Hindi News >>Home >>Odisha Trending

ମାଗଣାରେ କରନ୍ତୁ ବିମାନ ଯାତ୍ରା, ଶସ୍ତାରେ ବୁଲନ୍ତୁ ହଂକଂ

ବିମାନ ବନ୍ଦର କର୍ତ୍ତୃପକ୍ଷ ଏନେଇ ସୂଚନା ଦେଇ କହିଛନ୍ତି କି ସରକାର ଏହି ଟିକଟ ସବୁକୁ ଦୁଇ ବର୍ଷ ପୂର୍ବେ କିଣିନେଇଥିଲେ। ଏହି ଟିକଟ ସବୁ ହଂକଂ ଏୟାରଲାଇନ୍ସର ରହିଥିବା ବେଳେ ଏହି ଟିକଟ ସବୁ ଦୁଇ ବର୍ଷରୁ କିଣିଥିଲେ ସରକାର। 

Advertisement
ମାଗଣାରେ କରନ୍ତୁ ବିମାନ ଯାତ୍ରା, ଶସ୍ତାରେ ବୁଲନ୍ତୁ ହଂକଂ
Stop
Prabhudatta Moharana|Updated: Oct 11, 2022, 04:16 PM IST

Hongkong Tourism : ନୂଆଦିଲ୍ଲୀ: କୋରୋନା ମହାମାରୀ ସମୟରେ ପର୍ଯ୍ୟଟନ କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ତେବେ କୋରୋନା ସମଗ୍ର ବିଶ୍ୱରୁ ଧିରେଧିରେ ଶେଷ ହେବାକୁ ଥିବା ବେଳେ ଏହି କ୍ଷେତ୍ର ଏବେ ଟ୍ରାକକୁ ଫେରୁଛି। ତେବେ ହଂକଂ ସରକାର ନିଜ ଦେଶର ପର୍ଯ୍ୟଟନକୁ ଟ୍ରାକରେ ଦୌଡ଼ାଇବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ହଂକଂ ସରକାର ନିଜ ଦେଶକୁ ପର୍ଯ୍ୟଟକଙ୍କୁ ଆମନ୍ତ୍ରଣ କରିବା ପାଇଁ ବିମାନ ସେବାକୁ ସମ୍ପୂର୍ଣ୍ଣ ମାଗଣା କରିଦେଇଛନ୍ତି। ଏନେଇ ହଂକଂ ବିମାନବନ୍ଦର ଆଡ଼ମିନିଷ୍ଟ୍ରେସନକୁ ବିମାନ ସେବାକୁ ମାଗଣା କରିଦେଇଛନ୍ତି। 

ବିମାନ ବନ୍ଦର କର୍ତ୍ତୃପକ୍ଷ ଏନେଇ ସୂଚନା ଦେଇ କହିଛନ୍ତି କି ସରକାର ଏହି ଟିକଟ ସବୁକୁ ଦୁଇ ବର୍ଷ ପୂର୍ବେ କିଣିନେଇଥିଲେ। ଏହି ଟିକଟ ସବୁ ହଂକଂ ଏୟାରଲାଇନ୍ସର ରହିଥିବା ବେଳେ ଏହି ଟିକଟ ସବୁ ଦୁଇ ବର୍ଷରୁ କିଣିଥିଲେ ସରକାର। ତେବେ ଏହି ଟିକଟର ଦର ସବୁ ୨୧୦୦ କୋଟି ଟଙ୍କାର ରହିଥିଲା ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। 

ଉଲ୍ଲେଖଯୋଗ୍ୟ କୋରୋନା ମହାମାରୀ ପୂର୍ବରୁ ହଂକଂକୁ ପ୍ରତିବର୍ଷ ୫ କୋଟି ପର୍ଯ୍ୟଟକ ବୁଲିବାକୁ ଯାଉଥିଲେ। ତେବେ କୋରୋନା ସମୟରେ ହଂକଂ ସରକାର ପର୍ଯ୍ୟଟକଙ୍କ ପାଇଁ କଟକଣା କଡ଼ାକଡ଼ି କରିଥିଲେ। ଏହା ଯୋଗୁ ହଂକଂ ଏୟାରଲାଇନ୍ସ ବଡ଼଼ କ୍ଷତିକୁ ସାମ୍ନା କରିଥିଲା। ତେବେ କୋରୋନା କଟକଣା ହଟିବା ପରେ ହୋଟେଲରେ ରହିବା ପାଇଁ କ୍ୱାରେଣ୍ଟାଇନ ନିୟମକୁ ହଟାଇ ଦେଇଛି। ସେପଟେ କିନ୍ତୁ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ପାଇଁ କିଛିଟା ମାତ୍ରାରେ କୋରୋନା କଟକଣାକୁ କୋହଳ କରିଛନ୍ତି ସେଠାକାର ସରକାର। 

ହଂକଂ ସରକାରଙ୍କ ଅନୁଯାୟୀ ମାଗଣା ବିମାନ ଯାତ୍ରା ପାଇଁ ଟିକଟ ସୁବିଧା ଯୋଗାଇ ଦେବା ଫଳରେ ସମଗ୍ର ବିଶ୍ୱରେ ଏକ ପ୍ରମୁଖ ପର୍ଯ୍ୟଟନର ରାଷ୍ଟ୍ରର ମାନ୍ୟତା ଦିଗରେ ଦେଶ କାର୍ଯ୍ୟ ଆରମ୍ଭ କରିଦେଇଛି। ଏନେଇ ମାର୍କେଟ ରିସର୍ଚ୍ଚ ଫର୍ମ ୟୁରୋମନିଟର ଇଣ୍ଟରନ୍ୟାସନାଲର ବରିଷ୍ଠ ବିଶ୍ଲେଷକ କହିଛନ୍ତି କି ହଂକଂର ପୂର୍ବ କୋରୋନା ସ୍ଥିତିକୁ ଫେରିବା ପାଇଁ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ବଜାର କ୍ଷମତା ଉପରେ ନିର୍ଭର କରୁଛି। 

ମାଗଣା ଟିକଟ ପାଇଁ କିପରି କରିବେ ଆବେଦନ
ହଂକଂ ସରକାରଙ୍କ ଦ୍ୱାରା ଦିଆଯାଉଥିବା ଟିକଟ ପାଇଁ କିପରି ଆବେଦନ କରିବେ ସେନେଇ ସରକାରଙ୍କ ନିକଟରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ହଂକଂର ଆସନ୍ତା ବର୍ଷ କମ୍ପ୍ଲିମେଣ୍ଟାରୀ ଟିକଟ ବାଣ୍ଟିବାକୁ ଯୋଜନା କରୁଛନ୍ତି। ହଂକଂ ବିମାନବନ୍ଦରର ଅଧିକାରୀମାନେ ସେହି ଯାତ୍ରୀଙ୍କୁ ଟିକେଟ ପ୍ରଦାନ କରାଯିବ ଯେଉଁମାନେ ଇନବାଉଣ୍ଡ ଓ ଆଉଟବାଉଣ୍ଡ ଉଭୟ ପକ୍ଷରୁ ଯାତ୍ରା କରୁଛନ୍ତି। ତେବେ ଏଥିପାଇଁ କୌଣସି ସମୟ ନିର୍ଦ୍ଧାରଣ କରିନାହାନ୍ତି ସରକାର। 

ସେପଟେ ପର୍ଯ୍ୟଟକଙ୍କ ପାଇଁ କୋରୋନା କଟକଣା କୋହଳ କରିଛନ୍ତି। ନିକଟରେ ହଂକଂ ସରକାର ଘୋଷଣା କରିଥିଲେ କି ଅନ୍ୟ ସ୍ଥାନରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ହୋଟେଲରେ କ୍ୱାରେଣ୍ଟାଇନ କଟକଣା ଶେଷ ହୋଇଛି। ଏଠାକୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ବିମାନରେ ବସିବା ପାଇଁ ଆରଟିପିସିଆର ୪୮ ଘଣ୍ଟା ପୂର୍ବରୁ ନେଗେଟିଭ ରିପୋର୍ଟ ଦେଖାଇବା ଆବଶ୍ୟକ ନୁହେଁ। କେବଳ ୨୪ ଘଣ୍ଟା ପୂର୍ବରୁ ନେଗେଟିଭ ଆଣ୍ଟିଜେନ ରିପୋର୍ଟ ଦେଖିବାକୁ ହେବ ବୋଲି ସରକାର ସୂଚନା ଦେଇଛନ୍ତି। 

Read More
{}{}