଗାନ୍ଧୀ ପାଗଳଖାନାରେ ରହିବା ଉଚିତ'

Read More
{}{}