Hindi News >>Home >>Odisha Trending

Hanuman Chalisa: ଭୁଲ ହନୁମାନ ଚାଳିଶା ପଢୁଛନ୍ତି ଲୋକେ! ଚୌପାଇରେ ତ୍ରୁଟି ଥିବା ନେଇ କହିଲେ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ

Hanuman Chalisa: ପ୍ରଚଳିତ ହନୁମାନ ଚାଳିଶାରେ ଭୁଲ ଲେଖାଯାଇଛି ଓ ଲୋକେ ମଧ୍ଯ ଏହାକୁ ଭୁଲ ଉଚ୍ଚାରଣ କରୁଛନ୍ତି ବୋଲି ତୁଳସୀ ପୀଠାଧିଶ୍ବର ରାମଭଦ୍ରାଚାର୍ଯ୍ୟ କହିଛନ୍ତି । ଖାଲି ଏତିକି ନୁହେଁ ହନୁମାନ ଚାଳିଶାର ଚୌପାଇରେ ଲେଖାଯାଇଥିବା ଭୁଲକୁ ତୁରନ୍ତ ସଂଶୋଧନ କରିବା ଉଚିତ୍ ବୋଲି ରାମଭଦ୍ରାଚାର୍ଯ୍ୟ କହିଛନ୍ତି । 

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Apr 06, 2023, 01:56 PM IST

Hanuman Chalisa: ସାଧାରଣତଃ ବହୁ ଲୋକ ପ୍ରତ୍ୟେକ ଦିନ ହନୁମାନ ଚାଳିଶା ପାଠ(Hanuman Chalisa) କରିଥାଆନ୍ତି । କୁହାଯାଏ ଯେ, ହନୁମାନ ଚାଳିଶା ପାଠ କରିବା ଦ୍ବାରା ଜୀବନରେ ଆସୁଥିବା ଘାତ ପ୍ରତିଘାତ ସବୁ ଦୂର ହୋଇଥାଏ । ବହୁ ଲୋକେ ବଜରଙ୍ଗ ବଲୀଙ୍କୁ ପ୍ରସନ୍ନ କରିବା ଲାଗି ହନୁମାନ ଚାଳିଶା ପାଠ କରିଥାଆନ୍ତି । ବିଶ୍ବାସ ରହିଛି, ହନୁମାନ ଚାଳିଶା ପାଠ କଲେ ପବନ ପୁତ୍ର ପ୍ରସନ୍ନ ହେବା ସହ ଭକ୍ତଙ୍କ ମନୋକାମନା ପୂର୍ଣ୍ଣ କରିଥାଆନ୍ତି । କିନ୍ତୁ ନକଟରେ ତୁଳସୀ ପୀଠାଧିଶ୍ବର ରାମଭଦ୍ରାଚାର୍ଯ୍ୟ(Tulasi Rambhadracharya) ହନୁମାନ ଚାଳିଶାର କିଛି ଚୌପାଇକୁ ଭୁଲ ବୋଲି କହିଛନ୍ତି । ଯାହା ଭକ୍ତମାନେ ସଠିକ୍ ଭାବରେ ଉଚ୍ଚାରଣ କରିବା ଉଚିତ୍। ରାମଭଦ୍ରାଚାର୍ଯ୍ୟଙ୍କ ଏହି ବିବୃତ୍ତିକୁ ନେଇ ବିବାଦ ଦେଖିବାକୁ ମିଳିଛି।  

ପ୍ରଚଳିତ ହନୁମାନ ଚାଳିଶାରେ(Hanuman Chalisa) ଭୁଲ ଲେଖାଯାଇଛି ଓ ଲୋକେ ମଧ୍ଯ ଏହାକୁ ଭୁଲ ଉଚ୍ଚାରଣ କରୁଛନ୍ତି ବୋଲି ତୁଳସୀ ପୀଠାଧିଶ୍ବର ରାମଭଦ୍ରାଚାର୍ଯ୍ୟ କହିଛନ୍ତି । ଖାଲି ଏତିକି ନୁହେଁ ହନୁମାନ ଚାଳିଶାର ଚୌପାଇରେ(Hanuman Chalisa Chaupai) ଲେଖାଯାଇଥିବା ଭୁଲକୁ ତୁରନ୍ତ ସଂଶୋଧନ କରିବା ଉଚିତ୍ ବୋଲି ରାମଭଦ୍ରାଚାର୍ଯ୍ୟ କହିଛନ୍ତି । ତେବେ ହନୁମାନ ଚାଳିଶାର ୪ଟି ସ୍ଥାନରେ ତ୍ରୁଟି ରହିଥିବା ସେ ଦର୍ଶାଇଛନ୍ତି ।

ହନୁମାନ ଚଲିଶାରେ "ଶଙ୍କର ସୁମନ କେସରୀ ନନ୍ଦନ" ରେ ସ୍ବୟଂ ବଦଳରେ ସୁମନ ଲେଖାଯାଇଛି । ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ କହିଛନ୍ତି ଯେ, ବଜରଙ୍ଗବଲୀ ମହାଦେବଙ୍କର ପୁତ୍ର ନୁହଁନ୍ତି, ସେ ନିଜେ ଶିବଙ୍କର ଅବତାର । ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ କହିଛନ୍ତି ଯେ, ହନୁମାନ ଚାଳିଶାର(Hanuman Chalisa) ୨୭ ତମ ଚୌପାଇରେ ମଧ୍ଯ ଭୁଲ ଲେଖାଯାଇଛି । ଏହି ଚୌପାଇରେ " ସବ ପର ରାମ ତାପସ୍ୱୀ ରାଜା" ଲେଖାଯାଇଛି, ଯାହା ଭୁଲ ଅଟେ । ଏହା ପ୍ରକୃତରେ "ସବ ପର ରାମ ରାଜ ଫିର ତାଜା" ସଠିକ୍ ଅଟେ ।

ସେହିପରି ୩୨ ତମ ଚୌପାଇରେ ଲେଖାଯାଇଛି, ‘ରାମ ରସାୟନ ତୁମରେ ପାସା’, ‘ସଦା ରହୋ ରଘୁବର କେ ଦାସା’ । ଏଥିରେ ମଧ୍ଯ ତ୍ରୁଟି ରହିଛି । ଏହା ‘ସାଦର ରହୋ ରଘୁପତି କେ ଦାସା’ ବୋଲି ସେ କହିଛନ୍ତି ।

ଶେଷରେ ୩୮ତମ ଚୌପାଇରେ ମଧ୍ଯ ତ୍ରୁଟି ରହିଛି । ଏହି ଚୌପାଇରେ ଲେଖାଯାଇଛି ‘ଜୋ ସତବାର ପାଠ କରେ କୋଇ’, ଏହା ମଧ୍ଯ ଭୁଲ ବୋଲି ରାମଭଦ୍ରାଚାର୍ଯ୍ୟ କହିଛନ୍ତି । ଏହା ପ୍ରକୃତରେ ‘ୟହ ସତ ବାର ପାଠ କର ଜୋହି’ ହେବା ଉଚିତ୍ ।

କିଏ ଏହି ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ

ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କ ମକର ସଂକ୍ରାନ୍ତି ଦିନ ୧୯୫୦ ମସିହାରେ ଉତ୍ତରପ୍ରଦେଶର ଜୋନପୁରରେ ଜନ୍ମଗ୍ରହଣ କରିଥିଲେ। ସେ ଏକ ବ୍ରାହ୍ମଣ ପରିବାରରେ ଜନ୍ମ ନେଇଥିଲେ। ପରେ ଜନ୍ମ ହେବାର ପ୍ରାୟ ୩ ବର୍ଷ ପରେ ସେ ତାଙ୍କର ଦୃଷ୍ଟିଶକ୍ତି ହରାଇଥିସଲେ । ୪ ବର୍ଷ ବୟସରୁ କବିତା କରିବା ଆରମ୍ଭ କରିଥିଲେ । ୮ ବର୍ଷ ବୟସରେ ସେ ଭାଗବତ ଓ ରାମକଥା କରିବା ଆରମ୍ଭ କରିଥିଲେ। ପ୍ରକାଶ ଥାଉକି, ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ଭାରତ ସରକାର ପଦ୍ମଭୂଷଣରେ(Padma Bhushan) ସମ୍ମାନିତ କରିଛନ୍ତି। ନିକଟରେ ୨୦୨୪ ଲୋକସଭା ନିର୍ବାଚନ ନେଇ ଏକ ବୟାନ ଦେଇଛନ୍ତି । ରାମଭଦ୍ରାଚାର୍ଯ୍ୟ କହୁଛନ୍ତି ଯେ, ୨୦୨୪ ଲୋକସଭା ନିର୍ବାଚନରେ ପୁଣି ମୋଦି ସରକାର ଆସିବେ। ସେ ଆଉ ମଧ୍ଯ କହିଛନ୍ତି ଯେ, ସବୁ ସନ୍ଥ ମାନେ ଏକତ୍ରିତ ହୋଇ ରାମଚରିତମାନସକୁ(Ramcharitmanas) ରାଷ୍ଟ୍ରିୟ ଗ୍ରନ୍ଥ ଭାବେ ଘୋଷଣା କରିବାକୁ ଉଭୟ ଗୃହରେ ଅନୁମୋଦନ କରାଇବାକୁ ସରକାରଙ୍କ ଉପରେ ଚାପ ପକାଇବେ ବୋଲି ସେ କହିଛନ୍ତି ।

ଏହା ବି ପଢନ୍ତୁ- Hanuman Jayanti 2023: ଆଜି ପବିତ୍ର ହନୁମାନ ଜୟନ୍ତୀ, ଜାଣିନିଅନ୍ତୁ ପୂଜା ପାଇଁ ଶୁଭ ସମୟ

 

 

Read More
{}{}