Hindi News >>Home >>Odisha Trending

World Weather Report: ମାଡ଼ି ଆସୁଛି ଏଲ୍ ନିନୋ! ଚଳିତ ବର୍ଷ ରେକର୍ଡ ଭାଙ୍ଗିପାରେ ଗରମ

World Weather Alert: ଆଗାମୀ ଏଲ୍ ନିନୋ କାରଣରୁ ବିଶ୍ୱରେ ତାପମାତ୍ରା ପୂର୍ବ ଅପେକ୍ଷା ଆହୁରି ବଢିବା ନେଇ ପୂର୍ବାନୁମାନ କରାଯାଉଛି। ଚୀନ ଏକାଡେମୀ ଅଫ୍ ମେଟ୍ରୋଲୋଜି ପକ୍ଷରୁ କରାଯାଇଥିବା ଅଧ୍ୟୟନରୁ ଏପରି ତଥ୍ୟ ସାମ୍ନାକୁ ଆସିଛି।

Advertisement
World Weather Report: ମାଡ଼ି ଆସୁଛି ଏଲ୍ ନିନୋ! ଚଳିତ ବର୍ଷ ରେକର୍ଡ ଭାଙ୍ଗିପାରେ ଗରମ
Stop
Zee Odisha Desk|Updated: Mar 03, 2024, 05:41 PM IST

World Weather Update: ଚଳିତ ବର୍ଷର ବିଶ୍ୱର ଏକ ବଡ଼ ଭାଗରେ ପ୍ରବଳ ଗରମ ଅନୁଭବ ହେବାର ସମ୍ଭାବନା ରହିଛି। ଆଗାମୀ ଏଲ୍ ନିନୋ କାରଣରୁ ବିଶ୍ୱତାପନ ତୀବ୍ର ହେବା ନେଇ ପୂର୍ବାନୁମାନ କରାଯାଉଛି। ଯାହା ଚଳିତ ବର୍ଷ ଆମାଜନ ଠାରୁ ଆଲାସ୍କା ପର୍ଯ୍ୟନ୍ତ ରେକର୍ଡ ଭାଙ୍ଗିବ। ନିକଟରେ ହୋଇଥିବା ଅଧ୍ୟୟନରୁ ଏପରି ରିପୋର୍ଟ ସାମ୍ନାକୁ ଆସିଛି। ବୈଜ୍ଞାନିକ ପୂର୍ବାନୁମାନ କରିଛନ୍ତି ଯେ ବଙ୍ଗୋପ ସାଗର, ଦକ୍ଷିଣ ଚୀନ୍ ସାଗର, ଭାରତ, ଫିଲିପାଇନ୍ସ ଏବଂ କାରିବିଆନ୍ ଉପକୂଳବର୍ତ୍ତୀ ଅଞ୍ଚଳ ଆସନ୍ତା ଜୁନ୍ ପର୍ଯ୍ୟନ୍ତ ଅସାଧାରଣ ଉତ୍ତାପ ଅନୁଭବ କରିବେ। ଯାହା ପରେ ଏଲ୍ ନିନୋର ପ୍ରଭାବ କମିବାର ସମ୍ଭାବନା ରହିଛି।

ପଶ୍ଚିମ ପ୍ରଶାନ୍ତ ମହାସାଗରରୁ (Western Pacific Ocean) ଗରମ ଉତ୍ପନ କରୁଥିବା ଏଲ୍ ନିନୋ ଐତିହାସିକ ଭାବରେ ବୈଶ୍ୱିକ ତାପମାତ୍ରା (Global Warming) ବୃଦ୍ଧି କରିଥିଲା। ଗତ ୨୦୨୩ ବର୍ଷକୁ ସବୁଠୁ ଗରମ ବର୍ଷ କରିବାରେ (Hottest Year on Record in World) ଏଲ ନିନୋ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଗତ ବର୍ଷ ଶେଷ ଭାଗରେ ଏଲ୍ ନିନୋ ଦ୍ୱାରା ବୃଦ୍ଧି ହୋଇଥିବା ତାପମାତ୍ରା ଉତ୍ତର-ଦକ୍ଷିଣ ଆମେରିକା (North-South America), ୟୁରୋପ (Europe), ଚୀନ୍ (China), ମାଡାଗାସ୍କର (Madagascar) ଠାରେ ଗୁରୁତର ପ୍ରଭାବ ପକାଇଥିଲା। ଏପିରିକି ବର୍ତ୍ତମାନର ଜଳବାୟୁ ସଙ୍କଟ (Climate Crisis) ପ୍ରଭାବକୁ ଆହୁରି ଅଧିକ ବଢାଇ ଦେଇଥିଲା।

କମ୍ପ୍ୟୁଟର ମଡେଲ ହୋଇଥିଲା ବ୍ୟବହାର 
ଏହି ନୂତନ ବିଶ୍ଳେଷଣରେ କମ୍ପ୍ୟୁଟର ମଡେଲ ବ୍ୟବହାର କରାଯାଇଥିଲା। ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ଆଞ୍ଚଳିକ ହଟସ୍ପଟ୍ (Regional Hotspot) ଚିହ୍ନଟ କରାଯାଇଥିଲା। ଏହି ସମୟ ମଧ୍ୟରେ ଏକ ନୂତନ ବୈଶ୍ୱିକ ତାପମାତ୍ରା ରେକର୍ଡ ସ୍ଥାପନ କରିବାର ୯୦ ପ୍ରତିଶତ ସୁଯୋଗ ସୂଚିତ କରିଥାଏ। ଚୀନ ଏକାଡେମୀ ଅଫ୍ ମେଟ୍ରୋଲୋଜି (Chinese Academy of Metrology) ଡକ୍ଟର ନିଙ୍ଗ ଜିଆଙ୍ଗ ପୂର୍ବାନୁମାନ କରିଛନ୍ତି ଯେ ଆଲାସ୍କା ଏବଂ ଆମାଜନ ଭଳି କ୍ଷେତ୍ରରେ (Alaska-Amazon Basin Area) ବର୍ଷସାରା ସମୁଦ୍ରରୁ ନିର୍ଗତ ହେଉଥିବା ଗରମ, ଜଙ୍ଗଲରେ ଲାଗୁଥିବା ନିଆଁ ଏବଂ ଅନ୍ୟାନ୍ୟ ପ୍ରତିକୂଳ ପରିଣାମ ହେବାର ଆଶଙ୍କା ରହିଛି। ଏହି ଜଳବାୟୁ ସଙ୍କଟ (Climate Change) ଉପରେ ତୁରନ୍ତ ଧ୍ୟାନ ଦେବା ଆବଶ୍ୟକ ବୋଲି କହିଛନ୍ତି ଡକ୍ଟର ନିଙ୍ଗ ଜିଆଙ୍ଗ।

କ'ଣ କହୁଛି ଏହି ଅଧ୍ୟୟନ?
ଏଲ୍ ନିନୋ ଏବଂ ଲା ନିନୋ (El Nino and La Nina) ମଧ୍ୟରେ ପୃଥିବୀର ପ୍ରାକୃତିକ ଚକ୍ରକୁ ଦୃଷ୍ଟିରେ ରଖି ଗତ ବର୍ଷ ଜୁଲାଇ ମାସରୁ ଚଳିତ ବର୍ଷ ଜୁନ୍ ପର୍ଯ୍ୟନ୍ତ ଆଞ୍ଚଳିକ ଭୂପୃଷ୍ଠ ବାୟୁ ତାପମାତ୍ରାରେ ଏଲ୍ ନିନୋ ପ୍ରଭାବ ମଡେଲ ହୋଇଛି। ଏନେଇ ହୋଇଥିବା ଅଧ୍ୟୟନରୁ ଜଣାପଡିଛି ଯେ ଚଳିତ ବର୍ଷ ଆମାଜନ ଠାରେ ରେକର୍ଡ ତାପମାତ୍ରା ଅନୁଭବ କରିବାର ସମ୍ଭାବନା ରହିଛି। ଏହି କାରଣରୁ ଜଙ୍ଗଲରେ ନିଆଁ ଲାଗିବାର ଆଶଙ୍କା ବଢିଯିବ। ଏହା ବ୍ୟତୀତ ଆଲାସ୍କା ଠାରେ ମଧ୍ୟ ଉପକୂଳ କ୍ଷୟ ହେବାର ସମ୍ଭାବନା ରହିବା ସହିତ ଗ୍ଲେସିୟର୍ ଏବଂ ପର୍ମାଫ୍ରୋଷ୍ଟ ତରଳିବା ସମ୍ଭାବନା ରହିଛି।

 

 

{}{}