Hindi News >>Home >>Odisha Trending

Srimandira News: ତରବରିଆ ହେଲା କି ନିଷ୍ପତ୍ତି, ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼

Srimandira News: ପୂର୍ବଭଳି ଶ୍ରୀମନ୍ଦିର ଭିତରେ ସାତପାହାଚ ଠାରୁ ଭକ୍ତଙ୍କୁ ପର୍ଯ୍ୟାୟକ୍ରମେ ଶ୍ରୀମନ୍ଦିର ନାଟମଣ୍ଡପ ଭିତରକୁ ଛଡ଼ାଯାଇଛି। କିନ୍ତୁ ନାଟମଣ୍ଡପ ଭିତର ବ୍ୟବସ୍ଥା କେହି ଅନୁଧ୍ୟାନ କରୁନାହାଁନ୍ତି କି ଦର୍ଶନ କିଭଳି ଶୃଙ୍ଖଳିତ ହେବ କେହି ବୁଝୁନାହାଁନ୍ତି। ଫଳରେ ଭକ୍ତ ନାଟମଣ୍ଡପ ଭିତରକୁ ଦର୍ଶନ ପାଇଁ ଯାଇ ଆଉ ବାହାରି ପାରୁନାହାଁନ୍ତି।   

Advertisement
Srimandira News: ତରବରିଆ ହେଲା କି ନିଷ୍ପତ୍ତି, ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼
Stop
Rasmita Sahoo|Updated: Jun 16, 2024, 09:21 AM IST

Srimandira News:  ଶ୍ରୀମନ୍ଦିରରେ ଅସମ୍ଭାଳି ଭିଡ଼ । ଚାରିଦ୍ବାରରେ ପ୍ରବେଶ ଯୋଗୁ ଅସମ୍ଭାଳ ସ୍ଥିତି ଉପୁଜିଛି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତ ଅସହ୍ୟ ଯନ୍ତ୍ରଣା ପାଇଛନ୍ତି। ମୁଣ୍ଡଫଟା ଖରାରେ ଶ୍ରୀମନ୍ଦିର ଭିତରେ ଓ ବାହାରେ ଘଣ୍ଟାଘଣ୍ଟା ଅପେକ୍ଷା କରିବା ସହ ତିକ୍ତ ଅନୁଭୂତି ନେଇ ଫେରିଛନ୍ତି । ରାଜ୍ୟରେ ନୂଆ ବିଜେପି ସରକାର ଆସିବା ପେ ପ୍ରତିଶ୍ରୁତି ପାଳନ ସ୍ୱରୁପ ଶ୍ରୀମନ୍ଦିର ଚାରିଦ୍ୱାର ଭକ୍ତଙ୍କ ପାଇଁ ଖୋଲାଯାଇଛି। ମହାପ୍ରଭୁଙ୍କ ଅଗଣିତ ଭକ୍ତ, ବୁଦ୍ଧିଜୀବୀ, ସେବାୟତ ବହୁଦିନ ଧରି ଏହି ଦାବି କରିଆସୁଥିଲେ। ଦାବି ପୂରଣ ପରେ ସମସ୍ତେ ଖୁସିବ୍ୟକ୍ତ କରିଛନ୍ତି ଓ ନିଷ୍ପତିକୁ ସ୍ୱାଗତ ଜଣାଇଛନ୍ତି। 

ହେଲେ ସବୁଠାରୁ ବଡ଼ କଥା ହେଲା ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ ହେଲାନାହିଁ। ଫଳସୂରୁପ ପୂର୍ବଭଳି ଶ୍ରୀମନ୍ଦିରରେ ଭିଡ଼ ଲାଗୁଛି ଓ ଭକ୍ତ ଯନ୍ତ୍ରଣା ପାଉଛନ୍ତି। ତୁରନ୍ତ ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ସହ ସାତ ପାହାଚ ଠାରୁ ନାଟମଣ୍ଡପ, ଭିତର କାଠ ପର୍ଯ୍ୟନ୍ତ ମାନବଶୃଙ୍ଖଳ ଜରିଆରେ ଧାଡ଼ି କରି ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ଗତକାଲି ପୂର୍ବଭଳି ଶ୍ରୀମନ୍ଦିର ଭିତରେ ସାତପାହାଚ ଠାରୁ ଭକ୍ତଙ୍କୁ ପର୍ଯ୍ୟାୟକ୍ରମେ ଶ୍ରୀମନ୍ଦିର ନାଟମଣ୍ଡପ ଭିତରକୁ ଛଡ଼ାଯାଇଛି। କିନ୍ତୁ ନାଟମଣ୍ଡପ ଭିତର ବ୍ୟବସ୍ଥା କେହି ଅନୁଧ୍ୟାନ କରୁନାହାଁନ୍ତି କି ଦର୍ଶନ କିଭଳି ଶୃଙ୍ଖଳିତ ହେବ କେହି ବୁଝୁନାହାଁନ୍ତି। ଫଳରେ ଭକ୍ତ ନାଟମଣ୍ଡପ ଭିତରକୁ ଦର୍ଶନ ପାଇଁ ଯାଇ ଆଉ ବାହାରି ପାରୁନାହାଁନ୍ତି। 

ଯାହା ଶ୍ରୀମନ୍ଦିର ଭିତର ଭିଡ ବଢାଇବା ସହ ଭକ୍ତଙ୍କ ଯନ୍ତ୍ରଣା ବି ବଢାଉଛି। ଅପରପକ୍ଷେ ଚାରିଦ୍ୱାରରୁ ଭକ୍ତ ଧାଡିରେ ଯାଉଥିଲେ ବି ସାତପାହାଚ ବ୍ୟାରିକେଡ ଠାରେ ଅଟକୁଥିଲେ। ଶ୍ରୀମନ୍ଦିର (Srimandira) ଭିତର ବେଢାରେ ବି ଅସମ୍ଭାଳ ଭିଡ଼ ରହିଥିଲା। ଶେଷରେ ଚାରିଦ୍ୱାରରୁ ଭକ୍ତଙ୍କୁ ପର୍ଯ୍ୟାୟକ୍ରମେ ଶ୍ରୀମନ୍ଦିର ଭିତରକୁ ଛଡାଯାଇଥିଲା। ଫଳସ୍ୱରୁପ ଉଭୟ ଶ୍ରୀମନ୍ଦିର ଭିତରେ ଓ ବାହାରେ ଭକ୍ତ କଷ୍ଟ ପାଇଛନ୍ତି। ଏପରିକି ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ମାନେ ମଧ୍ୟ ଏନେଇ ସରକାରଙ୍କୁ କୌଣସି ପ୍ରସ୍ତାବ ଦେଇନଥିବାରୁ ସମସ୍ୟାର ସମାଧାନ ହୋଇପାରୁନଥିବା କୁହାଯାଇଛି। 

ଆଜି ରବିବାର କୁ ରଜ ପାଇଁ ଛୁଟିଦିନ। ପ୍ରତି ସପ୍ତାହରେ ଶନିବାର ଓ ରବିବାର ଶ୍ରୀମନ୍ଦିରରେ ପ୍ରବଳ ଭିଡ ଲାଗେ । ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥାନ୍ତି। ଯେହେତୁ ଶନିବାର ଓ ରବିବାର, ଏଭଳି ଦୁଇଦିନିଆ ଛୁଟି ପଡ଼ିଛି। ପୁରୀକୁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟିଛି। ଆଜି ସକାଳୁ ହିଁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଆରମ୍ଭ ହୋଇଯାଇଥିଲା। ତେବେ ସେବାୟତଙ୍କ କହିବାକଥା, ସାତପାହଚ ଓ ନାଟମଣ୍ଡପ ପ୍ରବଳ ଭିଡ଼ ଯୋଗୁ ଏଭଳି ସମସ୍ୟା ଉପୁଜିଛି। 

Also Read: Odisha Weather Today: ରଜମଉଜକୁ ବରବାଦ କଲା ଗୁଳୁଗୁଳି, ଆହୁରି କେତେଦିନ କରିବ ଛଟପଟ?

Also Read: Muralidhar Bhandare Dies: ପୂର୍ବତନ ରାଜ୍ୟପାଳ ଭଣ୍ଡାରେଙ୍କ ପରଲୋକ

Read More
{}{}