Hindi News >>Home >>Odisha Trending

Health Tips: ଆପଣ ସବୁବେଳେ ଚିନ୍ତାଗ୍ରସ୍ତ ରହୁଛନ୍ତି କି ? ଦେଖା ଦେଇପାରେ ଏହି ସବୁ ସମସ୍ୟା

ସୁସ୍ଥ ରହିବା ପାଇଁ ହେଲେ ଶରୀରରେ ହରମୋନର ସନ୍ତୁଳନ ରହିବା ନିହାତି ଆବଶ୍ୟକ । ହରମୋନରେ ସନ୍ତୁଳନ ନ ରହିଲେ ଶରୀରରେ ଅନେକ ପ୍ରକାରର ସମସ୍ୟା ଦେଖାଦିଏ। ଦୁର୍ବଳ ଲାଗିବା ଠାରୁ ଆରମ୍ଭ କରି ଚିଡ଼ଚିଡ଼ା ଲାଗିବା ପର୍ଯ୍ୟନ୍ତ ସମସ୍ୟା ଆସିଥାଏ। ଏମିତିରେ ମହିଳା ମାନଙ୍କ କ୍ଷେତ୍ରରେ ଗର୍ଭାବସ୍ଥା, ମେନୋପୋଜ୍ ଏବଂ ଋତୁସ୍ରାବ ସମୟରେ ହରମୋନ୍ ଅସନ୍ତୁଳ

Advertisement
Health Tips: ଆପଣ ସବୁବେଳେ ଚିନ୍ତାଗ୍ରସ୍ତ ରହୁଛନ୍ତି କି ? ଦେଖା ଦେଇପାରେ ଏହି ସବୁ ସମସ୍ୟା
Stop
Zee Odisha Desk|Updated: Oct 09, 2023, 07:21 AM IST

Health Tips: ସୁସ୍ଥ ରହିବା ପାଇଁ ହେଲେ ଶରୀରରେ ହରମୋନର ସନ୍ତୁଳନ ରହିବା ନିହାତି ଆବଶ୍ୟକ । ହରମୋନରେ ସନ୍ତୁଳନ ନ ରହିଲେ ଶରୀରରେ ଅନେକ ପ୍ରକାରର ସମସ୍ୟା ଦେଖାଦିଏ। ଦୁର୍ବଳ ଲାଗିବା ଠାରୁ ଆରମ୍ଭ କରି ଚିଡ଼ଚିଡ଼ା ଲାଗିବା ପର୍ଯ୍ୟନ୍ତ ସମସ୍ୟା ଆସିଥାଏ। ଏମିତିରେ ମହିଳା ମାନଙ୍କ କ୍ଷେତ୍ରରେ ଗର୍ଭାବସ୍ଥା, ମେନୋପୋଜ୍ ଏବଂ ଋତୁସ୍ରାବ ସମୟରେ ହରମୋନ୍ ଅସନ୍ତୁଳିତ ହୋଇଥାଏ। କିନ୍ତୁ ଆଜିକାଲିର ଆଧୁନିକ ଜୀବନଶୈଳୀରେ ପରିବର୍ତ୍ତନ ପାଇଁ ଅଧିକ ସମସ୍ୟା ଦେଖାଯାଉଛି। ହରମୋନ ସନ୍ତୁଳନ ବଜାୟ ରଖିବା ପାଇଁ ଦିନଚର୍ଯ୍ୟା ଏବଂ ଖାଇବା ପିଇବାରେ କିଛି ପରିବର୍ତ୍ତନ କରାଯାଇ ପାରିବ।  

ଯଦି ହରମୋନ ସନ୍ତୁଳିତ ନହେବ ତାହେଲେ ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇପାରେ । ସେଥିପାଇଁ ଶରୀରରେ ହେବାକୁ ଥିବା ପରିବର୍ତ୍ତନ ଉପରେ ଧ୍ୟାନ ଦେବା ଜରୁରୀ । ଚାଲନ୍ତୁ ଜାଣିବା ହରମୋନ ଅସନ୍ତୁଳନ ହେବାର କାରଣ କଣ ଏବଂ ଲକ୍ଷଣ କଣ ? 

ହରମୋନ କଣ ? 
ଶରୀରରେ ଉପସ୍ଥିତ ଏଣ୍ଡୋକ୍ରାଇନ ସିଷ୍ଟମରୁ ହରମୋନର ଉତ୍ପାଦନ କିମ୍ବା ସ୍ରାବ ହୋଇଥାଏ । ହରମୋନ ଏକ ପ୍ରକାରର ରସାୟନ ହୋଇଥାଏ । ଯାହା ଶରୀରର ବିଭିନ୍ନ ସ୍ଥାନକୁ ଯାଇ ଏକ ମେସେଞ୍ଜର ବା ତଥ୍ୟବାହାକ ଭଳି କାମ କରିଥାଏ । ଯେତେବେଳେ ହରମୋନର ମାତ୍ରା କମେ କିମ୍ବା ବଢ଼େ ତାହାକୁ ହରମୋନ ଇମବାଲାନ୍ସ ବୋଲି କୁହାଯାଏ । ଯାହାର ପ୍ରଭାବ ଶରୀରରେ ଅନେକ ସମସ୍ୟା କରିଥାଏ ।  

ମହିଳା ମାନଙ୍କ କ୍ଷେତ୍ରରେ ହରମୋନାଲ ଇମବାଲାନ୍ସ ହେଲେ ଋତୁସ୍ରାବରେ ଅନିୟମିତତା ଦେଖାଦିଏ । ହଠାତ୍ ଓଜନ ବଢ଼ିବା କିମ୍ବା କମିବା, ପିଠିର ତଳ ଭାଗରେ ଦରଜ ହେବା, ଚର୍ମରେ ସମସ୍ୟା ଦେଖାଦେବା, ବାଳ ଝଡ଼ିବା, ଦୁର୍ବଳ ଲାଗିବା, ନିଦ ଠିକ୍ ନହେବା ଭଳି ସମସ୍ୟା ଦେଖାଦିଏ ।  

ଏହି ଖାଦ୍ୟ ଦ୍ବାରା ମଧ୍ୟ ହରମୋନ ଇମବାଲାନ୍ସ ହୁଏ 
ଖରାପ ଖାଦ୍ୟ ମଧ୍ୟ ହରମୋନ ଇମବାଲାନ୍ସର ଏକ ବଡ଼ କାରଣ । ଅଧିକ ମିଠା ଖାଦ୍ୟ, ମଇଦାରେ ପ୍ରସ୍ତୁତ ଖାଦ୍ୟ, ଅଧିକ ତେଲରେ ପ୍ରସ୍ତୁତ ଖାଦ୍ୟ , ପ୍ରୋସେସଡ ଖାଦ୍ୟ, ଆଲକହଲ ଏବଂ ସ୍ମୋକିଂ ଭଳି ଜିନିଷ ହରମୋନରେ ଅସନ୍ତୁଳନ ଆଣିଥାଏ । ଏହାସହ ଖରାପ ଦୈନନ୍ଦିନ ଜୀବନ ଶୈଳୀ ମଧ୍ୟ ହରମୋନ ଉପରେ ପ୍ରଭାବ ପକାଇଥାଏ ।  

ଷ୍ଟେରୋଏଡ଼ ଯୁକ୍ତ ଔଷଧ 
କୌଣସି ରୋଗରେ ପିଡ଼ୀତ ଥିଲେ ଏବଂ କୌଣସି ଔଷଧ ପ୍ରତ୍ୟେକ ଦିନ ଖାଉଥିଲେ ହରମୋନ ଅସୁନ୍ତଳନ ହୋଇଥାଏ । ଏଭଳି ସ୍ଥିତିରେ ଡ଼ାକ୍ତରଙ୍କ ପରାମର୍ଶ ଜରୁରୀ ।  

ଅଧିକ ଚିନ୍ତା କରିବା 
ମହିଳା ମାନଙ୍କ କ୍ଷେତ୍ରରେ ହରମୋନ ଅସନ୍ତୁଳନର ଆଉ ଗୋଟିଏ କାରଣ ହୋଇଥାଇପାରେ ଯେ ଅଧିକ ଚିନ୍ତା କରିବା । ଚିନ୍ତାରୁ ଦୂରେଇ ରହିବା ଆବଶ୍ୟକ । ଯଦି କେହି ଅଧିକ ଚିନ୍ତା କରନ୍ତି ତାହେଲେ ଶରୀରରେ କାର୍ଟିସୋଲର ଉତ୍ପାଦନ ଅଧିକ ହୁଏ, ଯେଉଁଥିରେ ନିଦ ନଆସିବା, ଥକ୍କା ଲାଗିବା ଭଳି ସମସ୍ୟା ଦେଖାଦିଏ । 

Disclaimer: ଉପରୋକ୍ତ ଆଲେଖ୍ୟରେ ଆପଣଙ୍କ ସୂଚନା ପାଇଁ ପ୍ରଦାନ କରାଯାଇଛି। ଏହାକୁ ଆପଣାଇବା ପୂର୍ବରୁ ବିଶେଷଜ୍ଞଙ୍କ ସହିତ ଆଲୋଚନା କରିବା ଜରୁରୀ। ଉପରୋକ୍ତ ତଥ୍ୟ ପାଇଁ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବେ ନାହିଁ। 
 

Read More
{}{}