Hindi News >>Home >>Odisha Trending

Propose Day 2023: ପ୍ରପୋଜ ଡେ'ରେ ମନର ମଣିଷକୁ କିପରି କରିବେ ପ୍ରେମ ନିବେଦନ? ଜାଣି ରଖନ୍ତୁ କିଛି ଟିପ୍ସ

Happy Propose Day 2023: ପ୍ରେମ ଶାଶ୍ବତ । ପ୍ରେମ ମାନେନା ବୟସ,ଜାତି,ସୀମା ସରହଦ । ଏହା ସର୍ବଦା ସଦ୍ୟ ନୂତନ। ପ୍ରକୃତିର ସିନା ଛଅ ଋତୁ, ହେଲେ ସେଥିରେ ପ୍ରେମର ଋତୁ ମିଶିଲା ପରେ ହୋଇଯାଏ ସାତ ଋତୁ। ବର୍ଷକର ଅପେକ୍ଷା ପରେ ଆସିଛି ପ୍ରେମୀ ଯୁଗଳଙ୍କ ପାଇଁ ଏହି ମାସ । ଯାହାକୁ ଅଧିକାଂଶ ଲୋକେ ପ୍ରେମ ଋତୁ ବୋଲି କହିଥାନ୍ତି । ଏ ନେଇ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖାଦେଇଛି।

Advertisement
ସୌଜନ୍ୟ- ସୋସିଆଲ ମିଡିଆ
Stop
Zee Odisha Desk|Updated: Feb 08, 2023, 09:13 AM IST

Happy Propose Day 2023: ପ୍ରେମ ଶାଶ୍ବତ । ପ୍ରେମ ମାନେନା ବୟସ,ଜାତି,ସୀମା ସରହଦ । ଏହା ସର୍ବଦା ସଦ୍ୟ ନୂତନ। ପ୍ରକୃତିର ସିନା ଛଅ ଋତୁ, ହେଲେ ସେଥିରେ ପ୍ରେମର ଋତୁ ମିଶିଲା ପରେ ହୋଇଯାଏ ସାତ ଋତୁ। ବର୍ଷକର ଅପେକ୍ଷା ପରେ ଆସିଛି ପ୍ରେମୀ ଯୁଗଳଙ୍କ ପାଇଁ ଏହି ମାସ । ଯାହାକୁ ଅଧିକାଂଶ ଲୋକେ ପ୍ରେମ ଋତୁ ବୋଲି କହିଥାନ୍ତି ।  ଏ ନେଇ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖାଦେଇଛି। ଫେବୃୟାରୀ ୧୪ରେ ଭାଲେଣ୍ଟାଇନ୍ସ ଡେ’ହେଉଥିବାବେଳେ ଗତକାଲି ଠାରୁ ( ଫେବୃଆରୀ ୭ )ତାରିଖ ଠାରୁ ଆରମ୍ଭ ହେଉଛି ଭାଲେଣ୍ଟାଇନ୍ସ ଓ୍ବିକ୍‌ ବା ପ୍ରେମ ସପ୍ତାହ। ପ୍ରଥମ ଦିନର ସରିଛି  ଗୋଲାପ ଦିଆନିଆ ସହ ନିଜର ବୋଲି ଜତେଇବାର ପ୍ରକ୍ରିୟା । ଆଜି ହେଉଛି ପ୍ରପୋଜ ଡେ ( Propose Day) ।

ଆଜି ପ୍ରେମର କଥା କହିବେ ପ୍ରେମୀ ଯୁଗଳ ।  ମନର ମଣିଷକୁ ଗୋଲାପ ଦେବା ପରେ ସାଇତି ରଖିଥିବା ଅସୁମାରୀ ସ୍ବପ୍ନକୁ ଦୁହେଁ ଦୁହିଁଙ୍କ ଆଗରେ କହିବେ। କିଏ ଆୟ ଲଭୟୁ କହିବ ତ ଆଉ କିଏ ସାତ ଜନ୍ମର ସାଥି ହେବା ପାଇଁ ପ୍ରଶ୍ନ କରିବ । ପ୍ରେମ କରିବା ସହଜ କିନ୍ତୁ ପ୍ରେମ ନିବେଦନ କରିବା ଭାରିକଷ୍ଟ । ସମସ୍ତ ନିଜ ନିଜ ଜୀବନରେ  ପ୍ରେମକୁ ନେଇ ସ୍ବପ୍ନ ଦେଖିଥାନ୍ତି ।  କିନ୍ତୁ ସ୍ବପ୍ନ ଦେଖୁଥିବା ପ୍ରତ୍ୟକ ମଣିଷ ପ୍ରେମ ପାଇ ନଥାନ୍ତି । କାହାକୁ ଅତି ସହଜର ସିନା ମନ ଦିଆଯାଏ। କିନ୍ତୁ ପ୍ରେମ ନିବେଦନ କରିବା ମୁସ୍କିଲ ହୋଇପଡେ। କିଛି ବ୍ୟକ୍ତି ଏଭଳି ଅଛନ୍ତି ମନକଥା କହି ନ ପାରି ନିଜର ପ୍ରେମିକ ବା ପ୍ରେମିକାଙ୍କୁ ହରାଇ ବସନ୍ତି। କିନ୍ତୁ ନିଜର ମନର ମଣିଷକୁ ମନକଥା କହିବା ପାଇଁ ଆଜି ହେଉଛି ଶ୍ରେଷ୍ଠଦିନ । ନିଜ ସ୍ବପ୍ନର ଜୀବନ ସାଥୀକୁ ପ୍ରେମ ନିବେଦନ କରିବା ପାଇଁ ଆଜିର ଦିନ ପ୍ରପୋଜ୍ ଡେ ଭାବେ ପ୍ରଜୁଜ୍ୟ ।

Also Read :  Rose Day 2023: ଜାଣନ୍ତୁ କେଉଁ ରଙ୍ଗର ଗୋଲାପ କାହା ପାଇଁ ?

Also Read : Valentine Day: ପ୍ରେମ ସପ୍ତାହ ଆରମ୍ଭ ହେବା ପୂର୍ବରୁ ଏହି ସରକାର ନେଲେ ବଡ ନିଷ୍ପତ୍ତି, ରାଜ୍ୟରେ ବାଣ୍ଟିବେ ମାଗଣା କଣ୍ତୋମ

ଯଦି ଆପଣ କାହାକୁ ପ୍ରେମ ନିବେଦନ କରିବାକୁ ଚାହୁଁଛନ୍ତି ତେବେ,ଏନେଇ ଆମେ ଆପଣଙ୍କୁ କିଛି ଟିସ୍ପ ଦେଉଛୁ । ଯାହା ମାଧ୍ୟମରେ ଆପଣ ନିଜ ମନର ମଣିଷକୁ ନିଜ ମନର କଥା କହିପାରିବେ ବା ପ୍ରପୋଜ୍ କରିପାରିବେ ।

-ଯଦି ଆପଣ କାହାକୁ ଭଲ ପାଉଛନ୍ତି କିନ୍ତୁ ପ୍ରେମ ନିବେଦନ କରିପାରୁ ନାହାଁନ୍ତି ,ତେବେ ତାହା ଘର ରାସ୍ତାକୁ ପ୍ରଥମେ ଫୁଲରେ ସଜାନ୍ତୁ ।  ଗୋପନୀୟତା ଭାବେ ଏହା କରି ସରପ୍ରାଇଜ୍ ଦିଅନ୍ତୁ। ଏଥିରେ ପ୍ରେମିକ ବା ପ୍ରେମିକାକୁ କିଛି ପ୍ରେମର ଆଭାସ ମିଳିପାରିବ। ଯଦି ଆପଣଙ୍କ ପ୍ରେମିକା ବା ପ୍ରେମିକ କୌଣସି ଅଫିସରେ ଚାକିରୀ କରୁଛନ୍ତି । ତେବେ,ତାଙ୍କ ଯିବା ଆସିବା ପାଇଁ ଏକ ଡେକୋରେଟ୍ ଗାଡିର ବ୍ୟବସ୍ଥା କରନ୍ତୁ ।

-ଯଦି ଆପଣ ଅଧିକ ଖର୍ଚ୍ଚ କରିବାକୁ ଚାହୁଁଛନ୍ତି ,ତେବେ ବିଜ୍ଞାପନ ହୋଡିଂରେ ଆପଣଙ୍କ ମନର କଥା ଲେଖିପାରିବେ । ଏହାସହ ଆପଣଙ୍କ ପ୍ରିୟ ମଣିଷଙ୍କୁ ପ୍ରିୟ ସ୍ଥାନକୁ ନେଇ ମନର କଥା କୁହନ୍ତୁ । ଆପଣଙ୍କୁ ଯଦି ସାମ୍ନାରେ କହିବାକୁ ଡର ଲାଗୁଛି । ତେବେ, ଏକ ସୁନ୍ଦର  ଭିଡିଓ ବାର୍ତ୍ତା କିମ୍ବା କବିତା ଆକାରରେ ପ୍ରେମ ନିବେଦନ କରନ୍ତୁ ।

-କାର୍ଡ ବା ଗ୍ରୀଟିଙ୍ଗସ୍ ଯୁଗ ପୁରୁଣା ହୋଇଯାଇଛି ,ତେବେ ଆପଣ ନିଜ ମନର ମଣିଷକୁ କିଛି ଦାମୀ ଉପହାର କୋରିୟରରେ ପଠାଇ ପ୍ରେମ ନିବେଦନ କରିପାରିବେ। ତେବେ ବର୍ତ୍ତମାନ ପ୍ରୋପଜ୍ କରିବା ପାଇଁ ଆଉ ଏକ ସାହାର ପାଲଟିଛି ସୋସିଆଲ ମିଡିଆ ଫେସବୁକ୍ ଓ ଓ୍ବାଟସପ୍ । ମେସଜ୍ ବା ଭଏସ କଲ୍ ମାଧ୍ୟମରେ ମଧ୍ୟ ଆପଣ ନିଜ ପ୍ରେମିକ ବା ପ୍ରେମିକଙ୍କୁ ମନର କଥା କହିପାରିବେ।

 

Read More
{}{}