Hindi News >>Home >>Odisha Trending

Air India Pilot: ବିମାନ ଉଡ଼ାଇବାକୁ ମନା କଲେ ପାଇଲଟ; କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

Air India Flight: ଗତ ରବିବାର ରାଜକୋଟ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା ଏକ ଅଜବ ଘଟଣା। ଏକ ବିମାନର ମୁଖ୍ୟ ପାଇଲଟ୍ ତାଙ୍କର ସିଫ୍ଟ ଶେଷ ହୋଇଛି ବୋଲି କହି ବିମାନ ଉଡ଼ାଇବାକୁ ମନା କରି ଦେଇଥିଲେ।  

Advertisement
Air India Pilot: ବିମାନ ଉଡ଼ାଇବାକୁ ମନା କଲେ ପାଇଲଟ; କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
Stop
Zee Odisha Desk|Updated: Jul 24, 2023, 05:08 PM IST

Pilot Denied to Fly Plane: ରବିବାର ଦିନ ଗୁଜୁରାଟ ସ୍ଥିତ ରାଜକୋଟ ବିମାନ ବନ୍ଦରରେ ଘଟିଯାଇଛି ଏକ ଅଦ୍ଭୂତ ଘଟଣା। ଜଣେ ବିମାନ ଚାଳକଙ୍କ ଜିଦ୍‌ କାରଣରୁ ଉଡ଼ାଣ ଭରି ପାରିନାହିଁ ଏୟାର ଇଣ୍ଡିଆ ବିମାନ।  ଏହି ବିମାନ ରବିବାର ରାତି ଅଠଟା ପରେ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିବାର ଥିଲା। ହେଲେ ବିମାନର ମୁଖ୍ୟ ପାଇଲଟ୍ ବିମାନ ଉଡ଼ାଣ କରିବାକୁ ମନା କରିଦେଇଥିଲେ। ଏହା ପରେ ୩ ଜଣ ସାଂସଦଙ୍କ ସମେତ ୧୦୦ ଜଣ ଯାତ୍ରୀଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା। ଏହି ଘଟଣାରେ ଏୟାର ଇଣ୍ଡିଆ ମ୍ୟାନେଜମେଣ୍ଟ କୌଣସି ହସ୍ତକ୍ଷେପ କରିପାରିଲା ନାହିଁ।

ଶେଷ ହୋଇଯାଇଥିଲା ବିମାନ ଚାଳକଙ୍କ କାର୍ଯ୍ୟ ସମୟ
ସାଧାରଣତ ବସ୍ କିମ୍ବା ସ୍ଥାନୀୟ ପରିବହନ ସେବାରେ ନିୟୋଜିତ ହୋଇଥିବା ଗାଡ଼ି ଚାଳକ କେବେ କାମ ଶେଷ କରିବ ଏବଂ ସ୍ଥାନୀୟ ସ୍ତରରେ କିଏ ତାଙ୍କ ବିକଳ୍ପ ହେବ ତାହା ସ୍ଥିର କରିବାକୁ ସେମାନଙ୍କ ପାଖରେ ଏକ ପରିଚାଳନା ସମିତି ରହିଛି। ହେଲେ ରବିବାର ରାଜକୋଟ ବିମାନ ବନ୍ଦରରେ (Rajkot Airport) ବିମାନର ମୁଖ୍ୟ ପାଇଲଟ୍ ତାଙ୍କର ସିଫ୍ଟ (Working Hours of Flight Pilot) ଶେଷ ହୋଇଛି ବୋଲି କହି ବିମାନ ଉଡ଼ାଇବାକୁ ମନା (Pilot Denied to Fly Plane)କରି ଦେଇଥିଲେ।

ଅସୁବିଧାରେ ପଡ଼ି ଯାଇଥିଲେ ୩ ସାଂସଦଙ୍କ ସମେତ ୧୦୦ ଯାତ୍ରୀ 
ଏକ ଏୟାର ଇଣ୍ଡିଆ ବିମାନ (Air India Flight) ୧୦୦ ଜଣ ଯାତ୍ରୀଙ୍କୁ ନେଇ ରାତି ଆଠଟା ସମୟରେ ଉଡ଼ାଣ ଭରିବାର ଥିଲା। ଏହି ବିମାନରେ ରାଜକୋଟ ସାଂସଦ ମୋହନଭାଇ କୁଣ୍ଡାରିଆ (Rajkot MP Mohanbhai Kundariya), ଜାମନଗର ସାଂସଦ ପୁନମ ବେନ ମ୍ୟାଡାମ (Jamnagar MP Poonamben Maadam) ଏବଂ ରାଜ୍ୟସଭା ସାଂସଦ କେସରୀ ଦେବ ସିଂହ (Rajya Sabha MP Keshari Devi Singh) ଦିଲ୍ଲୀ ଯାତ୍ରା କରୁଥିଲେ। ହେଲେ ବିମାନ ଚାଳକଙ୍କ ସିଫ୍ଟ ଶେଷ ହୋଇଥିବାର କହିଥିଲେ। ତାଙ୍କ ଜିଦ୍ ଆଗରେ ଏୟାର ଇଣ୍ଡିଆ (Air India Management) ପରିଚାଳନା ଏବଂ ସାଂସଦଙ୍କ ଉଦ୍ୟମ ମଧ୍ୟ ବିଫଳ ହୋଇଥିଲା। ପାଇଲଟ ତାଙ୍କ ନିଷ୍ପତ୍ତିରୁ ଓହରି ନଥିଲେ। ସେ ତାଙ୍କ ଜିଦରେ ଅଟଳ ରହିଥିଲେ।

କିପରି ଦିଲ୍ଲୀରେ ପହଞ୍ଚିଲେ ସାଂସଦ 
ବିମାନ ଉଡ଼ାଇବାକୁ ପାଇଲଟ ମନା କରିବା ପରେ ଜାମନଗର ସାଂସଦ ପୁନମ୍ ବେନ ମ୍ୟାଡାମ ଜାମନଗର ବିମାନ ବନ୍ଦରରୁ (Jamnagar Airport) ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ। ସେହିପରି ରାଜ୍ୟସଭା ପ୍ରାର୍ଥୀ କେଶରୀ ଦେବ ସିଂହ ଅହମ୍ମଦାବାଦ ବିମାନ ବନ୍ଦରରୁ (Ahmedabad Airport) ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ। ଅନ୍ୟପଟେ ରାଜକୋଟ ସାଂସଦ ମୋହନଭାଇ କୁଣ୍ଡାରିଆ ତାଙ୍କର ଦିଲ୍ଲୀ ଯାତ୍ରା ବାତିଲ କରିଥିଲେ। ଏହି ୩ ସାଂସଦଙ୍କ ବ୍ୟତୀତ ଅନ୍ୟ ଯାତ୍ରୀଙ୍କୁ ମଧ୍ୟ ଅସୁବିଧାର ସାମ୍ନା କରିବାକୁ ପଡିଥିଲା।

ସାମ୍ନାକୁ ଆସିଲା ବଡ ପ୍ରଶ୍ନ 
ବିମାନ ଉଡ଼ାଇବାକୁ ପାଇଲଟ ମନା କରିବା ପରେ ଯାତ୍ରୀଙ୍କ ସମସ୍ୟାକୁ ନେଇ ଏୟାର ଇଣ୍ଡିଆ ପ୍ରବନ୍ଧନର କୌଣସି ଚିନ୍ତା ଅଛି କି ନାହିଁ ସେହି ପ୍ରଶ୍ନ ଏବେ ସାମ୍ନାକୁ ଆସିଛି। ଏହା ସହିତ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଏୟାର ଇଣ୍ଡିଆ ପ୍ରବନ୍ଧନ ଜାଣି ନଥିଲା କି ମୁଖ୍ୟ ବିମାନ ଚାଳକଙ୍କ ସିଫ୍ଟ ଶେଷ ହୋଇଛି? ଏହି ଘଟଣା ବର୍ତ୍ତମାନ ରାଜକୋଟ ସମେତ ସମଗ୍ର ସୋସିଆଲ ମିଡିଆ ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

Read More
{}{}