Hindi News >>Home >>Odisha Trending

Habitable Exoplanets: ମିଳିଲା ମଣିଷଙ୍କ ପାଇଁ ବାସଯୋଗ୍ୟ ଆଉ ଏକ ଗ୍ରହ, ପୃଥିବୀ ଠାରୁ ବଡ଼ ଓ ଜଳ ଥିବା ନେଇ ସନ୍ଧାନ!

ମଙ୍ଗଳ ଗ୍ରହରେ ଜୀବନର ସନ୍ଧାନ ଏଯାବତ ଜାରି ରହିଛି । ବୈଜ୍ଞାନିକ ମାନେ ଏହା ଉପରେ ଅନେକ ତର୍ଜମା ଜାରି ରଖିଛନ୍ତି କିନ୍ତୁ ଏହା ମଧ୍ୟରେ ଆଖି ଆଗକୁ ଆସିଛି ଆଉ ଏକ ଏମିତି ଗ୍ରହ ଯେଉଁଠି ଜୀବନ ସମ୍ଭବ ହୋଇପାରେ । ବୈଜ୍ଞାନିକ ମାନେ ଦାବି କରି କହିଛନ୍ତି ଯେ ଏଠାରେ ବାସପୋଯୋଗୀ ସ୍ଥାନ ରହିଛି। ତେବେ ଏହାକୁ ନେଇ ଅଧିକ ଗବେଷଣା ଜାରି ରହିଛି। ବ

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Mar 04, 2023, 08:47 PM IST

Habitable Exoplanets: ମଙ୍ଗଳ ଗ୍ରହରେ ଜୀବନର ସନ୍ଧାନ ଏଯାବତ ଜାରି ରହିଛି । ବୈଜ୍ଞାନିକ ମାନେ ଏହା ଉପରେ ଅନେକ ତର୍ଜମା ଜାରି ରଖିଛନ୍ତି କିନ୍ତୁ ଏହା ମଧ୍ୟରେ ଆଖି ଆଗକୁ ଆସିଛି ଆଉ ଏକ ଏମିତି ଗ୍ରହ ଯେଉଁଠି ଜୀବନ ସମ୍ଭବ ହୋଇପାରେ । ବୈଜ୍ଞାନିକ ମାନେ ଦାବି କରି କହିଛନ୍ତି ଯେ ଏଠାରେ ବାସପୋଯୋଗୀ ସ୍ଥାନ ରହିଛି। ତେବେ ଏହାକୁ ନେଇ ଅଧିକ ଗବେଷଣା ଜାରି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ବୈଜ୍ଞାନିକ ମାନେ ୫୨୦୦ରୁ ଅଧିକ  ଏକ୍ସୋପ୍ଲାନେଟ ଚିହ୍ନଟ କରି ସାରିଛନ୍ତି।  କିନ୍ତୁ ତନ୍ମଧ୍ୟରୁ ୨୦୦ଟି ଏକ୍ସୋପ୍ଲାନେଟରେ ରହିବା ଉପଯୋଗୀ ସ୍ଥାନ ମିଳିବା ନେଇ ବୈଜ୍ଞାନିକ ମାନେ ସୂଚନା ଦେଇଛନ୍ତି । ତେବେ ପୃଥିବୀଠାରୁ ୩୧ ଆଲୋକ ବର୍ଷ ଦୂରରେ ଏକ ଏକ୍ସୋପ୍ଲାନେଟ ଚିହ୍ନଟ ହୋଇଛି ଯେଉଁଠାରେ ଜୀବ ଜଗତ ରହି ପାରିବେ। ଏହି ଏକ୍ସୋପ୍ଲାନେଟର ନାମ Wolf 1069b ଅଟେ। ଏହାର ଅନୁସନ୍ଧାନ କାର୍ଯ୍ୟରେ ସାରା ବିଶ୍ୱରୁ ୫୦ ଜଣ ବୈଜ୍ଞାନିକ ରହିଥିଲେ ।

ଗବେଷଣାରୁ ଜଣା ପଡିଛି ଯେ,  ଏହି ଏକ୍ସୋପ୍ଲାନେଟଟି ପଥର ଯୁକ୍ତ ଅଟେ। ଓଜନରେ ଏହା ପୃଥିବୀଠୁ ୧.୨୬ ଗୁଣା ଅଧିକ ଥିବାବେଳେ ଓ ଏହାର ଆକାର ପୃଥିବୀଠାରୁ  ୧.୦୮ ଗୁଣା ବଡ଼ ହୋଇଥିବା ନେଇ ବୈଜ୍ଞାନିକମାନେ ମତ ବ୍ୟକ୍ତ କରିଛନ୍ତି । କେବଳ ଏତିକି ନୁହେଁ ଏହି ଏକ୍ସୋପ୍ଲାନେଟରେ ଜଳ ରହିଥିବାର ମଧ୍ଯ ସମ୍ଭାବନା ରହିଛି । ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି ଯେ, ଏଠାରେ ପୃଥିବୀ ପରି ଦିନ ରାତି ହୁଏ ନାହିଁ। ଏହାର କାରଣ ଦର୍ଶାଇ ଗବେଷକ ମାନେ ସ୍ପଷ୍ଟ କରିଛନ୍ତି ଯେ, Wolf 1069b ନିଜ ତାରା ମାନଙ୍କ ସହ ଫିକ୍ସ ପୋଜିସନରେ ରହିଛି।  ଅର୍ଥାତ୍ ପୃଥିବୀ ପରି ଏହି ଏକ୍ସୋପ୍ଲାନେଟଟି ନିଜ ଚାରି ପଟେ ବୁଲେ ନାହିଁ। ଏହା ସ୍ଥିର ଅଟେ, ଯାହା ଫଳରେ ଏହାର ଯେଉଁ ପାଖରେ ଆଲୋକ ପଡେ଼ କେବଳ ସେହିଠାରେ ହିଁ ଦିନ ହୋଇକି ଥାଏ ଓ ବିପରୀତ ପାର୍ଶ୍ୱଟି ସର୍ବଦା ଅନ୍ଧକାରମୟ ହୋଇ ରହିଥାଏ। ତେବେ ଆଲୋକ ଥିବା ସ୍ଥାନ ବାସପୋଯୋଗୀ ବୋଲି ବୈଜ୍ଞାନିକ ମାନେ ସୂଚନା ଦେଇଛନ୍ତି। ଜର୍ମାନୀର ମ୍ୟାକ୍ସ ପ୍ଲାଙ୍କ ଇନ୍‌ଷ୍ଟିଚ୍ୟୁଟ ଅଫ ଆଷ୍ଟ୍ରୋନୋମୀର ବୈଜ୍ଞାନିକ ଡାଏନା କୋସାକୋବାସ୍କି କହିଛନ୍ତି, ଏହି ଏକ୍ସୋପ୍ଲାନେଟଟି ସୂର୍ଯ୍ୟଙ୍କ ଚତୁଃପାର୍ଶ୍ୱରେ ୮୮ ଦିନରେ ଥରେ ଘୁରିଥାଏ।  ସେଠାକାର ତାପମାତ୍ରା ୪୩୦ ଡିଗ୍ରୀ ସେଲସିୟସ ଥିବାବେଳେ ଏହା ପୃଥିବୀ ଅପେକ୍ଷା ସୂର୍ଯ୍ୟଙ୍କର ନିକଟରେ ରହିଛି।  ସେଠାରେ ରହିବା ପାଇଁ ବାସ ଉପଯୋଗୀ ସ୍ଥାନ ଥିବା ସେ ସ୍ପଷ୍ଟ କରିଛନ୍ତି। 

ଏହା ମଧ୍ଯ ପଢନ୍ତୁ-Electrical shock: ବେଳେବେଳେ ଅନ୍ୟକୁ ଛୁଇଁଲେ କାହିଁକି ମାରେ କରେଣ୍ଟ? ଜାଣନ୍ତୁ ଏହା ପଛରେ ବିଜ୍ଞାନ

ଏହି ଗ୍ରହକୁ କାରମେନେସ୍ ଟେଲିସ୍କୋପ ଦ୍ୱାରା ଖୋଜାଯାଇଛି। ୧୧.୫ ଫୁଟ ବିଶିଷ୍ଟ ଏହି ବିଶାଳକାୟ ଟେଲିସ୍କୋପ୍‌ଟି ସ୍ପେନ ଦେଶର ବୋଲି ସୂଚନା ମିଳିଛି।  ତେବେ Wolf 1069b ପୃଥିବୀ ପାଖରେ ଖୋଜା ଯାଇଥିବା ୬ ନମ୍ବର ବାସ ଉପପୋଗୀ ଗ୍ରହ ଅଟେ। ଡାଏନାଙ୍କ କହିବା ଅନୁସାରେ, କୌଣସି ବାହାର ଗ୍ରହରେ ଜୀବନର ସନ୍ଧାନ ବିଷୟରେ ସ୍ପଷ୍ଟ କରିବା ପାଇଁ ଆହୁରୀ ୧୦ ବର୍ଷ ସମୟ ଲାଗିଯିବ। ତେବେ ଉକ୍ତ ଏକ୍ସୋପ୍ଲାନେଟ ବିଷୟରେ ଅଧିକ ଗବେଷଣା ଜାରି ରହିଛି।

Read More
{}{}