Hindi News >>Home >>Odisha Trending

Haiti Violence: ୨ ଜେଲ ଉପରେ ସଶସ୍ତ୍ର ଗ୍ୟାଙ୍ଗ ଆକ୍ରମଣ; ୪୦୦୦ କଏଦ ଫେରାର

Haiti Gang Violence: ସଶସ୍ତ୍ର ଗ୍ୟାଙ୍ଗ ଦ୍ୱାରା ହୋଇଥିବା ହିଂସାକାଣ୍ଡରେ ଥରି ଉଠିଛି ହାଇତି। ଏହି ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦୦୦ କଏଦୀ ଫେରାର ହୋଇଥିବାର ଖବର ଆସିଛି।

Advertisement
 Haiti Violence: ୨ ଜେଲ ଉପରେ ସଶସ୍ତ୍ର ଗ୍ୟାଙ୍ଗ ଆକ୍ରମଣ; ୪୦୦୦ କଏଦ ଫେରାର
Stop
Zee Odisha Desk|Updated: Mar 04, 2024, 06:54 PM IST

Haiti Mass Jailbreak: ଦେଶରେ ୭୨ ଘଣ୍ଟ ପାଇଁ ଜରୁରୀକାଳୀନ ପରିସ୍ଥିତି ଜାରି କରିଛନ୍ତି ହାଇତି ସରକାର। ଜରୁରୀକାଳୀନ ପରିସ୍ଥିତି ଜାରି ହେବା ପୂର୍ବରୁ ସଶସ୍ତ୍ର ଗ୍ୟାଙ୍ଗ ଦେଶର ମୁଖ୍ୟ କାରାଗାର ପୋର୍ଟ-ଔ-ପ୍ରିନ୍ସ ଜେଲ ଉପରେ ଆକ୍ରମଣ କରିଥିଲେ। ଯେଉଁଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦୦୦ କଏଦୀ ଫେରାର ହୋଇଯାଉଥିବାର କୁହାଯାଉଛି। ଆପଣଙ୍କୁ କହିରଖୁଛୁ ଯେ ଗତ ୨୦୨୦ ବର୍ଷରୁ ଦେଶରେ ଚାଲିଥିବା ହିଂସାତ୍ମକ ଗ୍ୟାଙ୍ଗ ଯୁଦ୍ଧରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି।

ବ୍ରିଟିଶ ଗଣମାଧ୍ୟମ ବିବିସି ରିପୋର୍ଟ ଅନୁଯାୟୀ ସଶସ୍ତ୍ର ଗ୍ୟାଙ୍ଗ ନେତା କହିଛନ୍ତି ଯେ ସେମାନେ ବର୍ତ୍ତମାନ ବିଦେଶରେ ରହିଥିବା ପ୍ରଧାନମନ୍ତ୍ରୀ ଆରିଏଲ ହେନେରୀଙ୍କ ଇସ୍ତଫା ଲାଗି ଚାପ ପକାଇବାକୁ ଚାହୁଁଛନ୍ତି। ବର୍ତ୍ତମାନ ଦେଶର ରାଜଧାନୀ ପୋର୍ଟ-ଔ-ପ୍ରିନ୍ସ ସହରର ୮୦ ଭାଗ ଅଞ୍ଚଳ ସଶସ୍ତ୍ର ଗ୍ୟାଙ୍ଗ ନିୟନ୍ତ୍ରଣରେ ରହିଛି। ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ଯେ ସପ୍ତାହେ ମଧ୍ୟରେ ଦୁଇଟି ଜେଲ ଉପରେ ଆକ୍ରମଣ ହେଉଛି। ସେଥି ମଧ୍ୟରୁ ଗୋଟିଏ ରାଜଧାନୀ ଠାରେ ଅବସ୍ଥିତ ରହିଥିବା ବେଳେ ଅନ୍ୟଟି ନିକଟସ୍ଥ କ୍ରୋଏକ୍ସ ଡେସ୍ ବାଉକ୍କ୍ୱେଟସ୍ ଠାରେ ଅବସ୍ଥିତ ରହିଛି। ଜେଲ ଉପରେ ହୋଇଥିବା ଆକ୍ରମଣ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। ଏହାର ଜବାବରେ ସ୍ଥାନୀୟ ସମୟ ୨୦:୦୦ ଠାରୁ ତୁରନ୍ତ ରାତିରs କର୍ଫ୍ୟୁ ଲାଗୁ କରାଯାଇଛି।

କାହିଁକି ବଢିଲା ହିଂସା?
ଗତ ଗୁରୁବାର ଠାରୁ ହାଇତି ଠାରେ ହିଂସା ବଢିବା ଆରମ୍ଭ ହୋଇଯାଇଛି। କେନିଆ ନେତୃତ୍ୱାଧିନ ବହୁରାଷ୍ଟ୍ରୀୟ ସୁରକ୍ଷା ବଳ ପଠାଇବା ପାଇଁ ପ୍ରଧାନମନ୍ତ୍ରୀ ନାଇରୋବି ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ହିଂସାକାଣ୍ଡ ବଢିଥିବାର ଖବର ଆସିଛି। ପ୍ରଧାନମନ୍ତ୍ରୀଙ୍କୁ ହଟାଇବା ପାଇଁ ଗ୍ୟାଙ୍ଗ ନେତା ଜିମି ଚେରିଜିୟର୍ (ବାରବେକ୍ୟୁ) ଏକ ମିଳିତ ଆକ୍ରମଣ କରିବା ସମ୍ପର୍କରେ ଘୋଷଣା କରିଛନ୍ତି। ରାଜଧାନୀ ପୋର୍ଟ-ଔ-ପ୍ରିନ୍ସ ସ୍ଥିତ ମୁଖ୍ୟ କାରାଗାରରେ ସୁରକ୍ଷା ବ୍ୟବସ୍ଥା ମଜବୁତ କରିବାକୁ ହାଇତି ପୋଲିସ୍ ୟୁନିଅନ୍ ସୈନ୍ୟବାହିନୀକୁ କହିଥିଲା। ହେଲେ ଶନିବାର ବିଳମ୍ବିତ ରାତିରେ ଏହି କାରାଗାର ଉପରେ ଆକ୍ରମଣ ହୋଇଥିଲା।

ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ ଗତ ରବିବାର କାରଗାରାର ଦ୍ୱାର ଖୋଲା ରହିଥିଲା। ସେଠାରେ କୌଣସି ଅଧିକାରୀଙ୍କ ଚିହ୍ନ ବର୍ଣ୍ଣ ନଥିଲା। ଆକ୍ରମଣ ପରେ ଜେଲ ପରିସରରୁ ଖସିଯିବାକୁ ଚେଷ୍ଟା କରୁଥିବା ୩ ଜଣ କଏଦୀଙ୍କ ମୃତ ଅବସ୍ଥାରେ ପଡ଼ି ରହିଥିଲେ। ଜଣେ ଜେଲ କର୍ମଚାରୀ କହିଛନ୍ତି ଯେ ୯୯ ଜଣ କଏଦୀ ଗୁଳିକାଣ୍ଡ କାରଣରୁ ମୃତ୍ୟୁ ହେବାର ଭୟ ରହିଥିବାରୁ ସେମାନଙ୍କ ସେଲ ଠାରେ ରହିଥିଲେ। ଏହି କଏଦୀଙ୍କ ମଧ୍ୟରେ ରାଷ୍ଟ୍ରପତି ମୋଇସଙ୍କ ହତ୍ୟା ପାଇଁ କାରାଗାରରେ ରହିଥିବା ପୂର୍ବତନ କଲମ୍ବିଆ ସୈନିକ ମଧ୍ୟ ସାମିଲ ଅଛନ୍ତି। 

ରାଷ୍ଟ୍ରପତି ମୋଇସଙ୍କ ହତ୍ୟା ପରେ ଆରମ୍ଭ ହୋଇଥିଲା ହିଂସାକାଣ୍ଡ 
ରାଷ୍ଟ୍ରପତି ମୋଇସଙ୍କ ହତ୍ୟା ପରେ ହିଂସାକାଣ୍ଡରେ କମ୍ପି ଉଠିଛି ହାଇତି। ଏବେ ଦେଶର ରାଷ୍ଟ୍ରପତି ପଦ ଖାଲି ରହିଛି। ଗତ ୨୦୧୬ ପର ଠାରୁ ହାଇତି ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇନାହିଁ। ଏକ ରାଜନୈତିକ ଚୁକ୍ତିନାମା ଅନୁଯାୟୀ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚିତ ହୋଇଥିବା ହେନେରୀ ଫେବୃଆରୀ ୭ ପର୍ଯ୍ୟନ୍ତ ଇସ୍ତଫା ଦେବାର ଥିଲା। ହେଲେ ତାହା ହୋଇପାରିଲା ନାହିଁ। ଏବେ ହେନେରୀ ଦେଶର କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରୁଛନ୍ତି। ଗତ ଜାନୁଆରୀ ମାସରେ ମିଳିତ ଜାତିସଂଘ କହିଥିଲା ଯେ ଗତ ବର୍ଷ ୮ ହଜାରରୁ ଅଧିକ ଲୋକ ହାଇତି ଠାରେ ହେଉଥିବା ଗ୍ୟାଙ୍ଗ ହିଂସାର ଶିକାର ହୋଇଥିଲେ। ଯେଉଁଥିରେ ହତ୍ୟା ଏବଂ ଅପହରଣ ରହିଥିଲା। ଏହି ଅପରାଧ ସଂଖ୍ୟା ଗତ ୨୦୨୨ ବର୍ଷ ଠାରୁ ୨ ଗୁଣ ଅଧିକ ବୋଲି କୁହାଯାଉଛି।

Read More
{}{}