Hindi News >>Home >>Odisha Trending

Agra News: GST ଅଫିସରଙ୍କୁ ପ୍ରେମରେ ଫସେଇଲେ ନକଲି IAS, ଆଉ ତାପରେ...

ଦେଶର ବିଭିନ୍ନ ସ୍ଥାନରୁ ହନିଟ୍ରାପ୍ ଘଟଣା (honeytrap case) ସାମ୍ନାକୁ ଆସୁଥିବା ବେଳେ ବର୍ତ୍ତମାନ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ଖୁବ୍ ଆଶ୍ଚର୍ଯ୍ୟଜନକ । ଉତ୍ତରପ୍ରଦେଶର ଆଗ୍ରାର ଜଣେ ଝିଅ ନିଜକୁ ଆଇଏଏସ ଅଧିକାରୀ (IAS Officer) କହିବା ସହ ଜଣେ ଜିଏସ୍ଟି ଅଧିକାରୀ (GST Officer)ଙ୍କ ସହ କଥା ବଢାଇବାରେ ଲାଗିଲେ । ଜିଏସଟି ଅଧିକାରୀ ଜଣଙ୍କ

Advertisement
Agra News: GST ଅଫିସରଙ୍କୁ ପ୍ରେମରେ ଫସେଇଲେ ନକଲି IAS, ଆଉ ତାପରେ...
Stop
Soubhagya Ranjan Mishra|Updated: Jun 25, 2023, 10:07 AM IST

Agra News: ଦେଶର ବିଭିନ୍ନ ସ୍ଥାନରୁ ହନିଟ୍ରାପ୍ ଘଟଣା (honeytrap case) ସାମ୍ନାକୁ ଆସୁଥିବା ବେଳେ ବର୍ତ୍ତମାନ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ଖୁବ୍ ଆଶ୍ଚର୍ଯ୍ୟଜନକ । ଉତ୍ତରପ୍ରଦେଶର ଆଗ୍ରାର ଜଣେ ଝିଅ ନିଜକୁ ଆଇଏଏସ ଅଧିକାରୀ (IAS Officer) କହିବା ସହ ଜଣେ ଜିଏସ୍ଟି ଅଧିକାରୀ (GST Officer)ଙ୍କ ସହ କଥା ବଢାଇବାରେ ଲାଗିଲେ । ଜିଏସଟି ଅଧିକାରୀ ଜଣଙ୍କ ନକଲି ଆଇଏଏସ ଅଫିସରଙ୍କ ମଧ୍ୟ ପ୍ରେମ (Love)ରେ ପଡ଼ିଯାଇଥିଲେ । ଏହା ପରେ ବିବାହ (Marriage) ପର୍ଯ୍ୟନ୍ତ କଥା ଯାଇଥିଲା । ତା’ପରେ ବ୍ଲାକମେଲ କରି ଲକ୍ଷ ଲକ୍ଷ ଟଙ୍କା ହାତେଇବାକୁ ଚେଷ୍ଟା କରିଥିଲେ ନକଲି ଆଇଏଏସ ମହିଳା । ଜାଣିଲେ ଆଶ୍ଚର୍ଯ୍ୟ ହେବେ କେବଳ ଏହି ଗୋଟିଏ କେସ୍ ନୁହେଁ, ମହିଳା ଜଣଙ୍କ ଅନେକ ଆଇଏଏସ, ଆଇପିଏସ, ଏବଂ ପିସିଏସଙ୍କ ସହ ଏପରି ଖେଳ ଖେଳିଛନ୍ତି ।

ଆଗ୍ରା ରାଜ୍ୟ କର ବିଭାଗରେ ପୋଷ୍ଟ ହୋଇଥିବା ଅଧିକାରୀଙ୍କ ସହ ପ୍ରଥମେ ସୋସିଆଲ ମିଡିଆ (Social media) ମାଧ୍ୟମରେ ମହିଳାଙ୍କର ବନ୍ଧୁତା କରିଥିଲେ। ମହିଳା ଜଣକ ନିଜକୁ ଜଣେ IAS ଅଧିକାରୀ ବୋଲି କହିବା ସହ ସମ୍ପର୍କ ଆରମ୍ଭ କରିଥିଲେ । ପରେ ଜିଏସଟି ଅଧିକାରୀଙ୍କୁ ଆର୍ଯ୍ୟ ସମାଜ ମନ୍ଦିରରେ ବିବାହ କରିଥିଲେ। ବିବାହର କିଛି ଦିନ ପରେ ମହିଳା ଜଣକ ଡ୍ୟୁଟି ଯିବାକୁ କହି ଘରୁ ଚାଲିଯାଇଥିଲେ । କିନ୍ତୁ ପରେ ବିଭିନ୍ନ ବାହାନା କରି ନବ ବିବାହିତ ସ୍ୱାମୀ ତଥା ଜିଏସଟି ଅଧିକାରୀଙ୍କୁ ଟଙ୍କା ମାଗିବାରେ ଲାଗିଲେ। ଉକ୍ତ ଅଧିକାରୀ ଜଣକ ପ୍ରଥମେ କିଛିଦିନ ତାଙ୍କୁ ଟଙ୍କା ଦେଇଥିଲେ । ପରେ ସାମାନ୍ୟ ସନ୍ଦେହ ହେବାରୁ ପତ୍ନୀଙ୍କ ବିଷୟରେ ଖୋଳତାଡ଼ କରିବାକୁ ଲାଗିଲେ । ଖୋଳତାଡ କରିବାରୁ ଯାହା ସାମ୍ନାକୁ ଆସିଲା ତାହା ଜାଣି ଆଶ୍ଚର୍ଯ୍ୟ ହୋଇଗଲେ ଜିଏସଟି ଅଧିକାରୀ । ସେ ଜାଣିବାକୁ ପାଇଲେ ଯେ, ସେ ବିବାହ କରିଥିବା ମହିଳା ଜଣଙ୍କ ଜଣେ ଚୋରଣୀ । ସେ ଯେତେବେଳେ ସଟିକ୍ ପ୍ରମାଣ ପାଇଲେ ସେତେବେଳେ ଜିଏସଟି ଅଧିକାରୀଙ୍କ ଆଖିରୁ ଲୁହ ଆସିଯାଇଥିଲା । ଏହା ମଧ୍ୟ ଜଣାପଡିଲା କି, ସେ ମହିଳା ଜଣକ ପୂର୍ବରୁ ମଧ୍ୟ ବିବାହ କରିସାରିଛନ୍ତି । ପୂର୍ବରୁ ଯାହାକୁ ସେ ବିବାହ କରିଥିଲେ ତାକୁ ସେ ନକଲି ଏସପିର ପରିଚୟ ଦେଇଥିଲେ । ଏପରି ପ୍ରମାଣ ମିଳିବା ପରେ ଡିସିପି ସିଟି ବିକାଶ କୁମାରଙ୍କ ନିର୍ଦ୍ଦେଶରେ ଜଗଦୀଶପୁର ପୋଲିସ ପକ୍ଷରୁ କଡ଼ା ତଦନ୍ତ କରାଯାଉଛି । ତଦନ୍ତରେ ଗୋଟିଏ ପରେ ଆଉ ଗୋଟିଏ ଖିଅ ସାମ୍ନାକୁ ଆସୁଛି ।

ଜିଏସଟି ଅଧିକାରୀ ଜଣକ କହିଛନ୍ତି ଯେ, ସେ ମେନପୁରୀର ବାସିନ୍ଦା । ଆଗ୍ରାର କର ଅଧିକାରୀ ଭାବରେ ତାଙ୍କୁ ଦାୟୀତ୍ୱ ଦିଆଯାଇଛି । ସେ ପୋଲିସ ଆଗରେ ସତ କହିବା ସହ ଏକଥା ମଧ୍ୟ କହିଛନ୍ତି ଯେ, ସୋସିଆଲ ମିଡିଆ ଫେସବୁକ ମାଧ୍ୟମରେ ସୁଲତାନପୁରର କଲ୍ପନା ମିଶ୍ରଙ୍କୁ ଜାଣିବାକୁ ପାଇଥିଲେ । ପରେ ଅଧିକ ଚାଟିଂ କରିବା ପରେ ଦୁହେଁ ନିକଟତର ହୋଇଥିଲେ । ମହିଳା ଜଣକ ମିଛ ପରିଚୟ ଦେବା ସହ ନିଜକୁ ଆଇଏଏସ ଅଫିସର ବୋଲି କହିଥିଲେ । ପ୍ରଥମେ ମିଛ ପ୍ରେମ ଓ ପରେ ମିଛ ବିବାହ କରିବାକୁ ପ୍ଲାନ କରୁଥିଲେ ମହିଳା ଜଣକ । ଶେଷରେ ତାହା ହିଁ କଲେ । ଉଭୟଙ୍କ ସହମତିରେ ବିବାହ ହେଲା । ବିବାହ ପ୍ରସ୍ତୁତି ପାଇଁ ଜିଏସଟି ଅଧିକାରୀଙ୍କ ଠାରୁ ମହିଳା ଜଣକ ପାଖାପାଖି ଲକ୍ଷେ ଟଙ୍କା ନେଇଥିଲେ । ବିବାହ ପରେ ୨ ଦିନ ରହିବା ପରେ ମହିଳା ଜଣକ ଡ୍ୟୁଟି ଅଛି ବୋଲି କହି ସେ ସ୍ଥାନରୁ ଫେରାର ହୋଇଗଲେ । ପରେ ଜିଏସଟି ଅଧିକାରୀ ଜଣକ ଅଧିକ ତନାଘନା କରିବାରୁ ଜାଣିବାକୁ ପାଇଲେ ଯେ, ସେ ମହିଳା ପୂର୍ବରୁ ବିବାହିତ । ଏଥିସହ ତାଙ୍କର ଛାଡପତ୍ର ମାମଲା କୋର୍ଟରେ ରହିଛି । ଏଥିସହ ଆହୁରୀ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା ଯାହା ଜାଣିବା ପରେ ଜିଏସଟି ଅଧିକାରୀଙ୍କ ପାଦତଳୁ ମାଟି ଖସିଯାଇଥିଲା । ପୂର୍ବରୁ ମହିଳାଜଣକ ନିଜକୁ ଏସଡିଏମ ପରିଚୟ ଦେଇ ଜଣେ ଅତିରିକ୍ତ ଏସପିଙ୍କୁ ପ୍ରେମ ଜାଲରେ ଫସାଇଥିଲେ । ପରେ ତାଙ୍କୁ ପ୍ରତାରଣା ମଧ୍ୟ କରିଥିଲେ ।

ମିଳିଥିବା ସୂଚନା ଅନୁସାୟରେ ଡିସିପି ସିଟି ସୁରଜ ରୟ କହିଛନ୍ତି ଯେ, ବିବାହ ପରେ ମହିଳା ଜଣକ ଆଗ୍ରା ବାହାରକୁ ଯାଇଥିଲେ। ଏହା ପରେ ମଧ୍ୟ ସେ ପୀଡିତା ସ୍ୱାମୀଙ୍କଠାରୁ ଟଙ୍କା ମାଗିଥିଲେ। ପୀଡିତାଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଛି । ମହିଳାଙ୍କୁ ଗିରଫ କରିବା ପାଇଁ ଉଦ୍ୟମ କରାଯାଉଛି। ଖୁବ୍ ଶୀଘ୍ର ତାଙ୍କୁ ଗିରଫ କରାଯାଇ ଜେଲକୁ ପଠାଯିବ।

Also read- ଆଶ୍ଟର୍ଯ୍ୟ ଲାଗିଲେ ବି ସତ.. ପୁଣି ଫେରିବେ ପିଣ୍ଟୁ ନନ୍ଦ !

Read More
{}{}