Hindi News >>Home >>Odisha Trending

Gujarat High Court: ଲାଉଡ଼ସ୍ପୀକର ମାମଲାରେ ଦାଖଲ ହୋଇଥିବା ଆବେଦନ ଖାରଜ; ଜାଣନ୍ତୁ କାରଣ

Gujarat High Court Rejects Loudspeaker Plea: ଧର୍ମାନୁଷ୍ଠାନରେ ଲାଉଡ଼ସ୍ପୀକର ବ୍ୟବହାର କରିବାକୁ ନେଇ ଦାଖଳ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି।

Advertisement
Gujarat High Court: ଲାଉଡ଼ସ୍ପୀକର ମାମଲାରେ ଦାଖଲ ହୋଇଥିବା ଆବେଦନ ଖାରଜ; ଜାଣନ୍ତୁ କାରଣ
Stop
Updated: Nov 29, 2023, 05:34 PM IST

Gujarat High Court Rejects Plea on Loudspeaker: ଧର୍ମାନୁଷ୍ଠାନରେ ଲାଉଡ଼ସ୍ପୀକର ବ୍ୟବହାର କରିବାକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ଅନେକ ପ୍ରକାରର ରାଜନୀତି ହୋଇଛି। ଏହାକୁ ନେଇ ଦେଶ ଅନେକ ଅଦାଲତାରେ ମଧ୍ୟ ବିଭିନ୍ନ ମାମଲା ଦାୟର କରାଯାଇଛି। ଏହିକ୍ରମରେ ଲାଉଡଡସ୍ପୀକର ସହ ଜଡ଼ିତ ଏକ ଜନସ୍ୱାର୍ଥ ମାମଲା ଗୁଜୁରାଟ ହାଇକୋର୍ଟ ଠାରେ ମଧ୍ୟ ପହଞ୍ଚିଥିଲା। ​​ଯେଉଁଥିରେ ମସଜିଦ ଠାରେ ଲଗାଯାଇଥିବା ଲାଉଡ ସ୍ପୀକର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଇଥିଲା। ହେଲେ ଗୁଜୁରାଟ ହାଇକୋର୍ଟ ନଭେମ୍ବର ୨୮ ତାରିଖ ମଙ୍ଗଳବାର ଏପରି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏନେଇ କୋର୍ଟ କହିଛନ୍ତି ଯେ ମସଜିଦ ଠାରେ ଆଜାନ ପାଇଁ ବ୍ୟବହୃତ ହେଉଥିବା ଲାଉଡ ସ୍ପୀକର ବ୍ୟବହାର ଶବ୍ଦ ପ୍ରଦୂଷଣର କାରଣ ନୁହେଁ।

ଗୁଜୁରାଟ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ସୁନୀତା ଅଗ୍ରୱାଲ ଏବଂ ଜଷ୍ଟିସ ଅନିରୁଦ୍ଧ ପି ମାୟେଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛି। ଏନେଇ ଖଣ୍ଡପୀଠ କହିଛନ୍ତି ଯେ ଶବ୍ଦ ପ୍ରଦୂଷଣ ପାଇଁ ଆଜାନ ଦେଉଥିବା ମାନବ ସ୍ୱର କିପରି ଗ୍ରହଣୀୟ ଶବ୍ଦ ସ୍ତରର ସୀମା ଅତିକ୍ରମ କରୁଛି ତାହା ବୁଝିବାରେ ଅସମର୍ଥ। ହିନ୍ଦୁତ୍ୱ ସଙ୍ଗଠନ ବଜରଙ୍ଗ ଦଳ ପକ୍ଷରୁ ଏହି ଆବେଦନ କରାଯାଇଥିଲା। ଏହି ସମୟରେ ମନ୍ଦିର ପରିସରରେ ହେଉଥିବା ଆରତୀ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଥିଲା।

ଏହି ମାମଲାରେ କ'ଣ କହିଲେ ଗୁଜୁରାଟ ହାଇକୋର୍ଟ?
ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ ହାଇକୋର୍ଟ କହିଛନ୍ତି ଯେ ଆମେ ବୁଝିବାରେ ଅସମର୍ଥ ଯେ ସକାଳେ ଆଜାନ ଦେଉଥିବା ବ୍ୟକ୍ତିଙ୍କ ସ୍ୱର କିପରି ସେହି ଶବ୍ଦ ସ୍ତର ପର୍ଯ୍ୟନ୍ତ ପହଞ୍ଚୁଛି ଯେଉଁଠାରେ ଏହାକୁ ଶବ୍ଦ ପ୍ରଦୂଷଣର କାରଣ ବୋଲି କୁହାଯାଇପାରେ। ଯେଉଁ କାରଣରୁ ବହୁ ପରିମାଣରେ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ରହିଛି। ଏହି ଆବେଦନ ବଜରଙ୍ଗ ଦଳର ନେତା ଶକ୍ତିସିଂହ ଜାଲାଙ୍କ ଦାଖଲ କରିଥିଲେ। ଯେଉଁଥିରେ ଦାବି କରାଯାଇଛି ଯେ ଲାଉଡସ୍ପୀକର ମାଧ୍ୟମରେ ଆଜାନ କରିବା ଦ୍ୱାରା ଶବ୍ଦ ପ୍ରଦୂଷଣ ହୋଇଥାଏ। ଯାହା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ବିଶେଷକରି ଛୋଟ ପିଲାଙ୍କ ସ୍ୱାସ୍ଥ୍ୟ ଅଧିକ ପ୍ରଭାବିତ ହୋଇଥାଏ। ଏହା ମଧ୍ୟ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ।

ମନ୍ଦିର ଆରତୀ ଉପରେ ପ୍ରଶ୍ନ ପଚାରିଲେ କୋର୍ଟ
ହାଇକୋର୍ଟ ଆବେଦନକାରୀଙ୍କ ଓକିଲଙ୍କୁ ପଚାରିଥିଲେ ଯଦି ଆପଣଙ୍କ ମନ୍ଦିରରେ ସକାଳ ସମୟରେ ଘଣ୍ଟି ଘଣ୍ଟା ଏବଂ ସଙ୍ଗୀତ ସହିତ ଆରତୀ ଆରମ୍ଭ ହୁଏ ତାହେଲେ କ'ଣ ଏହା ଦ୍ୱାରା କୌଣସି ପ୍ରକାର ଶବ୍ଦ ସୃଷ୍ଟି ହେଉ ନାହିଁ? ଆପଣ କହିପାରିବେ କି ଘଣ୍ଟି ଘଣ୍ଟାର ଶବ୍ଦ କେବଳ ମନ୍ଦିର ପରିସରରେ ରହୁଛି? ଏହା ମନ୍ଦିର ବାହାରକୁ ବ୍ୟାପୁନାହିଁ? ଏପରି କୌଣସି ଆବେଦନ ଶୁଣାଣି ହେବ ନାହିଁ ବୋଲି ହାଇକୋର୍ଟ ବେଞ୍ଚ କହିଛନ୍ତି। ଏହା ଏପରି କିଛି ଜିନିଷ ଯାହା ବର୍ଷ ବର୍ଷ ଧରି ଚାଲିଆସୁଛି। ଯାହା କେବଳ ୫-୧୦ ମିନିଟ୍ ପାଇଁ ହୋଇଥାଏ। ଶୁଣାଣି ସମୟରେ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଆଜାନ ଦିନର ବିଭିନ୍ନ ସମୟରେ ହୋଇଥାଏ।

 

Read More
{}{}