Hindi News >>Home >>Odisha Trending

Ravan Dahan 2023: ଏଠାରେ ଜଳିବ ଦେଶର ସବୁଠାରୁ ବଡ଼ ରାବଣ; ଉଚ୍ଚତା ଶୁଣିଲେ ଉଡ଼ିଯିବ ହୋସ

Dussehra Ravan Dahan 2023: ରାବଣର ପୁତୁଳା ନିର୍ମାଣ କରିବାରେ ପ୍ରାୟ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ବିଗତ ୩ ମାସ ଧରି ରାବଣ ପୁତୁଳା ନିର୍ମାଣ କାର୍ଯ୍ୟରେ ୨୫ ଜଣ କାରିଗର ନିୟୋଜିତ ହୋଇଥିଲେ।  

Advertisement
Ravan Dahan 2023: ଏଠାରେ ଜଳିବ ଦେଶର ସବୁଠାରୁ ବଡ଼ ରାବଣ; ଉଚ୍ଚତା ଶୁଣିଲେ ଉଡ଼ିଯିବ ହୋସ
Stop
Zee Odisha Desk|Updated: Oct 23, 2023, 05:31 PM IST

Ravan Dahan on Dussehra 2023: ଚଳିତ ବର୍ଷ ଅକ୍ଟୋବର ୨୪ ତାରିଖରେ ପାଳନ କରାଯିବ ବିଜୟଦଶମୀ ଏବଂ ଦଶହରା। ଏହି ପର୍ବକୁ ମନ୍ଦ ଉପରେ ଭଲର ବିଜୟକୁ ପ୍ରତୀକ ଭାବରେ ପାଳନ କରାଯାଏ। ଭଗବାନ ରାମ ଲଙ୍କାପତି ରାବଣକୁ ବିଜୟା ଦଶମୀ ବଦ୍ଧ କରିଥିଲେ। ଦଶହରା ଅବସରରେ ଦେଶର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ଉତ୍ସବ ପାଳିତ ହୋଇଥାଏ। ରାବଣ ପୋଡ଼ି ଲାଗି ପ୍ରସ୍ତୁତି ପ୍ରାୟ ସମ୍ପୂର୍ଣ୍ଣ ହୋଇସାରିଛି। 

ହେଲେ ଏଥର ସବୁଠାରୁ ବଡ଼ ରାବଣ ପୋଡ଼ି ଉତ୍ସବ ହରିୟାଣାର ପଞ୍ଚକୁଲା ଜିଲ୍ଲାରେ (Panchkula District Haryana) ଆୟୋଜିତ ହେଉଛି। ହେଲେ ଦଶହରା (Dussehra 2023) ପୂର୍ବରୁ ଲୋକେ ଏହି ରାବଣର ପୁତୁଳା (Effigy of Ravana) ଦେଖିବା ପାଇଁ ପହଞ୍ଚିବା ଆରମ୍ଭ କରି ଦେଇଛନ୍ତି। ଚଳିତ ବର୍ଷ ପଞ୍ଚକୁଲା ଠାରେ ୩ ଦିନିଆ ଦଶହରା ଉତ୍ସବ (Panchkula Dussehra Festival 2023) ଆୟୋଜିତ ହେଉଛି।

ଏଥର ପଞ୍ଚକୁଲା ଠାରେ ୧୭୭ ଫୁଟ ଉଚ୍ଚତା ବିଶିଷ୍ଟ ରାବଣ ନିର୍ମାଣ କରାଯାଇଛି। ଏହା ସହିତ ରାବଣର ପୁତୁଳା ନିର୍ମାଣ କରିବାରେ ପ୍ରାୟ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଗତ ୨୦୧୮ ବର୍ଷ ପରେ ଏହା ଦ୍ୱିତୀୟ ଥର ହେବ, ଯେତେବେଳେ ଦେଶର ସବୁଠାରୁ ବଡ଼ ରାବଣ ପୋଡ଼ି ଉତ୍ସବ ପଞ୍ଚକୁଲା (Ravan Dahan Panchkula 2023) ଠାରେ କରାଯିବ। ଶ୍ରୀ ମାତା ମନସା ଦେବୀ ଚାରିଟେବୁଲ୍ ଟ୍ରଷ୍ଟ ଦଶହରା କମିଟି ଏବଂ ଶ୍ରୀ ଆଦର୍ଶ ରାମଲାଲା ଡ୍ରାମାଟିକ୍ କ୍ଲବ୍ ଦ୍ୱାରା ଦଶହରା ଉତ୍ସବ ଆୟୋଜନ କରାଯାଉଛି।

ଏଥର ନିର୍ମିତ ହୋଇଛି ୧୭୭ ଫୁଟ ଉଚ୍ଚତା ବିଶିଷ୍ଟ ରାବଣ
ଏନେଇ ମିଳିଥିବା ଖବର ଅନୁଯାୟୀ ପଞ୍ଚକୁଲା ସେକ୍ଟର-୫ (Panchkula Sector 5 Area) ଠାରେ ଚଳିତ ବର୍ଷ ଦଶହରା ଅବସରରେ (Panchkula) ୧୭୭ ଫୁଟ ଉଚ୍ଚତା ବିଶିଷ୍ଟ ରାବଣ ପୁତୁଳା ନିର୍ମାଣ କରାଯାଇଛି। ଯାହାକୁ କ୍ରେନ୍ ସାହାଯ୍ୟରେ ଛିଡ଼ା କରାଯାଇଛି। ହେଲେ ଲୋକେ ରାବଣ ପୋଡ଼ି ପୂର୍ବରୁ ରାବଣ ପୁତୁଳା ଦେଖିବା ପାଇଁ ଭିଡ଼ ଜମାଇଛନ୍ତି। ଗତ ୩ ମାସ ଧରି ରାବଣ ପୁତୁଳା ନିର୍ମାଣ କାର୍ଯ୍ୟରେ ୨୫ ଜଣ କାରିଗର ନିୟୋଜିତ ହୋଇଥିଲେ। ରାବଣ ପୁତୁଳା ନିର୍ମାଣରେ ୨୫ କ୍ୱିଣ୍ଟାଲ ଲୁହା, ୫୦୦ ଖଣ୍ଡ କାଠ, ୩୦୦୦ ମିଟର ଲମ୍ବା ଚଟାଇ, ୩୫୦୦ ମିଟର କପଡ଼ା ଏବଂ ୧ କ୍ୱିଣ୍ଟାଲ ଫାଇବର ବ୍ୟବହାର କରାଯାଇଥିଲା। 

ଏଥର ରାବଣ ପୋଡ଼ି ଲାଗି ଇକୋ-ଫ୍ରେଣ୍ଡଲି ବାଣ (Eco Friendly Firecrackers for Ravan Dahan Festival 2023) ବ୍ୟବହାର କରାଯିବ। ଯାହା ଏଥର ମୁଖ୍ୟ ଆକର୍ଷଣ ପାଲଟିଛି। ଯାହାକୁ ତାମିଲନାଡୁ ଠାରୁ ଅଣାଯାଇଛି। ଏଥର ସମ୍ପୂର୍ଣ୍ଣ ପରିବେଶ ଅନୁକୂଳ ରାବଣ ପୋଡ଼ି ଉତ୍ସବ (Eco Friendly Ravan Dahan Festival 2023 Panchkula) ଅନୁଷ୍ଠିତ ହେଉଛି। ରାବଣ ପୁତୁଳା ରିମୋର୍ଟ ସହାୟତାରେ ଦହନ କରାଯିବ। ବାରଡ଼ା ଗ୍ରାମର ତେଜିନ୍ଦର ସିଂହ ରାଣା ବିଗତ ୩୫ ବର୍ଷ ଧରି ରାବଣ ପୁତୁଳା ନିର୍ମାଣ କରି ଆସୁଛନ୍ତି। ଗତ ୨୦୧୯ ବର୍ଷରେ ତେଜିନ୍ଦର ରାଣା ଚଣ୍ଡିଗଡ଼ ସ୍ଥିତ ଧାନା ଗ୍ରାମରେ ବିଶ୍ୱର ସବୁଠାରୁ ଉଚ୍ଚ ୨୨୧  ଫୁଟ ଉଚ୍ଚତା ବିଶିଷ୍ଟ ରାବଣ ନିର୍ମାଣ କରିଥିଲେ। ଯାହାକୁ ଦେଖିବା ପାଇଁ ୨ ଲକ୍ଷରୁ ଅଧିକ ଲୋକ ଏକାଠି ହୋଇଥିଲେ। ଏଥର ପଞ୍ଚକୁଲା ଠାରେ ହେଉଥିବା ରାବଣ ପୋଡ଼ି ଲାଗି ରାବଣ ପୁତୁଳା ତେଜିନ୍ଦର ସିଂହ ରାଣାଙ୍କ ଦ୍ୱାରା ନିର୍ମାଣ କରାଯାଇଛି।

Read More
{}{}