Hindi News >>Home >>Odisha Trending

Old Pension Scheme: ପୁରୁଣା ପେନସନ ସ୍କିମ୍ ପୁନଃ ଲାଗୁ କରିବା ପରେ ଏବେ ମହିଳାମାନଙ୍କୁ ପ୍ରତି ମାସରେ ୧୫୦୦ ଟଙ୍କା ଦେବେ ରାଜ୍ୟ ସରକାର

Old Pension Scheme: ସୁଖବିନ୍ଦର ସିଂ ସୁଖୁ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ପୁରୁଣା ପେନସନ୍ ସ୍କିମ୍ (OPS) ପୁନଃ ଲାଗୁ ପାଇଁ ନିଷ୍ପତ୍ତି ନିଆଯାଇଛି ।  କଂଗ୍ରେସ ସରକାରର ଏହି ନିଷ୍ପତ୍ତି ପରେ ୧ ଲକ୍ଷ ୩୬ ହଜାର କର୍ମଚାରୀ ସିଧାସଳଖ ଲାଭ ପାଇବେ । ଏହା ବ୍ୟତୀତ ମହିଳା ମାନଙ୍କୁ ପ୍ରତି ମାସରେ ୧,୫୦୦ ଟଙ୍କା ପେନସନ ପ୍ରଦାନ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

Advertisement
Old Pension Scheme: ପୁରୁଣା ପେନସନ ସ୍କିମ୍ ପୁନଃ ଲାଗୁ କରିବା ପରେ ଏବେ ମହିଳାମାନଙ୍କୁ ପ୍ରତି ମାସରେ ୧୫୦୦ ଟଙ୍କା ଦେବେ ରାଜ୍ୟ ସରକାର
Stop
Zee Odisha Desk|Updated: Jan 14, 2023, 05:50 PM IST

Old Pension Scheme: ହିମାଚଳ ପ୍ରଦେଶ (Himachal Pradesh) ରେ ପୁରୁଣା ପେନସନ ସ୍କିମ୍ ପୁନଃ ଲାଗୁ (OPS Restored) କରାଯାଇଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ( Sukhwinder Singh Sukhu) ଙ୍କ ନେତୃତ୍ୱରେ କଂଗ୍ରେସ ସରକାର (Congress Govt) ରାଜ୍ୟରେ ପୁରୁଣା ପେନସନ ଯୋଜନା (Old Pension Scheme) କୁ ପୁନଃ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ସୁଖବିନ୍ଦର ସିଂ ସୁଖୁ ସରକାର (Sukhwinder Singh Sukhu Govt) ଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ପୁରୁଣା ପେନସନ୍ ସ୍କିମ୍ (OPS) ପୁନଃ ଲାଗୁ ପାଇଁ ନିଷ୍ପତ୍ତି ନିଆଯାଇଛି ।  କଂଗ୍ରେସ ସରକାରର ଏହି ନିଷ୍ପତ୍ତି ପରେ ୧ ଲକ୍ଷ ୩୬ ହଜାର କର୍ମଚାରୀ ସିଧାସଳଖ ଲାଭ ପାଇବେ । ଏହା ବ୍ୟତୀତ ମହିଳା ମାନଙ୍କୁ ପ୍ରତି ମାସରେ ୧,୫୦୦ ଟଙ୍କା ପେନସନ ପ୍ରଦାନ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

ଏଠାରେ କହି ରଖୁଛୁ ଯେ, ହିମାଚଳ ପ୍ରଦେଶ (Himachal Pradesh) ର ସୁଖବିନ୍ଦର ସିଂ ସୁଖୁ ସରକାର (Sukhwinder Singh Sukhu Govt) କର୍ମଚାରୀ ମାନ (State Govt Employees) ଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି । ସରକାରଙ୍କ ପ୍ରଥମ କ୍ୟାବିନେଟରେ ପୁରୁଣା ପେନସନ୍ ସ୍କିମ୍ (Old Pension Scheme) ପୁନଃ ଲାଗୁ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ପୁରୁଣା ପେନସନ ଯୋଜନାର ପୁନଃ ଲାଗୁ ପାଇଁ ବିଜ୍ଞପ୍ତି ଗତକାଲି (ଶୁକ୍ରବାର) ଜାରି କରାଯାଇଛି । ଏଥି ସହ ହିମାଚଳ ପ୍ରଦେଶର ମହିଳା ମାନ (Himachal Pradesh Women) ଙ୍କୁ ମାସିକ ୧୫୦୦ ଟଙ୍କା ପେନସନ୍ ଦିଆଯିବ ବୋଲି କ୍ୟାବିନେଟ ବୈଠକରେ ଆଉ ଏକ ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ (Himachal Pradesh Assembly Election 2022) ସମୟରେ କଂଗ୍ରେସ (Congress) ପ୍ରଥମ କ୍ୟାବିନେଟ ବୈଠକରେ ପୁରୁଣା ପେନସନ୍ ଯୋଜନା (Old Pension Scheme) କୁ ପୁନଃ ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା, ଯାହାକୁ ସେ ପୂରଣ କରିଛି । କ୍ୟାବିନେଟ କଂଗ୍ରେସର ନିର୍ବାଚନ ମନିଫେଷ୍ଟୋକୁ ସରକାରଙ୍କ ନୀତିଗତ ଦସ୍ତାବିଜ ଭାବରେ ମଧ୍ୟ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି ।

ଅଧିକ ପଢ଼ନ୍ତୁ:-ଭାରତୀୟ କ୍ରିକେଟ୍ ଜଗତରେ ଶୋକର ଛାୟା, ଏହି ଖେଳାଳିଙ୍କ ନିଧନ

ଅଧିକ ପଢ଼ନ୍ତୁ:-ରାସନ କାର୍ଡ ଧାରକଙ୍କ ପାଇଁ ବଡ଼ ଖୁସି ଖବର; ସରକାର କଲେ ନିୟମରେ ପରିବର୍ତ୍ତନ, ଏଣିକି ପ୍ରତି ମାସରେ ମିଳିବ ଅତିରିକ୍ତ ଶସ୍ୟ!

ଅଧିକ ପଢ଼ନ୍ତୁ:-ଭାରତରେ ଆୟୋଜିତ ହକି ବିଶ୍ୱକପରେ କାହିଁକି ଖେଳୁନି ପାକିସ୍ତାନ? ଜାଣନ୍ତୁ କାରଣ

ହିମାଚଳ ପ୍ରଦେଶର ସିଏମ୍  (Himachal Pradesh CM) ସୁଖବିନ୍ଦ ସିଂ ସୁଖୁ (Sukhvind Singh Sukhu) କହିଛନ୍ତି ଯେ, ଜାନୁଆରୀ ୧୩ରୁ ପୁରୁଣା ପେନସନ୍ ଯୋଜନାର ଲାଭ ଆରମ୍ଭ ହେବ । ଏହି ବିଷୟରେ ବିଜ୍ଞପ୍ତି ଶୀଘ୍ର ଜାରି କରାଯିବ । ୧୮ରୁ ୬୦ ବର୍ଷ ବୟସର ମହିଳା ମାନଙ୍କୁ ମାସିକ ୧,୫୦୦ ଟଙ୍କା ଦେବାର ପ୍ରତିଶୃତି ଉପରେ ମୁଖ୍ୟମନ୍ତ୍ରୀ ସୁଖୁ ନିଷ୍ପତ୍ତି ନେଇଛନ୍ତି । ସିଏମ୍ ସୁଖୁ କହିଛନ୍ତି ଯେ, କୃଷି ମନ୍ତ୍ରୀ ଚନ୍ଦ୍ର କୁମାରଙ୍କ ନେତୃତ୍ୱରେ କ୍ୟାବିନେଟର ଏକ ଉପ-କମିଟି ଗଠନ କରାଯାଇଛି । ଏଥିରେ ଧନି ରାମ ଶାଣ୍ଡିଲ, ଜଗତ ନେଗି ଏବଂ ଅନିରୁଦ୍ଧ ସିଂଙ୍କୁ ସଦସ୍ୟ ଭାବେ ଅନ୍ତର୍ଭୁକ୍ତ କରାଯାଇଛି । ସେ କହିଛନ୍ତି ଯେ ମହିଳାମାନଙ୍କୁ ମାସକୁ ୧,୫୦୦ ଟଙ୍କା ଦେବା ପାଇଁ ଏହି ଉପ-କମିଟି ଆସନ୍ତା ୩୦ ଦିନ ମଧ୍ୟରେ ଏକ ଢାଞ୍ଚା ପ୍ରସ୍ତୁତ କରିବ ।

Read More
{}{}