Hindi News >>Home >>Odisha Trending

Hajj Pilgrimage 2023: ଆଜି ଶେଷ ହେବ ହଜ୍ ଯାତ୍ରା ପାଇଁ ଆବେଦନ, ହାତଛଡା କରନ୍ତୁ ନାହିଁ ଶେଷ ସୁଯୋଗ

Hajj Pilgrimage 2023 Update: ପୂର୍ବରୁ ହଜ୍ ତୀର୍ଥଯାତ୍ରା ପାଇଁ ଆବେଦନ ପାଇଁ ଶେଷ ତାରିଖ ୧୦ ମାର୍ଚ୍ଚ ରହିଥିଲା, ହେଲେ ପରେ ଏହାକୁ ୨୦ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

Advertisement
Hajj Pilgrimage 2023: ଆଜି ଶେଷ ହେବ ହଜ୍ ଯାତ୍ରା ପାଇଁ ଆବେଦନ, ହାତଛଡା କରନ୍ତୁ ନାହିଁ ଶେଷ ସୁଯୋଗ
Stop
Zee Odisha Desk|Updated: Mar 20, 2023, 05:01 PM IST

Hajj Pilgrimage 2023 Last Application Date: କୋରୋନା ମହାମାରୀର ପ୍ରକୋପ ହ୍ରାସ ପାଇବା ପରେ ଏବେ ସ୍ୱାଭାବିକ ପ୍ରକ୍ରିୟା ହେବାକୁ ଯାଉଛି ହଜ୍ ଯାତ୍ରା। ଚଳିତ ବର୍ଷ ହେବାକୁ ଯାଉଥିବା ହଜ୍ ଯାତ୍ରା ପାଇଁ ଜାରି ରହିଛି ପ୍ରସ୍ତୁତି। ସମଗ୍ର ବିଶ୍ୱରେ ବାସ କରୁଥିବା କୋଟି କୋଟି ମୁସଲମାନ ପ୍ରତିବର୍ଷ ସାଉଦି ଆରବ ସ୍ଥିତ ପବିତ୍ର ମକ୍କା ସହରରେ ଅବସ୍ଥିତ ପବିତ୍ର କାବା ପରିଦର୍ଶନ କରିବାକୁ ଯାଇଥାନ୍ତି। ଏହି ଯାତ୍ରାକୁ ହଜ୍ ତୀର୍ଥଯାତ୍ରା କୁହାଯାଏ। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ହଜ୍ ଯାତ୍ରା ପାଇଁ ଆବେଦନ କରିବାର ଶେଷ ତାରିଖ ୨୦ ମାର୍ଚ୍ଚ ରହିଛି। ଯଦି ଆପଣ କୌଣସି କାରଣରୁ ହଜ୍ ତୀର୍ଥ ଯାତ୍ରୀ ଆବେଦନ କରିବାରେ ଅସମର୍ଥ ହୋଇଥାନ୍ତି, ତାହେଲେ ସେମାନେ ସୋମବାର ସନ୍ଧ୍ୟା ପଞ୍ଚଟା ପର୍ଯ୍ୟନ୍ତ ଆବେଦନ କରିପାରିବେ। ହଜ୍ ଯାତ୍ରା ପାଇଁ ଆବେଦନକାରୀ ହଜ୍ ଆବେଦନ କମିଟି ଅଫ୍ ଇଣ୍ଡିଆ ୱେବସାଇଟ୍ (https://hajcommittee.gov.in/) ପରିଦର୍ଶନ କରି ଅନଲାଇନ ଆବେଦନ କରିପାରିବେ।

ହଜ୍ ଯାତ୍ରା (Hajj Pilgrimage) ପାଇଁ ଆବେଦନ କରିବାକୁ ହେଲେ ହଜ୍ ଯାତ୍ରୀଙ୍କ (Hajj Pilgrim) ପାଖରେ ପାସପୋର୍ଟ (Passport) ରହିବା ଆବଶ୍ୟକ। ଯାହାର ସମାପ୍ତି ତାରିଖ ୨୦୨୪ ଫେବୃଆରୀ ୩ ତାରିଖ କିମ୍ବା ଏହା ପରେ ହେବା ଆବଶ୍ୟକ। ଏହା ସହିତ କୋରୋନା ଟିକା ପ୍ରମାଣପତ୍ର, ବ୍ୟାଙ୍କ ଆକାଉଣ୍ଟ କ୍ୟାନସେଲ ଚେକ୍, ପାସପୋର୍ଟ ସାଇଜ୍ ଫଟୋ, ଆଧାର କାର୍ଡ ରହିଥିବା ଆବଶ୍ୟକ। ସୂଚନା ଅନୁଯାୟୀ ପୂର୍ବରୁ ହଜ୍ ତୀର୍ଥଯାତ୍ରା ପାଇଁ ଆବେଦନ ପାଇଁ ଶେଷ ତାରିଖ ୧୦ ମାର୍ଚ୍ଚ ରହିଥିଲା, ହେଲେ ପରେ ଏହାକୁ ୨୦ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। କେରଳରୁ ପ୍ରଥମ ତୀର୍ଥଯାତ୍ରୀ ଦଳ ୭ ଜୁନରେ ହଜ୍ ତୀର୍ଥଯାତ୍ରା ପାଇଁ ସାଉଦି ଆରବ ଜେଦ୍ଦା ସହର (Saudi Arabia Jeddah) City ଅଭିମୁଖେ ଯାତ୍ରା କରିବ।

ଇସଲାମ ଧର୍ମର ୫ ପବିତ୍ର କର୍ତ୍ତବ୍ୟ (5 Sacred Duties of Islam) ମଧ୍ୟରୁ ହଜ୍ (Hajj) ଅନ୍ୟତମ। ବାକି କର୍ତ୍ତବ୍ୟ ହେଉଛି କଲମା (Kalma), ରୋଜା (Roza), ନମାଜ (Namaz) ଏବଂ ଜକାତ୍ (Zakat)। କଲମା ଶବ୍ଦର ଅର୍ଥ ହେଉଛନ୍ତି ପୈଗମ୍ବର ମହମ୍ମଦଙ୍କ ଦୂତଙ୍କ (Paigambar Muhammad Sahabs Messenger) ଉପରେ ବିଶ୍ୱାସ ରଖିବା। ରୋଜ ଶବ୍ଦର ଅର୍ଥ ହେଉଛି ପବିତ୍ର ରମଜାନ ମାସରେ ଉପବାସ (Ramadan Month Fasting) ରଖିବା। ନମାଜ ଶବ୍ଦର ଅର୍ଥ ହେଉଛି ୫ ଥର ଭଗବାନଙ୍କୁ ସ୍ମରଣ କରିବା। ଜକାତ ଶବ୍ଦର ଅର୍ଥ ହେଉଛି ମୁସଲମାନ ନିଜ ଆୟର କିଛି ଅଂଶ ଗରିବ, ଅଭାବୀ, ପିଲା, ଦୁଃଖୀ ରଙ୍କି ଲୋକଙ୍କୁ ଦାନ କରିବା।

ଦେଶର ବିଭିନ୍ନ ସହରରୁ ହଜ୍ ଯାତ୍ରା କରିଥିବା ଯାତ୍ରୀଙ୍କ ଖର୍ଚ୍ଚ ସହର ଅନୁଯାୟୀ ହୋଇଥାଏ। ଯଦି ୨୦୨୨ ବର୍ଷର ଆକଳନକୁ ଦେଖିବା, ତାହେଲେ ଦିଲ୍ଲୀରୁ ହଜ୍ ଯାତ୍ରା କରୁଥିବା ଜଣେ ହଜ୍ ତୀର୍ଥଯାତ୍ରୀଙ୍କୁ ୩ ଲକ୍ଷ ୮୮ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବା, ବେଳେ ଲକ୍ଷ୍ନୌରୁ ହଜ୍ ଯାତ୍ରା କରୁଥିବା ଜଣେ ହଜ୍ ଯାତ୍ରୀଙ୍କୁ ୩ ଲକ୍ଷ ୯୦ ହଜାର, ଗୌହାଟିରୁ ହଜ୍ ଯାତ୍ରା କରୁଥିବା ଜଣେ ହଜ୍ ଯାତ୍ରୀଙ୍କୁ ୪ ଲକ୍ଷ ୩୯ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ।

Read More
{}{}