Hindi News >>Home >>Odisha Trending

Guinness world records: ପୁଅକୁ ପ୍ରେରଣା ଦେବା ଲାଗି ୬୦ ମିନିଟ୍ ରେ ଏତିକି ଥର ପୁଶ ଅପ୍ କରି ଗିନିଜ ୱାର୍ଲ୍ଡ ରେକର୍ଡ଼ କଲେ ଏହି ବ୍ୟକ୍ତି

World record for highest pushups: ଅଷ୍ଟ୍ରେଲିଆର ଲୁକାସ୍ ହେଲମକେ ମାତ୍ର ୬୦ ମିନିଟରେ ୩୨୦୬ ଥର ପୁଶ ଅପ୍ କରି ଗିନିଜ ୱାର୍ଲ୍ଡ ରେକର୍ଡରେ ନିଜ ନାମକୁ ସାମିଲ କରିଛନ୍ତି । ତେବେ ରେକର୍ଡ କରିବା ପରେ ପରେ ଲୁକାସ ଏହାକୁ ତାଙ୍କ ପୁଅଙ୍କ ନାମରେ କରିଛନ୍ତି ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Apr 16, 2023, 12:02 PM IST

Guinness world records: ଯଦି ଆପଣଙ୍କୁ ପୁଶ ଅପ୍ (pushups) ଲଗାଇବାକୁ ଚ୍ୟାଲେଞ୍ଜ ଦିଆଯାଏ ତାହାଲେ ଆପଣ ଏକ ଘଣ୍ଟା ମଧ୍ୟରେ କେତେ ଥର ପୁଶ ଅପ୍ କରି ପାରିବେ? ଜିମ୍ ଯାଉଥିବା ଜଣେ ବ୍ୟକ୍ତି ଗୋଟିଏ ଦିନରେ ଅତି ବେଶିରେ ୧୦୦ଟି ପୁଶ ଅପ୍ କରିପାରିବେ । ତେବେ ଆପଣ ଏକ ଘଣ୍ଟାରେ କେତେଥର ପୁଶ ଅପ୍ କରିପାରିବେ? କ’ଣ ଆପଣ ଜାଣିଛନ୍ତି କି, ଗୋଟିଏ ଘଣ୍ଟାରେ ପୁଶ ଅପ୍ ପାଇଁ ବିଶ୍ୱ ରେକର୍ଡ କେତେ ରହିଛି ?  ଦୁନିଆରେ ସର୍ବାଧିକ ସଂଖ୍ୟକ ପୁଶ ଅପ୍ କରି ରେର୍କଡ଼ କରିଛନ୍ତି ଅଷ୍ଟ୍ରେଲିଆର (Australia) ଲୁକାସ୍ ହେଲମକେ (Lucas Helmke) କରିଛନ୍ତି । ସେ ମାତ୍ର ୬୦ ମିନିଟରେ ୩୨୦୬ ଥର ପୁଶ ଅପ୍ କରି ଗିନିଜ ୱାର୍ଲ୍ଡ ରେକର୍ଡରେ (Guinness world records) ନିଜ ନାମକୁ ସାମିଲ କରିଛନ୍ତି । ତେବେ ରେକର୍ଡ କରିବା ପରେ ପରେ ଲୁକାସ ଏହାକୁ ତାଙ୍କ ପୁଅଙ୍କ ନାମରେ କରିଛନ୍ତି ।

ସୂଚନା ଅନୁଯାୟୀ, ଅଷ୍ଟ୍ରେଲିଆର ବ୍ରିସବେନ ସହରରେ ରହୁଥିବା ୩୩ ବର୍ଷୀୟ ଲୁକାସ ୬୦ ମିନିଟରେ ୩୨୦୬ ଥର ପୁଶ ଅପ୍ କରି ଗିନିଜ ୱାର୍ଲ୍ଡ ରେକର୍ଡ଼ (world record pushups in 60 seconds) କରିଛନ୍ତି । ସେ ନିଜର ୧ ବର୍ଷିୟ ପୁଅକୁ ପ୍ରେରଣା ଦେବା ଲାଗି ଏହି ପ୍ରୟାସ ଆରମ୍ଭ କରିଥିଲେ । ସେ ପ୍ରତି ମିନିଟରେ ହାରାହାରି ୫୩ଟି ପୁଶ ଅପ୍ କରି ଏହି ରେର୍କଡ଼ କରିଛନ୍ତି । ତାଙ୍କର ଏହି ରେକର୍ଡକୁ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ଦେବା ସହ ଗିନିଜ ୱାର୍ଲ୍ଡ ରେକର୍ଡ଼ ଟ୍ୱିଟର ହ୍ୟାଣ୍ଡେଲରେ ଏନେଇ ସୂଚନା ଦିଆଯାଇଛି । ଲୁକାସ୍ ଏକ ଘଣ୍ଟା ମଧ୍ୟରେ ସର୍ବାଧିକ ପୁଶ ଅପ୍ କରି ବିଶ୍ୱ ରେକର୍ଡ଼ କରିବା ସହ ଇତିହାସ ସୃଷ୍ଟି କରିଛନ୍ତି (Guinness world record pushups in 60 seconds) । ଏହି ରେକର୍ଡ ୨୦୧୮ ମସିହାରୁ ଅଷ୍ଟ୍ରେଲିଆ ପାଖରେ ରହିଛି । ତେବେ ଲୁକାସ୍ ନିଜ ଦେଶର ଡାନିଏଲ୍ ସ୍କାଲିଙ୍କ (Daniel Scali) ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି। ଡାନିଏଲ୍ ଏପ୍ରିଲ୍ ୨୦୨୨ ମସିହାରେ ୩,୧୮୨ ପୁଶ ଅପ୍ କରି ରେର୍କଡ଼ କରିଥିଲେ । ଏହି ରେକର୍ଡ ଭାଙ୍ଗିବା ପାଇଁ ଲୁକାସ୍ ଗତ ୩ ବର୍ଷ ଧରି କଠିନ ପରିଶ୍ରମ କରିଆସୁଥିଲେ । ଲୁକାସ୍ ଏକ ଘଣ୍ଟାର ସମୟକୁ ୩୦-୩୦ ସେକେଣ୍ଡର ସେଟ୍ ରେ ବିଭକ୍ତ କରିଥିଲେ । ସେ ଲକ୍ଷ୍ୟ ସ୍ଥିର କରିଥିଲେ ଯେ ପ୍ରତି ୩୦ ସେକେଣ୍ଡରେ ଅତି କମରେ ୨୬ଟି ପୁଶ ଅପ୍ କରିବେ । ପରେ ସେ ନିଜ ଟାର୍ଗେଟଠାରୁ ବି ଅଧିକ ଭଲ ପ୍ରଦର୍ଶନ କରିଥିଲେ ସେ। ପ୍ରଦର୍ଶନ ରେକର୍ଡ଼ କରୁଥିବା ଦଳର କହିବା ଅନୁଯାୟୀ, ସେ ପ୍ରତି ୩୦ ସେକେଣ୍ଡରେ ହାରାହାରି ୨୬.୭ଟି ପୁଶ ଅପ୍ ହାସଲ କରିଥିଲେ ।

 

ବାସ୍ତବରେ ଲୁକାସ୍ (Lucas Helmke) ୬୦ ମିନିଟ୍ ମଧ୍ୟରେ ୩,୨୦୬ଟି ପୁଶ ଅପ୍ ନୁହେଁ ବରଂ ୩,୨୪୦ଟି ପୁଶ ଅପ୍ କରିଥିଲେ । ତାଙ୍କର ମୋଟ ପୁଶ ଅପ୍ ମଧ୍ୟରୁ କେବଳ ୩୪ (ପ୍ରାୟ 1%) ଭୁଲ୍ ଭାବରେ ପ୍ରତ୍ୟାଖ୍ୟାନ କରାଯାଇଥିଲା । ବାସ୍ତବରେ, ପୁଶ ଅପ୍ କରିବା ସମୟରେ ଆପଣଙ୍କର ଆଣ୍ଠୁ କିମ୍ବା ଅଣ୍ଟା ବଙ୍କା ହେବା ଉଚିତ୍ ନୁହେଁ । ଗିନିଜର ନିୟମ ଅନୁଯାୟୀ, ୯୦ ଡ଼ିଗ୍ରୀ କୋଣରେ ଶରୀର ତଳକୁ ଯିବା ଉଚିତ୍ । କହୁଣୀ ଓ ହାତ ମଧ୍ଯ ସଠିକ୍ ସ୍ଥାନରେ ରହିବା ଉଚିତ୍ । ଯଦି ଏହା ଭିତରୁ କୌଣସି କ୍ଷେତ୍ରରେ ଭୁଲ୍ ହୁଏ,  ତେବେ ସେହି ପୁଶ ଅପ୍ ଗଣନା କରାଯାଏ ନାହିଁ । ଲୁକାସଙ୍କୁ ମାତ୍ର ୧% ଭୁଲ ପୁଶ ଅପ୍ କରିବାଥିବା ନେଇ ଏକ୍ସପର୍ଟମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ଏକ ଘଣ୍ଟା ମଧ୍ୟରେ ସର୍ବାଧିକ ପୁଶ ଅପ୍ କରିବା ସତ୍ତ୍ବ ଲୁକାସ୍ ଏତେ କମ୍ ଭୁଲ୍ କରିବା ଆଶ୍ଚର୍ଯ୍ୟଜନକ ଅଟେ ।

Read More
{}{}