Hindi News >>Home >>Odisha Trending

Israel-Hamas War: ଯୁଦ୍ଧ ବିରାମ ପ୍ରସ୍ତାବକୁ ଅଗ୍ରାହ୍ୟ କଲା ହମାସ; ଇସ୍ରାଏଲ ବିରୋଧରେ ଆଣିଲା ଗୁରୁତର ଅଭିଯୋଗ

UNSC Ceasefire Proposal on Israel-Hamas War: ପାଲେଷ୍ଟାଇନ ଗାଜା ଅଞ୍ଚଳରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିବା ପାଇଁ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଆଗତ ହୋଇଥିବା ଯୁଦ୍ଧବିରାମ ପ୍ରସ୍ତାବକୁ ହମାସ୍ ପ୍ରତ୍ୟାଖ୍ୟାନ କରିଦେଇଛି।

Advertisement
Israel-Hamas War: ଯୁଦ୍ଧ ବିରାମ ପ୍ରସ୍ତାବକୁ ଅଗ୍ରାହ୍ୟ କଲା ହମାସ; ଇସ୍ରାଏଲ ବିରୋଧରେ ଆଣିଲା ଗୁରୁତର ଅଭିଯୋଗ
Stop
Zee Odisha Desk|Updated: Mar 26, 2024, 06:17 PM IST

Hamas Rejected UNSC Ceasefire Proposal: ପ୍ରାୟ ୬ ମାସରୁ ଉର୍ଦ୍ଧ୍ୱ ସମୟ ଧରି ପାଲେଷ୍ଟାଇନ ଗାଜା ଅଞ୍ଚଳରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିବା ପାଇଁ ଅଣ୍ଟାଭିଡ଼ିଛି ଜାତିସଂଘ। ଏହି ପ୍ରସଙ୍ଗରେ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଏକ ଯୁଦ୍ଧବିରାମ ପ୍ରସ୍ତାବ ଆଗତ ହୋଇଥିଲା। ହେଲେ ଏହି ଯୁଦ୍ଧ ବିରାମ ପ୍ରସ୍ତାବକୁ ହମାସ୍ ପ୍ରତ୍ୟାଖ୍ୟାନ କରିଥିବାର ଜଣାପଡ଼ିଛି। ପ୍ରତିଦ୍ୱନ୍ଦ୍ୱୀ ଇସ୍ରାଏଲ ଏହାର ମୌଳିକ ଦାବିକୁ ଅଣଦେଖା କରିଥିବା ହମାସ ଅଭିଯୋଗ  ଆଣିଛି। ହମାସ ପକ୍ଷରୁ ଇସ୍ରାଏଲ ନିକଟରେ ଯେଉଁ ଦାବି ରଖାଯାଉଛି ତାହା ହେଉଛି ପାଲେଷ୍ଟାଇନ ଗାଜା ଅଞ୍ଚଳରେ ଯୁଦ୍ଧର ସମାପ୍ତି ଏବଂ ସେଠାରୁ ଇସ୍ରାଏଲ୍ ସୈନ୍ୟବାହିନୀର ସମ୍ପୂର୍ଣ୍ଣ ପ୍ରତ୍ୟାହାର।
 
ନ୍ୟୁଜ ଏଜେନ୍ସି ଆସୋସିଏଚେଡ ପ୍ରେସ ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ହମାସ ଏକ ବିବୃତ୍ତି ଜାରି କରିଥିଲା। ଯେଉଁଥିରେ ମଧ୍ୟସ୍ଥିଙ୍କୁ ହମାସ ଜଣାଇ ଦେଇଥିଲେ ଯେ ଏହାର ମୂଳ ସ୍ଥିତିରେ କାଏଦ ରହିଛି। ଯାହାକୁ ଚଳିତ ମାସ ଆରମ୍ଭରେ ଦର୍ଶାଯାଇଥିଲା। ହମାସ ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସାରେ ଇସ୍ରାଏଲ ପାଲେଷ୍ଟାଇନ ଗାଜା ଅଞ୍ଚଳରେ ଯୁଦ୍ଧର ସମାପ୍ତି ସହ ସେଠାରୁ ସୈନ୍ୟବାହିନୀର ସମ୍ପୂର୍ଣ୍ଣ ପ୍ରତ୍ୟାହାର, ବିସ୍ଥାପିତ ଲୋକଙ୍କ ପ୍ରତ୍ୟାବର୍ତ୍ତନ, ପ୍ରକୃତ ବନ୍ଦୀ ବିନିମୟ ଭଳି ମୂଳ ଦାବି ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହିଁ।

ମିଳିତ ଜାତିସଂଘରେ ପାରିତ ହୋଇଛି ଯୁଦ୍ଧ ବିରାମ ସଂକଳ୍ପ 
ହମାସ ପକ୍ଷରୁ ଜାରି ହୋଇଥିବା ବୟାନ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ତୁରନ୍ତ ଯୁଦ୍ଧ ବିରାମ ଲାଗୁ କରିବା ଏବଂ ପାଲେଷ୍ଟାଇନ ଗାଜା ଅଞ୍ଚଳରେ ରହିଥିବା ସମସ୍ତ ବନ୍ଧକଙ୍କୁ ମୁକ୍ତ କରିବା ପାଇଁ ଏକ ସଂକଳ୍ପ ଅନୁମୋଦନ ହେବା ପରେ ଯାଇ ଆସିଛି। ଜାତିସଂଘ ସୁରକ୍ଷା ପରିଷଦରେ ଯୁଦ୍ଧ ବିରାମ ସଂକଳ୍ପ ପାରିତ ହେବା ପର ଠାରୁ ଇସ୍ରାଏଲ୍-ଆମେରିକା ମଧ୍ୟରେ ରହିଥିବା ତିକ୍ତତା ସ୍ପଷ୍ଟ ଦେଖାଯାଉଛି। ଗତ ସୋମବାର (୨୫ ମାର୍ଚ୍ଚ) ଆମେରିକା ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଆଗତ ହୋଇଥିବା ଏହି ପ୍ରସ୍ତାବରେ ଏହାର ଭିଟୋ କ୍ଷମତା ବ୍ୟବହାର ନକରିବାକୁ ନିଷ୍ପତ୍ତି ନେଇଛି। ଏହାର ଜବାବରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ୱାଶିଂଟନ୍ ଗସ୍ତରେ ଆସୁଥିବା ଏକ ଉଚ୍ଚସ୍ତରୀୟ ପ୍ରତିନିଧିଙ୍କ ଦ୍ୱାରା ପୂର୍ବ ନିର୍ଦ୍ଧାରିତ ଗସ୍ତକୁ ବାତିଲ କରି ଦେଇଥିଲେ।

ହମାସ ଦାବିକୁ ପ୍ରତ୍ୟାଖ୍ୟାନ କରିଦେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ 
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ହମାସ ପକ୍ଷରୁ ଉପସ୍ଥାପନ କରାଯାଇଥିବା ଦାବି ଭ୍ରମାତ୍ମକ ବୋଲି ଦର୍ଶାଇ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବନ୍ଧକଙ୍କୁ ମୁକ୍ତ କରିବା ଏବଂ ହମାସ ଗୋଷ୍ଠୀକୁ ସମ୍ପୂଳେ ନାଶ ନ କରିବା ପର୍ଯ୍ୟନ୍ତ ସେ ଯୁଦ୍ଧ ଜାରି ରଖିବାକୁ ଘୋଷଣା କରିଛନ୍ତି। ବିଶ୍ୱାସ କରାଯାଉଛି ଯେ ହାମାସ ପ୍ରାୟ ୧୦୦ ଜଣ ଇସ୍ରାଏଲ ନାଗରକିଙ୍କୁ ବନ୍ଧକ ରଖିଛି। ଅନ୍ୟ ପକ୍ଷରେ ୩୦ ଜଣ ବନ୍ଧକଙ୍କ ମୃତ୍ୟୁ ହୋଇସାରିଛି। ଅନ୍ୟପକ୍ଷରେ ଗତ ନଭେମ୍ବର ମାସରେ ସପ୍ତାହେ ଧରି ଚାଲିଥିବା ଯୁଦ୍ଧ ବିରାମ ସମୟରେ ୨୪୦ ଜଣ ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରିବା ବଦଳରେ ୧୦୦ ଜଣରୁ ଅଧିକ ଇସ୍ରାଏଲ ବନ୍ଧକଙ୍କୁ ମୁକ୍ତ କରାଯାଇଥିଲା।

ନ୍ୟୁଜ ଏଜେନ୍ସି ଆସୋସିଏଟେଡ ପ୍ରେସ ରିପୋର୍ଟ ଅନୁସାରେ ଜାତିସଂଘର ସର୍ବୋଚ୍ଚ ମାନବିକ ଅଧିକାର ସଂସ୍ଥା ସହିତ କାର୍ଯ୍ୟ କରୁଥିବା ଜଣେ ବିଶେଷଜ୍ଞ ସୋମବାର କହିଛନ୍ତି ଯେ ଗାଜା ଅଞ୍ଚଳରେ ଇସ୍ରାଏଲ୍ ନରସଂହାର କରୁଥିବା ନେଇ ବିଶ୍ୱାସ କରିବା ପଛରେ ଯୁକ୍ତିଯୁକ୍ତ କାରଣ ରହିଛି। ଆନ୍ତର୍ଜାତୀୟ ସହାୟତା ଅଧିକାରୀ କହିଛନ୍ତି ଯେ ୨୩ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଗାଜା ଅଞ୍ଚଳରେ ଲୋକେ ଖାଦ୍ୟ ସଂକଟର ସାମ୍ନା କରୁଛନ୍ତି। ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥା ଅନୁଯାୟୀ ଇସ୍ରାଏଲ୍ ଆକ୍ରମଣ ପର ଠାରୁ ପ୍ରାୟ ୩୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି। ସେହିପରି ୭୪ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ-ତୃତୀୟାଂଶ ମହିଳା ଏବଂ ଶିଶୁ ରହିଛନ୍ତି। ଗତ ବର୍ଷ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଠାରେ ହମାସ ଦ୍ୱାରା ଆକ୍ରମଣରେ ପ୍ରାୟ ୧୨୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୨୦୦ ଲୋକଙ୍କୁ ଅପହରଣ କରି ନିଆଯାଇଥିଲା। ଏହା ପରେ ଇସ୍ରାଏଲ ହମାସ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା। ଯେଉଁ ଯୁଦ୍ଧରେ ପାଲେଷ୍ଟାଇନ ଗାଜା ଅଞ୍ଚଳ ଏକ ପ୍ରକାର ଧ୍ୱଂସସ୍ତୁପରେ ପରିଣତ ହୋଇସାରିଛି। 

{}{}