Hindi News >>Home >>Odisha Trending

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ଡିଏ ବୃଦ୍ଧି କରିବାକୁ ଘୋଷଣା କଲେ ସରକାର, ଜାଣନ୍ତୁ କେତେ ବଢ଼ିବ ଦରମା

DA Hike News: ଏନେଇ ଜାରି ହୋଇଥିବା ଏକ ଆଦେଶ ଅନୁଯାୟୀ, କର୍ମଚାରୀଙ୍କ ଦରମା ଭତ୍ତାର ଏହି ବୃଦ୍ଧି ୧୯୯୨ ବେତନ ସ୍କେଲ ଅଧିନରେ ଶିଳ୍ପ ମହଙ୍ଗା ଭତ୍ତା ଆଧାରରେ ହୋଇଛି।

Advertisement
କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ଡିଏ ବୃଦ୍ଧି କରିବାକୁ ଘୋଷଣା କଲେ ସରକାର, ଜାଣନ୍ତୁ କେତେ ବଢ଼ିବ ଦରମା
Stop
Zee Odisha Desk|Updated: Jul 13, 2023, 07:56 PM IST

DA Hike July 2023: କେନ୍ଦ୍ର ସରକାର କେନ୍ଦ୍ରୀୟ ସାର୍ବଜନୀନ କ୍ଷେତ୍ର ଉଦ୍ୟୋଗ ଅଧିନସ୍ଥ ବିଭାଗର କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରାଯାଇଛି। ଚଳିତ ଜୁଲାଇ ୭ ତାରିଖରେ ବିଭାଗ ଦ୍ୱାରା ଜାରି କରାଯାଇଥିବା ଏକ ସର୍କୁଲାର ଅନୁଯାୟୀ, କର୍ମଚାରୀଙ୍କ ଦରମା ଭତ୍ତାର ଏହି ବୃଦ୍ଧି ୧୯୯୨ ବେତନ ସ୍କେଲ ଅଧିନରେ ଶିଳ୍ପ ମହଙ୍ଗା ଭତ୍ତା ଆଧାରରେ କରାଯାଇଛି।

ଉଚ୍ଚ ମୁଦ୍ରାସ୍ଫୀତି କାରଣରୁ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ମୂଲ୍ୟର ମୁକାବିଲା ପାଇଁ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ପ୍ରଦାନ କରିଥାନ୍ତି। କେନ୍ଦ୍ରୀୟ ସାର୍ବଜନୀନ କ୍ଷେତ୍ର ଉଦ୍ୟୋଗ ବିଭାଗର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧିର ନୂତନ ହାର ୨୦୨୩ ଜୁଲାଇ ୧ ତାରିଖରୁ କାର୍ଯ୍ୟକାରୀ ହେବ। 

କେତେ ହେବ ମହଙ୍ଗା ଭତ୍ତାର ନୂତନ ସଂଶୋଧିତ ହାର
ନୂତନ ହାର ଅନୁଯାୟୀ ମାସକୁ ୩୫୦୦ ଟଙ୍କା ପର୍ଯ୍ୟନ୍ତ ମୂଳ ଦରମା ପାଉଥିବା କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ୭୦୧.୯ ପ୍ରତିଶତ ଅର୍ଥାତ୍ ସର୍ବନିମ୍ନ ୧୫ ହଜାର ୪୨୮ ଟଙ୍କା ହେବ। ଅନ୍ୟପକ୍ଷରେ ଯେଉଁ କର୍ମଚାରୀଙ୍କ ମାସିକ ମୂଳ ଦରମା ୩୫୦୧ ଟଙ୍କାରୁ ୬୫୦୦ ଟଙ୍କା ମଧ୍ୟରେ ହୋଇଥିବ ସେମାନଙ୍କ ମହଙ୍ଗା ଭତ୍ତା ୫୨୬.୯ ପ୍ରତିଶତ ଅର୍ଥାତ୍ ସର୍ବନିମ୍ନ ୨୪ ହଜାର ୫୬୭ ଟଙ୍କା ହେବ। ସେହିପରି ୬୫୦୦ ଟଙ୍କାରୁ ଅଧିକ ୯୫୦୦ ଟଙ୍କା ମଧ୍ୟରେ ମୂଳ ଦରମା ପାଉଥିବା କର୍ମଚାରୀଙ୍କ ପାଇଁ ସର୍ବନିମ୍ନ ୩୪,୨୧୬ ଟଙ୍କା ଅନୁଯାୟୀ ମହଙ୍ଗା ଭତ୍ତା ହାର ୪୨୧.୧ ପ୍ରତିଶତ ହେବ।

୨୦୨୩ ଜୁଲାଇ ୧ ତାରିଖରୁ ନୂତନ ହାର ପ୍ରଯୁଜ୍ୟ ବୋଲି ବିବେଚନା କରାଯିବ
ଏହି ବୃଦ୍ଧି ପରେ ଯଦି ମହଙ୍ଗା ଭତ୍ତା ପରିମାଣ ୫୦ ପଇସାରୁ ଅଧିକ ଯାଏ, ତାହେଲେ ଏହାକୁ ୧ ଟଙ୍କା ଭାବରେ ବିବେଚନା କରାଯିବ। ଯଦି ଏହା କମ୍ ହୁଏ ତାହେଲେ ଏହାକୁ ଶୂନ୍ୟ ଭାବରେ ବିବେଚନା କରାଯିବ। ଆମେ ଏହାକୁ ଏହି ଉପାୟରେ ବୁଝିପାରିବା ଯେ ଯଦି ମହଙ୍ଗା ଭତ୍ତାର ପରିମାଣ ୧୫୦.୭୫ ଟଙ୍କା ହୁଏ ତାହେଲେ ଏହାକୁ ୧୫୧ ଟଙ୍କା ଭାବରେ ବିବେଚନା କରାଯିବ। ଯଦି ଏହା ୧୫୦.୪୫ ଟଙ୍କା ହୁଏ ତାହେଲେ ଏହାକୁ କେବଳ ୧୫୦ ଟଙ୍କା ଭାବରେ ବିବେଚନା କରାଯିବ। କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତାର ନୂତନ ହାର ୨୦୨୩ ଜୁଲାଇ ୧ ତାରିଖରୁ ପ୍ରଯୁଜ୍ୟ ହେବ। ପୁରୁଣା ବ୍ୟବସ୍ଥା ଅଧିନରେ ପ୍ରତ୍ୟେକ ପଏଣ୍ଟ ପାଇଁ ୨ ଟଙ୍କା ବିଚାର କରାଯିବ। ଅଖିଳ ଭାରତୀୟ ଉପଭୋକ୍ତ ମୂଲ୍ୟ ସୂଚକାଙ୍କ (All India Consumer Price Index) ଏଆଇସିପିଆଇ (AICPI) କାର୍ଯ୍ୟନିର୍ବାହୀ ପାଇଁ ୧୬୨୧୫.୭୫ ଟଙ୍କାର ମହଙ୍ଗା ଭତ୍ତା ଦିଆଯିବ।

ମହଙ୍ଗା ଭତ୍ତା କିପରି ଗଣନା କରାଯାଏ?
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତାର ହିସାବ ବର୍ତ୍ତମାନର ହାର ଏବଂ ମୂଳ ଦରମାକୁ ବଢାଇବା ଆଧାରରେ କରାଯାଇଥାଏ। ଏହାର ସୂତ୍ର ହେଉଛି (ଗତ ୧୨ ମାସର ଅଖିଳ ଭାରତୀୟ ଉପଭୋକ୍ତ ମୂଲ୍ୟ ସୂଚକାଙ୍କ (ମୂଳ ବର୍ଷ-୨୦୦୧= ୧୦୦-୧୧୫.୭୬/୧୧୫.୭୬) X ୧୦୦ ଆଧାରରେ ହୋଇଥାଏ। ସେହିପରି କେନ୍ଦ୍ରୀୟ ସାର୍ବଜନୀନ କ୍ଷେତ୍ର ଉଦ୍ୟୋଗ ଅଧିନସ୍ଥ ବିଭାଗରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ହିସାବ ବିଗତ ୩ ମାସ ପାଇଁ ଅଖିଳ ଭାରତୀୟ ଉପଭୋକ୍ତ ମୂଲ୍ୟ ସୂଚକାଙ୍କ (ମୂଳ ବର୍ଷ-୨୦୦୧=୧୦୦) ର ହାରାହାରି-୧୨୬.୩୩)/୧୨୬.୩୩) x ୧୦୦ ହିସାବରେ କରାଯାଏ।

 

Read More
{}{}