Hindi News >>Home >>Odisha Trending

Weather Update: ଆହୁରି ପାଞ୍ଚଦିନ ତାତିରୁ ମିଳିବନି ତ୍ରାହି ! ସେପଟେ, ଏହି ସବୁ ଜିଲ୍ଲାକୁ କାଳବୈଶାଖୀ ସମ୍ଭାବନା

Weather Update:  ଅସହ୍ୟ ଗୁଳିଗୁଳିରେ ଅସ୍ତବ୍ୟସ୍ତ ରାଜ୍ୟବାସୀ। ସକାଳ ୮ଟା ପରେ ଘରୁ ବାହାରିବା ହୋଇ ଯାଉଛି ମୁସ୍କିଲ୍ । ରାଜ୍ୟରେ ଆହୁରି ୫ ଦିନ ଗ୍ରୀଷ୍ମକୋପ ରହିବ । ବିଶେଷ କରି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଅସହ୍ୟ ହେବ । ଏନେଇ ସତର୍କ କରାଇଛି ପାଣିପାଗ ବିଭାଗ(imd) ।  ୩ ଦିନ ଯାଏ ତାପମାତ୍ରାରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। 

Advertisement
ସୌଜନ୍ୟ- ସୋସିଆଲ ମିଡ଼ିଆ
Stop
Zee Odisha Desk|Updated: May 25, 2023, 02:50 PM IST

Weather Update: ରାଜ୍ୟବାସୀଙ୍କୁ କଲବଲ କରୁଛି ଟାଣଖରା(Heat wave)। ଅସହ୍ୟ ଗୁଳିଗୁଳିରେ ଅସ୍ତବ୍ୟସ୍ତ ରାଜ୍ୟବାସୀ।  ସକାଳ ୮ଟା ପରେ ଘରୁ ବାହାରିବା ହୋଇ ଯାଉଛି ମୁସ୍କିଲ୍ । ଅତି ଜରୁରୀ କାମ ନ ଥିଲେ କେହିବି ଘରୁ ବାହାରକୁ ବାହାରୁ ନାହାଁନ୍ତି। ତାତିରେ ଜଳୁଛି ସାରା ଓଡି଼ଶା । ଆଉ ପଶ୍ଚିମ ଓଡି଼ଶା କଥାତ ନ କହିବା ଭଲ। ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା ହେଉଥିବାବେଳେ ଉପକୂଳରେ ଅନୁଭୂତ ହେଉଛି ଅସହ୍ୟ ଗରମ ହେଉଛି । ରାଜ୍ୟରେ ଆହୁରି ୫ ଦିନ ଗ୍ରୀଷ୍ମକୋପ ରହିବ । ବିଶେଷ କରି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଅସହ୍ୟ ହେବ । ଏନେଇ ସତର୍କ କରାଇଛି ପାଣିପାଗ ବିଭାଗ(imd) । ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିପାରେ । ଉପକୂଳରେ ୪୦ ଡିଗ୍ରୀ ଉପରେ ରହିପାରେ ପାରଦ । ୩ ଦିନ ଯାଏ ତାପମାତ୍ରାରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।  ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏହି ସସ୍ତାହରେ କେରଳ ଓ କର୍ଣ୍ଣାଟକ ଅଞ୍ଚଳକୁ ଛୁଇଁବ ପ୍ରାକ୍ ମୌସୁମୀ ବାୟୁ । ଓଡିଶାକୁ ମୌସୁମୀ ଜୁନର ପ୍ରଥମ କିମ୍ବା ଦ୍ବୀତିୟ ସପ୍ତାହରେ ଛୁଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଜୁନର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ତାତି ରହିବ ବୋଲି ସୂଚନା ମିଳିଛି। 

ବୁଧବାର, ରାଜ୍ୟରେ ୨୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଥିଲା । ସବୁଠୁ ଉତ୍ତପ୍ତ ସହର ଥିଲା ନୂଆପଡା । ନୂଆପଡାରେ ୪୪ ଡିଗ୍ରୀ ସେଲସିୟସ ସହ ସବୁଠୁ ଉତ୍ତପ୍ତ ସହର ହୋଇଥିଲା ନୂଆପଡ଼ା ।  ସେହିପରି ଝାରସୁଗୁଡ଼ାରେ  ତାପମାତ୍ରା ୪୩ ଦଶମିକ ୪ ରହିଥିବା ବେଳେ ତାଳଚେରରେ ୪୩ ଦଶମିକ ୨ ଡ୍ରିଗ୍ରୀ ରହିଥିଲା। ସେହିପରି, ଅନୁଗୁଳରେ, ଅନୁଗୁଳରେ ୪୩ ଦଶମିକ ୧ ଡିଗ୍ରୀ ରହିଥିଲା ତାପମାତ୍ରା । ରାଜଧାନୀ ଭୁବନେଶ୍ୱରରେ ତାତି ରହିଥିଲା ୪୨ ଦଶମିକ ୮ ।  ସେପଟେ,ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ପବନ ସମ୍ଭାବନା ରହିଛି ।  ଆଜି ବିଜୁଳି ଓ ଘଡ଼ଘଡ଼ି ପାଇଁ ୧୧ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବର ତାତିରୁ ସାମୟିକ ଆଶ୍ୱସ୍ତି ମିଳିପାରେ । 

 

Also Read: Kendujhar News: ଲୁଚି ଲୁଚି ଲଗ୍ନ ଖୋଜୁଥିଲେ ପ୍ରେମିକ, ଘରେ ପହଞ୍ଚିଗଲା ପ୍ରେମିକା; ତା'ପରେ...

Also Read: Mangal Gochar 2023: ଆଜିଠାରୁ ଏହି ୭ ରାଶିରେ ଧନବର୍ଷା କରିବେ ମାଆ ଲକ୍ଷ୍ମୀ, ନୂଆ ଗାଡି ସାଙ୍ଗକୁ ଘର କିଣିବାର ରହିଛି ଯୋଗ!

ଖରା ବଢ଼ିବା ଯୋଗୁଁ  ଦିନ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ୍ ହେଇଯାଉଛି। ଜରୁରୀ କାମ ନଥିଲେ ଲୋକେ ଘରୁ ବାହାରୁ ନାହାଁନ୍ତି । ଯଦି କେହି ଖରାରେ ବାହାରକୁ ଯାଉଛନ୍ତି  ତେବେ,ମୁଣ୍ଡରେ ଗାମୁଛା  ଏବଂ ଛତା ଧରି ବାହାରକୁ ବାହାରୁଛନ୍ତି। ବିଭିନ୍ନ ଥଣ୍ଡା ଏବଂ ଲସି ଦୋକାନରେ ଭିଡ ଦେଖିବାକୁ ମିଳୁଛି। ଅନ୍ୟପଟେ ରାଜ୍ୟରେ କେତେକ ସ୍ଥାନରେ ଜଳଛତ୍ର ଖୋଲିନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଖରା ବଢ଼ିବା ପରେ ବିଭିନ୍ନ ପାନୀୟ ଦ୍ରବ୍ୟର ଚାହିଦା ବଢ଼ିବାରେ ଲାଗିଛି । ମୃଦ୍ୟୁ ଥଣ୍ଡା ପାନୀୟ ହେଉ କି, ଆଖୁ ରସ, କି ଦହି, ଲସି ଦୋକାନରେ ଭିଡ ଲଗାଉଛନ୍ତି । କିନ୍ତୁ ଏସବୁ କେତେ ସ୍ୱାସ୍ଥ୍ୟକର ତାହା କାହାକୁ ଜଣାନାହିଁ । 

Read More
{}{}