Hindi News >>Home >>Odisha Trending

Interesting Story: ବିବାହର ଅନନ୍ୟ ପରମ୍ପରା, ଏଠି ବର ଛୁଏଁ କନ୍ୟାର ପାଦ

Varmala Viral Video: ବିବାହ ଏକ ପବିତ୍ର ବନ୍ଧନ । ଏହାକୁ ସାତ ଜନ୍ମର ସମ୍ପର୍କ ବୋଲି କୁହାଯାଏ । ସମସ୍ତ ଚାହାଁନ୍ତି ସେମାନଙ୍କ ଜୀବନ ସାଥୀ ସେମାନଙ୍କୁ ଅଧିକ ସମ୍ମାନ ଓ ଭଲ ପାଆନ୍ତୁ । ଜଣେ ନାରୀ ଓ ପୁରୁଷ ଥରେ ଏହି ବନ୍ଧନରେ ବାନ୍ଧି ହେଲେ ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଏହାକୁ ନିଷ୍ଠାର ସହ ପାଳନ କରିଥାନ୍ତି । କିନ୍ତୁ ଆଜିକାଲି ବିବାହରେ ଅନେକ ପରିବର୍ତ୍ତନ ଆସିଛି । ପୂର୍ବରୁ ବର ଅପେକ୍ଷା କନ୍ୟା,ସାନ ଥିବା ବେଳେ ଘରେ ରହି ପରିବାର କଥା ବୁଝାବୁଝି କରୁଥିଲା ସ୍ତ୍ରୀ। 

Advertisement
ସୌଜନ୍ୟ- ସୋସିଆଲ ମିଡିଆ
Stop
Zee Odisha Desk|Updated: Feb 26, 2023, 02:14 PM IST

Varmala Viral Video: ବିବାହ ଏକ ପବିତ୍ର ବନ୍ଧନ । ଏହାକୁ ସାତ ଜନ୍ମର ସମ୍ପର୍କ ବୋଲି କୁହାଯାଏ । ସମସ୍ତ ଚାହାଁନ୍ତି ସେମାନଙ୍କ ଜୀବନ ସାଥୀ ସେମାନଙ୍କୁ ଅଧିକ ସମ୍ମାନ ଓ ଭଲ ପାଆନ୍ତୁ । ଜଣେ ନାରୀ ଓ ପୁରୁଷ ଥରେ ଏହି ବନ୍ଧନରେ ବାନ୍ଧି ହେଲେ ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଏହାକୁ ନିଷ୍ଠାର ସହ ପାଳନ କରିଥାନ୍ତି । କିନ୍ତୁ ଆଜିକାଲି ବିବାହରେ ଅନେକ ପରିବର୍ତ୍ତନ ଆସିଛି । ପୂର୍ବରୁ ବର ଅପେକ୍ଷା କନ୍ୟା,ସାନ ଥିବା ବେଳେ ଘରେ ରହି ପରିବାର କଥା ବୁଝାବୁଝି କରୁଥିଲା ସ୍ତ୍ରୀ। ସ୍ବାମୀଙ୍କୁ ଦେବତା ବୋଲି ମାନୁଥିଲା । ସେଇଥି ପାଇଁତ ବିବାହ ବେଦୀରେ ବରର ପାଦଛୁଇଁ ମୁଣ୍ତିଆ ମାରିଥାଏ କନ୍ୟା, ହେଲେ ଏବେ ଯୁଗ ବଦଳିବା ସହ ବଦଳିଛି ସମୟ(Viral video of groom) । ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯେ,ଯାହା ଆପଣଙ୍କୁ ଚକିତ କରିଦେବ। ଏବଂ ସେଠାରେ ଆପଣଙ୍କୁ ଶିକ୍ଷା ମିଳିବ ଯେ, ନାରୀ ପୁରୁଷ ସମାନ । ଘର ଚଳାଇବା ପାଇଁ ଉଭୟଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ । 

ଟ୍ବିଟରରେ ଭି କାର୍ତ୍ତିକ୍ ନାଭାୟାନ୍(Dr.B.Karthik Navayan) ନିଜ ଟ୍ବିଟର ହ୍ୟାଣ୍ତେଲରେ ଏପରି ଏକ ବିବାହର ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ,ବିବାହ ମଣ୍ତପରେ ବିବାହ ଚାଲିଛି । କନ୍ୟା ବରକୁ ଫୁଲମାଳ ପିନ୍ଧାଉଛି। ପରେ ଇହକାଳ ପରକାଳ ଦେବତାଙ୍କୁ ସମ୍ନାନ ଜଣାଇ ଭୁମିଷ୍ଠ ହୋଇ ମୁଣ୍ତିଆ ମାରୁଛି । ପରେ ବର ମଧ୍ୟ  କନ୍ୟାକୁ ଫୁଲମାଳ ପିନ୍ଧାଉଛି । ଏବଂ ଭୂମିଷ୍ଠ ହୋଇ କନ୍ୟାର ପାଦଛୁଇଁ ମୁଣ୍ତିଆ ମାରୁଛି(groom touched feet of bride) । ବରର ଏଭଳି ଭଲପାଇବା ଓ ସ୍ନେହ ଦେଖି ମଣ୍ତପରେ ଥିବା କନ୍ୟା ଆଖିରେ ମଧ୍ୟ ଲୁହ ଆସିଥିଲା। ବିବାହରେ ଉପସ୍ଥିତ ଥିବା ଲୋକେ ବରର ଏଭଳି ସଂସ୍କାର ଦେଖି୍ ବେଶ ପ୍ରଶଂସା ମଧ୍ୟ କରିଥିଲେ। ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।  

Also Read : Road Accident: ପିକନିକ୍ ଯିବା ବେଳେ ଦୁର୍ଘଟଣା, ଡକାଡକି ହୋଇ ଆରପାରିକୁ ଚାଲିଗଲେ ତିନି ସାଙ୍ଗ

Also Read : Vastu Tips: ଏହି ରାଶିର ବ୍ୟକ୍ତି ଧାରଣ କରନ୍ତୁ ନାହିଁ ସୁନା ମୁଦି, ମାଡ଼ି ଆସିବ ବଡ଼ ବିପଦ!

 

ନିକଟରେ ଏଭଳି ଏକ ଚର୍ଚ୍ଚିତ ଦମ୍ପତିଙ୍କ ଚର୍ଚ୍ଚିତ ବିବାହ ବିଷୟରେ ଆଜି ଆମେ କହିବାକୁ ଯାଉଛୁ। ଏମିତି ଜଣେ ଦମ୍ପତିଙ୍କ ବିଷୟରେ ଆଜି ଆମେ ଚର୍ଚ୍ଚା କରିବା, ଯିଏ ସେମାନଙ୍କ ବିବାହକୁ ନେଇ ସବୁଠି ଚର୍ଚ୍ଚିତ । ଚର୍ଚ୍ଚାର କାରଣ ପୁରୁଷ ବ୍ୟକ୍ତି ଜଣକ ମୋଟ ୨୯ ଜଣ ମହିଳାଙ୍କୁ ବିବାହ କରିଥିବା ବେଳେ ତାଙ୍କ ଶେଷତମ ପତ୍ନି ୨୩ ଜଣଙ୍କୁ ବିବାହ କରିଛନ୍ତି । ଆମେରିକାର କାଲିଫର୍ଣ୍ଣିଆର ରେଡଲାଣ୍ଡର ବାସିନ୍ଦା ଗ୍ଲିନ୍ ୱଲେ୍‌ଫ । ୧୯୨୭ ମସିହାରେ ସେ ପ୍ରଥମ ବିବାହ କରିଥିଲେ । ବିବାହର କିଛିଦିନ ସେ ହସଖୁସିରେ କାଟିବା ପରେ ଦ୍ୱିତୀୟ ବିବାହ କରିଥିଲେ । ଏମିତି ଜଣକ ପରେ ଜଣେ ମୋଟ ୨୯ ଜଣଙ୍କୁ ବିବାହ କରିଥିଲେ ଗ୍ଲିନ୍ । ୧୯୯୬ରେ ସେ ଶେଷ ବିବାହ କରିଥିଲେ ଓ ଏହି ବିବାହର ଏକ ବର୍ଷ ପରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏବେ ତାଙ୍କର ମୋଟ ୪୧ ଜଣ ସନ୍ତାନ ଅଛନ୍ତି । ସ୍ୱର୍ଗତ ଗ୍ଲିନ୍ ତାଙ୍କର ୨୮ତମ ପତ୍ନୀଙ୍କ ସହିତ ସର୍ବାଧିକ ସମୟ ବିତାଇଥିବା ବେଳେ ଶେଷ ପତ୍ନୀଙ୍କ ସହିତ ସବୁଠାରୁ କମ ୧୧ ଦିନ ହିଁ କାଟିଥିଲେ । ଗ୍ଲିନ୍‌ଙ୍କ ଶେଷ ପତ୍ନୀ ଥିଲେ ଲିଣ୍ଡା ୱଲ୍‌ଫେ । ଲିଣ୍ଡାଙ୍କୁ ଯେତେବେଳେ ସେ ବିବାହ କଲେ, ତାହା ପୂର୍ବରୁ ଲିଣ୍ଡା ୨୨ଟି ବିବାହ କରି ସାରିଥିଲେ । ଅର୍ଥାତ୍ ଗ୍ଲିନ୍‌ଙ୍କ ସହିତ ଲିଣ୍ଡାଙ୍କର ୨୩ତମ ବିବାହ ଥିଲା । ଲିଣ୍ଡା ୧୬ ବର୍ଷ ବୟସରେ ପ୍ରଥମ ବିବାହ କରିଥିଲେ । ସେ ଅପରାଧୀଙ୍କଠାରୁ ଆରମ୍ଭ କରି ସଂଗୀତଜ୍ଞ, ପ୍ଲମ୍ବର, ଆଦିଙ୍କୁ ନିଜର ସ୍ୱାମୀ ଭାବେ ଗ୍ରହଣ କରିଛନ୍ତି । ତାଙ୍କର ସବୁଠାରୁ କମ୍ ବିବାହ ୩ ଦିନ ଥିଲା ।

Read More
{}{}