Hindi News >>Home >>Odisha Trending

Sourin Bhatt: ସୌରିନଙ୍କୁ ଘାରିଛି ଗିରଫ ଭୟ! ଆଇନର ଜାଲରୁ ମୁକୁଳିବା ପାଇଁ କଲେ ଏଭଳି କାମ

Sourin Bhatt: ବିବାଦରେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ (Singer Sourin Bhatt)। ଯୌନ ଶୋଷଣ (Harassment Case) ମାମଲାରେ ହୋଇଛନ୍ତି ଛନ୍ଦି।  ଆଇନର ଜାଲରୁ ମୁକୁଳିବା ପାଇଁ ଖୋଜୁଛନ୍ତି ବାଟ । କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୋଧରେ ଯୌନ ଶୋଷଣ ମାମଲା ଆସିଥିବାରୁ ଏନେଇ ସେ ଏଥିରୁ ବର୍ତ୍ତିବା  .....ପଢନ୍ତୁ ପୂରା ରିପୋର୍ଟ...

Advertisement
ସୌଜନ୍ୟ- ସୋସିଆଲ ମିଡ଼ିଆ
Stop
Zee Odisha Desk|Updated: Jun 27, 2023, 08:08 AM IST

Sourin Bhatt: ବିବାଦରେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ (Singer Sourin Bhatt)। ଯୌନ ଶୋଷଣ (Harassment Case) ମାମଲାରେ ହୋଇଛନ୍ତି ଛନ୍ଦି।  ଆଇନର ଜାଲରୁ ମୁକୁଳିବା ପାଇଁ ଖୋଜୁଛନ୍ତି ବାଟ । କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୋଧରେ ଯୌନ ଶୋଷଣ ମାମଲା ଆସିଥିବାରୁ ଏନେଇ ସେ ହାଇକୋର୍ଟଙ୍କ (Odisha High Court) ଦ୍ବାରସ୍ତ ହେବା ସହ ଆଗୁଆ ଜାମିନ (anticipatory bail) ପାଇଁ ଆବେଦନ କରିଛନ୍ତି । ସେ ନିର୍ଦ୍ଦୋଷ ଓ ତାଙ୍କ ବିରୋଧରେ ଥିବା ଅଭିଯୋଗ ଭିତ୍ତିହୀନ ଓ ଉଦ୍ଦେଶ୍ୟମୂଳକ ବୋଲି ଆବେଦନରେ ଦର୍ଶାଇଛନ୍ତି ସୌରିନ (Singer Sourin Bhatt Harassment Case)। ସୌରିନଙ୍କ ବିରୋଧରେ କଟକ ଜଗତପୁର ଅଞ୍ଚଳର ଜଣେ ଯୁବତୀ ତାଙ୍କ ବିରୋଧରେ ଯୌନ ଶୋଷଣ ମାମଲା ଆଣିଛନ୍ତି । ଏନେଇ କଟକ ମହିଳା ଥାନାରେ ସେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ଛାନଭିନ୍ ଚଳାଇଛି ପୋଲିସ୍ । 

Also Read: Shukra Gochar 2023: ରାଶି ପରିବର୍ତ୍ତନ କରିବେ ଶୁକ୍ର, ଏହି ତିନି ରାଶିର ଲୋକଙ୍କ ଭାଗ୍ୟରେ ଲାଗିବ ଲଟେରି!

Also Read: Horoscope Today 27 June 2023: ଆଜି ଏହି ୪ଟି ରାଶି ଉପରେ ହେବ ଧନର ବର୍ଷା, ଏହି ୨ଟି ରାଶି ପାଇଁ ବିପଦ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?

କ'ଣ ଥିଲା ପୂରା ଘଟଣାକ୍ରମ , ଜାଣନ୍ତୁ?
ଅଭିଯୋଗ ଅନୁସାରେ, କଟକ ଜଗତପୁରର ଜଣେ ଯୁବତୀଙ୍କ ସହ ଦିର୍ଘ ୮ ବର୍ଷ ଧରି ସମ୍ପର୍କ ରଖିଥିଲେ ସୌରିନ୍ । ସୌରିନ ବିବାହିତ ବୋଲି ଜାଣିବା ପରେ ଯୁବତୀ ଜଣଙ୍କ ତାଙ୍କ ସହ ସମ୍ପର୍କ ତୁଟାଇବା ସହିତ ଦୂରେଇ ଯାଇଥିଲେ । ମାତ୍ର ଏଥିରେ ରାଗି ଯାଇଥିଲେ ସୌରିନ୍ । ଅନ୍ତରଙ୍ଗ ମୂହୁର୍ତ୍ତର କିଛି ଫଟୋ ଓ ଭିଡିଓ ଦେଖାଇ ଯୁବତୀଙ୍କୁ ତାଙ୍କ ସହ ପୁଣି ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲେ । ପୀଡ଼ିତା ବିରୋଧ କଲେ ତାଙ୍କୁ ଅମାନୁଷିକ ଭାବେ ମାଡ଼ ମାରୁଥିଲେ। ଗଲା ଏପ୍ରିଲ ମାସରେ ସେ ଯୁବତୀ ଜଣଙ୍କୁ ମହନଦୀରେ ଠେଲି ମାରିଦେବାକୁ ବି ଉଦ୍ୟମ କରିଥିଲେ। ଏଭଳି ସଂଗିନ ଅଭିଯୋଗ ନେଇ ପୀଡ଼ିତା ଜଣକ ନିକଟରେ ମହିଳା ଥାନାରେ ଫେରାଦ ହୋଇଥିଲେ। ପୋଲିସ ମାମଲା ରୁଜୁ କରି ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରାଇଛି। ସେପଟେ ସୌରିନଙ୍କୁ ଧରିବା ପାଇଁ କଟକ ଏକ ପୋଲିସ୍ ଟିମ୍ ତାଙ୍କ କଲିକତା ସ୍ଥିତ ବାସଭବନକୁ ଯାଇଥିଲା । କଲିକତା ସହରର ବାଲିଗଙ୍ଗ ଥାନା ଅଞ୍ଚଳରେ ଥିବା ସୌରିନଙ୍କ ଘରେ ଚଢ଼ଉ କରିଥିଲା। କିନ୍ତୁ ସେଠାରେ ସୌରିନ ନଥିବା ପୋଲିସ୍ ଜାଣିବାକୁ ପାଇଥିଲା। 

ସେ ଦିଲ୍ଲୀରେ ଥିବା ନେଇ ପୋଲିସ୍ ଜାଣିବାକୁ ପାଇଥିଲା। କିନ୍ତୁ ତାଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ଥିବାରୁ ପୋଲିସ ତାଙ୍କ ସହିତ ଯୋଗାଯୋଗ କରି ପାରି ନଥିଲା। ଫଳରେ ପୋଲିସ୍ ଖାଲି ହାତରେ ଫେରିଥିଲା। ଗିରଫ ଭୟରେ ସୌରିନ୍ ପୋଲିସକୁ ଧରାଛୁଆଁ ଦେଉ ନଥିବା କୁହାଯାଉଛି। ତେବେ, ସୌରିନଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ଯୁବତୀ ଜଣକ ପେଶାରେ ଜଣେ ବ୍ୟାଙ୍କ କର୍ମଚାରୀ । ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ସୌରିନ୍ ତାଙ୍କ ଠାରୁ  ୯ ଲକ୍ଷ ଟଙ୍କା ଠକି କରି ନେଇଥିବା କହିଛନ୍ତି ଯୁବତୀ । ଯୁବତୀ ଜଣକ ବ୍ୟାଙ୍କରେ କାମ କରିବା ସହ ଗୀତ ଗାଇବା ତାଙ୍କର ଏକ ସଉକ ଥିଲା । ସେ ସୌରିନଙ୍କ ର ଜଣେ ବଡ ଫ୍ୟାନ ବି । ଏକ ଷ୍ଟେଜ୍ ଶୋରେ ସୌରିନଙ୍କ ସହ ଯୁବତୀଙ୍କ ଦେଖା ହୋଇଥିଲା । ସେବେଠାରୁ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା। ଏପରିକି ପରପ୍ପରକୁ ବିବାହ କରିବେ ବୋଲି ନିସ୍ପତି ନେଇଥିବା କୁହାଯାଉଛି ।

 

 

Read More
{}{}